ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲା: ୬୪ ଦିନ ପରେ ଜେଲରୁ ମୁକୁଳିଲେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା

Published: Sep 21, 2021, 1:07 pm IST

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ଜାମିନ ପାଇବା ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ୬୪ ଦିନ ପରେ ଜେଲରୁ ବାହାରିଛନ୍ତି। ସୋମବାର ଦିନ ମୁମ୍ବାଇର ଏକ କୋର୍ଟ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିଥିଲେ। ଅଦାଲତ କୁନ୍ଦ୍ରାଙ୍କୁ ୫୦ ହଜାର ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଥିଲେ। ଜୁଲାଇ ୧୯ ତାରିଖରେ ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ପାଇଁ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ପ୍ରପର୍ଟି ସେଲ ଦ୍ୱାରା ଗିରଫ ହୋଇଥିଲେ। ୬୪ଦିନ ପରେ ରାଜ କୁନ୍ଦ୍ରାଙ୍କୁ ଜାମିନରୁ ମୁକ୍ତ କରାଯାଇଥିଲା। କୁନ୍ଦ୍ରା ଏକ ପର୍ଣ୍ଣ ଫିଲ୍ମ ତିଆରି କରି ଏହାକୁ ଏକ ମୋବାଇଲ୍ ଆପରେ ଷ୍ଟ୍ରିମିଂ କରିଥିବା ଅଭିଯୋଗ ହୋଇଥିଲା।

ଗତ ଗୁରୁବାର ମୁମ୍ବାଇ ପୋଲିସ ଏହି ମାମଲାରେ ୧ ହଜାର ୪୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା। ମୋବାଇଲ୍ ଆପରେ ଅଶ୍ଳୀଳ କ୍ଲିପ୍ ଉତ୍ପାଦନ ଏବଂ ବିତରଣ ସମ୍ବନ୍ଧୀୟ ବିଷୟ ସହିତ ଜଡିତ। ମୁମ୍ବାଇ ପୋଲିସ ବିଶ୍ୱାସ କରେ ଯେ, ରାଜ ପର୍ଣ୍ଣ ଫିଲ୍ମ ପ୍ରଡକ୍ସନରେ ସକ୍ରିୟ ଥିଲେ। ତାଙ୍କ ବିରୋଧରେ ଯଥେଷ୍ଟ ଇଲେକ୍ଟ୍ରୋନିକ୍ ପ୍ରମାଣ ଥିବା ମୁମ୍ବାଇ କ୍ରାଇମ୍ ଶାଖା ମଧ୍ୟ ଦାବି କରିଛି। ପୋଲିସ କହିଛି ଯେ, କୁନ୍ଦ୍ରା ଗତ ବର୍ଷ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ସେମାନଙ୍କ ଅନଲାଇନ୍ ରିଲିଜରୁ ଅତି କମରେ ୧.୨୫ କୋଟି ଟଙ୍କା ଆୟ କରିଥିଲେ।

Related posts