Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦଶ ଲକ୍ଷରେ ଗୋଟିଏ ମାମଲା: ବିଏସକେୱାଇ ଦ୍ଵାରା ଶିଶୁ କନ୍ୟାର ସମ୍ମମ୍‌ରେ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଏକ ବିରଳ ଘଟଣାରେ ଜନ୍ମଗତ ତ୍ରୁଟି ଯୋଗୁଁ ମୁହଁର ବିଭିନ୍ନ ଅଂଶରେ ଛିଦ୍ର ଓ ଫାଙ୍କ (ଟେସିୟର୍ କ୍ଲେଫ୍ଟ) ଥିବା ଗୋଟିଏ ୧୫ ମାସର ଶିଶୁ କନ୍ୟାର ସଫଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ।

ଶିଶୁ କନ୍ୟା ସ୍ମୃତିର ଆଖି ଏବଂ ନାକରେ ଅନେକ ତ୍ରୁଟି ଥିବା ବେଳେ ତା’ର ଚିକିତ୍ସା ନିମନ୍ତେ ତା’ର ବାପା-ମା ବିଭିନ୍ନ ହସ୍ପିଟାଲ୍ ବୁଲି ନିରାଶ ହୋଇଯାଇଥିଲେ। ପରେ ସେମାନେ ଶିଶୁଟିକୁ ସମ୍ମମ୍‌କୁ ଆଣିଥିଲେ। ଏହା ଏକ ବିପଦପୂର୍ଣ୍ଣ ଅସ୍ତ୍ରୋପଚାର ଥିବାରୁ ଅନେକ ହସ୍ପିଟାଲ୍ ଏହାର ଚିକିତ୍ସା ନିମନ୍ତେ ରାଜି ହୋଇ ନଥିଲେ।

ସମ୍ମମ୍‌ର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ଉନ୍ମେଶ କୁମାର ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଅସ୍ତ୍ରୋପଚାର ସମ୍ପନ୍ନ କରିଥିଲେ। ଏହି ଟିମ୍‌ରେ ଆନେସ୍‌ଥେସିଓଲୋଜି ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ଦୀପଙ୍କର ପଢ଼ିଆରୀ, ଆନେସ୍‌ଥେସିଓଲୋଜିଷ୍ଟ ଡାକ୍ତର ସବ୍ୟସାଚୀ ତ୍ରିପାଠୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ରୋଶନୀ ସାମିଲ୍ ଥିଲେ।

ଏହି ବିରଳ ଜନ୍ମଗତ ତ୍ରୁଟିକୁ ମଧ୍ୟ “କ୍ରାନିଓଫେସିଆଲ୍ କ୍ଲେଫ୍ଟ” କୁହାଯାଉଥିବା ବେଳେ ବର୍ତମାନ ସୁଦ୍ଧା ବିଶ୍ୱରେ ମୋଟ ୫୦ ରୁ ୬୦ଟି ଓ ଭାରତରେ ୧୫ ରୁ କମ୍ ଏପରି ଘଟଣା ଦୃଷ୍ଟିକୁ ଆସିଛି। ଓଡ଼ିଶାରେ ଏହା ତୃତୀୟ ଘଟଣା ବୋଲି ଡାକ୍ତର ଜେନା କହିବା ସହ ଜନ୍ମଗତ ତ୍ରୁଟି ଥିବା ଏକ ଲକ୍ଷ ଶିଶୁଙ୍କ ମଧ୍ୟରେ ୧ ରୁ ୪ ଜଣଙ୍କ ମଧ୍ୟରେ ଏଭଳି ସମସ୍ୟା ଦେଖାଯାଏ ବୋଲି ସେ କହିଛନ୍ତି।

ଖୁବ୍ ଯତ୍ନ ଓ ସଫଳତାର ସହ ଜନ୍ମଗତ ତ୍ରୁଟି ଥିବା ଏହି ଶିଶୁ କନ୍ୟାଟିର ଅସ୍ତ୍ରୋପଚାର କରାଯାଇଥିବା ବେଳେ ସେ ବର୍ତମାନ ଧୀରେ ଧୀରେ ସୁସ୍ଥ ହେଉଛି। ତା’ ନାକରେ ଏକ ଛିଦ୍ର ଥିବା ବେଳେ ବାମ ଆଖିରେ ମଧ୍ୟ ଛିଦ୍ର ରହିଥିଲା। ତେଣୁ ତା’ର ଆଖିଟି ବନ୍ଦ ହୋଇଯାଇଥିଲା ଏବଂ ନିଃଶ୍ୱାସ ନେବାରେ ମଧ୍ୟ ସେ କଷ୍ଟ ଅନୁଭବ କରୁଥିଲା ବୋଲି ଡାକ୍ତର ଜେନା କହିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ବିପଦପୂର୍ଣ୍ଣ ଅସ୍ତ୍ରୋପଚାର କରିବା ପାଇଁ ହସ୍ପିଟାଲ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପରିବାର ଉପରେ କୌଣସି ଆର୍ଥିକ ବୋଝ ଦିଆଯାଇ ନଥିଲା। ଶିଶୁଟିକୁ ୧୮ବର୍ଷ ହେବା ପରେ ତା’ର ନାକରେ ଦ୍ୱିତୀୟ ଅସ୍ତ୍ରୋପଚାର କରାଯିବାର ଆବଶ୍ୟକତା ପଡ଼ିପାରେ ବୋଲି ଡାକ୍ତର ଜେନା କହିଛନ୍ତି।

ଏହି ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର ତୁରନ୍ତ କରାଯାଇ ନଥିଲେ ଆଖିରେ ସଂକ୍ରମଣ ଯୋଗୁଁ ଶିଶୁଟି ତା’ର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ହରାଇବାର ସମ୍ଭାବନା ଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟ୍‌ରେ ନବଜାତ ଶିଶୁର ପେଟରୁ ଅସ୍ତ୍ରୋପଚାର ଜରିଆରେ ବାହାର କରାଗଲା ବୃହତ ଟ୍ୟୁମର

ଭୁବନେଶ୍ୱର: ଏକ ନବଜାତ ଶିଶୁର ପେଟରୁ ଅସ୍ତ୍ରୋପଚାର ଜରିଆରେ ଏକ ବଡ଼ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ। ଏ ନେଇ ସମ୍ମମ୍ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।

ଶିଶୁ କନ୍ୟାଟିର ପେଟଟି ଫୁଲିଥିବାର ଦେଖି ତା’ର ପିତାମାତା ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେଇଥିଲେ। ଜନ୍ମ ସମୟରେ ଶିଶୁଟିର ଓଜନ ଅଢ଼େଇ କେଜି ଥିବା ବେଳେ ଜନ୍ମ ହେବାର ଦ୍ୱିତୀୟ ଦିନରୁ ହିଁ ସ୍ତନ୍ୟପାନ କରିବାରେ ସମସ୍ୟା ଉପୁଜିଥିଲା ବୋଲି କହିଛନ୍ତି ହସ୍ପିଟାଲ୍‌ର ଶିଶୁରୋଗ ଏବଂ ନିଓନାଟୋଲଜି ବିଭାଗର ସିନିୟର୍ କନ୍‌ସଲଟାଂଟ ଡାକ୍ତର ପ୍ରଦୀପ କୁମାର ଦେ।

ପୁଙ୍ଖାନୁପୁଙ୍ଖ ପରୀକ୍ଷା ନିରୀକ୍ଷା ପରେ ଶିଶୁର ପେଟରେ ଏକ ବଡ଼ ଅପରିପକ୍ୱ ଟ୍ୟୁମର (ଇମ୍ୟାଚ୍ୟୁର ଟେରାଟୋମା) ଥିବାର ଜଣାପଡ଼ିଥିଲା। ତେଣୁ ଅସ୍ତ୍ରୋପଚାର ଜରିଆରେ ଟେରାଟୋମାଟିକୁ ବାହାର କରାଯିବା ନିଷ୍ପତି ନିଆଯାଇଥିଲା ବୋଲି ଡାକ୍ତର ଦେ କହିଛନ୍ତି।
ଏହି ଟେରାଟୋମା ହେଉଛି କୋଷିକାଗୁଡ଼ିକୁ ନେଇ ଗଠିତ ଏକ ଟ୍ୟୁମର ଯାହାକି ଯେଉଁଠାରେ ସୃଷ୍ଟି ହୋଇଥିଲା ସାଧାରଣତଃ ସେଠାରେ ଦେଖା ଯାଇନଥାଏ।

ପେଡିଆଟ୍ରିକ୍ ସର୍ଜନ ପ୍ରଫେସର (ଡାକ୍ତର) ଅନ୍ତର୍ଯ୍ୟାମୀ ପ୍ରଧାନ ଏହି ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିବା ବେଳେ ତାଙ୍କୁ ଅଙ୍କୋ ସର୍ଜନ ଡାକ୍ତର ସୁଦାମ ଷଢ଼ଙ୍ଗୀ ସହାୟତା କରିଥିଲେ। ସେହିପରି ଆନେସ୍‌ଥେସିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ଦୀପଙ୍କର ପଢ଼ିଆରୀଙ୍କ ସମେତ ଆନେସ୍‌ଥେସିଓଲଜି ବିଭାଗର ସିନିୟର୍ କନସଲଟାଂଟ ଡାକ୍ତର ସ୍ୱରୁପା ଦେବୀପ୍ରଦା, ଡାକ୍ତର ପ୍ରଶାନ୍ତ କୁମାର ବେହେରା ଓ ଡାକ୍ତର ସୋନମ ପଣ୍ଡା ଓ ଟିମ୍ ଏହି ଅସ୍ତ୍ରୋପଚାରରେ ସାମିଲ ଥିଲେ।

ପ୍ରଫେସର ପ୍ରଧାନ କହିଛନ୍ତି ଯେ ଶିଶୁର ପେଟର ପ୍ରମୁଖ ଶିରାପ୍ରଶିରା ସହିତ ଏହି ଟ୍ୟୁମରଟି ଅତିମାତ୍ରାରେ ଜଡ଼ିତ ଥିବାରୁ ଏହି ସର୍ଜରଟି ଖୁବ୍ ଜଟିଳ ଥିଲା। ତେଣୁ ଖୁବ୍ ଯତ୍ନର ସହିତ ଏହି ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସେ କହିଛନ୍ତି।

ଅସ୍ତ୍ରୋପଚାର ପରେ ଶିଶୁଟିକୁ ଭେଂଟିଲେଟରରେ ରଖାଯାଇଥିଲା ଏବଂ ତା’ର ଚିକିତ୍ସା ଡାକ୍ତର ଦେ ଓ ଜୁନିୟର କନ୍‌ସଲଟାଂଟ ଡାକ୍ତର ଅଜୟ କୁମାର ଗାହାଣ କରିଥିଲେ।
ଡାକ୍ତର ଗାହାଣ କହିଛନ୍ତି ଶିଶୁଟିର ସ୍ୱାସ୍ଥ୍ୟରେ ବର୍ତ୍ତମାନ ଅନେକ ଉନ୍ନତି ଘଟିଛି ଏବଂ ସ୍ତନ୍ୟପାନ କରିବାରେ ସକ୍ଷମ ହେଲାଣି। ଏହି ଅସ୍ତ୍ରେପଚାର ହସ୍ପିଟାଲ୍‌ର ଅଭିଜ୍ଞ ସର୍ଜନ୍‌, ଡାକ୍ତର, ନର୍ସିଂ ଷ୍ଟାଫ୍ ଏବଂ ଉତମ ନିଓନାଟାଲ୍ ଇନ୍‌ଟେନ୍‌ସିଭ କେୟାର ୟୁନିଟ୍ (ଏନ୍‌ଆଇସିୟୁ) ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲରେ ୭ ବର୍ଷ ଶିଶୁ କନ୍ୟାର ସଫଳ ହୃଦ ଅସ୍ତ୍ରୋପଚାର

ଭୁବନେଶ୍ୱର: ଜନ୍ମଗତ ହୃଦଜନିତ ତୃଟି ଥିବା ଏକ ୭ ବର୍ଷର ଶିଶୁ କନ୍ୟାକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ସୁସ୍ଥ କରିପାରିଛନ୍ତି ସମ୍ ହସ୍ପିଟାଲର ଡାକ୍ତର। ଏହି ଶିଶୁ କନ୍ୟାଟିର ଜନ୍ମରୁ ହାର୍ଟରେ ଏକ ଛିଦ୍ର ରହିଥିବା ବେଳେ ଫୁସଫୁସକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରୁନଥିଲା। ତେବେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଡ଼ାକ୍ତରଙ୍କ ପ୍ରଚେଷ୍ଟା ଓ ଚିକିତ୍ସା ଓ ଅସ୍ତ୍ରୋପଚାର ଦ୍ୱାରା ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛି।

କେନ୍ଦୁଝର ଅଂଚଳର ଏହି ଶିଶୁଟିର ଜଟିଳ ହୃଦ ସମସ୍ୟା ଥିବା ଯୋଗୁ ସେ ଠିକ୍ ଭାବେ ସେ ତାର ଖାଦ୍ୟ ଗ୍ରହଣ କରି ପାରୁନଥିଲା, ତାର ଓଜନ ଖୁବ୍ କମ୍ ଥିଲା ଏବଂ ସେ କୌଣସି ଶାରିରୀକ କାର୍ଯ୍ୟ କରିବାରେ ମଧ୍ୟ ସକ୍ଷମ ହୋଇପାରୁନଥିଲା। ତାର ପିତାମାତା ଅନେକ ହସ୍ପିଟାଲରୁ ନିରାଶ ହେବା ପରେ ଶେଷରେ ସମ୍ ହସ୍ପିଟାଲ ଆସିଥିଲେ। ଏଠାରେ ପ୍ରଥମେ କାର୍ଡିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର କୁମାର ଗୌରବ ଚିକିତ୍ସା ଆରମ୍ଭ କରିବା ସହ ପରୀକ୍ଷା ନିରୀକ୍ଷା କରିଥିଲେ। ପରୀକ୍ଷାରୁ ଝିଅଟିରେ ହାର୍ଟରେ ଛିଦ୍ର ଅର୍ଥାତ୍ ଭେଂଟ୍ରିକୁଲାର ସେପ୍ଟାଲ ଡିଫେକ୍ଟ (ଭିଟିଏସ) ଥିବା ସହ ଫୁସଫୁସକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରୁନଥିବାର ଜାଣିବାକୁ ପାଇଥିଲେ। ଏହି ସମସ୍ୟା ଯୋଗୁ ତାର ଶରୀରରେ ଅମ୍ଳଜାନ ସ୍ତର ମାତ୍ର ୬୦-୬୫ ରହୁଥିଲା ବୋଲି ଡ଼ାକ୍ତର କୁମାର ଗୌରବ କହିଛନ୍ତି।

ଶିଶୁଟିର ଅବସ୍ଥା ସଂକଟାପନ୍ନ ଦେଖି ସେ ତୁରନ୍ତ କାର୍ଡିଓଲୋଜି ବିଭାଗର ସିଟିବିଏସ ସର୍ଜନ ଡ଼ାକ୍ତର ସଂଗ୍ରାମ କେଶରୀ ବେହେରାଙ୍କ ନିକଟକୁ ପଠାଇଥିଲେ। ଡାକ୍ତର ବେହେରା ଓ ତାଙ୍କ ଟିମ୍ ତୁରନ୍ତ ଶିଶୁର ଅସ୍ତ୍ରୋପଚାର କରିବାର ନିଷ୍ପତି ନେଇଥିଲେ। ଏହି ବିରଳ ଅସ୍ତ୍ରୋପଚାର ଦ୍ୱାରା ତା ହାର୍ଟରେ ଥିବା ଛିଦ୍ରଟିକୁ ବନ୍ଦ କରିଦେବା ସହ ଫୁସଫୁସକୁ ସ୍ୱଚ୍ଛ ରକ୍ତ ସଂଚାଳନ କରୁଥିବା ଧମନୀ, ଯାହାକି ବନ୍ଦ ହୋଇଯାଇଥିଲା ସେ ରାସ୍ତାକୁ ସଫା କରିବା ସହ ଉନ୍ମୁକ୍ତ କରିଦେଇଥିଲେ, ଯାହା ଫଳରେ ଶିଶୁଟି ନିଶ୍ୱାସ ନେବାରେ ଆଉ କୌଣସି ସମସ୍ୟା ହୋଇ ପାରିନଥିଲା ଏବଂ ସେ ସୁସ୍ଥ ହୋଇପାରିଥିଲା। ତାର ଅମ୍ଳଜାନ ସ୍ତର ମଧ୍ୟ ୧୦୦ ପ୍ରତିଶତ ହୋଇପାରିଛି ବୋଲି ଅପରେସନ କରିଥିବା ଡ଼ାକ୍ତର ସଂଗ୍ରାମ କେଶରୀ ବେହେରା କହିଛନ୍ତି।
ବର୍ତମାନ ଶିଶୁଟି ସୁସ୍ଥ ଅଛି ଏବଂ ଖୁବ୍ ଶିଘ୍ର ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ ହୋଇଯିବ ବୋଲି ମଙ୍ଗଳବାର ସମ୍ ହସ୍ପିଟାଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାର୍ଡିଓଲୋଜି ବିଭାଗର ଡାକ୍ତର କୁମାର ଗୌରବ, ଡାକ୍ତର ସଂଗ୍ରାମ କେଶରୀ ବେହେରା, ଡ଼ାକ୍ତର ଦେବସ୍ମିତା ରଥ ଓ ଡ଼ାକ୍ତର ଅନୁସ୍ପନ୍ଦନା ମହାପାତ୍ର ସୂଚନା ଦେଇଛନ୍ତି।

ଶିଶୁଟିର ଜନ୍ମରୁ ଏଭଳି ସମସ୍ୟା ଥିବାବେଳେ ଏବେ ସମ୍ ହସ୍ପିଟାଲର ଡାକ୍ତରଙ୍କ ଯୋଗୁଁ ସେ ସୁସ୍ଥ ହୋଇପାରିଛି ବୋଲି ତାର ବାପା-ମା କହିଛନ୍ତି। ତେବେ ଏଭଳି ଜନ୍ମଗତ ହୃଦ ସମସ୍ୟା ଥିବା ଶିଶୁଙ୍କର ଏକ ବର୍ଷ ମଧ୍ୟରେ ଅପରେସନ କରାଇଦେବା ଉଚିତ ବୋଲି ଡ଼ାକ୍ତର ଦେବସ୍ମିତା ରଥ କହିଛନ୍ତି।

ସମ୍ ହସ୍ପିଟାଲରେ ଏକ ପେଡିଆଟ୍ରିକ୍ କାର୍ଡିଓଲୋଜି ୟୁନିଟ୍ ଖୋଲାଯାଇଥିବାବେଳେ ଡାକ୍ତର ଗୌରବ, ଡ଼ାକ୍ତର ବେହେରା, ଡ଼ାକ୍ତର ରଥ, ଡ଼ା ଅନୁସ୍ପନ୍ଦନା ମହାପାତ୍ର ଓ କାର୍ଡିଆକ ଆନେସ୍ଥେଟିଷ୍ଟ ଡ଼ାକ୍ତର ସୁଶାନ୍ତ ଭୋଇଙ୍କ ସମେତ ୨୦ ଜଣଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ଏଭଳି ବିରଳ ଓ ଜଟିଳ ହୃଦ ସମସ୍ୟାର ସଫଳ ଅସ୍ତ୍ରୋପଚାର କରାଯାଉଥିବା ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଜୀବନ ଶୈଳୀ ଧର୍ମ ବିଶେଷ ଖବର ସଂସ୍କୃତି

ଆପଣଙ୍କ ଘରେ ଶିଶୁ କନ୍ୟା ଜନ୍ମ ନେଇଛି କି?: ଝିଅର ଏହି ନାମ ରଖନ୍ତୁ, ମିଳିବ କୃପା

ନୂଆଦିଲ୍ଲୀ: ପିତାମାତାମାନେ ସେମାନଙ୍କ ପିଲାମାନଙ୍କ ପାଇଁ ଏକ ସୁନ୍ଦର ନାମ ରଖିବାକୁ ସ୍ଵପ୍ନ ଦେଖିଥାନ୍ତି। ସନ୍ତାନର ଏକ ଅନନ୍ୟ ନାମ ଦେବା ପାଇଁ ସବୁବେଳେ ଚିନ୍ତା କରିଥାନ୍ତି। ଯଦି କୌଣସି ପିତାମାତାଙ୍କର ଝିଅଟିଏ ହୋଇଥାଏ, ତେବେ ସେମାନେ ଏକ ଭଲ ନାମ ପାଇବା ପାଇଁ ବହୁତ ସନ୍ଧାନ କରିଥାନ୍ତି। ତେଣୁ ଆଜି ଆମେ ଏପରି ନାମ ଆଣିଛୁ, ଯାହା ଏତେ ଅନନ୍ୟ ଯେ, ଯିଏ ଆପଣଙ୍କ ଝିଅର ନାମ ଶୁଣିବ, ସେ ଏହି ସୁନ୍ଦର ନାମର ଅର୍ଥ କ’ଣ ବୋଲି ନିଶ୍ଚିତ ପଚାରିବ।

ଯଦି ଆପଣଙ୍କର ସୁନ୍ଦର ଛୋଟ ଡଲ୍ ର ନାମ ଦେବାକୁ ଚାହୁଁଛନ୍ତି, ତେବେ ଆସନ୍ତୁ ଆପଣଙ୍କୁ କିଛି ନାମ ଏବଂ ସେଗୁଡ଼ିକର ଅର୍ଥ କହିବୁ।

ଅନଭିତା- ଯଦି ଝିଅ ଅନଭିତାଙ୍କ ନାମ ରଖନ୍ତି, ତେବେ ଏହା କେବଳ ଅନନ୍ୟ ନୁହେଁ ବରଂ ଏହାର ଅର୍ଥ ଆହୁରି ସ୍ୱତନ୍ତ୍ର। ଅନଭିତା ଅର୍ଥାତ୍ ମାତା ଦେବୀ।

ଆଦ୍ୟା- ଏହା ଏକ ନିଆରା ନାମ ଏବଂ ବହୁତ ଷ୍ଟାଇଲିସ୍। ଦୁର୍ଗା ମା’ର 108 ନାମ ମଧ୍ୟରୁ ଗୋଟିଏ ହେଉଛି ଆଦ୍ୟା।

ଆରାଧ୍ୟା- ଅମିତାଭ ବଚ୍ଚନ ତାଙ୍କ ନାତୁଣୀର ନାମ ଆରାଧ୍ୟା ରଖିଛନ୍ତି ଯାହାର ଅର୍ଥ ହେଉଛି ଆଦରକାରୀ।

ଭାର୍ଗବୀ- ସଂସ୍କୃତ ଭାଷାରେ ଭାର୍ଗବୀ ଶବ୍ଦର ଅର୍ଥ ହେଉଛି ଅତି ଆକର୍ଷଣୀୟ ଅର୍ଥାତ୍ ସୁନ୍ଦର ଏବଂ ମନମୋହକ।

ବୃନ୍ଦା- ହିନ୍ଦୁମାନଙ୍କ ମଧ୍ୟରେ ତୁଳସୀଙ୍କ ଉପାସନା କେତେ ପୂଜନୀୟ, ତାହା ଆମେ ସମସ୍ତେ ଜାଣୁ ଏବଂ ତୁଳସୀଙ୍କୁ ବୃନ୍ଦା ମଧ୍ୟ କୁହାଯାଏ। ଏହା ସହିତ ରାଧା ରାଣୀଙ୍କର ମଧ୍ୟ ଏକ ନାମ ବୃନ୍ଦା ଅଟେ।

ଭାଗ୍ୟଶ୍ରୀ- ଭାଗୀଶ୍ରୀ ହେଉଛି ଏକ ହିନ୍ଦୁ ନାମ ଯାହାର ଅର୍ଥ ଭାଗ୍ୟଶାଳୀ। ଯଦି ଆପଣଙ୍କର ଝିଅ ପାଇଁ ପ୍ରତ୍ୟେକ ସୁଖର ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣ ତା’ର ନାମ ଭଗଶ୍ରୀ ଦେଇ ପାରିବେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ଆଉ ଏକ ପରୀ!: ନୟାଗଡରେ ୬ ବର୍ଷର ଶିଶୁ କନ୍ୟାକୁ  ଦୁଷ୍କର୍ମ ପରେ ହତ୍ୟା

ନୟାଗଡ: ନୟାଗଡ ଜିଲ୍ଲାରେ ପୁଣି ଆଉ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପରୀର ଘଟଣା ମନରୁ ଲିଭିନି, କିନ୍ତୁ ଆଉ ଏକ ହୃଦୟ ବିଦାରକ ଘଟଣା ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଛି। ଏକ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସେହି ଗ୍ରାମର ୨୨ ବର୍ଷୀୟ ଯୁବକକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ପୋଲିସ ଆଗରେ ଦୋଷ ସ୍ଵୀକାର କରିଛି। ନୟାଗଡ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୨ ତାରିଖ ଠାରୁ ୬ ବର୍ଷର ଶିଶୁ କନ୍ୟା ଜଣଙ୍କ ହଠାତ ନିଖୋଜ ହୋଇଯାଇଥିଲା। ଏହା ପରେ ପରିବାର ପକ୍ଷରୁ ଶିଶୁ କନ୍ୟାକୁ ବହୁତ ଖୋଜା ଖୋଜି କରିବା ସହ ପୋଲିସରେ ଅଭିଯୋଗ ମଧ୍ୟ କରିଥିଲେ। ଏହାପରେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଗତକାଲି ନିଖୋଜ ଶିଶୁ କନ୍ୟାର ମୃତ ଦେହ ପୋଲିସ ଉଦ୍ଧାର କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରପଡାର ଏକ ଘରୋଇ ନର୍ସିଙ୍ଗ ହୋମରୁ ଅଦ୍ଭୂତ ଶିଶୁ କନ୍ୟା ଜନ୍ମ

ଭୁବନେଶ୍ବର: କେନ୍ଦ୍ରପଡାର ଘରୋଇ ନର୍ସିଙ୍ଗ ହୋମରୁ ଏକ ଅଦ୍ଭୂତ ଶିଶୁ କନ୍ୟା ଜନ୍ମ ହୋଇଥିବା ସୂଚନା ରହିଛି। ନବଜାତ ଶିଶୁକନ୍ୟାର ଦୁଇଟି ମୁଣ୍ଡ, ୩ ଟି ହାତ, ୪ ଟି ଆଖି ଏବଂ ୪ ଟି କାନ ଥିବା ଜଣାପଡିଛି। ବର୍ତ୍ତମାନ ନବଜାତ ଶିଶୁକନ୍ୟଟି ସୁସ୍ଥ ଅଛି। କିନ୍ତୁ ଏବେ ତାକୁ କଟକ ସ୍ଥାନାନ୍ତରିତ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

15 ହଜାର ଟଙ୍କାରେ ଶିଶୁ କନ୍ୟାକୁ ବିକିଲେ ମାତା-ପିତା

ସମ୍ବଲପୁର :  ମାତ୍ର 15 ହଜାର ଟଙ୍କା ପାଇଁ ଶିଶୁ କନ୍ୟାକୁ ବିକିଛନ୍ତି ବାପା-ମା’ । ରେଢାଖୋଲ ଅଞ୍ଚଳରେ ଶିଶୁକନ୍ୟାକୁ ବିକ୍ରି ନେଇ ଅଭିଯୋଗ ଆସିଛି । ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ କେଉଟିବାହଳି ଗାଁର ଜଣେ ଦମ୍ପତି ତାଙ୍କର ମାସକର ଶିଶୁକନ୍ୟାକୁ କୁଷାପାଲି ଗାଁ’ର ଜଣେ ଦମ୍ପତିଙ୍କୁ ବିକ୍ରି କରିଦେଇଥିଲେ। ଏନେଇ ରେଢ଼ାଖୋଲ ଚାଇଲ୍ଡ ଲାଇନ ଥାନାରେ ଅଭିଯୋଗ କରିଥିଲା। ଚାଇଲ୍ଡ ଲାଇନ ଓ ଚାରମାଲ ପୋଲିସ୍‌ ଆଜି ସକାଳୁ ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁ କନ୍ୟାକୁ କିଣିଥିବା ଦମ୍ପତିଙ୍କୁ ଅଟକ ରଖି ପୋଲିସ୍‌ ପଚରାଉଚୁରା କରୁଛି ।  ଶିଶୁ କନ୍ୟାର ବୟସ ମାତ୍ର 1 ମାସ 7ଦିନ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ଅଲୋଡା ହେଲା ଶିଶୁକନ୍ୟା : ବାଘମାରୀ ହଟ୍ଟକେଶ୍ବର ମହିଳା ମହାବିଦ୍ୟାଳୟ ପଛପଟୁ ଉଦ୍ଧାର ହେଲା ନବଜାତ

ଖୋର୍ଦ୍ଧା : ଆଜି ସମୟରେ ଝିଅ କୌଣସି ପୁଅଠାରୁ କମ୍‌ ନୁହେଁ । ତଥାପି ବି ପୁଅ ଓ ଝିଅଙ୍କ ମଧ୍ୟରେ ଫରକ ଦେଖାଯାଉଛି । ଆଜି ବି କିଛି ଲୋକେ ଝିଅକୁ ଅଲୋଡା ବୋଲି ଭାବୁଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ପୁଣି ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି ।

ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା । ବାଘମାରୀ ହଟ୍ଟକେଶ୍ବର ମହିଳା ମହାବିଦ୍ୟାଳୟ ପଛପଟୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । କେହି ଶିଶୁଟିକୁ ଫୋପଡି ଦେଇ ଚାଲିଯାଇଥିବାବେଳେ ନବଜାତ ଶିଶୁ କନ୍ୟାର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ତେବେ କିଏ କାହିଁକି ନବଜାତ କନ୍ୟାକୁ ସେଠାରେ ଫୋପାଡି ଦେଇଛନ୍ତି ସେ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ ।