Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲରେ ୭ ବର୍ଷ ଶିଶୁ କନ୍ୟାର ସଫଳ ହୃଦ ଅସ୍ତ୍ରୋପଚାର
ଆଜିର ଖବର

ସମ୍ ହସ୍ପିଟାଲରେ ୭ ବର୍ଷ ଶିଶୁ କନ୍ୟାର ସଫଳ ହୃଦ ଅସ୍ତ୍ରୋପଚାର

April 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜନ୍ମଗତ ହୃଦଜନିତ ତୃଟି ଥିବା ଏକ ୭ ବର୍ଷର ଶିଶୁ କନ୍ୟାକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ସୁସ୍ଥ କରିପାରିଛନ୍ତି ସମ୍ ହସ୍ପିଟାଲର ଡାକ୍ତର। ଏହି ଶିଶୁ କନ୍ୟାଟିର ଜନ୍ମରୁ ହାର୍ଟରେ ଏକ ଛିଦ୍ର ରହିଥିବା ବେଳେ ଫୁସଫୁସକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରୁନଥିଲା। ତେବେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଡ଼ାକ୍ତରଙ୍କ ପ୍ରଚେଷ୍ଟା ଓ ଚିକିତ୍ସା ଓ ଅସ୍ତ୍ରୋପଚାର ଦ୍ୱାରା ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛି।

କେନ୍ଦୁଝର ଅଂଚଳର ଏହି ଶିଶୁଟିର ଜଟିଳ ହୃଦ ସମସ୍ୟା ଥିବା ଯୋଗୁ ସେ ଠିକ୍ ଭାବେ ସେ ତାର ଖାଦ୍ୟ ଗ୍ରହଣ କରି ପାରୁନଥିଲା, ତାର ଓଜନ ଖୁବ୍ କମ୍ ଥିଲା ଏବଂ ସେ କୌଣସି ଶାରିରୀକ କାର୍ଯ୍ୟ କରିବାରେ ମଧ୍ୟ ସକ୍ଷମ ହୋଇପାରୁନଥିଲା। ତାର ପିତାମାତା ଅନେକ ହସ୍ପିଟାଲରୁ ନିରାଶ ହେବା ପରେ ଶେଷରେ ସମ୍ ହସ୍ପିଟାଲ ଆସିଥିଲେ। ଏଠାରେ ପ୍ରଥମେ କାର୍ଡିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର କୁମାର ଗୌରବ ଚିକିତ୍ସା ଆରମ୍ଭ କରିବା ସହ ପରୀକ୍ଷା ନିରୀକ୍ଷା କରିଥିଲେ। ପରୀକ୍ଷାରୁ ଝିଅଟିରେ ହାର୍ଟରେ ଛିଦ୍ର ଅର୍ଥାତ୍ ଭେଂଟ୍ରିକୁଲାର ସେପ୍ଟାଲ ଡିଫେକ୍ଟ (ଭିଟିଏସ) ଥିବା ସହ ଫୁସଫୁସକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରୁନଥିବାର ଜାଣିବାକୁ ପାଇଥିଲେ। ଏହି ସମସ୍ୟା ଯୋଗୁ ତାର ଶରୀରରେ ଅମ୍ଳଜାନ ସ୍ତର ମାତ୍ର ୬୦-୬୫ ରହୁଥିଲା ବୋଲି ଡ଼ାକ୍ତର କୁମାର ଗୌରବ କହିଛନ୍ତି।

ଶିଶୁଟିର ଅବସ୍ଥା ସଂକଟାପନ୍ନ ଦେଖି ସେ ତୁରନ୍ତ କାର୍ଡିଓଲୋଜି ବିଭାଗର ସିଟିବିଏସ ସର୍ଜନ ଡ଼ାକ୍ତର ସଂଗ୍ରାମ କେଶରୀ ବେହେରାଙ୍କ ନିକଟକୁ ପଠାଇଥିଲେ। ଡାକ୍ତର ବେହେରା ଓ ତାଙ୍କ ଟିମ୍ ତୁରନ୍ତ ଶିଶୁର ଅସ୍ତ୍ରୋପଚାର କରିବାର ନିଷ୍ପତି ନେଇଥିଲେ। ଏହି ବିରଳ ଅସ୍ତ୍ରୋପଚାର ଦ୍ୱାରା ତା ହାର୍ଟରେ ଥିବା ଛିଦ୍ରଟିକୁ ବନ୍ଦ କରିଦେବା ସହ ଫୁସଫୁସକୁ ସ୍ୱଚ୍ଛ ରକ୍ତ ସଂଚାଳନ କରୁଥିବା ଧମନୀ, ଯାହାକି ବନ୍ଦ ହୋଇଯାଇଥିଲା ସେ ରାସ୍ତାକୁ ସଫା କରିବା ସହ ଉନ୍ମୁକ୍ତ କରିଦେଇଥିଲେ, ଯାହା ଫଳରେ ଶିଶୁଟି ନିଶ୍ୱାସ ନେବାରେ ଆଉ କୌଣସି ସମସ୍ୟା ହୋଇ ପାରିନଥିଲା ଏବଂ ସେ ସୁସ୍ଥ ହୋଇପାରିଥିଲା। ତାର ଅମ୍ଳଜାନ ସ୍ତର ମଧ୍ୟ ୧୦୦ ପ୍ରତିଶତ ହୋଇପାରିଛି ବୋଲି ଅପରେସନ କରିଥିବା ଡ଼ାକ୍ତର ସଂଗ୍ରାମ କେଶରୀ ବେହେରା କହିଛନ୍ତି।
ବର୍ତମାନ ଶିଶୁଟି ସୁସ୍ଥ ଅଛି ଏବଂ ଖୁବ୍ ଶିଘ୍ର ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ ହୋଇଯିବ ବୋଲି ମଙ୍ଗଳବାର ସମ୍ ହସ୍ପିଟାଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାର୍ଡିଓଲୋଜି ବିଭାଗର ଡାକ୍ତର କୁମାର ଗୌରବ, ଡାକ୍ତର ସଂଗ୍ରାମ କେଶରୀ ବେହେରା, ଡ଼ାକ୍ତର ଦେବସ୍ମିତା ରଥ ଓ ଡ଼ାକ୍ତର ଅନୁସ୍ପନ୍ଦନା ମହାପାତ୍ର ସୂଚନା ଦେଇଛନ୍ତି।

ଶିଶୁଟିର ଜନ୍ମରୁ ଏଭଳି ସମସ୍ୟା ଥିବାବେଳେ ଏବେ ସମ୍ ହସ୍ପିଟାଲର ଡାକ୍ତରଙ୍କ ଯୋଗୁଁ ସେ ସୁସ୍ଥ ହୋଇପାରିଛି ବୋଲି ତାର ବାପା-ମା କହିଛନ୍ତି। ତେବେ ଏଭଳି ଜନ୍ମଗତ ହୃଦ ସମସ୍ୟା ଥିବା ଶିଶୁଙ୍କର ଏକ ବର୍ଷ ମଧ୍ୟରେ ଅପରେସନ କରାଇଦେବା ଉଚିତ ବୋଲି ଡ଼ାକ୍ତର ଦେବସ୍ମିତା ରଥ କହିଛନ୍ତି।

ସମ୍ ହସ୍ପିଟାଲରେ ଏକ ପେଡିଆଟ୍ରିକ୍ କାର୍ଡିଓଲୋଜି ୟୁନିଟ୍ ଖୋଲାଯାଇଥିବାବେଳେ ଡାକ୍ତର ଗୌରବ, ଡ଼ାକ୍ତର ବେହେରା, ଡ଼ାକ୍ତର ରଥ, ଡ଼ା ଅନୁସ୍ପନ୍ଦନା ମହାପାତ୍ର ଓ କାର୍ଡିଆକ ଆନେସ୍ଥେଟିଷ୍ଟ ଡ଼ାକ୍ତର ସୁଶାନ୍ତ ଭୋଇଙ୍କ ସମେତ ୨୦ ଜଣଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ଏଭଳି ବିରଳ ଓ ଜଟିଳ ହୃଦ ସମସ୍ୟାର ସଫଳ ଅସ୍ତ୍ରୋପଚାର କରାଯାଉଥିବା ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।

ଶିଶୁ କନ୍ୟା ସମ୍‌ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୩୮୯ କୁ ବୃଦ୍ଧି, ଏବେ ବି ନିଖୋଜ ୧୪୦୦

August 28, 2026

‘ଫୁଟ ଓଭର ବ୍ରିଜ’ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ: ଭୁବନେଶ୍ଵର ସାଂସଦଙ୍କୁ ଟାର୍ଗେଟ କଲା କଂଗ୍ରେସ

August 28, 2026

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026

ମାନେସର ଏନଏସଜିରେ ପ୍ରଥମ ମହିଳା କମାଣ୍ଡୋ କୋର୍ସ: ନାରୀ ଶକ୍ତି ପାଇଁ ଗୌରବର ମାଇଲଖୁଣ୍ଟ

August 28, 2026
Latest News

ଦଶମ ପଢିଛନ୍ତି କି?: ଲିଖିତ ପରୀକ୍ଷା ବିନା ଡାକ ବିଭାଗରେ ହେବ ୨୫,୦୦୦ ରୁ ଅଧିକ ନିଯୁକ୍ତି

August 28, 2026

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୩୮୯ କୁ ବୃଦ୍ଧି, ଏବେ ବି ନିଖୋଜ ୧୪୦୦

August 28, 2026

୧୨ ବର୍ଷ ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା: ଜମା ରାଶି ୩.୧୭ ଲକ୍ଷ କୋଟି

August 28, 2026

‘ଫୁଟ ଓଭର ବ୍ରିଜ’ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ: ଭୁବନେଶ୍ଵର ସାଂସଦଙ୍କୁ ଟାର୍ଗେଟ କଲା କଂଗ୍ରେସ

August 28, 2026

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.