Categories
ବିଶେଷ ଖବର ରାଜ୍ୟ ଖବର

ମହିଳାଙ୍କ ଦକ୍ଷତା ବିକାଶ ପାଇଁ ନୂଆ ପଦକ୍ଷେପ, ତିନୋଟି ସଂସ୍ଥା ସହିତ ବୁଝାମଣା

ଭୁବନେଶ୍ୱର: ମହିଳାଙ୍କ ଦକ୍ଷତାର ବିକାଶରେ ଆଜି ଆମେ ଏକ ନୂଆ ଫର୍ଦ୍ଦ ଯୋଡିବା ପାଇଁ ଯାଉଛି। ଓଡ଼ିଶା ସରକାର ମହିଳାମାନଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ କାର୍ଯ୍ୟ କରିବାର ସୁଯୋଗ ଦେବା ସହ ନିଷ୍ପତ୍ତି ନେବା ପକ୍ରିୟାରେ ମଧ୍ୟ ସାମିଲ କରୁଛନ୍ତି।

ମହିଳାମାନଙ୍କ ଅଧିକାରକୁ ସମ୍ମାନ ଜଣାଇ ରାଜ୍ୟର ଗଠନ ମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ନିଯୋଜିତ କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ମତବ୍ୟକ୍ତ କରିଛନ୍ତି।

ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର (ଗୃହ ଅର୍ଥନୀତି ତାଲିମ କେନ୍ଦ୍ର) ରେ ଅନୁଷ୍ଠିତ ଏକ ବୈଠକରେ ମହିଳା ଶିଶୁ ବିକାଶ ବିଭାଗ ସହ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି।

ଏହି ବୈଠକରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ବର୍ତ୍ତମାନର ଯାନ୍ତ୍ରୀକ ଓ ବୈଷୟିକ ତାଲିମ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ, ଗୋପବନ୍ଧୁ ପ୍ରଶାସନିକ ଏକାଡେମି ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ମିଳିତ ସହଯୋଗରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ଉତ୍କର୍ଷ ତାଲିମ କେନ୍ଦ୍ରରେ ରୂପାନ୍ତରିତ କରି ଗୁଣାତ୍ମକ ଶିକ୍ଷା ଓ ତାଲିମ ବ୍ୟବସ୍ଥାକୁ ସୁଦୃଢ କରିବାକୁ ସ୍ଥିର କରାଯାଇଛି।

ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷିକା ଶ୍ରୀମତୀ ଏସ. ଜାଗୃତି ଓ ଗୋପବନ୍ଧୁ ପ୍ରଶାସନିକ ଏକାମେୀର ସ୍ୱତନ୍ତ୍ର ସଚିବ ତଥା ଅତିରିକ୍ତ ନିର୍ଦ୍ଦେଶକ ଆରାଧନା ଦାସ ଓ ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ଅତିରିକ୍ତ ସଚିବ ଧରଣୀଧର ନନ୍ଦ ଏହି ବୁଝାମୁଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର ଉପରେ ଆଧାରିତ ଏକ ଭିଡ଼ିଓ ଫିଲ୍ମ ପ୍ରଦର୍ଶିତ ହୋଇଥିଲା।

ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ସହ ଯୋଡି ହେବା ଆମ ପାଇଁ ଏକ ଗୌରବର ବିଷୟ। ଏହି ବୁଝାମଣା ସ୍ୱାକ୍ଷର ହେବା ଦ୍ୱାରା ରାଜ୍ୟର ମହିଳାମାନଙ୍କର ପ୍ରଶାସନିକ ଦକ୍ଷତା ସହ ବୃତ୍ତିଗତ ମନୋଭାବ ମଧ୍ୟ ସଶକ୍ତ ହେଇପାରିବ।

ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ରାଜ୍ୟର ଏକ ଉତ୍କର୍ଷ ତାଲିମ କେନ୍ଦ୍ରରେ ରୂପାନ୍ତରିତ କରିବା ଦ୍ୱାରା ଅଙ୍ଗନବାଡି କର୍ମୀମାନେ ବିଷୟ ବିଶେଷଜ୍ଞ ଓ ଦକ୍ଷ ପ୍ରଶାସକ ଦ୍ୱାରା ତାଲିମ ପାଇପାରିବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ମତ ପ୍ରକାଶ କରିଛନ୍ତି।

ଏହି ବୁଝାମଣା ଦ୍ୱାରା ପଞ୍ଚାୟତ ସ୍ତରରେ ମା’ମାନଙ୍କର କାର୍ଯ୍ୟଦକ୍ଷତାରେ ଉନ୍ନତି ଆସିବ ବୋଲି ରାଜ୍ୟ ଉନ୍ନନୟ ଓ ପଞ୍ଚାୟତରାଜ ପ୍ରତିଷ୍ଠାନର ଅତିରିକ୍ତ ସଚିବ ଧରଣୀଧର ନନ୍ଦ ଆଶା ପ୍ରକାଶ କରିଛନ୍ତି। ମିଳିତ ସହଯୋଗରେ ହିଁ ଆମେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ଉତ୍କର୍ଷ ତାଲିମ କେନ୍ଦ୍ର ର ରୂପାନ୍ତରିତ କରିପାରିବା ବୋଲି ତାଲିମ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷିକା ଏସ. ଜାଗୃତି କହିଛନ୍ତି।

ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଦୁର୍ଗାପ୍ରସାଦ ମହାରଣା ସ୍ୱାଗତ ଅଭିଭାଷଣ ରଖିଥିଲେ ଓ ଅନୁ ସଚିବ ଶ୍ରୀମତୀ ସ୍ୱଂୟପ୍ରଭା ମୁଦୁଲି ଧନ୍ୟବାଦ ଜ୍ଞାପନ କରିଥିଲେ।

Categories
ଆଞ୍ଚଳିକ

ରାଜ୍ୟ ମହିଳା ଓ ଶିଶୁ ବିକାଶ ସଚିବଙ୍କ ବାଣପୁର ଓ ଚିଲିକା ବ୍ଲକ ଗସ୍ତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ତଥା ଖୋର୍ଦ୍ଧା ଜିଲ୍ଲା ନୋଡାଲ ଅଧିକାରିଣୀ ଶୁଭା ଶର୍ମା (ଆଇଏଏସ) ବାଣପୁର ଓ ଚିଲିକା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ସଚିବଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ବାଣପୁର ବିଡ଼ିଓ ବୁଲବୁଲ ବେହେରା, ଚିଲିକା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ଚିଲିକା ସିଡ଼ିପିଓ ଅନୁସୂୟା ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ ଆଦି ଉପସ୍ଥିତ ଥିଲେ।

ସଚିବ ପ୍ରଥମେ ବାଣପୁର ଅନ୍ତର୍ଗତ ବ୍ଲକ ନାଚୁଣି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ ଏବଂ ଏହାପରେ ତୋରସିଂ ଗ୍ରାମ ପଞ୍ଚାୟତର ମହାରଥା ହାଚେରୀ (ମତ୍ସ୍ୟ ପାଳନ କେନ୍ଦ୍ର ) କୁ ଯାଇ କିପରି ମାଛ ଉତ୍ପାଦନ ହେଉଛି ଏବଂ ଏହାଦ୍ୱାରା କିପରି ମହିଳା ମାନେ ସ୍ୱାବଲମ୍ବି ହେଇପାରୁଛନ୍ତି ତାହା ତଦାରଖ କରିଥିଲେ।

ଏହାପରେ ଶ୍ରୀମତୀ ଶର୍ମା ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ୫ଟି ବିଦ୍ୟାଳୟକୁ ଯାଇଥିଲେ ଏବଂ ସେଠାରେ ଉପଲବ୍ଧ ଥିବା ବିଭିନ୍ନ ଆଧୁନିକ ବ୍ୟବସ୍ଥା ପରଖିବା ସହ ମଧ୍ୟାହ୍ନ ଭୋଜନର ମାନ ପରଖିଥିଲେ।

ପରିଶେଷରେ ନୂଆଗଡ଼ ସ୍ଥିତ ଏକ ବାୟୋଫ୍ଲକ ପରିଦର୍ଶନ କରି ଟାଙ୍ଗୀ ବ୍ଲକ ଅଭିମୁଖେ ଗସ୍ତ କରିଥିଲେ ଶ୍ରୀମତୀ ଶର୍ମା।

ସୂଚନା ଥାଉକି ବାଣପୁର ବ୍ଲକରେ ଦୀର୍ଘ ମାସ ହେଲା ସିଡ଼ିପିଓ ପଦବୀ ଖାଲି ପଡ଼ିଥିବା ହେତୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ମନ୍ଥର ଗତିରେ ହେଉଥିବାର ଅଭିଯୋଗ ହେଉଛି। ବିଡ଼ିଓ ଅସ୍ଥାୟୀ ସିଡ଼ିପିଓ ଦାଇତ୍ୱରେ ଥିବା ବେଳେ ମୂଳ ଦାଇତ୍ୱ କାର୍ଯ୍ୟାଭାର ବୃଦ୍ଧି ଲାଗି ବହୁ ଉନ୍ନୟନ ମୂଳକ କାର୍ଯ୍ୟ ବିଳମ୍ବରେ ହେଉଥିବାର ଅଭିଯୋଗ ହେଉଛି।

ଖୋର୍ଦ୍ଧା ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ଯଥାଶୀଘ୍ର ବାଣପୁର ବ୍ଲକରେ ନୂତନ ସିଡ଼ିପିଓଙ୍କୁ ନିଯୁକ୍ତି ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭୁବନେଶ୍ବରରେ ଉଦଘାଟିତ ହେଲା ଜାତୀୟ ହସ୍ତତନ୍ତ ମେଳା-୨୦୨୨

ଭୁବନେଶ୍ୱର: ଆମ ଦେଶ ଭାରତର ସମସ୍ତ ବୟନ କଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇବା ପାଇଁ ତଥା ଏହାର ବାଣିଜି୍ୟକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରି ଏଥିରେ ସଂପୃକ୍ତ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବୟନିକା ଦ୍ୱାରା ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ୨୧ତମ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜିତ ହୋଇଛି। ଏହି ‘ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା’ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ଆଜି ସନ୍ଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଏହି ମେଳାକୁ ଉଦ୍‌ଘାଟନ କରିଛନ୍ତି।ଏହି ଉଦ୍‌ଘାଟନୀ ଉତ୍ସବରେ ମଧ୍ୟ ଭୁବନେଶ୍ୱର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶ, ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର ଏବଂ ବୟନଶିଳ୍ପ ନିର୍ଦ୍ଦେଶାଳୟ ଓ ବୟନିକାର ପଦାଧିକାରୀବୃନ୍ଦ ଯୋଗ ଦେଇଥିଲେ।

ଏହି ମେଳାରେ ୨୧୫ଟି ଷ୍ଟଲ ଖୋଲାଯାଇଛି। ଏଥି ମଧ୍ୟରୁ ୧୧୫ଟି ଷ୍ଟଲ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କୁ ପ୍ରଦର୍ଶନୀ ନିମନ୍ତେ ଦିଆଯାଇଛି। ଅନ୍ୟ ୧୦୦ଟି ଷ୍ଟଲ ଅନ୍ୟ ରାଜ୍ୟର ଅଂଶଗ୍ରହଣକାରୀ ସଂସ୍ଥାଙ୍କୁ ଆବଣ୍ଟନ କରାଯାଇଛି। ଏହି ମେଳାରେ ଉତ୍ତରପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ହରିୟାନା ଏବଂ ଓଡ଼ିଶାର ବିଭିନ୍ନ ସଂସ୍ଥା/ସମିତି ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି।

ଏହି ପ୍ରଦର୍ଶନୀରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା, ଲକ୍ଷ୍ନୌର ଚିକେନକାରୀ, ଜାମ୍ମୁ ଓ କାଶ୍ମୀରର ପଶ୍ମିନା-ସାଲ୍‌, ତାମିଲନାଡ଼ୁର କାଞ୍ଜିବରମ୍‌ ପାଟଶାଢ଼ି, ଦିଲ୍ଲୀ, ହରିୟାନାର ଫର୍ନିସିଙ୍ଗ୍‌ ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ଣ୍ଣାଟକର ଶିá ଶାଢ଼ି ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି।

ଏହି ମେଳା ପ୍ରତ୍ୟହ ଦିବା ୧୧.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ଓଡ଼ିଶାର ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ବିକି୍ର ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ର କଡ଼ାକଡ଼ି ଅନୁପାଳନ ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଛି। ସାମାଜିକ ଦୂରତା ରଖିବା ଓ ମାସ୍କ ପିନ୍ଧିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।

ଏଠାରେ ଦେଶର ସମସ୍ତ ରାଜ୍ୟର ହସ୍ତତନ୍ତ ବସ୍ତ୍ର ସହ ପାରମ୍ପରିକ ଖାଦ୍ୟ, ଖେଳକୁଦ ଓ ପ୍ରତ୍ୟେକ ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ଏହି ମେଳାରେ ବହୁସଂଖ୍ୟାରେ ଯୋଗଦେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ଗତବର୍ଷ ଏହି ମେଳାରେ ୧୦ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଚଳିତ ବର୍ଷ ପୂଜା ଉପଲକ୍ଷେ ୧୨ କୋଟିରୁ ଅଧିକ ବ୍ୟବସାୟ ହେବ ବୋଲି ଆଶା କରାଯାଉଛି। ଏହି ମେଳାକୁ ବୟନଶିଳ୍ପ ନିର୍ଦ୍ଦେଶାଳୟ ଓ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶାରେ ବୟନଶିଳ୍ପକୁ ନେଇ କୋଲକାତାଠାରେ ‘ମେକ୍‌ ଇନ୍‌ ଓଡ଼ିଶା-ରୋଡ଼୍‌ ସୋ’

ଭୁବନେଶ୍ବର: ରାଜ୍ୟରେ ଶିଳ୍ପକୈନ୍ଦ୍ରିକ ବାତାବରଣକୁ ବଳିଷ୍ଠ ରୂପ ଦେବା ପାଇଁ ଓଡ଼ିଶା ସରକାର ବହୁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ପଦକ୍ଷେପ ମଧ୍ୟରୁ କ୍ଷେତ୍ରୀୟ ନୀତିର ବିକାଶ, କ୍ଷେତ୍ରୀୟ ଶିଳ୍ପ ପାର୍କ ଏବଂ ଭିତ୍ତିଭୂମିର ବିକାଶ ଅନ୍ୟତମ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସଂପନ୍ନ ନେତୃତ୍ୱ ଏବଂ ଶିଳ୍ପ ଅନୁକୂଳ ଆଭିମୁଖ୍ୟ ରାଜ୍ୟକୁ ଦେଶର ଏକ ଅଗ୍ରଣୀ ଇଣ୍ଡଷ୍ଟି୍ର୍ର୍ରଆଲ ହବ୍‌ରେ ପରିଣତ କରିପାରିଛି ।

ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ହେବାକୁ ଥିବା ତୃତୀୟ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨ରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପକୁ ପ୍ରମୁଖ ସ୍ଥାନ ଦେବା ପାଇଁ ଆଜି କୋଲକାତାଠାରେ ଏକ ରୋଡ଼୍‌ ସୋ’ର ଆୟୋଜନ କରାଯାଇଥିଲା। କୋଲକାତାଠାରେ ଏହି ରୋଡ଼୍‌ ସୋ’ରେ ଯୋଗଦାନ କରି ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ କହିଲେ ଯେ, ହସ୍ତତନ୍ତ ଓ ବୟନଶିଳ୍ପ ଏପରି ଏକ କ୍ଷେତ୍ର ଯେଉଁଥିରେ ଓଡ଼ିଶା ଆଗାମୀ ଦିନରେ ଅଧିକ ଅଭିବୃଦ୍ଧି ହାସଲ କରିବା ଲକ୍ଷ୍ୟ ରଖିଛି। ଓଡ଼ିଶାରେ ବୟନଶିଳ୍ପ ଆକର୍ଷଣର କେନ୍ଦ୍ରବିନ୍ଦୁ ଓ ଏକ ଅଗ୍ରଣୀ କ୍ଷେତ୍ର। ପୁଂଜିନିବେଶକାରୀମାନେ ଓଡ଼ିଶାରେ ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ଅଧିକ ପୁଂଜି ବିନିଯୋଗ କରିବାକୁ ମନ୍ତ୍ରୀ ଶ୍ରୀମତୀ ସାହୁ ଆହ୍ୱାନ ଦେଇଥିଲେ।

ଏହି ରୋଡ଼୍‌ ସୋ’ରେ ଉଦ୍‌ବୋଧନ ଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଉପସ୍ଥିତ ଥିବା ସମସ୍ତ ନିବେଶକମାନଙ୍କୁ ଓଡ଼ିଶାରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨ରେ ପ୍ରତ୍ୟକ୍ଷ ଭାବରେ ଯୋଗଦେଇ ଓଡ଼ିଶାରେ ଉପଲବ୍ଧ ଥିବା ସୁଯୋଗ ସଂପର୍କରେ ଅବଗତ ହେବା ପାଇଁ ଅନୁରୋଧ କରିଥିଲେ। ଓଡ଼ିଶା ସବୁବେଳେ ଅନନ୍ୟ ହସ୍ତତନ୍ତ ପାଇଁ ପ୍ରସିଦ୍ଧି ଲାଭ କରିଛି ବୋଲି ଦୋହରାଇବା ସହ ଟେକ୍‌ନିକାଲ ଟେକ୍ସଟାଇଲ୍‌ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରୁଛନ୍ତି ବୋଲି ଶ୍ରୀମତୀ ଶର୍ମା ଉଲ୍ଲେଖ କରିଥିଲେ।

ଓଡ଼ିଶା ବୟନ ନୀତି (ଟେକ୍ସଟାଇଲ୍‌ ପଲିସି) ଏକ ସର୍ବୋତ୍ତମ ଶିଳ୍ପନୀତି ଭାବେ ପରିଗଣିତ ବୋଲି ଶ୍ରୀମତୀ ଶର୍ମା ତାଙ୍କ ଉଦ୍‌ବୋଧନରେ କହିଥିଲେ। ଓଡ଼ିଶା ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶ ଏହି ଅବସରରେ ଉଦ୍‌ବୋଧନ ଦେଇ ନିବେଶକାରୀମାନେ ଓଡ଼ିଶାରେ ସେମାନଙ୍କର ଟେକ୍ସଟାଇଲ୍‌ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଥିଲେ।

ଏହି ଅବସରରେ ପଶ୍ଚିମବଙ୍ଗ ରାଜ୍ୟ ପରିଷଦ ଏବଂ ଚାର୍‌ମୋକ୍‌ ହସ୍‌ପିଟାଲ୍‌ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ଶର୍ମା ଓଡ଼ିଶା ସରକାରଙ୍କର ଏଭଳି ଦୃଢ଼ ପଦକ୍ଷେପ ଏବଂ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟିର ଭୂୟସୀ ପ୍ରଶଂସା କରିବା ସହିତ ମେକ୍‌ ଇନ୍‌ ଓଡ଼ିଶାରେ ଯୋଗଦାନ କରିବା ପାଇଁ ନିବେଶକମାନଙ୍କୁ ଅନୁରୋଧ କରିଥିଲେ। ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଓଡ଼ିଶା ମୁଖ୍ୟ ଶ୍ରୀ ଅର୍ଦ୍ଧେନ୍ଦୁ ମହାପାତ୍ର ଏବଂ ଇଣ୍ଡିଆନ୍‌ ଅଏଲ୍‌ର ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ରହି ଓଡ଼ିଶା ସରକାରଙ୍କ ଶିଳ୍ପନୀତି ଓ ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ।

୧୫୦ରୁ ଅଧିକ ଶିଳ୍ପ ପ୍ରତିନିଧି ଓ ଟେକ୍ସଟାଇଲ୍‌ ଏବଂ ଆପାରେଲ୍‌ ଇଣ୍ଡଷ୍ଟି୍ରର ୧୫ ଜଣ ପ୍ରତିନିଧି ଏହି ରୋଡ଼୍‌ ସୋରେ ଯୋଗଦାନ କରିଥିଲେ।