Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସମ୍ମାନ ସହିତ ସ୍ଵରୂପ ନାୟକଙ୍କ କରାଯିବ ଶେଷକୃତ୍ୟ

ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ପରଲୋକଗତ ସ୍ଵରୂପ ନାୟକଙ୍କ ଶେଷକୃତ୍ୟ ରାଜ୍ୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ଵରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଡଃ ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ କରିବାକୁ ନିଷ୍ପତ୍ତି

ଭୁବନେଶ୍ବର: ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଡଃ ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ପରିଡା ଜାତୀୟସ୍ତରରେ ଜଣେ ଉଚ୍ଚକୋଟୀର ବୈଜ୍ଞାନିକ ଥିଲେ। ଗବେଷଣା କ୍ଷେତ୍ରରେ ଓଡିଶାର ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସ୍ବୀକୃତି ମିଳିବା କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କରୋନା ସମୟରେ ଡଃ ପରିଡା ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଗୁରୁତ୍ବପୂର୍ଣ୍ଣ ବୈଜ୍ଞାନିକ ସହାୟତା ଯୋଗାଇ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତାଙ୍କ ବିୟୋଗରେ ଦେଶ ଜଣେ ବିଶିଷ୍ଟ ବୈଜ୍ଞାନିକଙ୍କୁ ହରାଇଲା ବୋଲି ପ୍ରକାଶ କରିବା ସହିତ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପାଦନ କରାଯିବ ବୋଲି ଘୋଷଣା କରିଛନ୍ତି।

ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଶହୀଦ ହେଲେ କର୍ତ୍ତବ୍ୟରତ ଯବାନ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ଦାବି

ସୀତାରାମ ଅଗ୍ରୱାଲ

ବାଣପୁର: ଜଣେ ଓଡ଼ିଆ ଯବାନ ଦେଶ ପାଇଁ ଡ୍ୟୁଟି କରୁଥିବା ଅବସ୍ଥାରେ ସହିଦ ହୋଇଛନ୍ତି। ଓଡ଼ିଆ ଯବାନ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଖଣତ ଗ୍ରାମର ଦେବରାଜ ମହାରଣା ଓ ବୁଲୁବଦନୀ ମହାରଣାଙ୍କ ପୁତ୍ର ଜ୍ୟୋତି ପ୍ରକାଶ ମହାରଣା (୨୫)। ଜ୍ୟୋତି ପ୍ରକାଶଙ୍କ ପିତା ମଧ୍ୟ ପୂର୍ବତନ ସେନା କର୍ମଚାରୀ। ସେ ଦୀର୍ଘ ୩୦ ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟରତ ଥିବାବେଳେ ୨୦୧୮ ଜାନୁଆରୀ ମାସରେ ସେନା ଚାକିରିରୁ ଅବସର ନେଇଥିଲେ।

ତେବେ ତାଙ୍କ ବଡ଼ ପୁଅ ଜ୍ୟୋତିପ୍ରକାଶ ୨୦୧୬ ମସିହାରେ ଭାରତୀୟ ସେନାର ଏମଆଇଆରସି ବିଭାଗରେ ଭର୍ତ୍ତି ହୋଇଥିଲେ। ସେ ପ୍ରଥମେ ପଠାନକୋଟ ଏବଂ ବର୍ତ୍ତମାନ ପଞ୍ଜାବର ଭଟିଣ୍ଡା ଠାରେ ସେନାରେ କାର୍ଯ୍ୟରତ ଥିଲେ। କିନ୍ତୁ ଗତ ଶୁକ୍ରବାର ଦିନ ମଧ୍ୟ ରାତ୍ରିରେ ଡ୍ୟୁଟି ସମୟରେ ଜ୍ୟୋତିଙ୍କ ଦେହାନ୍ତ ହୋଇଯାଇଥିବାର ଖବର ପାଇଥିଲେ ତାଙ୍କ ପିତା ଦେବରାଜ। ଶୁକ୍ରବାର ରାତି ୧୨ ରୁ ୨ ଟା ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଡ୍ୟୁଟିକୁ ବାହାରୁଥିବା ବେଳେ ମୂର୍ଚ୍ଛା ହୋଇ ପଡିଯାଇଥିଲେ। ଏହି ଘଟଣା ବାବଦରେ ଗାର୍ଡ କମାଣ୍ଡର ଦେବରାଜଙ୍କୁ ଟେଲିଫୋନ ଯୋଗେ ସୂଚନା ଦେଇଥିଲେ। ସେଠାରୁ ତୁରନ୍ତ ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟର କାରଣ ଜଣାପଡ଼ିବାକୁ ଥିବା ବେଳେ ପ୍ରାଥମିକ ତଦନ୍ତରେ ଏହା ହୃଦଘାତ ଲାଗି ହୋଇଥିବାର ଜ୍ୟୋତିଙ୍କ ପିତା କହିଛନ୍ତି।  ଆଜି ଜ୍ୟୋତିଙ୍କ ମର ଶରୀରକୁ ଜାତୀୟ ପତାକାରେ ଅଚ୍ଛାଦିତ କରି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭାରତୀୟ ସେନା ବିମାନ ଯୋଗେ ଭଟିଣ୍ଡାରୁ ଭୁବନେଶ୍ୱର ବିମାନ ବନ୍ଦର ପଠାଇବା ବ୍ୟବସ୍ଥା କରିଥବାର ସୂଚନା ମିଳିଛି।

ତେବେ ଆଜି ରାତି ୧୦.୨୦ ଘଟିକାରେ ସହିଦ ଜ୍ୟୋତିଙ୍କ ମର ଶରୀର ଭୁବନେଶ୍ୱର ପହଞ୍ଚିବ ଏବଂ ତାଙ୍କୁ ଗ୍ରହଣ କରିବାକୁ ବିଷ୍ଣୁଡିହ ପଞ୍ଚାୟତ ସରପଞ୍ଚ ଭୁବନେଶ୍ୱର ଯାଇଥିବାର ଦେବରାଜ କହିଛନ୍ତି। ତେବେ ପିତା ଦେବରାଜ ପୁଅ ଡ୍ୟୁଟିରେ ସହିଦ ହୋଇଥିବାରୁ ଗୋଟାଏ ପଟେ ଗର୍ବ ଅନୁଭବ କରୁଥିବାବେଳେ ଅନ୍ୟପଟେ ଘରର ବଡ ପୁଅ ଚାଲିଯିବାରୁ ବୁକୁ ଫଟାଇ କାନ୍ଦୁଛନ୍ତି ଜ୍ୟୋତିଙ୍କ ପରିବାର।

ଜ୍ୟୋତିଙ୍କ ଜଣେ ସାନ ଭାଇ ଥିବାବେଳେ ଆଉ ଜଣେ ଭଉଣୀ ଅଛନ୍ତି। କିନ୍ତୁ ଏହି ଘଟଣା ପରେ ସହିଦଙ୍କ ପିତା ତଥା ପୂର୍ବତନ ସେନା କର୍ମଚାରୀ ଦେବରାଜ ଏକ ଇଚ୍ଛା ପ୍ରକାଶ କରିଛନ୍ତି। ପୁଅର ମର ଶରୀର ଗ୍ରାମରେ ଆସିବାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯାଉ ବୋଲି ପୂର୍ବତନ ସେନା କର୍ମଚାରୀ ନିବେଦନ କରିଛନ୍ତି। କାରଣ ଏଯାବତ ଏହି ବିଷୟରେ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ନଥିବାରୁ ସହିଦ ଜ୍ୟୋତିପ୍ରକାଶଙ୍କ ପିତା ଦୁଃଖ ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସାଂସଦ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଶେଷକୃତ୍ୟ

ଭୁବନେଶ୍ଵର: ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା ପରମ୍ପରାକୁ ବିଶ୍ବବ୍ୟାପୀ କରିଥିଲେ। ଓଡ଼ିଶାର କଳା ଓ ଐତିହ୍ୟ କୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ। ସାରା ଦେଶରେ ବହୁସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା। ପୁରୀ ଶ୍ରୀ ମନ୍ଦିର ମରାମତିରେ ସେ ମଧ୍ୟ ସହଯୋଗ କରିଥିଲେ। ଗଞ୍ଜାମ ତାରାତାରିଣୀ ମନ୍ଦିର ପୁନନିର୍ମାଣରେ ସେ ତାଙ୍କର ଅତୁଳନୀୟ କାରିଗରୀ ଦଷତା ପ୍ରଦର୍ଶନ କରିଯାଇଛନ୍ତି। ବାସ୍ତବରେ ସେ ଥିଲେ କଳାଜଗତର ଏକ ବିସ୍ମୟ କର ପ୍ରତିଭା।

ତାଙ୍କ ବିୟୋଗରେ ଭାରତର କଳା ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକ ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି।

ସ୍ବର୍ଗତ ରଘନାଥ ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।