Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ ଆସୋସିଏସନ୍ ତରଫରୁ ଶୋଭାଯାତ୍ରା

ବ୍ରହ୍ମପୁର: ୬୨ତମ ଜାତୀୟ ଫାର୍ମାସୀ ସପ୍ତାହ ଅବସରରେ ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ ଆସୋସିଏସନ୍ ତରଫରୁ ରାଜ୍ୟ ଔଷଧ ବ୍ୟବସିୟୀ ସଂଘ, ଓଡ଼ିଶା ଫାର୍ମାସିଷ୍ଟ ସଂଘ, ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ, ଦକ୍ଷିଣ ଓଡ଼ିଶା ଫାର୍ମାସିଷ୍ଟ ସଂଘ ଓ ସମସ୍ତ ଫାର୍ମାସୀ କଲେଜ୍ ସହଯୋଗରେ ଏମକେସିଜି ମେଡିକାଲ ମେଇନ୍ ଗେଟ ଠାରୁ ଆଇଟିଆଇ ପର୍ଯ୍ୟନ୍ତ ଏକ ରାଲି ଅନୁଷ୍ଠିତ ହୋଇଥିଲା। ଏହାକୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଶୁଭାରମ୍ଭ କରିଥଲେ।  ରାସ୍ତାରେ ଆର ଡି ସି ରେସ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ଆଇଟିଆଇ ସମ୍ମିଳନୀ କକ୍ଷରେ ଓଡ଼ିଶା ଫାର୍ମାସିଷ୍ଟ ମିଟ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ସଂଯୋଜକ ନବୀନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଫାର୍ମାସିଷ୍ଟ ସଂଘ ସଂପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦନ କରିଥଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଡି ଏମ ଇ ଟି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଓ ସମ୍ମାନୀତ ଅତିଥି ଭାବେ ସି ଡି ଏମ ଓ ଡାକ୍ତର ଉମ ଶଙ୍କର ମିଶ୍ର ଯୋଗ ଦେଇଥିଲେ। ଅନ୍ୟ ମାନଂକ ମଧରେ ୟୁ ସି ଡି ଏ ସଭାପତି ପି ସତ୍ୟ ନାରାୟଣ, ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ଓଡ଼ିଶା ଫାର୍ମାସିଷ୍ଟ ସଂଘ ସଭାପତି ଅକ୍ଷୟ କୁମାର ଦାସ, ସୋପା ସଭାପତି ବିଜୟ ସ୍ୱାଇଁ, ଅଧକ୍ଷ ଲଳିତ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ସେହିପରି ଏଠାରେ ୟୁ ସି ଡ଼ି ଏ ତରଫରୁ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ମେଡିସିନ ଡେଲିଭେରି ଆପ୍ ର ଶୁଭାରମ୍ଭ ହୋଇଥିଲା। ଶେଷରେ ଅଭିମନ୍ୟୁ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗଣେଶ ମେଢ଼ ବିସର୍ଜନ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ: ୱ।ର୍ଡ୍ ସଭ୍ୟ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଗ୍ରାମରେ ଗଣେଶ ମେଢ଼ ବିସର୍ଜନ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ପୁରୁଣା ଗଣ୍ଡଗୋଳ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିବା ଜଣାପଡିଛି। ଯାହାଫଳରେ ଉକ୍ତ ଗ୍ରାମର ପିଣ୍ଟୁ ଗୌଡ଼ ନାମକ ଜାଣେ ୱ।ର୍ଡ୍ ସଭ୍ୟ ଗୁରୁତର ଆହତ ହୋଇ ହିଞ୍ଜିଳି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ଆୟତ୍ତ କରିବା ସହ ଉଭୟ ପକ୍ଷରୁ ଅଭିଯୋଗ ଗ୍ରହଣ କରି ଏତଲା ନଂ ୭୦୩/୨୩ ଓ ୭୦୪/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆଗୁଆ ନିର୍ବାଚନ, ଏହା କେବଳ ଚର୍ଚ୍ଚା ନା କିଛି ରହିଛି ସମ୍ଭାବନା??

ଭୁବନେଶ୍ବର: କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଆମେ ଶୁଣୁଛୁ ଓଡିଶାରେ କୁଆଡେ ଆଗୁଆ ନିର୍ବାଚନ ହେବ। ଏହି ମନ୍ତବ୍ୟ ପରେ ଓଡିଶା ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି। କେବଳ ଧର୍ମେନ୍ଦ୍ର ନୁହଁନ୍ତି, ବହୁ ପୂର୍ବରୁ ଓଡିଶାରେ ଏହି ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଚାଲିଛି।

ତେବେ ଧର୍ମେନ୍ଦ୍ର ପ୍ରଧାନ ଏହିପରି ଏକ ସୂଚନା ପ୍ରଦାନ କରି ରାଜ୍ୟ ରାଜନୀତିକୁ ତାଜା କରି ଦେଇଛନ୍ତି। ସେ ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ତାଙ୍କ ପାଖରେ ଭିତିରି ଖବର ସଂଗ୍ରହ କରିବାର ଏକ ଲୋକବଳ କାମ କରୁଛି। ତେଣୁ ସେ ସେହିପରି କିଛି ସୂରାକ ପାଇଥିବାରୁ ଏପରି ଏକ ବିବୃତି ମିଡିଆ ଆଗରେ କହିଲେ ବୋଲି ଧରାଯିବ। ତେବେ କେବଳ ଓଡିଶାର ନୁହେଁ କେନ୍ଦ୍ରରେ ମଧ୍ୟ ବିଜେପି କୁଆଡେ ଆଗୁଆ ନିର୍ବାଚନ କରିବ ବୋଲି ଚର୍ଚ୍ଚା ଚାଲିଛି। ଯାହା ଧର୍ମେନ୍ଦ୍ର କହି ନାହାଁନ୍ତି ବା କହିପାରି ନାହାଁନ୍ତି।

ସେ ଯାହା ହେଉ ନା କାହିଁକି ଏବେ ପ୍ରଶ୍ନ ଉଠିଛି ଯେ, ପ୍ରକୃତରେ ଓଡିଶାରେ ଆଗୁଆ ନିର୍ବାଚନ ହେବ କି ? ଯଦି ହେବ ତେବେ କାହିଁକି ହେବ ? ଏଥିରେ କେଉଁ ଦଳ ଲାଭବାନ ହେବ ଏବଂ କେଉଁ ଦଳର କ୍ଷତି ହେବ ? ଯଦି କେନ୍ଦ୍ରରେ ଆଗୁଆ ନିର୍ବାଚନ ହୁଏ ତେବେ ଓଡିଶାରେ ମଧ୍ୟ ଏକାସାଥୀରେ ନିର୍ବାଚନ ହେବ କି ?

ଏହିପରି ଅନେକ ପ୍ରଶ୍ନ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଆଗୁଆ ନିର୍ବାଚନକୁ ନେଇ ସୃଷ୍ଟି ହେବାରେ ଲାଗିଛି। ତେବେ ଏହାରି ଭିତରେ ଆଉ ଏକ ପ୍ରସଂଗ ରହିଛି ତାହା ହେଲା ଓଡିଶାରେ ବିଜେଡି ବର୍ତ୍ତମାନ ଯେପରି ସ୍ଥିତିରେ ରହିଛି ସେ କାହିଁକି ଆଗୁଆ ନିର୍ବାଚନ ପାଇଁ ଇଚ୍ଛା ପ୍ରକାଶ କରିବ। କାରଣ ବିଗତ ଦିନର ରାଜ୍ୟ ରାଜନୀତି ବା ଉପନିର୍ବାଚନର ପରିସ୍ଥିତକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଯେ, ବିଜେଡି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏକ ନମ୍ବର। ଯାହାର ସ୍ଥିତି ସୁଦୃଢ ରହିଛି।

ସେଥିପାଇଁ ଗୋଟିଏ ସୁଦୃଢ ସରକାରଙ୍କୁ ଭାଙ୍ଗି ଆଗୁଆ ନିର୍ବାଚନ କରିବା ପାଇଁ ବିଜେଡି କେବେ ବି ଚାହିଁବ ନାହିଁ। ଅନ୍ୟପକ୍ଷରେ ଓଡିଶାରେ ଆଗୁଆ ନିର୍ବାଚନ କଲେ ବିଜେଡି ଏକ ବଡ ଭୁଲ କରି ବସିବ। କାରଣ ଓଡିଶା ବିଧାନସଭା ନିର୍ବାଚନ ହେଲେ ବିଜେପିର ମୋଦୀ ସାହାଙ୍କ ଠାରୁ ଆରମ୍ଭ କରି ଡଜନ ଡଜନ କେନ୍ଦ୍ରୀୟ ନେତା ଓଡିଶାରେ ପଡି ରହିବେ। ଫଳରେ ବିଜେଡିକୁ ଏହି କେନ୍ଦ୍ରୀୟ ମହାଶକ୍ତିକୁ ମୁକାବିଲା କରିବା ପାଇଁ କାଠିକର ପାଠ ହୋଇପଡିବ। ତେଣୁ ବିଜେଡି କାହିଁକି ଆଗୁଆ ନିର୍ବାଚନ କରି କାଦୁଅରେ ପଶିବ।

ତେବେ ଅନ୍ୟ ପ୍ରସଂଗ କଥା ଚିନ୍ତା କରାଯାଏ ତେବେ ବିଜେଡି ଆଗୁଆ ନିର୍ବାଚନ ପାଇଁ ଆଗ୍ରହ ପ୍ରକାଶ କରିବାର ସମ୍ଭାବନା ଯଥେଷ୍ଠ ରହିଛି। ତାହା ହେଲା, ଯଦି କେନ୍ଦ୍ରରେ ବିଜେପି ସରକାର ଆଗୁଆ ନିର୍ବାଚନ ପାଇଁ ଘୋଷଣା କରନ୍ତି ତେବେ ବିଜେଡି ଆଗୁଆ ନିର୍ବାଚନ ଚିନ୍ତା କରିବ।  କାରଣ ଏହାଦ୍ବାରା ବିଜେଡି ଲାଭରେ ରହିବ। କେନ୍ଦ୍ରୀୟ ନେତୃତ୍ବ ସାରା ଦେଶରେ ନିର୍ବାଚନ ପାଇଁ ମାତିବେ। ଓଡିଶା ନିର୍ବାଚନରେ ସେମାନେ ପୁରା ଶକ୍ତି ଅପଚୟ କରିପାରିବେ ନାହିଁ। ଫଳରେ ଓଡିଶା ବିଜେପି ନେତାଙ୍କୁ ଏକା ନବୀନ ସମ୍ଭାଳି ନେଇ ନେବେ।

ତେବେ ଏକ ବିଶେଷ ସୁତ୍ର ଅନୁସାରେ ବିଜେଡି ବର୍ତ୍ତମାନ କେନ୍ଦ୍ରୀୟ ପାଣିପାଗକୁ ଅପେକ୍ଷା କରି ରହିଛି। ସେଠାରେ କଣ ଘଟୁଛି ବା ଆଗକୁ ଘଟିବାର ସମ୍ଭାବନା ରହିଛି ତାହାକୁ ପୁରା ତୀକ୍ଷ୍ମ ଦୃଷ୍ଟିରେ ଅନେଇ ରହିଛି। ସେତେବେଳର ପାଣିପାଗ ଦେଖି ବାତ୍ୟା ମୁକାବିଲାରେ ପାରଙ୍ଗମ ଥିବା ବିଜେଡି ସରକାର ନିର୍ବାଚନ ମହାବାତ୍ୟାକୁ ମୁକାବିଲା କରିବାକୁ ପଦକ୍ଷେପ ନେବ।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଖୋର୍ଦ୍ଧା: ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା ଉଦ୍ଦେଶ୍ୟରେ ମିଶନ ଶକ୍ତି ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପରିସରରୁ ଏହି ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଶତାଧିକ ମହିଳା ସଦସ୍ୟାମାନେ ସାମିଲ ହୋଇ ଦୁର୍ନୀତି ରୋକିବା ନିମନ୍ତେ ସଚେତନତା ମୂଳକ ପ୍ଲାକାର୍ଡ ହାତରେ ଧରି ସ୍ଲୋଗାନ ମାନ ଦେଇଥିଲେ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଭିଜିଲାନ୍ସ ଆରକ୍ଷୀ ନିରୀକ୍ଷକ ଚନ୍ଦ୍ରକଳା ଜେନା, ମିଶନ ଶକ୍ତି ଡିପିସି ପୃଥ୍ବୀରାଜ ପଟ୍ଟନାୟକ, ଜୀବିକା ମିଶନର ଡିପିଏମ ବିବେକ ରଞ୍ଜନ ବେଉରିଆ, ବିପିସି ସ୍ବପ୍ନା ପାତ୍ର, ବିପିଏମ୍ ପ୍ରିୟଦର୍ଶୀ ଦାସ, ମିଶନ ଶକ୍ତିର ଅଞ୍ଜୁମନ ଆରା, ସୁକାନ୍ତି ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Categories
ବିଶେଷ ଖବର

ଦିନରେ ଶୋଭାଯାତ୍ର ଆଉ ରାତିରେ କର୍ଫ୍ୟୁ?, ଯୋଗୀ ସରକାରକୁ ସମାଲୋଚନା କଲେ ବିଜେପି ସାଂସଦ ବରୁଣ ଗାନ୍ଧୀ

ଲକ୍ଷ୍ନୌ: ୨୦୨୨ ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶୋଭାଯାତ୍ରା ଏବଂ ସାଧାରଣ ସଭା ଆରମ୍ଭ ହୋଇଛି। ନିର୍ବାଚନରେ ​​ନିଜକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସବୁ ରାଜନୈତିକ ଦଳଗୁଡିକ ଲକ୍ଷ ଲକ୍ଷ ଲୋକ ଭିଡ଼ ଜମାଉଛନ୍ତି। ଗୋଟିଏ ପଟେ ଦେଶରେ ଓମିକ୍ରନର ବିପଦ ବଢୁଥିବାବେଳେ ଅନ୍ୟ ପଟେ ନିର୍ବାଚନ ପ୍ରଚାର ଜୋରରେ ଚାଲିଛି ଏବଂ ଏହି ନିର୍ବାଚନ ପ୍ରଚାର ସମୟରେ କୋଭିଡ ପ୍ରୋଟୋକଲକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଯୋଗୀ ଆଦିତ୍ୟନାଥ ସରକାର କରୋନାକୁ ରୋକିବା ପାଇଁ ରାତିରେ କର୍ଫ୍ୟୁ ଲାଗୁ କରିଛନ୍ତି। କିନ୍ତୁ ବିଜେପି ସାଂସଦ ବରୁଣ ଗାନ୍ଧୀ ଏହାକୁ ନେଇ ଟାର୍ଗେଟ କରିଛନ୍ତି।

ପିଲିଭୀତ ସାଂସଦ ବରୁଣ ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି ଯେ, ରାତିରେ କର୍ଫ୍ୟୁ ଲାଗୁ କରିବା ଏବଂ ଦିନରେ ରାଲିରେ ଲକ୍ଷ ଲକ୍ଷ ଲୋକଙ୍କୁ ଡାକିବା, ଏହାକୁ ସାଧାରଣ ଲୋକ ବୁଝିପାରୁନାହାନ୍ତି। ଉତ୍ତରପ୍ରଦେଶର ସୀମିତ ସ୍ୱାସ୍ଥ୍ୟସେବା ପ୍ରଣାଳୀକୁ ଦୃଷ୍ଟିରେ ରଖି ସଚ୍ଚୋଟ ଭାବରେ ଓମିକ୍ରନ୍ ବିସ୍ତାରକୁ ରୋକିବା କିମ୍ବା ନିର୍ବାଚନୀ ଶକ୍ତିର ପ୍ରଦର୍ଶନକୁ ବନ୍ଦ କରିବା ଆମର ପ୍ରାଥମିକତା ହେବା ଉଚିତ।

ଉଲ୍ଲେଖନୀୟ କଥା ହେଉଛି, କିଛି ଦିନ ପୂର୍ବେକେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ଲାବାଦ ହାଇକୋର୍ଟ ନିବେଦନ କରିଥିଲେ ଯେ ଓମିକ୍ରନର ବିପଦକୁ ଦୃଷ୍ଟିରେ ରଖି ରାଲି ତଥା ରୋଡ୍ ସୋ ଉପରେ ପ୍ରତିବନ୍ଧକ ଲଗାନ୍ତୁ। ନିର୍ବାଚନ ମଧ୍ୟ ସ୍ଥଗିତ ରଖାଯିବା ଉଚିତ୍