Categories
ବିଶେଷ ଖବର

ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 

ନୂଆଦିଲ୍ଲୀ: ଚଳିତମାସ ୩୧ତାରିଖରେ ନୂଆଦିଲ୍ଳୀଠାରେ “ଆଜାଦି କି ଅମୃତ ମହୋତ୍ସବ”ର ଉଦ୍ଯାପନ ଉତ୍ସବ “ମେରି ମାଟି ମେରି ଦେଶ” ଆୟୋଜିତ ହେବ । ଜାତୀୟ ରାଜଧାନୀ ନୂଆଦିଲ୍ଲୀର ବିଜୟ ଚୌକ/ କର୍ତ୍ତବ୍ୟ ପଥରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଚାଲିଥିବା ଅମୃତ କଳସ ଯାତ୍ରାର ଆନୁଷ୍ଠାନିକ ଉଦ୍ଯାପନ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ନେଇ ମୁକ୍ତି ସଂଗ୍ରାମରେ ଅଂଶଗ୍ରହଣ କରି ପ୍ରାଣବଳୀ ଦେଇଥିବା ଭାରତୀୟବୀର ଶହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଏହି କାର୍ଯ୍ୟକ୍ରମ ପାଇଁ ଦେଶର ୩୬ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୭୬୬ ଜିଲ୍ଲା ଓ ୭୦୦୦ ବ୍ଲକରୁ ଅମୃତ କଳସଧାରୀ ମାନେ ଆସି ନୂଆଦିଲ୍ଲୀରେ ପହଞ୍ôଚବାରେ ଲାଗିଛନ୍ତି। ଏହି ଉତ୍ସବ ସହିତ ଦେଶରେ ଦୁଇବର୍ଷ ଧରି ଚାଲିଥିବା ଆଜାଦି କି ଅମୃତ ମହୋତ୍ସବ ଅଭିଯାନର ଆନୁଷ୍ଠାନିକ ଅବସାନ ଘଟିବ। ଏହି ଅମୃତ ମହୋତ୍ସବ ୨୦୨୧ ମାର୍ଚ୍ଚ ୧୨ ତାରିଖରେ ଆରମ୍ଭ ହୋଇଥିଲା। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତ ଅବସରରେ ଏହା ପାଳନ କରାଯାଉଥିଲା । ଆଜାଦି କି ଅମୃୃତ ମହୋତ୍ସବ ଅଭିଯାନ କାଳରେ ସମଗ୍ର ଦେଶରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଜନସାଧାରଣ ଅତ୍ୟନ୍ତ ଉତ୍ସାହ ଓ ଆଗ୍ରହର ସହିତ ଭାଗ ନେଇଥିଲେ।

ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଉଦ୍ଯାପନ ଉତ୍ସବରେ “ମେରା ଯୁବ ଭାରତ” (ମୋ ଭାରତ) ନାମରେ ଏକ ସ୍ୱୟଂଶାସିତ ସଂସ୍ଥାର ଆନୁଷ୍ଠାନିକ ଆରମ୍ଭ ହେବ। ବିକାଶ ପ୍ରକ୍ରିୟାରେ ଯୁବବର୍ଗଙ୍କୁ ନେତୃତ୍ୱ ନେବାର ସୁବିଧା ସୁଯୋଗ ଏହି ସଂସ୍ଥା ଯୋଗାଇବ। ନାଗରିକ ଓ ସରକାରଙ୍କ ମଧ୍ୟରେ ଯୁବ ସମାଜ ଯେପରି ସେତୁ ରୂପେ କାର୍ଯ୍ୟ କରିବେ ସେ ଦିଗରେ ଏହି ସଂସ୍ଥା କାମ କରିବ।

ନୂଆଦିଲ୍ଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ଭାଗ ନେବାକୁ ୩୬ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୨୦ହଜାରରୁ ଅଧିକ ଅମୃତ କଳସଧାରୀ ବିଭିନ୍ନ ବ୍ଲକରୁ ମାଟି ଧରି ପହଞ୍ôଚବାରେ ଲାଗିଛନ୍ତି । ସେମାନେ ୨୯ ତାରିଖ ସୁଦ୍ଧା ବିଭିନ୍ନ (ରେଳ, ବସ୍, ବିମାନ) ବାଟରେ ଆସି ପହଞ୍ôଚଯିବେ । ଅକ୍ଟୋବର ୩୦ ଓ ୩୧ରେ ବିଜୟ ଚୌକ/ କର୍ତ୍ତବ୍ୟ ପଥରେ ଏଥିପାଇଁ ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଅମୃତକଳସ ଧାରୀଙ୍କ ପାଇଁ ଦୁଇଟି ଶିବିର ଗୁରୁଗ୍ରାମର ଧାନଚିରି ଓ ଦିଲ୍ଲୀର ରାଧାସ୍ୱାମୀ ସତ୍ସଙ୍ଗ ବିହାରରେ କରାଯାଇଛି । କଳସଧାରୀମାନେ ସେଠାରେ ରହିବେ ଏବଂ ସେମାନଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି ।

ଅକ୍ଟୋବର ୩୦ତାରିଖରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କ ଜିଲ୍ଲା ଓ ବ୍ଲକରୁ ଆଣିଥିବା ମାଟିକୁ ଗୋଟିଏ କଳସରେ ଏକାଠି କରି ରଖିବେ । ଏହି କାର୍ଯ୍ୟକ୍ରମ ଅବସରରେ ସବୁ ରାଜ୍ୟର ଲୋକପ୍ରିୟ ଲୋକ କଳାମାନ ପ୍ରଦର୍ଶିତ ହେବ । ଦିନ ସାଢେ ୧୦ରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ବିଳମ୍ବିତ ସନ୍ଧ୍ୟା ଯାଏ ଚାଲିବ ।

ଅକ୍ଟୋବର ୩୧ରେ ବିଜୟ ଚୌକ୍ରେ ଏକ ସର୍ବସାଧାରଣ କାର୍ଯ୍ୟକ୍ରମ ଆୟୋଜିତ ହେବ । ଦିନ ୧୨ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏଥିରେ ସାଧାରଣ ଲୋକେ ଯୋଗଦେଇପାରିବେ । ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବ । ସେଦିନ ଅପରାହ୍ନ ୪ଘଟିକା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅମୃତକାଳର ଯାତ୍ରୀଙ୍କୁ ଉଦ୍ବୋଧନ ଦେବେ । ଏଥି ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପ୍ରଧାନମନ୍ତ୍ରୀ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ଦେଶର ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ବୀର ଶହୀଦ୍ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇବେ ।

Categories
ଆଞ୍ଚଳିକ

ବାଣପୁର: ସ୍ୱାଧୀନତା ସଂଗ୍ରାମୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁରର ଶେଷ ସ୍ୱାଧୀନତା ସଂଗ୍ରାମୀ ରାଧାକାନ୍ତ ନାୟକଙ୍କ ଦ୍ଵାଦଶ କ୍ରିୟାରେ ଆଜି ସନ୍ଧ୍ୟାରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରକାଶ ଥାଉକି ରାଧାକାନ୍ତ ନାୟକ ୧୯୨୧ ମସିହାରେ ଐତିହାସିକ ପାଲଟଣ ପଡିଆ ନିକଟ ସାନହନ୍ତୁଆଡ଼ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଦେଶ ପରାଧୀନ ଥିବାବେଳେ ଯୁବକ ଅବସ୍ଥାରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ବାଣପୁର ଅଞ୍ଚଳର ତତ୍କାଳୀନ ସମୟରେ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସାମିଲ କରିଥିବା ପର୍ଶୁରାମ ହରିଚନ୍ଦନ ଓ ପୂର୍ବତନ ବିଧ୍ୟାୟକ ରାମଚନ୍ଦ୍ର ପ୍ରହରାଜଙ୍କ ପ୍ରରୋଚନାରେ ସ୍ୱାଧୀନତା ଆନ୍ଦୋଳନରେ ରାଧାକାନ୍ତ ସାମିଲ ହୋଇଥିଲେ।

ତେବେ ଗତ ଫେବୃଆରୀ ୧୯ ତାରିଖ ରବିବାର ଦିନ ରାଧାକାନ୍ତ ତାଙ୍କ ପରିବାରବର୍ଗଙ୍କୁ ଛାଡି ଇହଲୀଳା ସମ୍ବରଣ କରିଥିଲେ। ଆଜି ତାଙ୍କର ଦ୍ୱାଦଶ କାର୍ଯ୍ୟରେ ଚିଲିକାର ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ଜିଲ୍ଲାପରିଷଦ ଉପସଭାପତି ଗୋପୀନାଥ ମହାରଣା ପ୍ରମୁଖ ଯୋଗ ଦେଇ ରାଧାନାଥଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ।

Categories
ଆଞ୍ଚଳିକ

ସାମ୍ବାଦିକଙ୍କ ସ୍ବର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଜେପି ନେତା ଡ଼ା ସମ୍ବିତ ପାତ୍ର

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳର ବିଶିଷ୍ଟ ସାମ୍ବାଦିକ ତଥା ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ପିତା ସ୍ବର୍ଗତ ଗଣେଶ ପ୍ରସାଦ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର। ଶ୍ରୀ ପାତ୍ର ଗୁରୁବାର ଦିନ ସୀତାରାମଙ୍କ ବାସଭବନକୁ ଯାଇ ସ୍ବର୍ଗତ ଗଣେଶ ପ୍ରସାଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହାସହିତ ସେ ସୀତାରାମଙ୍କୁ ସାନ୍ତ୍ୱନା ଦେବା ସହ ତାଙ୍କ ପରିବାରବର୍ଗଙ୍କ ସହ ବହୁ ସମୟ ବିତାଇଛନ୍ତି।

ସେହିପରି ଭାବେ ଉକ୍ତଦିନ ହିନ୍ଦୁ ଜାଗରଣ ମଞ୍ଚ ଓଡ଼ିଶା ପ୍ରଦେଶ ସଂଗଠନ ସମ୍ପାଦକ ତନ୍ମୟ ଦାସ ଏବଂ ପୂର୍ବତନ ଏବିଭିପି ଖୋର୍ଦ୍ଧା ଜିଲ୍ଲା ସଂଗଠନ ସମ୍ପାଦକ ଶଶିକାନ୍ତ ମଲିକ ମଧ୍ୟ ସ୍ବର୍ଗତ ଶ୍ରୀ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିପରି ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ବିଜେଡି ନେତା ମନୋଜ ବାରିକୀ ମଧ୍ୟ ଆଜି ସଂନ୍ଧ୍ୟାରେ ସୀତାରାମଙ୍କ ବାସଭବନକୁ ଯାଇ ସ୍ବର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସୂଚନା ଥାଉକି ସୀତାରାମଙ୍କ ପିତାଙ୍କ ଦେହାନ୍ତ ଗତ ୧୮ ତାରିଖରେ ଘଟିଥିଲା ଏବଂ ଏହିଭିତରେ ବହୁ ରାଜନେତା, ସମାଜସେବୀ, ବୁଦ୍ଧିଜୀବୀ, ଏବିଭିପି ଓ ଆରଏସଏସ କର୍ମକର୍ତ୍ତାମାନେ ସୀତାରାମଙ୍କ ଘରକୁ ଯାଇ ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଆସୁଛନ୍ତି।