Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 
ବିଶେଷ ଖବର

ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 

October 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 

ନୂଆଦିଲ୍ଲୀ: ଚଳିତମାସ ୩୧ତାରିଖରେ ନୂଆଦିଲ୍ଳୀଠାରେ “ଆଜାଦି କି ଅମୃତ ମହୋତ୍ସବ”ର ଉଦ୍ଯାପନ ଉତ୍ସବ “ମେରି ମାଟି ମେରି ଦେଶ” ଆୟୋଜିତ ହେବ । ଜାତୀୟ ରାଜଧାନୀ ନୂଆଦିଲ୍ଲୀର ବିଜୟ ଚୌକ/ କର୍ତ୍ତବ୍ୟ ପଥରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଚାଲିଥିବା ଅମୃତ କଳସ ଯାତ୍ରାର ଆନୁଷ୍ଠାନିକ ଉଦ୍ଯାପନ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ନେଇ ମୁକ୍ତି ସଂଗ୍ରାମରେ ଅଂଶଗ୍ରହଣ କରି ପ୍ରାଣବଳୀ ଦେଇଥିବା ଭାରତୀୟବୀର ଶହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଏହି କାର୍ଯ୍ୟକ୍ରମ ପାଇଁ ଦେଶର ୩୬ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୭୬୬ ଜିଲ୍ଲା ଓ ୭୦୦୦ ବ୍ଲକରୁ ଅମୃତ କଳସଧାରୀ ମାନେ ଆସି ନୂଆଦିଲ୍ଲୀରେ ପହଞ୍ôଚବାରେ ଲାଗିଛନ୍ତି। ଏହି ଉତ୍ସବ ସହିତ ଦେଶରେ ଦୁଇବର୍ଷ ଧରି ଚାଲିଥିବା ଆଜାଦି କି ଅମୃତ ମହୋତ୍ସବ ଅଭିଯାନର ଆନୁଷ୍ଠାନିକ ଅବସାନ ଘଟିବ। ଏହି ଅମୃତ ମହୋତ୍ସବ ୨୦୨୧ ମାର୍ଚ୍ଚ ୧୨ ତାରିଖରେ ଆରମ୍ଭ ହୋଇଥିଲା। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତ ଅବସରରେ ଏହା ପାଳନ କରାଯାଉଥିଲା । ଆଜାଦି କି ଅମୃୃତ ମହୋତ୍ସବ ଅଭିଯାନ କାଳରେ ସମଗ୍ର ଦେଶରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଜନସାଧାରଣ ଅତ୍ୟନ୍ତ ଉତ୍ସାହ ଓ ଆଗ୍ରହର ସହିତ ଭାଗ ନେଇଥିଲେ।

ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଉଦ୍ଯାପନ ଉତ୍ସବରେ “ମେରା ଯୁବ ଭାରତ” (ମୋ ଭାରତ) ନାମରେ ଏକ ସ୍ୱୟଂଶାସିତ ସଂସ୍ଥାର ଆନୁଷ୍ଠାନିକ ଆରମ୍ଭ ହେବ। ବିକାଶ ପ୍ରକ୍ରିୟାରେ ଯୁବବର୍ଗଙ୍କୁ ନେତୃତ୍ୱ ନେବାର ସୁବିଧା ସୁଯୋଗ ଏହି ସଂସ୍ଥା ଯୋଗାଇବ। ନାଗରିକ ଓ ସରକାରଙ୍କ ମଧ୍ୟରେ ଯୁବ ସମାଜ ଯେପରି ସେତୁ ରୂପେ କାର୍ଯ୍ୟ କରିବେ ସେ ଦିଗରେ ଏହି ସଂସ୍ଥା କାମ କରିବ।

ନୂଆଦିଲ୍ଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ଭାଗ ନେବାକୁ ୩୬ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୨୦ହଜାରରୁ ଅଧିକ ଅମୃତ କଳସଧାରୀ ବିଭିନ୍ନ ବ୍ଲକରୁ ମାଟି ଧରି ପହଞ୍ôଚବାରେ ଲାଗିଛନ୍ତି । ସେମାନେ ୨୯ ତାରିଖ ସୁଦ୍ଧା ବିଭିନ୍ନ (ରେଳ, ବସ୍, ବିମାନ) ବାଟରେ ଆସି ପହଞ୍ôଚଯିବେ । ଅକ୍ଟୋବର ୩୦ ଓ ୩୧ରେ ବିଜୟ ଚୌକ/ କର୍ତ୍ତବ୍ୟ ପଥରେ ଏଥିପାଇଁ ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଅମୃତକଳସ ଧାରୀଙ୍କ ପାଇଁ ଦୁଇଟି ଶିବିର ଗୁରୁଗ୍ରାମର ଧାନଚିରି ଓ ଦିଲ୍ଲୀର ରାଧାସ୍ୱାମୀ ସତ୍ସଙ୍ଗ ବିହାରରେ କରାଯାଇଛି । କଳସଧାରୀମାନେ ସେଠାରେ ରହିବେ ଏବଂ ସେମାନଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି ।

ଅକ୍ଟୋବର ୩୦ତାରିଖରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କ ଜିଲ୍ଲା ଓ ବ୍ଲକରୁ ଆଣିଥିବା ମାଟିକୁ ଗୋଟିଏ କଳସରେ ଏକାଠି କରି ରଖିବେ । ଏହି କାର୍ଯ୍ୟକ୍ରମ ଅବସରରେ ସବୁ ରାଜ୍ୟର ଲୋକପ୍ରିୟ ଲୋକ କଳାମାନ ପ୍ରଦର୍ଶିତ ହେବ । ଦିନ ସାଢେ ୧୦ରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ବିଳମ୍ବିତ ସନ୍ଧ୍ୟା ଯାଏ ଚାଲିବ ।

ଅକ୍ଟୋବର ୩୧ରେ ବିଜୟ ଚୌକ୍ରେ ଏକ ସର୍ବସାଧାରଣ କାର୍ଯ୍ୟକ୍ରମ ଆୟୋଜିତ ହେବ । ଦିନ ୧୨ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏଥିରେ ସାଧାରଣ ଲୋକେ ଯୋଗଦେଇପାରିବେ । ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବ । ସେଦିନ ଅପରାହ୍ନ ୪ଘଟିକା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅମୃତକାଳର ଯାତ୍ରୀଙ୍କୁ ଉଦ୍ବୋଧନ ଦେବେ । ଏଥି ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପ୍ରଧାନମନ୍ତ୍ରୀ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ଦେଶର ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ବୀର ଶହୀଦ୍ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇବେ ।

ନରେନ୍ଦ୍ର ମୋଦୀ ମେରି ମାଟି ମେରା ଦେଶ ଶ୍ରଦ୍ଧାଞ୍ଜଳି ଜ୍ଞାପନ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.