Categories
ଆଜିର ଖବର ଜାତୀୟ ଖବର

ଚା’ ବଗିଚାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜନ ବର୍ଲା ହେଲେ କେନ୍ଦ୍ରମନ୍ତ୍ରୀ: ଶିକ୍ଷାଗତ ଯୋଗ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ଜନ ବର୍ଲାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ରାଜ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଛି। ଅଲିପୁରଦ୍ଵାରରୁ ବିଜେପି ସାଂସଦ ଜନ ବର୍ଲାଙ୍କ ବ୍ୟକ୍ତିଗତ ଜୀବନର କାହିଣୀ ଏକ ଅଦ୍ଭୁତ ଏବଂ ଅସାଧାରଣ ଅଟେ। କିଛି ବର୍ଷ ପର୍ଯ୍ୟନ୍ତ ସେ ଚା ବଗିଚାରେ ଶ୍ରମିକ ଭାବେ କାମ କରୁଥିଲେ।

ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିବା ବର୍ଲାଙ୍କ ପିତାଙ୍କ ନାମ ଥୋମସ ବର୍ଲା ଅଟେ। ପଶ୍ଚିମବଙ୍ଗ ଜଲପାଇଗୁଡି ଜିଲ୍ଲା ଅନ୍ତର୍ଗତ ବନାରହାଟ ଲକ୍ଷ୍ମୀପାରା ଚା’ ବଗିଚାରେ ସେ ରହୁଥିଲେ। ଏଭଳି କି ମହାବୀର ହିନ୍ଦୀ ହାଇସ୍କୁଲରେ ଜନ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିପାରିଥିଲେ। ଅର୍ଥର ଘୋର ଅଭାବ ଯୋଗୁଁ ପାଠ ପଢା ଅଷ୍ଟମ ଶ୍ରେଣୀରେ ଛାଡି ଦେଇଥିଲେ ଏବଂ ଚା’ ବଗିଚାରେ କାମ କରିଥିଲେ। ୨୦୦୭ରେ ଚା’ ବଗିଚାରେ ଜନ ଅସ୍ଥାୟୀ ଡ୍ରାଇଭର ଭାବେ କାର୍ଯ୍ୟ କଲେ। ଦିନ ମଜୁରିଆ ଭାବେ ତାଙ୍କୁ ଦରମା ମିଳୁଥିଲା। କିନ୍ତୁ ରାଜନତୀରେ ରୁଚି ରଖିଥିବା ଜନ ୨୦୦୭ ମସିହାରେ ଗୋରଖାଲ୍ୟାଣ୍ଡ ଆନ୍ଦୋଳନରେ ସାମିଲ ହୋଇଗଲେ।

ଧୀରେ ଧୀରେ ସେ ଆଦିବାସୀ ଅଞ୍ଚଳର ଜଣେ ବଡ ନେତା ଭାବେ ପରିଚିତ ହୋଇଗଲେ। ଏହାପରେ ତରାଇ ଡୁଅର୍ସ କୋର୍ଡିନେସନ କମିଟିର ଅଧ୍ୟକ୍ଷ ଭାବେ ତାଙ୍କୁ ଆଦିବାସୀ ବିକାଶ ପରିଷଦ ମନୋନୀତ କରିଥିଲା। ତା’ପରେ ୨୦୧୪ ମସିହାରେ ଜନ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢି ଆଲିପୁରଦ୍ଵାର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଗତ କୀଚଚି ଦିନ ତଳେ ଜନ ବର୍ଲା ଚର୍ଚ୍ଚାକୁ ଆସିଥିଲେ। ସେ ଉତ୍ତର ପଶ୍ଚିମବଙ୍ଗକୁ ପଶ୍ଚିମବଙ୍ଗ ଠାରୁ ପୃଥକ କରି ଅଲଗା ରାଜ୍ୟ କରିବା ପାଇଁ ଦାବି କରିଥିଲେ। ତୃଣମୂଳ କଂଗ୍ରେସ ପକ୍ଷରୁ ଜନଙ୍କ ବିରୋଧରେ ଥାନାରେ ଅନେକ ମାମଲା ରୁଜୁ କରାଯାଇଛି। ପୃଥକ ରାଜ୍ୟର ଦାବି କରୁଥିବା ଏହି ଶ୍ରମିକ ନେତାଙ୍କୁ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ତାମିଲନାଡୁରୁ ଆସିଥିବା ବସକୁ ଅଟକ ରଖିଲା କଳାହାଣ୍ଡି ପୋଲିସ୍: ଉଦ୍ଧାର ହେଲେ ୭୫ ଶ୍ରମିକ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଜୟପାଟଣା ଅଂଚଳର ୭୫ ଜଣ ଶ୍ରମିକ ଦାଦନ ଦଲାଲ କବଳରୁ ଉଦ୍ଧାର ହୋଇଛନ୍ତି। ଜୟପାଟଣା ଥାନା ଅଂଚଳ ସାନ କର୍ଲାକୋଟ ଗ୍ରାମକୁ ଗୋଟିଏ ବସ ଧରି ଦଲାଲ ପହଂଚିଥିଲା। ସେଠାରୁ ଶ୍ରମିକମାନେ ତାମିଲନାଡୁ ରାଜ୍ୟର ତ୍ରୀପୁର ଅଂଚଳକୁ ଦାଦନ ପାଇଁ ଯାଇଥାନ୍ତେ। ଠିକ ସମୟରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଜୟପାଟଣା ପୋଲିସ ପହଂଚି ବସକୁ ଅଟକ ରଖିବା ସହ ଶ୍ରମିକମାନଙ୍କୁ କରୋନା ସମୟରେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ନଯିବା ପାଇଁ ପ୍ରବର୍ତ୍ତାଇଥିଲା।

ବସ ନଂ. ଟିଏନ ୩୩ କେ ୮୪୮୮ ନମ୍ବର ବସ ନେଇ ଦୁଇଜଣ ଲୋକ ସାନ କର୍ଲାକୋଟ ଗ୍ରାମକୁ ଆସିଥିଲେ। ପୂର୍ବରୁ ଯାଇଥିବା ଶ୍ରମିକ ମାନଙ୍କୁ ପୁନର୍ବାର ସେଠାକୁ ନେବା ପାଇଁ ଏକପ୍ରକାର ବାଧ୍ୟ କରୁଥିଲେ। ସେହି ଶ୍ରମିକମାନେ ପୂର୍ବରୁ ସେଠାରେ କାମ କରୁଥିବା ବେଳେ କୋଭିଡ କଟକଣା ପାଇଁ ଫେରିଆସିଥିବା ବେଳେ ପୁନଃ ନେବାକୁ ବସ ଆସିଥିବା ଜଣାପଡିଥିଲା।

କଳାହାଣ୍ଡିରେ ଏନଆରଜିଏସ ଯୋଜନାରେ ଅଧିକ ପରିଶ୍ରମ ଏବଂ କମ ମଜୁରୀ ମିଳୁଥିବା କାରଣରୁ ଶ୍ରମିକମାନେ ବିଭିନ୍ନ କଳକାରଖାନାରେ କାମ କରି ଅଧିକ ରୋଜଗାର କରିବା ଉଦ୍ଦେଶ୍ୟରେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ ମାନଙ୍କ ସୂତ୍ରରୁ ପ୍ରକାଶ। ବର୍ତ୍ତମାନର କୋଭିଡ କଟକଣା ଯୋଗୁଁ ବାହାରକୁ ଯିବାକୁ ବାରଣ ହୋଇଥିବା ଯୋଗୁଁ ପୋଲିସ ସେମାନଙ୍କୁ ଅଟକାଇଥିବା ଜଣାପଡିଛି। ଏସଂପର୍କରେ ଜୟପାଟଣା ପୋଲିସ ତଦନ୍ତ କରୁଥିବା ଜଣାପଡିଛି।

Categories
ଫଟୋ ଖବର

କାମ ହରାଇଥିବା ଶ୍ରମିକମାନଙ୍କୁ ପୂର୍ବତଟ ରେଳ ବିଭାଗ ତରଫରୁ ବିଭିନ୍ନ କାମରେ କରାଗଲା ନିୟୋଜିତ

ଭୁବନେଶ୍ବର, ବର୍ତ୍ତମାନ କରୋନା କଟକଣା ପାଇଁ ସମସ୍ତ ଶିଳ୍ପ ଏବଂ  ନିର୍ମାଣ କାମ ବନ୍ଦ ରହିଛି। ଏହି ପରି ଏକ ମୂର୍ହୁତ୍ତରେ ପୂର୍ବତଟ ରେଳବାଇ ତରଫରୁ କାମ ହରାଇଥିବା ଶ୍ରମିକଙ୍କୁ ବିଭିନ୍ନ କାମରେ କରୁଛନ୍ତି ନିୟୋଜିତ