Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, ଶ୍ରୀକାନ୍ତ ଜେନାଙ୍କୁ କଲେ ସାକ୍ଷାତ, ରାଜନୀତି ହଲଚଲ

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ। ଆଜି ସେ ଭୁବନେଶ୍ବରରେ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ଓଡିଶା ରାଜନୀତିରେ ହଲଚଲ ହୋଇଛି। ସେତିକି ନୁହେଁ ସେ ଶ୍ରୀକାନ୍ତଙ୍କ ଘରେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଛନ୍ତି।

ଅଖିଳେଶ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଶ୍ରୀକାନ୍ତ ଜେନାଙ୍କ ସହିତ ବହୁ ପୁରୁଣା ସଂପର୍କ। ଆମେ ସବୁବେଳ ଦଳିତ ଓ ପଛୁଆ ବର୍ଗ ପାଇଁ ଲଝେଇ କରି ଆସୁଛି। ସେଥିପାଇଁ ମୁଁ ଓଡିଶା ଆସିଛି। ଶ୍ରୀକାନ୍ତ ଜେନାଙ୍କ ପରି ଜଣେ ନେତାଙ୍କ ସାହାଯ୍ୟ ନିଶ୍ଚିତ ଦରକାର। ଓଡିଶାରେ ଆମ ପାର୍ଟିର ସଂଗଠନ ସୁଦୃଢ ନାହିଁ। ଖବୁ ଶିଘ୍ର ଓଡିଶାରେ ସମାଜବାଦୀ ପାର୍ଟିର ସଂଗଠନକୁ ମଜବୁତ କରାଯିବ।

ଏହି କଥା କହିବା ପରେ ବର୍ତ୍ତମାନ ଓଡିଶା ରାଜନୀତିର ହଲଚଲ ହେବା ସହିତ କଂଗ୍ରେସ ରାଜନୀତିରେ ମଧ୍ୟ ବେଶ ଚର୍ଚ୍ଚା ଜାରୀ ରହିଛି। କାରଣ ଅଖିଲେଶଙ୍କ ଏପରି ମନ୍ତବ୍ୟ ପରେ ଅନୁମାନ କରି ହେଉଛି ଯେ, ଓଡିଶାର ବୋଧହୁଏ ସମାଜବାଦୀ ପାର୍ଟିର ମଙ୍ଗ ଶ୍ରୀକାନ୍ତ ଜେନା ଧରିବେ। ତେବେ ସେ କଂଗ୍ରେସରୁ ଇସ୍ତଫା ଦେବେ ବୋଲି ରାଜନୈତିକ ମହଲରେ ଆଶଙ୍କା କରୁଛନ୍ତି।

ସେପଟେ ଶ୍ରୀକାନ୍ତ ଘରେ ଅଖିଳେଶଙ୍କୁ ନେଇ କଂଗ୍ରେସ ମହଲରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ସମାଜବାଦୀ ପାର୍ଟି ଇଣ୍ଡି ମେଣ୍ଟର ଏକ ଅଂଶୀଦାର। ତେଣୁ ସେଥିରେ କିଛି ଅସୁବିଧା ନାହିଁ ବୋଲି କେତେକ କଂଗ୍ରେସ ନେତା କହୁଛନ୍ତି। ହେଲେ ଅଖିଳେଶଙ୍କର ଓଡିଶାରେ ସମାଜବାଦୀ ପାର୍ଟିକୁ ସୁଦୃଢ କରିବା ନେଇ ଶ୍ରୀକାନ୍ତ ଘରେ ମନ୍ତବ୍ୟ ଦେବା କେତେକଙ୍କୁ ହଜମ କରିପାରି ନାହିଁ।

ଅଖିଲେଶ ତାଙ୍କ ସାଂସଦ ପତ୍ନୀ ଡିମ୍ପଲ ଯାଦବଙ୍କ ସହିତ ଓଡିଶା ଗସ୍ତରେ ଆସିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ ଜେନାଙ୍କର ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସତ୍ୟନଗର ସ୍ଥିତ ଆର ଆର କନଭେନସନ ଠାରେ ରାଜ୍ୟସ୍ତରୀ ସଂଗ୍ରାମୀ କେଶରୀ ଜେନା ସ୍ମୃତିସଂସଦ ପକ୍ଷରୁ ସଂସଦର ଅଧ୍ୟକ୍ଷ ତଥା ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କ ସଭାପତିତ୍ୱରେ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ସଂଗ୍ରାମ ଥିଲେ ଜଣେ ସୁଯୋଗ୍ୟ ଏବଂ ଆଦୃତ ଯୁବନେତା। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ କହିଥିଲେ ସଂଗ୍ରାମ ଜେନା ଥିଲେ ଜଣେ ଫାୟାର ବ୍ରାଣ୍ଡ ଯୁବ ନେତା । ସେ ଥିଲେ ସାହସୀ ଏବଂ ଦୁଃସାହସୀ ମଧ୍ୟ। ବିନା ମାସ୍କରେ ସେ ପିପିଲି ଉପନିର୍ବାଚନରେ ପ୍ରଚାର କରୁଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ ସଂଗ୍ରାମ ଥିଲେ ଜଣେ ଯୁଝାଡ଼ୁ ଯୁବ ନେତା। ତାଙ୍କର ବିୟୋଗରେ ଏକ ସମ୍ଭାବନାପୂର୍ଣ୍ଣ ଭବିଷ୍ୟତର ମୃତ୍ୟୁ ହେଲା। ପ୍ରଚଣ୍ଡ ପ୍ରତିଭାର ଅପମୃତ୍ୟୁ ହେଲା। ସେଥିଲେ ଯୁବକ ଓ ଛାତ୍ରମାନଙ୍କର ଆଇକନ। ଏ ରାଜ୍ୟ ଏବଂ କଂଗ୍ରେସ ଦଳ ତାଙ୍କର ରାଜନୈତିକ ଗୁରୁତ୍ୱ ଅନୁଭବ କରିଥିଲା । କଂଗ୍ରେସ ଦଳରେ ଦୀଘ ୨୦ ବର୍ଷ ଧରି ସେ ନିଶ୍ୱାର୍ଥପର ଭାବରେ ନିରନ୍ତର ସେବା କରି ଆସୁଥିଲେ।

ପରିଶେଷରେ ଅନୁଷ୍ଠାନର ସଭାପତି ଶ୍ରୀ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ସଂଗ୍ରାମ ଓଡ଼ିଶାରେ ଯୁବକ ଓ ଛାତ୍ରମାନଙ୍କର ଅଧିକାର ପାଇଁ ଲଢ଼େଇ କରୁଥିଲା। ଦୁଃଖି, ରଙ୍କି, ଦରିଦ୍ର, ନିଷ୍ପେସିତ, ଗରିବ ଛାତ୍ର ଓ ଅସହାୟ ବ୍ୟକ୍ତିଙ୍କୁ ସେ ମୁକ୍ତ ହସ୍ତରେ ଦାନ କରୁଥିଲେ। ସଂଗ୍ରାମ ଜେନାଙ୍କର ଅନୁଜ ତଥା ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ମନୋଜ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ସଂଗ୍ରାମଙ୍କର ଜ୍ୟେଷ୍ଠା କନ୍ୟା ଦେବାଂଶୀ ଓ ଜାନଭୀ ସଂଗ୍ରାମଙ୍କ ଉପରେ ଇଂରାଜୀରେ ସଂକ୍ଷେପରେ ଏକ ଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତା ଓ କର୍ମି ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ତାଲିକା !! ବାଲେଶ୍ବର ଲୋକସଭାରୁ ଶ୍ରୀକାନ୍ତ ଜେନା, ପୁରୀରୁ ପ୍ରସାଦ ହରିଚନ୍ଦନ, ଭୁବନେଶ୍ବରରୁ..

ଭୁବନେଶ୍ବର: କଂଗ୍ରେସ ତାହାର ପ୍ରାର୍ଥୀ ଘୋଷଣା କରିବା ପାଇଁ ଦୀର୍ଘଦିନ ଧରି କସରତ ଆରମ୍ଭ କରିଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ଚୁଡାନ୍ତ ନିଷ୍ପତି ହୋଇପାରୁ ନାହିଁ। ହେଲେ ବିଶେଷ ସୁତ୍ର ଅନୁସାରେ କଂଗ୍ରେସ ପ୍ରଥମେ ଲୋକସଭା ତାଲିକା ପ୍ରସ୍ତୁତ କରିଛି। ସେହି ସୁତ୍ର ଅନୁସାରେ ବାଲେଶ୍ବରରୁ କୁଆଡେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରାର୍ଥୀ ହେବେ ବୋଲି ଜଣାପଡିଛି।

ସେହିପରି ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଆସନ ପୁରୀ ପାଇଁ କଂଗ୍ରେସ ପ୍ରସାଦ ହରିଚନ୍ଦନଙ୍କ ନାମକୁ ମୋହର ମାରିବ ବୋଲି ଜଣାପଡିଛି। ପୁରୀ ଲୋକସଭା ପାଇଁ ପୂର୍ବରୁ କଂଗ୍ରେସ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିବ ବୋଲି ଚିନ୍ତା କରିଥିଲା। ହେଲେ ପରବର୍ତ୍ତି ସମୟରେ ପ୍ରସାଦ ହରିଚନ୍ଦନଙ୍କ ନାମ ବିଚାରକୁ ନିଆଯାଇଛି। ସେହିପରି ଭୁବନେଶ୍ବର ଆସନ ପାଇଁ ଦଳ ଜଣେ ଯୁବ ନୂଆ ଚେହେରାକୁ ପ୍ରାର୍ଥୀ କରିବ ବୋଲି ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପୁଣି କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା

ଭୁବନେଶ୍ବର: ପୁଣିଥରେ କଂଗ୍ରେସକୁ ଫେରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା। ଆଜି ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟାଳୟରେ ବିଧିବଧ ଭାବେ କଂଗ୍ରେସ ସାମିଲ ହୋଇଛନ୍ତି। ଏଥିରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳରେ ସାମିଲ କରାଇଥିଲେ।

ଶ୍ରକାନ୍ତ ଜେନା କଂଗ୍ରେସର ଜଣେ ପୁରୁଖା ନେତା ଥିଲେ। ସେ କଂଗ୍ରେସ ଶାସନ ସମୟରେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ। ହେଲେ ଗତ ନିର୍ବାଚନ ପୂର୍ବରୁ କଂଗ୍ରେସ ତାଙ୍କୁ ଦଳରୁ ବହିସ୍କାର କରିଥିଲା। ବର୍ତ୍ତମାନ ପୁଣି ଥରେ ସେ ଆଜି କଂଗ୍ରେସକୁ ଫେରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କଣ ପୁଣି କଂଗ୍ରେସକୁ ଫେରିବେ କି ? ଚାଲିଛି ଜୋରଦାର ଚର୍ଚ୍ଚା

ଭୁବନେଶ୍ବର: ଓଡିଶାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପୁଣି କଂଗ୍ରେସକୁ ଫେରିବେ। ଏ ନେଇ ଓଡିଶା ରାଜନୀତିରେ ଚାଲିଛି ଜୋରଦାର ଚର୍ଚ୍ଚା। ଏହି ଚର୍ଚ୍ଚାକୁ ନା କଂଗ୍ରେସ ଦଳ ନା ନିଜେ ଶ୍ରୀକାନ୍ତ ଜେନା ଖଣ୍ଡନ କରି ନାହାଁନ୍ତି।

ତେବେ ବିଶେଷ ସୁତ୍ର ଅନୁସାରେ ଶ୍ରୀକାନ୍ତ କୁଆଡେ କଂଗ୍ରେସ ଫେରିବାକୁ ଏଆଇସିସିକୁ ଅନୁରୋଧ କରିଛନ୍ତି। କାରଣ ସେ ରାଜନୀତିରେ ଯେଉଁ ପତିୟାରା ଦେଖାଇ ଥିଲେ କଂଗ୍ରେସରୁ ବହିସ୍କାର ପରେ ତାହା ସଂପୂର୍ଣ୍ଣ ଭାଙ୍ଗିଯାଇଛି। ତେଣୁ ତାଙ୍କ ଉପରୁ ବହିସ୍କାର ଆଦେଶ ପ୍ରତ୍ୟାହାର କରିବା ପାଇଁ କୁଆଡେ ଶ୍ରୀକାନ୍ତଙ୍କ ଏକ ଗୋଷ୍ଠୀ ଦିଲ୍ଲୀରେ ଲବି କରୁଛନ୍ତି।

ତେବେ ଏ ନେଇ ଶ୍ରୀକାନ୍ତ କିଛି କହି ନ ଥିଲେ ମଧ୍ୟ ତାଙ୍କ କଥାରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ, ସେ ପୁଣି ଥରେ କଂଗ୍ରେସକୁ ଫେରିବେ। ସେ କଂଗ୍ରେସରୁ ବହିସ୍କୃତ ହେବା ପରେ କେବେ ବି ଦଳ ବିରୋଧରେ କହି ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି। ଏପରିକି ରାହୁଳ ଗାନ୍ଧି କିମ୍ବା ସୋନିଆଙ୍କ ବିରୋଧରେ ମଧ୍ୟ କିଛି କହି ନାହିଁ।

ଶ୍ରୀକାନ୍ତ ଜେନା ତିନିଥର ବିଧାୟକ ଏବଂ ଚାରିଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଗୁଜୁରାଲ, ଦେବଗୈଡା ଏବଂ ମନମୋହନ ସିଂ ପ୍ରଧାନମନ୍ତ୍ରୀତ୍ବ ବେଳେ କେନ୍ଦ୍ରମନ୍ତ୍ରୀ ଥିଲେ। ସେ ପର୍ଯ୍ୟଟନ, ସାର ଓ ରସାୟନ, କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରହିଛନ୍ତି। ସେ ଏକଦା ବିଜୁବାବୁଙ୍କର ଅତି ଘନିଷ୍ଠ ବ୍ୟକ୍ତି ଭାବେ ପରିଚିତ ଥିଲେ।