Categories
ଆଜିର ଖବର ରାଜ୍ୟ ଖବର

ବୁଗୁଡ଼ା ବ୍ଳକ ଅଞ୍ଚଳରେ ବଡ ଧରଣର ଅଗ୍ନିକାଣ୍ଡ: ଜଳି ପୋଡି ପାଉଁଶ ହେଲା ୯ ବଖରା ଘର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୁଗୁଡ଼ା ବ୍ଳକ ଅନ୍ତର୍ଗତ କରଚୁଲି ପଞ୍ଚାୟତ ପଡିଆଭଙ୍ଗା ଗ୍ରାମରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୯ ବଖରା ଘର ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି।

ଅନ୍ୟ ପକ୍ଷରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରଙ୍କୁ ଧୈର୍ଯ୍ୟ ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Categories
ଆଞ୍ଚଳିକ

ପୋଲସରା: ପାଣିରେ ବୁଡି ମୃତ୍ୟୁ, ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ବିଧାୟକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ହାତିପାଦପଲି ଗ୍ରାମର ନନ୍ଦିଆ ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କର ପାଣିରେ ବୁଡି ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ପୋଲସରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରିଛି। ଏହାପରେ ପୋଲିସ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରିଛି। ଏହି ମାମଲାରେ ପୋଲିସ ୧୭/୨୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟ ପକ୍ଷରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିଲେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ, ଇସ୍ତଫା ଦେଲେ ବାଚସ୍ପତି ସହ ଦୁଇ ମନ୍ତ୍ରୀ

ଭୁବନେଶ୍ବର: ଆଜି ହଠାତ ଓଡିଶା ରାଜନୀତିରେ ସୃଷ୍ଟି ହୋଇଛି ହଲଚଲ। ପ୍ରଥମେ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ଉଭୟଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଗ୍ରହଣ କରିବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇ ଦେଇଛନ୍ତି।

ତେବେ ହଠାତ ଏପରି କାହିଁକି ଘଟିଲା ତାହା କେହି କିଛି ଜାଣିପାରୁ ନାହାଁନ୍ତି। ପ୍ରଥମେ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ମୋତେ ଯାହା ଦିଆଯାଇଛି ତାହା କରିଛି। ବର୍ତ୍ତମାନ ବ୍ୟକ୍ତିଗତ କାରଣ ପାଇଁ ବାଚସ୍ପତି ପଦରୁ ଇସ୍ତଫା ଦେଲି। ତାଙ୍କର ଇସ୍ତଫା ପରେ ସେ ମନ୍ତ୍ରୀ ହେବେ ବୋଲି ସନ୍ଦେହ ପ୍ରକାଶ ପାଇଥିଲା।

ଏହାପରେ ପରେ ଗଣଶିକ୍ଷା ମନ୍ତ୍ରୀ ଏବଂ ଶ୍ରମ ମନ୍ତ୍ରୀଙ୍କ ଇସ୍ତଫା ପରେ ଏହି ସନ୍ଦେହ ଦୃଢିଭୂତ ହେବାରେ ଲାଗିଲା। ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସମୀର ରଂଜନ ଦାସ। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ଦଳ ପାଇଁ କାମ କରିବି। ଜିଲ୍ଲାପରିଷଦରେ ହାରିବା ସହିତ ଇସ୍ତଫାର କୌଣସି ସଂପର୍କ ନାହିଁ। ସେହିପରି ଶ୍ରମ ମନ୍ତ୍ରୀ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ କହିବା ପରେ ଇସ୍ତଫା ଦେଲି।

ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ଶନିବାର ଦିନ ଫେରିବେ। ଏହାପରେ ନୂଆ ମନ୍ତ୍ରୀ ମଣ୍ଡଳରେ କାହାକୁ ନିଆଯିବ ସେ ନେଇ ନିଷ୍ପତି ନେବେ। ତେବେ ବିଶେଷ ସୁତ୍ର ଅନୁସାରେ ନବୀନ ରବିବାର ଦିନ ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

ଦୁଇମନ୍ତ୍ରୀଙ୍କ ସହିତ ବାଚସ୍ପତି ଇସ୍ତଫା ଦେବା ପରେ ବର୍ତ୍ତମାନ କିଏ ସେ ନୂଆ ମନ୍ତ୍ରୀ ହେବେ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ନବୀନ ନୂଆ ମନ୍ତ୍ରୀଙ୍କୁ ନେବେ ନା ଏହି ଦୁଇମନ୍ତ୍ରୀଙ୍କ ବିଭାଗ ଆଉ କାହାକୁ ଦେବେ ସେ ନେଇ କେହିକିଛି ଅନୁମାନ କରିପାରୁ ନାହାଁନ୍ତି। ତେବେ ମୁଖ୍ୟମନ୍ତ୍ରୀ ଶନିବାର ଦିନ ନୂଆଦିଲ୍ଲୀରୁ ଫେରିବା ପରେ ଏ ନେଇ କଣ ହେବ ତାହା ସ୍ପଷ୍ଟ ହେବ।

Categories
ବିଶେଷ ଖବର

ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କବ୍‌ଜାରେ ହାତୀଓଟର ଧତିପଡ଼ିଆ ପାହାଡର଼ ସରକାରୀ ଜମି!

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଦିନ ଥିଲା କୋଦଳା ନିର୍ବାଚନ ମଣ୍ଡଳୀ ରାଜ୍ୟରେ ଗୋଟିଏ ସ୍ପର୍ଶକାତର ଆସନ ଥିଲା। ଯେଉଁ ଆସନରୁ ବନମାଳୀ ମହାରଣା, କାହ୍ନୁଚରଣ ନାୟକ, ରାମକୃଷ୍ଣ ପଟ୍ଟନାୟକ, ନିରଞ୍ଜନ ପ୍ରଧାନଙ୍କ ରାଜନୈତିକ କ୍ୟାରିୟର ଥିଲା ସମୃଦ୍ଧ। ଏମାନେ ଓଡ଼ିଶା ରାଜ୍ୟ ରାଜନୀତିର ସ୍ୱର ଥିଲେ। କୃଷକ ନେତା ଭାବରେ ବନମାଳି ମହାରଣା ପରେ ଗଂଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ ଓଡ଼ିଶାରେ କୋଦଳା ତଥା ପୋଲସରା ଅଂଚଳବାସୀଙ୍କ ସୁଖଦୁଃଖର ସାଥୀ ବୋଲି ପ୍ରମାଣିତ ହୋଇଥିଲେ। ପରବର୍ତ୍ତୀ ସମୟରେ କୋଦଳା ନିର୍ବାଚନ ମଣ୍ଡଳୀକୁ ଭାଙ୍ଗିଦେଇ ପୋଲସରା ନିର୍ବାଚନ ମଣ୍ଡଳୀ ହେଲା।

ନିରଞ୍ଜନ ପ୍ରଧାନ ବିଧାୟକ ପଦରୁ ଯିବା ପରେ ଦୁଇଦୁଇ ଥର ବିଧାୟକ ଶ୍ରୀକାନ୍ତ ସାହୁ ଆଜି ପୋଲସରା ଅଂଚଳବାସୀଙ୍କ ବିକାଶଧାରାକୁ ନେବା ପାଇଁ ଜନପ୍ରତିନିଧି ଭାବରେ ଯେଉଁ କାର୍ଯ୍ୟ କରୁଛନ୍ତି ତା’ ଉପରେ ଏକ ଅନୁଧ୍ୟାନ ଓ ଅନୁସନ୍ଧାନ ମୂଳକ ରିପୋର୍ଟର ଆବଶ୍ୟକତା ଉପଲବଧି କରି ଆଜି ଅନେକ ରୋଚକ ତଥ୍ୟ ସଂପର୍କରେ ଆମ ନିକଟରେ ଆଭାସ ମିଳିଛି। ପୋଲସରା ନିର୍ବାଚନ ମଣ୍ଡଳୀରେ ଶ୍ରୀକାନ୍ତ ସାହୁ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି କହି ଦୈନିକ ଫଟୋସବୁ ସାମାଜିକ ଗଣମାଧ୍ୟମରେ ଭାସିଲା ଏବଂ କରୋନା ସମୟରେ ସେ ଜନତା ଜନାର୍ଦ୍ଦନଙ୍କ ସେବାରେ ଚଳଚଞ୍ଚଳ ରହିଥିଲେ ବୋଲି ସେ ନିଜର ଗୁଡ଼୍‌ବୁକ୍‌ ନିଜେ ତିଆରି କରି ଆସୁଥିଲେ। ଏହି ସବୁ ସତ୍ତ୍ୱେ କିଛି ଗୋଟିଏ ଗନ୍ଧର ସୁରାକ ପାଇ ବ୍ୟବସ୍ଥା ଅନୁକୂଳ ହେଲା ଯେତେବେଳେ ଡ. ପ୍ରଦୀପ ପାଣିଗ୍ରାହୀଙ୍କ  ପ୍ରକୃତ ଚରିତ୍ର ଜଣାପଡ଼ିଲା ଏବଂ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଗଂଜାମ ଜିଲ୍ଲାର ଦୁଇ ବିଧାୟକ ସୋରଡ଼ାର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ପୋଲସରାର ଶ୍ରୀକାନ୍ତ ସାହୁ ମଧ୍ୟ ଆଜିକାଲି ତାଙ୍କର କୃତ କୀର୍ତ୍ତି ପାଇଁ ଚର୍ଚ୍ଚାରେ।

ଶ୍ରୀକାନ୍ତ ସାହୁଙ୍କ କବଚ ସାଜିଥିବା ଡ. ପ୍ରଦୀପ ପାଣିଗ୍ରାହୀ ଯେତିକି ଆଜି ଦୁର୍ନାମ ମୁଣ୍ଡାଇଲେଣି ଗଂଜାମ ଜିଲ୍ଲାର ଦୁର୍ନାମ ସେତିକି ହୋଇଛି। ଏହା ଦଳ ପାଇଁ କ୍ଷତି ସହ ଗଂଜାମ ଜିଲ୍ଲାର ସ୍ୱାଭିମାନ ପ୍ରତି ମଧ୍ୟ ଆଞ୍ଚ ଆଣିଛି। ଗୋଟିଏ ମାତ୍ର ନେତା ସ୍ୱଚ୍ଛ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆଉ ସବୁ ବିଧାୟକ ତାଙ୍କର ସ୍ୱଚ୍ଛତାର ନିରୀହ ପଣର ଫାଇଦା ଉଠାଇ କିପରି ସରକାରୀ ବ୍ୟବସ୍ଥାରେ ନିଜ ନିଜର ସ୍ୱାର୍ଥ ପ୍ରତି ସଚେତନ ରହିଛନ୍ତି ସେମାନଙ୍କ ମଧ୍ୟରୁ ଶ୍ରୀକାନ୍ତ ସାହୁ ପୋଲସରା ବିଧାୟକଙ୍କ ପାଇଁ ଦଳର ମୁଣ୍ଡବ୍ୟଥା ମଧ୍ୟ ବଢ଼ିବାର ସୂଚନା ମିଳିଲାଣି। ଏହା ଉପରେ ଅନୁଶୀଳନ କରିବା ପାଇଁ ଦଳ ମଧ୍ୟ ବାଧ୍ୟ ହେବ। ଶ୍ରୀକାନ୍ତ ସାହୁ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପଦରେ ରହିଛନ୍ତି। ଦୁଇଥର ବିଧାୟକଙ୍କର ପ୍ରକୃତ ସାମ୍ରାଜ୍ୟ ପୋଲସରା ଅଂଚଳବାସୀଙ୍କ ମଧ୍ୟରୁ ଏକରୁ ଅନେକ ଆଜି ଖୋଜିବା ପାଇଁ ଆଲୋଚନା ମଧ୍ୟ କରିଛନ୍ତି। ପ୍ରକୃତରେ ଶ୍ରୀକାନ୍ତ ସାହୁ ପୋଲସରା ବିଧାନସଭା ମଣ୍ଡଳୀରେ ଅଫିସରମାନଙ୍କ ଉପରେ ଏକ ପ୍ରକାର ଜୁଲୁମ୍‌ ଚଲାଇ ଅତ୍ୟାଚାର କରୁଥିବା ଆଲୋଚନା ହେଉଛି।

ଜମି ହଡ଼ପଠାରୁ ଆରମ୍ଭ କରି ଜାଲ ସାର୍ଟିଫିକେଟ୍ ର‌୍ୟାକେଟ୍‌, ହାତୀଓଟ ଧତିପଡ଼ିଆରେ ସରକାରୀ ଜମି ଉପରେ ବୃଦ୍ଧାଶ୍ରମ ଏବଂ ନିଜ ବାପାଙ୍କ ନାମରେ ଗଙ୍ଗାଧର ମହାବିଦ୍ୟାଳୟ ଘରୋଇ ଭାବରେ ସ୍ଥାପନ କରିବା ପଛରେ ଏକ ରହସ୍ୟ ମଧ୍ୟ ରହିଛି। ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରରୋଚନାରେ ହାତୀଓଟରେ ଗୋଟିଏ ମହାବିଦ୍ୟାଳୟ ସରକାରୀ ଜମିରେ ଏବଂ ଏମ୍‌ଏଲ୍‌ଏ ଓ ଏମ୍‌ପି ଫଣ୍ଡରେ ଅନୁଷ୍ଠାନ କରି ନିଜବାପାଙ୍କ ନାମରେ କୀର୍ତ୍ତି ସ୍ଥାପନ କରିବାର ନମୁନା ଦେଖିବାକୁ ମିଳିଛି। ଶ୍ରୀକାନ୍ତ ସାହୁ ବୃଦ୍ଧାଶ୍ରମ କରି ସେଠାର ଗୋଟିଏ ଆଭିଜାତ୍ୟପୂର୍ଣ୍ଣ କୋଠରୀରେ ନିଜର କାରନାମା ଚଳାଇଛନ୍ତି ଯାହାର ଗନ୍ଧ ବାରିବା ମଧ୍ୟ ସହଜ ନୁହେଁ। ଏକର ଏକର ଜମିକୁ ମାଡ଼ିବସି ନିଜ ଆୟତ୍ତରେ ରଖିବା ସହିତ ପୋଲସରା ଅଂଚଳରେ ଅସାଧୁ ବ୍ୟବସାୟୀଙ୍କ ପ୍ରୋତ୍ସାହନ ଦେଇ ବର୍ତ୍ତିନୀ ପାହାଡ଼ ନିକଟରେ କ୍ରସର ମାଧ୍ୟମରେ ବିପୁଳ ଟଙ୍କା ଲାଭବାନ ହୋଇଛନ୍ତି। ଏସବୁ ପଛରେ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସନ୍ନ ସହଯୋଗ ମଧ୍ୟ ରହିଛି ବୋଲି ଆଲୋଚନା ଚାଲିଛି।

ପୋଲସରା ଅଂଚଳରେ ଆମ୍ବ ଗଛ କାଟି ତାକୁ ପଦାକରି ସବୁଜ ବଳୟକୁ ଧ୍ୱଂସ କରି ଏକ ପ୍ରକାର ଜମିମାଫିଆଙ୍କୁ ସହଯୋଗ କରି ଏବଂ ଏହାର ଲାଭାଂଶ ସୂତ୍ରରେ ଅନେକ ପଡ଼ିଆ ବିକ୍ରି ପଛର ସୂତ୍ରଧର ଶ୍ରୀକାନ୍ତ ସାହୁ। ବ୍ରହ୍ମପୁର ଖୋଡ଼ାସିଙ୍ଗିର ଅଂଚଳରେ ଜନୈକ ଡ଼ାକ୍ତରଙ୍କ ଘରକୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାରେ କିଣି ସେଇ ଘରେ ରହି ପୋଲସରା ଅଂଚଳର ଅସାମାଜିକ ତତ୍ତ୍ୱମାନଙ୍କୁ ପ୍ରଶିକ୍ଷଣ ଦେବା ସହ ରାତିରେ ବାସନ୍ତୀ ଦିନରେ ବସନ୍ତ ପରି ଶ୍ରୀକାନ୍ତସାହୁ ସମାଜସେବାର ଚରିତ୍ରରେ ବେଶ୍ ବିଶାଳ ବ୍ୟକ୍ତିତ୍ୱର ଅଧିକାରୀ। ଓଡ଼ିଶାର ବିଜୁ ଜନତା ଦଳ ପାଇଁ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଶ୍ରୀକାନ୍ତ ସାହୁ ମଧ୍ୟ ମେହଙ୍କାଳ ଫଳ ହେବେ ଏବଂ ଏଇ ଚରିତ୍ର ପଛରେ ଡ. ପ୍ରଦୀପ ପାଣିଗ୍ରାହୀ ଯେ ସୂତ୍ରଧର ଏହା ଉପରେ ଅଧିକ ଅନୁସନ୍ଧାନ କଲେ ଅନେକ ତଥ୍ୟ ପଦାକୁ ଆସିବ।

ସରକାରୀ ଜମି, ଜଂଗଲ ଜମିରେ ବୃଦ୍ଧାଶ୍ରମ ଓ ବିଦ୍ୟାଳୟ, ମହାବିଦ୍ୟାଳୟ କରି ସେଇ ଅନୁଷ୍ଠାନର ମାଲିକାନାରେ ନିଜେ ରହିଛନ୍ତି। ତାଙ୍କର ଏଇ ପରଦା ପଛରେ ପ୍ରକୃତି ରହସ୍ୟ ସଂପର୍କରେ ଦଳର ସୁପ୍ରିମ ଓ ତୃତୀୟ ମହଲା ଯଦି ଅନୁସନ୍ଧାନ କରିବେ ଆମ ଅନୁସନ୍ଧାନରୁ ଅଧିକ ରୋଚକ ତଥ୍ୟ ଯେ ପଦାକୁ ନ ଆସିବ କିଏ କହିବ? ପୋଲସରା ଅଂଚଳରେ ଯେଉଁ ଜାଲ୍ ସାର୍ଟିଫିକେଟ୍ ର‌୍ୟାକେଟ୍ କଥା ଆଲୋଚନା ହୋଇ ଆଜି ହାଇକୋର୍ଟରେ ବିଚାରଣା ଚାଲିଛି ତା’ପଛରେ ମଧ୍ୟ ବିଧାୟକଙ୍କ ଭୂମିକା ସଂଦେହ ବଢ଼ାଇଛି। ବିଗତ ଦଶନ୍ଧି ତଳେ ଗୋଟିଏ ନାରୀ ପ୍ରତି ଅତ୍ୟାଚାର ପରେ ହତ୍ୟା ଘଟଣା ମଧ୍ୟ ମନରୁ ଲିଭିନାହିଁ। ପୋଲସରା ଅଂଚଳରେ ଅସାମାଜିକ ତତ୍ତ୍ୱ, ମଦ ମାଫିଆ, ଜମି ମାଫିଆ, ଜାଲ୍ ସାର୍ଟିଫିକେଟ୍‌ଙ୍କ୍ କବଚ ସାଜି ସେମାନଙ୍କ ପାଇଁ ସୁରକ୍ଷା ବଳୟ ସୃଷ୍ଟି କରିଥିବା ଶ୍ରୀକାନ୍ତ ସାହୁଙ୍କ ଆଭିଜାତ୍ୟ ଜୀବନ ଶୈଳୀ ଭିତରେ ପାଠକ ପରି ଚରିତ୍ରଙ୍କ ଛାପ ରହିଛି। ହାତୀଓଟ ଧତି ପଡ଼ିଆର ପାହାଡ଼ ଆଗରେ ଠିଆ ହେଲେ ଏବଂ ସେଇ ବୃଦ୍ଧାଶ୍ରମର ଆଭିଜାତ୍ୟ ଅଟ୍ଟାଳିକାରେ ତାଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ନେଇ ଅଂଚଳବାସୀଙ୍କ ମନରେ ଦୀର୍ଘ ଦିନ ହେଲା ପ୍ରଶ୍ନ ଉଠିଛି। ତେବେ ତାଙ୍କର ଏପରି କାରନାମାକୁ ବିଜୁ ଜନତା ଦଳ କେଉଁ ଢ଼ଂଗରେ ନେଇ ବରଦାସ୍ତ କରି କ୍ଷମତାଶାଳୀ ପଦବୀ ଜିଲ୍ଲା ଉନ୍ନୟନ ଅଧ୍ୟକ୍ଷ ପଦ ଦେଇଛି ଏହା ମଧ୍ୟ ଅନୁଶୀଳନୀୟ।

କୋଟି କୋଟି ଟଙ୍କାର ସଂପତ୍ତି କରି ଶ୍ରୀକାନ୍ତ ସାହୁ ମାତ୍ର ଦଶବର୍ଷର ବିଧାୟକ ପଦରେ ରହି କ୍ଷମତା ବଳରେ ନିଜ ଅଂଚଳରେ ଆତଙ୍କରାଜ ଚଳାଇ ଆସୁଥିବା ସମୟରେ ତୃତୀୟ ମହଲା ପାଖରେ ଗନ୍ଧ କିପରି ବାଜିନି ଏହା ନିଶ୍ଚୟ ସମୀକ୍ଷାର ବିଷୟ। ନବୀନ ବାବୁଙ୍କ ଯେକୌଣସି ଗଂଜାମ ଜିଲ୍ଲାର କାର୍ଯ୍ୟକ୍ରମରେ କେମେରା ଆଗରେ ଝଟକୁ ଥିବା ଚେହେରା ଶ୍ରୀକାନ୍ତ ସାହୁଙ୍କ ରାଜନୈତିକ ଉତ୍‌ଥାନ ଦିଗରେ ଯେଉଁ ଗୋପାଳପୁର ବିଧାୟକ ଡ. ପାଣିଗ୍ରାହୀ ସାଥୀରେ ରଖି କାର୍ଯ୍ୟ କରୁଥିଲେ ଏ ସବୁର ଚିଠା ଖାଲି ଗଣମାଧ୍ୟମ ନ ଖୋଲି ରାଜ୍ୟ ଦଳୀୟ ନେତୃବର୍ଗ ସୁପ୍ରିମୋ ତଥା କ୍ରାଇମ୍ ବ୍ରାଞ୍ଚ ତନାଘନା କଲେ ଗଂଜାମ ଜିଲ୍‌ଲାରେ ଆଉ ଜଣେ ବିଧାୟକଙ୍କ କେଳେଙ୍କାରୀ ଉପରୁ ପରଦା ଉଠିବ ଏବଂ ଶ୍ରୀକାନ୍ତ ମୁଖର କାନ୍ତ କଳା ପଡ଼ିଯିବ।