Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ସୁଟିଂ ବେଳେ ଆହତ ହେଲେ ଅଭିନେତା ଶ୍ରୀତମ ଦାସ, ଆଜି ହେଲା ଅପରେସନ

ଭୁବନେଶ୍ବର: ବଲାଙ୍ଗୀରରେ ଗତକାଲି ସୁଟିଂ ଚାଲିଥିବା ବେଳେ ଏକ ଘୋଡା ଉପରୁ ପଡି ଅଭିନେତା ଶ୍ରୀତମ ଦାସ ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତ ଉପରେ ପ୍ରବଳ ଆଘାତ ଲାଗିଛି। ସ୍ଥାନୀୟ ହସପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଅଣାଯାଇଛି। ପରୀକ୍ଷା ପରେ ଜଣାପଡିଲା ଯେ ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଛି। ଗତକାଲି ପ୍ଲାଷ୍ଟର କରିବା ପରେ ଆଜି ତାଙ୍କର ଅପରେସନ ହୋଇଥିବାର ଜଣାପଡିଛି।

ବଲାଙ୍ଗୀରରେ ଶ୍ରୀତମ ନବକଳେବର ଚଳଚିତ୍ରର ସୁଟିଂ କରୁଥିଲେ। ସେ ଏହି ଚଳଚିତ୍ରରେ ଶ୍ରୀ ମୁକୁନ୍ଦ ଦେବ ଚରିତ୍ରରେ ଅଭିନୟ କରୁଛନ୍ତି। ସେ ଘୋଡାରେ ଯିବାର ଏକ ଦୃଶ୍ୟ ଥିଲା। ସେଥିପାଇଁ ସେ ଘୋଡା ଉପରେ ବସି ସୁଟିଂ କରୁଥିବା ବେଳେ ନିୟନ୍ତ୍ରଣ ହରାଇ ଘୋଡା ଉପରୁ ପଡିଯାଇଥିଲେ। ଶ୍ରୀତମଙ୍କ ଏପରି ଅବସ୍ଥା ପରେ ସେଠାରେ ସୁଟିଂ ବନ୍ଦ ରହିଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଆଜି ସନ୍ଧ୍ୟା ୬:୩୦ ରେ ଜୀ ସାର୍ଥକରେ ଆସୁଛି ନୂଆ ଚଳଚ୍ଚିତ୍ର ‘ତୁମ ବିନା’

ନୂଆଦିଲ୍ଲୀ: ଜୀ-ସାର୍ଥକରେ ଆଜି ସନ୍ଧ୍ୟା ୬:୩୦ମି. ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁମ ବିନା’। ଓଡ଼ିଶାର ଲୋକପ୍ରିୟ ଅଭିନେତା ଶ୍ରୀତମ ଦାସ ଚଳଚ୍ଚିତ୍ର ‘ତୁମ ବିନା’ ର ନିର୍ଦ୍ଦେଶନା ତଥା ପ୍ରଯୋଜନା ଦାୟିତ୍ୱ ନେଇଥିବା ବେଳେ କାହାଣୀ ପରିକଳ୍ପନା କରିଛନ୍ତି ଜୀ ସାର୍ଥକ ଚିଫ୍ ଚାନେଲ ଅଫିସର ପ୍ରତୀକ ସିଲ୍।

କଲେଜ୍ ସମୟରୁ ନିଶିଥ ଓ ଦୀପାଳିଙ୍କ ବନ୍ଧୁ ଓ ସମୟକ୍ରମେ ବନ୍ଧୁତ୍ଵରୁ ପ୍ରେମ ଓ ତା’ପରେ ବାହାଘର, ହେଲେ କାହାଣୀ ଏଠି ସରୁ ନାହିଁ ବରଂ ଆରମ୍ଭ ହୋଇଛି ଓ ସେହି ବାହାଘର ପାଇଁ ଦୁଇ ଜଣକୁ ଦେବାକୁ ପଡେ ବହୁମୂଲ୍ୟ। ଫିଲ୍ମର ନିର୍ଦ୍ଦେଶନା ତଥା ପ୍ରଯୋଜନା ସହିତ ମୁଖ୍ୟ ଚରିତ୍ରରେ ମଧ୍ୟ ଅଛନ୍ତି ଶ୍ରୀତମ ଦାସ। ଶ୍ରୀତମ ଙ୍କ ବନ୍ଧୁ ମାନେ ତାଙ୍କ ସ୍ତ୍ରୀ ଚରିତ୍ରରେ ଅଛନ୍ତି ଚୁଲବୁଲି ନାୟିକା ଲିପ୍ଶା ମିଶ୍ର ସହ କଳାକାର ଭାବେ ଉଷଶୀ ମିଶ୍ର ଓ ଶିଶୁ କଳାକାର ଲତାଶା।

ସମ୍ପୂର୍ଣ୍ଣ ଓଡିଆ ଘରର କାହାଣୀକୁ ନେଇ ତିଆରି ଏହି ଫିଲ୍ମକୁ ସଙ୍ଗୀତରେ ସଜାଇଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ। ଗୀତଗୁଡିକୁ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର ଓ ଗାଇଛନ୍ତି ଓଡିଆ ଫିଲ୍ମ ଜଗତର ଆଗଧାଡ଼ିର ଗାୟକ ହ୍ୟୁମାନ ସାଗର, ବିଷ୍ଣୁ ମୋହନ କବି, ଗାୟିକା ଲିପ୍ସା ମହାପାତ୍ର ଓ ଲିପାକ୍ଷୀ ଦାସ।

ବନ୍ଧୁତ୍ଵରୁ ପ୍ରେମ, ପ୍ରେମରୁ ବାହାଘର ଓ ଖୁସିର ସଂସାର ମଧ୍ୟରେ ଆସିଛି ଗୋଟେ କୁନି ପରି ମାନେ ନିଶୀଥ ଓ ଦୀପାଳିଙ୍କ ଝିଅ ହୋଇଛି। ଘର ଖୁସିରେ ଭରିଯାଇଛି ହେଲେ ହଟାତ ଆସିଛି ଏକ ଅପ୍ରତ୍ୟାଶିତ ଝଡ଼ ଯାହା ପୁରା ସଂସାରକୁ ଓଲଟାଇ ଦେଇଛି। ନିଶୀଥ ନିଜର ଚାକିରି ହରାଇଛି ଓ ସାଙ୍ଗରେ ହରାଇଛି ନିଜ ଝିଅ ଓ ସ୍ତ୍ରୀକୁ ବି। ତେବେ କେମିତି ଓ କାହିଁକି ଚାକିରି ହରାଇଲା ନିଶୀଥ ? ଦୀପାଳି କଣ ନିଜ ପରିବାର ର ଦାୟିତ୍ୱ ନିଜ କାନ୍ଧରେ ଉଠାଇ ପାରିବ? ନିଶିଥ କଣ ଏହାକୁ ଗ୍ରହଣ କରିପାରିବେ? ଏମିତି ବହୁ ପ୍ରଶ୍ନର ଉତ୍ତର ନେଇ ଆସିବ ଫିଲ୍ମ ‘ତୁମ ବିନା’ ଆଜି ସନ୍ଧ୍ୟା ୬ .୩୦ମି ରେ କେବଳ ଜୀ-ସାର୍ଥକରେ। ଦର୍ଶକମାନଙ୍କ ଦ୍ବାରା ଚଳଚ୍ଚିତ୍ରଟି ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଜୀ-ସାର୍ଥକ ପକ୍ଷରୁ ଆଶା ପ୍ରକଟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଲିଉଡ ଅଭିନେତା ଶ୍ରୀତମ ଦାସ ହେଲେ କଟକ ମହାନଗରର ମେୟର ପ୍ରାର୍ଥୀ: ଘୋଷଣା କଲା ବିଜେପି

କଟକ: କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଜେପି ପକ୍ଷରୁ ଓଲିଉଡ ଅଭିନେତା ଶ୍ରୀତମ ଦାସଙ୍କୁ ସିଏମସିର ମେୟର ପ୍ରାର୍ଥୀ କରାଯାଇଛି। କଟକରୁ ମେୟର ପ୍ରାର୍ଥୀ ଭାବେ ସେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏହା ପୂର୍ବରୁ କଂଗ୍ରେସ ପକ୍ଷରୁ ଗତକାଲି ମେର ପ୍ରାର୍ଥୀ ଘୋଷଣା କରିଥିଲା। ସାଂସଦ ସୁବାସ ସିଂହଙ୍କୁ ବିଜେଡ଼ି କଟକ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଥିଲା।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ଭୁବନେଶ୍ବର : ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଶ୍ରୀତମ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଶ୍ରୀତମ ଗତକାଲି ଆଣ୍ଟିଜେନ୍ ଟେଷ୍ଟ କରିଥିଲେ। ସେଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିଲା। ଏନେଇ ନିଜେ ଶ୍ରୀତମ ସିଏମ୍‌ସିକୁ ସୂଚନା ଦେଇଥିଲେ। ବର୍ତ୍ତମାନ ସେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। ଶ୍ରୀତମ ସମସ୍ତଙ୍କୁ ସତର୍କ ରହିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି।

ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଇଥିବାବେଳେ ଅନେକ ରାଜନେତା, ଅଭିନେତା ଏହି ସଂକ୍ରମଣର ଶିକାର ହେଉଛନ୍ତି । ପିପିଲ ବିଧାୟକ ପ୍ରଦୀପ ମହାରଥୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ୍‌ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ନିକଟରେ ଅଭିନେତା ଅଜିତ ଦାସ କରୋନାରେ ପ୍ରାଣ ହରାଇଛନ୍ତି।