ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

Published: Sep 15, 2020, 3:11 pm IST

ଭୁବନେଶ୍ବର : ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଶ୍ରୀତମ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଶ୍ରୀତମ ଗତକାଲି ଆଣ୍ଟିଜେନ୍ ଟେଷ୍ଟ କରିଥିଲେ। ସେଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିଲା। ଏନେଇ ନିଜେ ଶ୍ରୀତମ ସିଏମ୍‌ସିକୁ ସୂଚନା ଦେଇଥିଲେ। ବର୍ତ୍ତମାନ ସେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। ଶ୍ରୀତମ ସମସ୍ତଙ୍କୁ ସତର୍କ ରହିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି।

ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଇଥିବାବେଳେ ଅନେକ ରାଜନେତା, ଅଭିନେତା ଏହି ସଂକ୍ରମଣର ଶିକାର ହେଉଛନ୍ତି । ପିପିଲ ବିଧାୟକ ପ୍ରଦୀପ ମହାରଥୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ୍‌ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ନିକଟରେ ଅଭିନେତା ଅଜିତ ଦାସ କରୋନାରେ ପ୍ରାଣ ହରାଇଛନ୍ତି।

Related posts