Categories
ବିଶେଷ ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ନୂଆ ପରିଚାଳନା କମିଟର ନୂଆ ନିଷ୍ପତି, ସୁପରିଚାଳନା ପାଇଁ ଗଠନ ହେବ ଆଠଟି ସବ କମିଟ୍

ପୁରୀ, ଶ୍ରୀମନ୍ଦିରର ସଠିକ୍ ପରିଚାଳନା ପାଇଁ ଆଠଟି ସବ କମିଟି ଗଠନ କରାଯିବ। ଆସନ୍ତା କିଛି ଦିନ ମଧ୍ୟରେ ଏହାର ବିବରଣୀ ପ୍ରଦାନ କରାଯିବ। ଆଜି ରାଜ୍ୟ ସରକାର ଗଠନ କରିଥିବା ନୂଆ ପରିଚାଳନା କମିଟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି କମିଟ ବୈଠକ ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟ ପ୍ରଶାସକ କିଷନ କୁମାର, ପୁରୀ କଲେକ୍ଟର ସମର୍ଥା ବର୍ମା, ଏସପି ବିଶାଲ ସିଂ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ଏହି କମିଟ ଯେଉଁ ସବ କମିଟ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି ସେଗୁଡିକ ହେଲା ଅର୍ଥ, ନୀତିକାନ୍ତି, ରତ୍ନା ଭଣ୍ଡାର, ଅଭିଯୋଗ, ଜମିଜମା, ସେବାୟତ କଲ୍ୟାଣ, ଶ୍ରୀ ଜଗନ୍ନାଥ ଗବେଷଣା ଏବଂ ପ୍ରକାଶନ ଏବଂ ପେନସନ ଏବଂ ଅନ୍ୟାନ୍ୟ କମିଟି ଗଠନ ରହିଛି।

ଏହି କମିଟ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ କିଷନ କୁମାର ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅବଗତ କରାଇଥିଲେ। ସେଥିରେ ସେବାୟତଙ୍କ ପିଲାମାନଙ୍କୁ ଶିକ୍ଷା ଯୋଗାଇବା ପାଇଁ ଗୁରୁକୁଲ ପ୍ରକଳ୍ପ ଅଗ୍ରଗତି ସଂପର୍କରେ କହିଥିଲେ। ଏହି ଶିକ୍ଷାନୁଷ୍ଠାନ ପରିଚାଳନା ପାଇଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ଏବଂ ଶ୍ରୀମନ୍ଦିର ଗୁରୁକୁଳ ପାଣ୍ଠି ଗଠନ କରାଯିବ। ଗୁରୁକୁଳ ପ୍ରତିଷ୍ଠା ପାଇଁ ମାଟିତୋଟା ଠାରେ 17 ଏକର ଜମି ଚିହ୍ନଟ କରାଯାଇଛି, ଯେଉଁଥି ପାଇଁ ରାଜ୍ୟ ସରକାର 20 କୋଟି ଟଙ୍କା ପ୍ରଦାନ କରିବେ।

2022-23 ଶିକ୍ଷାବର୍ଷରୁ ଗୁରୁକୁଲରେ ଶିକ୍ଷାଦାନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଗଜପତି ମହାରାଜ ଏହି ଗୁରୁକୁଳ ସମାଜର ଅଧ୍ୟକ୍ଷ ହେବେ। ଏହା ଆସନ୍ତା 2022-2023 ଶିକ୍ଷାବର୍ଷ ସୁଦ୍ଧା କାର୍ଯ୍ୟ ଆରମ୍ଭ କରାଯିବ ବୋଲି କିଷନ କୁମାର କହିଛନ୍ତି।

ଓଡ଼ିଶା ସରକାର ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତମାନଙ୍କୁ ଘର ଯୋଗାଇ ଦେବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଆଠ ଏକରରୁ ଅଧିକ ଜମି ପ୍ରଥମ ପର୍ଯ୍ୟାୟରେ ପ୍ରାୟ 400 ସେବାୟତ ପରିବାରକୁ ଯୋଗାଇ ଦିଆଯିବ। 600 ବର୍ଗଫୁଟ ପ୍ଲଟରେ ଘର ନିର୍ମାଣ ପାଇଁ ପ୍ରତ୍ୟେକ ପରିବାରକୁ 2 ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଘରର ସମ୍ପ୍ରସାରଣ ପାଇଁ ସେମାନେ ଅଧିକ ଅର୍ଥ ବିନିଯୋଗ କରିପାରିବେ ବୋଲି କୁମାର କହିଛନ୍ତି।

କିଷନ କୁମାର ଆହୁରି ସୂଚନା ଦେଇଛନ୍ତି ଯେ ପୂର୍ବରୁ ବିକ୍ରି ହୋଇଥିବା ରଥର ଚକ ମାଗଣାରେ ଦିଆଯିବ। ଯେଉଁମାନଙ୍କୁ ଚକ ଦିଆଯିବ ସେହି ବ୍ୟକ୍ତି ବା ଅନୁଷ୍ଠାନ ଚୟନ ପାଇଁ ଏକ ଉପ-କମିଟି ମାନଦଣ୍ଡ ପ୍ରସ୍ତୁତ କରିବେ। ସେହି ଅନୁସାରେ ମାଗଣାରେ ରଥ ଚକ ପ୍ରଦାନ କରାଯିବ ବୋଲି ଏହି ବୈଠକରେ ନିଷ୍ପତି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋଲିବ କି ସିଂହଁଦ୍ବାର , ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟ ବୈଠକ

ପୁରୀ, ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟ ବୈଠକ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ତେବେ ଏଥିରେ ଯେଉଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ରହିଛି ସେଥିରେ ତିନିଠାକୁରଙ୍କ ନାଗାର୍ଜୁନ ବେଶ ଏବଂ ଶ୍ରୀମନ୍ଦିର ଖୋଲିବା ପ୍ରସଂଗ। ଚଳିତ ମାସ 27 ତାରିଖରେ ପ୍ରଭୃଙ୍କର ବିରଳ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ହେଲେ କୋଭିଡ କଟକଣା ପାଇଁ ଏଥର ଭକ୍ତମାନେ ଏହି ବିରଳ ବେଶ ଦେଖିପାରିବେ ନାହିଁ। ଯଦି ସରକାର ମନ୍ଦିର ଖୋଲିବା ନେଇ ଅନୁମତି ପ୍ରଦାନ କରନ୍ତି ତେବେ ତାହା ସମ୍ଭବ ହେବ। ସେଥିପାଇଁ ଆଜିର ପରିଚାଳନା ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହୋଇପାରେ।

ବର୍ତ୍ତମାନ ମହାରାଷ୍ଟ୍ର, ନୂଆଦିଲ୍ଲୀ ପରି ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲିସାରିଲାଣି। ସେହିପରି ଓଡିଶାରେ ମନ୍ଦିର ଖୋଲିବା ନେଇ ବିଭିନ୍ନ ମହଲରେ ଦାବୀ ହେଉଛି। ଏପରିକି ଏହି ମାମଲା ହାଇକୋର୍ଟକୁ ମଧ୍ୟ ଯାଇଛି। ସେଥିପାଇଁ ଆଜି ପରିଚାଳନା ବୈଠକରେ ମନ୍ଦିର ଖୋଲିବା ନେଇ ସରକାରଙ୍କୁ ସୁପାରିଶ କରିପାନ୍ତି ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲି ରଥରେ ବିଜେ ହେବେ ଆଜ୍ଞାମାଳ

ପୁରୀ: ଆସନ୍ତାକାଲି ରଥରେ ଆଜ୍ଞାମାଳ ବିଜେ ହେବା ନେଇ ସୂଚନା ରହିଛି। ଏନେଇ ଶ୍ରୀମନ୍ଦିର ପରିଚାଳାନା କମିଟି ତରଫରୁ କୁହାଯାଇଛି। କାଲି ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ହେବା ନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି ଶ୍ରୀମନ୍ଦିର ପରିଚାଳାନା କମିଟି। ଆଜ୍ଞାମାଳ ପରେ ରଥ ନଗଡିଲେ ନୀତି ବନ୍ଦ ଆଶଙ୍କା ରହିଥିବାରୁ ରଥ ଯାତ୍ରା କରିବା ପାଇଁ ରାଜ୍ୟ ସରକାରକୁ ଅନୁରୋଧ କରାଯାଇଛି। ଏକ୍ଷେତ୍ରରେ ଛତିଶା ନିଯୋଗ ତରଫରୁ ସଂପୂର୍ଣ୍ଣ ସହଯୋଗ କରାଯିବ ବୋଲି କମିଟି ପ୍ରକାଶ କରିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ରଥଯାତ୍ରା ବିଷୟରେ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି କମିଟି ତରଫରୁ ନିବେଦନ କରାଯାଇଛି। ରଥଯାତ୍ରାର କୌଣସି ବିକଳ୍ପ ନଥିବାରୁ ସରକାର ହସ୍ତକ୍ଷେପ କରି ସୁପ୍ରିମ କୋର୍ଟରେ ପୁନଃବିଚାର ପିଟିସନ ଦାଖଲ କରନ୍ତୁ କିମ୍ବା ସରକାର ଆର୍ଡିନାନ୍ସ ମାଧ୍ୟମରେ ରଥଯାତ୍ରା କରନ୍ତୁ ବୋଲି କମିଟି ଅନୁରୋଧ କରିଛି। ବିନା ଭକ୍ତରେ ରଥାଯାତ୍ରା କରାଯାଉ ବୋଲି ଏହି କମିଟି ପ୍ରସ୍ତାବ ଦେଇଛି।