ଖୋଲିବ କି ସିଂହଁଦ୍ବାର , ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟ ବୈଠକ

Published: Nov 17, 2020, 9:52 am IST

ପୁରୀ, ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟ ବୈଠକ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ତେବେ ଏଥିରେ ଯେଉଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ରହିଛି ସେଥିରେ ତିନିଠାକୁରଙ୍କ ନାଗାର୍ଜୁନ ବେଶ ଏବଂ ଶ୍ରୀମନ୍ଦିର ଖୋଲିବା ପ୍ରସଂଗ। ଚଳିତ ମାସ 27 ତାରିଖରେ ପ୍ରଭୃଙ୍କର ବିରଳ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ହେଲେ କୋଭିଡ କଟକଣା ପାଇଁ ଏଥର ଭକ୍ତମାନେ ଏହି ବିରଳ ବେଶ ଦେଖିପାରିବେ ନାହିଁ। ଯଦି ସରକାର ମନ୍ଦିର ଖୋଲିବା ନେଇ ଅନୁମତି ପ୍ରଦାନ କରନ୍ତି ତେବେ ତାହା ସମ୍ଭବ ହେବ। ସେଥିପାଇଁ ଆଜିର ପରିଚାଳନା ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହୋଇପାରେ।

ବର୍ତ୍ତମାନ ମହାରାଷ୍ଟ୍ର, ନୂଆଦିଲ୍ଲୀ ପରି ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲିସାରିଲାଣି। ସେହିପରି ଓଡିଶାରେ ମନ୍ଦିର ଖୋଲିବା ନେଇ ବିଭିନ୍ନ ମହଲରେ ଦାବୀ ହେଉଛି। ଏପରିକି ଏହି ମାମଲା ହାଇକୋର୍ଟକୁ ମଧ୍ୟ ଯାଇଛି। ସେଥିପାଇଁ ଆଜି ପରିଚାଳନା ବୈଠକରେ ମନ୍ଦିର ଖୋଲିବା ନେଇ ସରକାରଙ୍କୁ ସୁପାରିଶ କରିପାନ୍ତି ବୋଲି ଜଣାପଡିଛି।

Related posts