Categories
ଆଞ୍ଚଳିକ

ରଣପୁର ଅଚଂଳରେ ରଜ ମହୋତ୍ସବ ମହାସମାରୋହରେ ପାଳିତ

ରଣପୁର: ରଣପୁର ବିଜ୍ଞାପିତ ଅଚଂଳ ପରିଷଦ ତଥା ସମଗ୍ର ବ୍ଲକ୍ ର ବିଭିନ୍ନ ଅଚଂଳରେ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି। ରଣପୁର ବିଜ୍ଞାପିତ ଅଚଂଳ ପରିଷଦର ଉପଖଣ୍ଡର ହଂସରା ଗ୍ରାମପଚାଂୟତ କରଡାପଲ୍ଲୀ ଠାରେ ଥିବା ମହାବୀର ମନ୍ଦିରରେ ଦୀର୍ଘ ୯ ବର୍ଷ ଧରି ରଜ ମହୋତ୍ସବ ପାଳିତ ହୋଇଆସୁଅଛି। କରଡାପଲ୍ଲୀ ଯାତ୍ରା ଦଳ ରାମ ଜନ୍ମ ନାଟକ ମଚଂସ୍ଥ କରୁଥିବା ଜଣାପଡିଛି। ସେହିଭଳି ଭାବରେ ରଣପୁର ବିଜ୍ଞାପିତ ଅଚଂଳ ପରିଷଦର ନାରାୟଣୀ ଠାକୁରାଣୀଙ୍କ ଠାରେ ରାଜରାଜୁଡା ଅମଳରୁ ରଜ ମହୋତ୍ସବ ପାଳନ ହୋଇଆସୁଅଛି। ରଣପୁର ନୂଆଗାଁ ଠାରେ ଥିବା ରଣପୁର ରାଜାଙ୍କର ଗଡ ଠାକୁରାଣୀ ବାଳମୁକୁଳି ଦେବୀଙ୍କ ପୀଠରେ ମଧ୍ୟ ରଜ ମହୋତ୍ସବ ଅନୁଷ୍ଠିତ ହେଉଅଛି।

ସେହିପରି ରଣପୁର ବ୍ଲକ୍ ଅନ୍ତର୍ଗତ ହରିପୁର, ଗଡବାଣିକିଲୋ,ତଳମଣିନାଗ ପୀଠ ଓ ବସନ୍ତପୁର ଆଦି ଗ୍ରାମ ମାନଙ୍କରେ ରଜ ପର୍ବ ପାଳନ ହେବା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଅଛି। ପ୍ରତ୍ୟେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି। ଏହା ସହିତ ପ୍ରତ୍ୟେକ ଠାକୁରାଣୀ ପିଠରେ ରଜ ପର୍ବ ସହ ରଜ ଦୋଳି ଦେଖିବାକୁ ମିଳୁଛି। ଏହି ପର୍ବ ରଣପୁର ଅଚଂଳର ଦେବୀ ପୀଠ ମାନଙ୍କରେ ୩ ଦିନ ବ୍ୟାପୀ ଚାଲିବ। ଏଥି ସହ ରଣପୁରର ଶ୍ରୀ ଜଗନ୍ନାଥ ମନ୍ଦିର ସହ ସମସ୍ତ ମଠ ମନ୍ଦିର ମାନଙ୍କରେ ରଜ ଉତ୍ସବ ପାଳିତ ହେଉଅଛି।