Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରଣପୁରରେ ଚନ୍ଦନଯାତ୍ରା ଅନୁଷ୍ଠିତ

ରଣପୁର: ଓଡିଶାର ଦ୍ୱୀତିୟ ଶ୍ରୀକ୍ଷେତ୍ର ଭାବେ ରଣପୁର ପରିଚିତ। ପୁରୀରେ ଜଗନ୍ନାଥଙ୍କର ଯେଉଁ ନୀତି ସମାପନ ହୁଏ , ରଣପୁରରେ ଜଗନ୍ନାଥଙ୍କର ସେହି ନିତି ପାଳିତ ହୋଇଥାଏ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଜିଉ ଙ୍କର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ରାଜ-ରାଜୁଡା ଅମଳରୁ ସ୍ଥାନୀୟ ବଧି ପୋଖରୀରେ ଶ୍ରୀ ଜୀଉ ଙ୍କର ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଛି। ପୁରାତନ ବଧି ପୋଖରୀକୁ ପୁରୀ ନରେନ୍ଦ୍ର ପୁଷ୍କରୀଣୀ ପରି ଆକର୍ଷଣୀୟ କରାଯାଇଛି।

ଚଳିତ ବର୍ଷ ଶ୍ରୀ ଜୀଉଙ୍କୁ ଚନ୍ଦନ ମଣ୍ଡପରେ ଶହ ଶହ ଦର୍ଶକ ପାଦରେ ଚାଲିକରି ଯାଇ ଦର୍ଶନ କରିଥିଲେ। ଚନ୍ଦନ ପୋଖରୀରେ ମଧ୍ୟ ହଜାର ହଜାର ଦର୍ଶକଙ୍କର ଭିଡ ଲାଗିରହିଥିଲା। ଚନ୍ଦନ ଯାତ୍ରା ଭଉଁରୀରେ ଜଗନ୍ନାଥଙ୍କ ଚଳତି ପ୍ରତିମା ମଦନ ମୋହନ, ଶ୍ରୀ କୃଷ୍ଣ, ମହାଲକ୍ଷ୍ମୀ, ସ୍ୱପ୍ନେଶ୍ୱର ଦେବ, ଚଣ୍ଡେଶ୍ୱର ଦେବ, ହରିହର ଶ୍ୱର ଦେବ, ପୁରୁଣାବସନ୍ତ ବାଲୁଙ୍କେଶ୍ୱରଦେବ ଓ ଦଣ୍ଡା ବାଲୁଙ୍କେଶ୍ୱର ଦେବ ଏହି ଚନ୍ଦନ ଯାତ୍ରାରେ ବଧି ପୁଷ୍କରୀଣିରେ କ୍ରୀଡା କରି ମନ୍ଦିର ଆସିଥିଲେ। ବିଳମ୍ବିତ ରାତିରେ ମଦନମହୋନଙ୍କ ସହ ପଚୁଂମହାଦେବ ଏକ ବିରାଟ ଶୋଭାଯାତ୍ରାରେ ମନ୍ଦିରକୁ ଆସିଥିଲେ।

ଏଠାରେ ସୂଚନାଯୋଗ୍ୟ ଶ୍ରୀଜୀଉ ଙ୍କର ଚନ୍ଦନଯାତ୍ରା ପ୍ରତିବର୍ଷ ଅକ୍ଷୟତୃତୀୟା ଠାରୁ ଆରମ୍ଭ ହୁଏ। ଶ୍ରୀ ମନ୍ଦିର ସମ୍ମୁଖରେ ବିଧି ଅନୁଯାଇ ପୂଜାପାଠ ସମାପନ ପରେ ତିନି ରଥ ପାଇଁ ତିନୋଟି ଅଖ ଅନୁକୂଳ ହୁଏ। ଏହି ଯାତ୍ରା ୨୧ ଦିନଧରି ଚାଲିଥିଲା। ସୂଚନା ଯୋଗ୍ୟ ଏହି ଚନ୍ଦନ ପୋଖରୀ ପୁର୍ବତନ ବିଧାୟକ ରବିନାରାୟଣ ମହାପାତ୍ରଙ୍କ ସମୟରେ ପଙ୍କ ଉଦ୍ଧାର ହେବା ସହ ଚନ୍ଦନ ମଣ୍ଡପର ପୁନଃରଦ୍ଧାର କରାଯାଇ ଆକର୍ଷଣୀୟ କରାଯାଇଥିଲା। ପୁରୀ ଭଳି ଭକ୍ତମାନେ ଚନ୍ଦନ ପୋଖରୀକୁ ଯାଇ ଶ୍ରୀ ଜୀଉମାନଙ୍କୁ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ମନ୍ଦିର ସମେତ ପୋଖରୀ ଚାରିପାଖରେ ଆଲୋକୀକକରଣ କରିବା ପାଇଁ ଦାବି ହୋଇଥିଲା। ବର୍ତ୍ତମାନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ରଣପୁର: ମାଳ ଚୁଳ ଲଗାଇଲେ ଶ୍ରୀ ଜୀଉ

ରଣପୁର: ଆଜି ମହାପ୍ରଭୁଙ୍କ ସଂଧ୍ୟା ଆରତୀ ପରେ ତିନି ପୂଜା ପଣ୍ଡା, ଘଣ୍ଟୁଆ, କାହାଳିଆ, ଆଦି ପାରମ୍ପରିକ ବାଦ୍ୟ ନେଇ ଦଧିବାମନ ମଠକୁ ଯାଇଥିଲେ। ପରେ ଦଧି ବାମନ ମଠ ତରଫରୁ ମଠାଧିଶ ମହନ୍ତ ମହାରାଜ ଅତି ଶୁଦ୍ଧପୁତ ଭାବେ ତିନି ଠାକୁରଙ୍କ ନିମନ୍ତେ ତିନୋଟି ମାଳଚୂଳ ବିଭିନ୍ନ ସୁବାସିତ ପୁଷ୍ପ ଯଥା – ତୁଳସୀ, ଗେଣ୍ଡୁ, ସେବତୀ ଆଦି ନାନାଦି ପୁଷ୍ପ ର ସମହାରରେ ମିଶ୍ରଣ କରି ସୁନ୍ଦର ଭାବେ ନିର୍ଦ୍ଧିଷ୍ଟ ମାପରେ ପ୍ରସ୍ତୁତ କରିଥାନ୍ତି।

ପୂଜା ବିଧି ସରିବା ପରେ ପୂଜାପଣ୍ଡା ଏହି ମାଳଚୂଳ ଙ୍କୁ ଧରି ମହାପ୍ରଭୁଙ୍କ ମନ୍ଦିର ଅଭିମୁଖେ ପାରମ୍ପରିକ ବାଦ୍ୟ ତଥା ନାମ ସଂକୀର୍ତ୍ତନ କରି ମନ୍ଦିର କୁ ଆଣିଥିଲେ। ମନ୍ଦିର ରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ ,ମହାପ୍ରଭୁ ଙ୍କୁ ସ୍ନାନ କରାଯାଏ ନୂତନ ବସ୍ତ୍ର ପରିଧାନ କରାଯାଏ ଓ ମାଳଚୂଳ ଶ୍ରୀଜୀଉ ଙ୍କୁ ଲାଗି କରାଯାଏ। କାହାଳି, ଘଣ୍ଟ ଘଣ୍ଟା, ଓ ଚାମର ଲାଗି କରାଯାଏ। ତିନି ପୂଜା ପଣ୍ଡା ମହାପ୍ରଭୁ ଙ୍କୁ ଆଳତି କରନ୍ତି ଓ ତିନି ଠାକୁର ଙ୍କୁ ମାଳ ଚୁଳ ଲାଗି କରା ଯାଇଥିଲା।

ମକର ସଂକ୍ରାନ୍ତି ଅବକାଶ ନୀତି ପୂର୍ବରୁ ଏହି ମାଳ ଚୁଳ ଶ୍ରୀ ଜୀଉଙ୍କ ଠାରୁ ଉଲାଗି କରି ରାଜ ନଅର ଅଭିମୁଖେ ଯାତ୍ରା କରନ୍ତି ଆଉ ରାଜା ସାହେବ ଙ୍କୁ ସମର୍ପଣ କରାଯାଇ ଥାଏ। ଏହି ବେଶ ଦେଖିବା ପାଇଁ ଆଜି ଅନେକ ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିବା ଦେଖି ବାକୁ ମିଳିଛି।