ରଣପୁର: ମାଳ ଚୁଳ ଲଗାଇଲେ ଶ୍ରୀ ଜୀଉ

Published: Jan 13, 2023, 9:26 pm IST

ରଣପୁର: ଆଜି ମହାପ୍ରଭୁଙ୍କ ସଂଧ୍ୟା ଆରତୀ ପରେ ତିନି ପୂଜା ପଣ୍ଡା, ଘଣ୍ଟୁଆ, କାହାଳିଆ, ଆଦି ପାରମ୍ପରିକ ବାଦ୍ୟ ନେଇ ଦଧିବାମନ ମଠକୁ ଯାଇଥିଲେ। ପରେ ଦଧି ବାମନ ମଠ ତରଫରୁ ମଠାଧିଶ ମହନ୍ତ ମହାରାଜ ଅତି ଶୁଦ୍ଧପୁତ ଭାବେ ତିନି ଠାକୁରଙ୍କ ନିମନ୍ତେ ତିନୋଟି ମାଳଚୂଳ ବିଭିନ୍ନ ସୁବାସିତ ପୁଷ୍ପ ଯଥା – ତୁଳସୀ, ଗେଣ୍ଡୁ, ସେବତୀ ଆଦି ନାନାଦି ପୁଷ୍ପ ର ସମହାରରେ ମିଶ୍ରଣ କରି ସୁନ୍ଦର ଭାବେ ନିର୍ଦ୍ଧିଷ୍ଟ ମାପରେ ପ୍ରସ୍ତୁତ କରିଥାନ୍ତି।

ପୂଜା ବିଧି ସରିବା ପରେ ପୂଜାପଣ୍ଡା ଏହି ମାଳଚୂଳ ଙ୍କୁ ଧରି ମହାପ୍ରଭୁଙ୍କ ମନ୍ଦିର ଅଭିମୁଖେ ପାରମ୍ପରିକ ବାଦ୍ୟ ତଥା ନାମ ସଂକୀର୍ତ୍ତନ କରି ମନ୍ଦିର କୁ ଆଣିଥିଲେ। ମନ୍ଦିର ରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୁଏ ,ମହାପ୍ରଭୁ ଙ୍କୁ ସ୍ନାନ କରାଯାଏ ନୂତନ ବସ୍ତ୍ର ପରିଧାନ କରାଯାଏ ଓ ମାଳଚୂଳ ଶ୍ରୀଜୀଉ ଙ୍କୁ ଲାଗି କରାଯାଏ। କାହାଳି, ଘଣ୍ଟ ଘଣ୍ଟା, ଓ ଚାମର ଲାଗି କରାଯାଏ। ତିନି ପୂଜା ପଣ୍ଡା ମହାପ୍ରଭୁ ଙ୍କୁ ଆଳତି କରନ୍ତି ଓ ତିନି ଠାକୁର ଙ୍କୁ ମାଳ ଚୁଳ ଲାଗି କରା ଯାଇଥିଲା।

ମକର ସଂକ୍ରାନ୍ତି ଅବକାଶ ନୀତି ପୂର୍ବରୁ ଏହି ମାଳ ଚୁଳ ଶ୍ରୀ ଜୀଉଙ୍କ ଠାରୁ ଉଲାଗି କରି ରାଜ ନଅର ଅଭିମୁଖେ ଯାତ୍ରା କରନ୍ତି ଆଉ ରାଜା ସାହେବ ଙ୍କୁ ସମର୍ପଣ କରାଯାଇ ଥାଏ। ଏହି ବେଶ ଦେଖିବା ପାଇଁ ଆଜି ଅନେକ ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିବା ଦେଖି ବାକୁ ମିଳିଛି।

Related posts