Categories
ଆଞ୍ଚଳିକ

ପଙ୍କପାଳ ଜ୍ଞାନ ବିକାଶରେ ଗୁରୁ ଦିବସ ପାଳିତ

କୁଜଙ୍ଗ: କୁଜଙ୍ଗ ବ୍ଳକ ପଙ୍କପାଳ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ସତ୍ୟସାଇ ଜ୍ଞାନ ବିକାଶ ପରିସର ମଧ୍ୟରେ ଆଜି ପାରମ୍ପରିକ ଗୁରୁ ଦିବସ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଇଂ.ଗଗନବିହାରୀ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ବିଦ୍ୟାଳୟ ପ୍ରତିଷ୍ଠା ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବର୍ଷିୟାନ ଶିକ୍ଷକ ବ୍ରଜନାଥ ଷଡଙ୍ଗୀ, ପ୍ରାଣକୃଷ୍ଣ ଜେନା, ସମାଜସେବୀ ତଥା ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ତିର୍ତ୍ତୋଲ ସତ୍ୟସାଇ ସମିତିର ପ୍ରମୁଖ ଶରତଚନ୍ଦ୍ର ମହାନ୍ତି, ଅଧ୍ୟାପକ ଚିତ୍ତରଞ୍ଜନ ଜେନା, ବିଭୂତି ଭୂଷଣ ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଗୁରୁ ଭାରତୀୟ ଶିକ୍ଷା ପରମ୍ପରାର ଅଗ୍ରପୂଜ ଦେବତା ବୋଲି ବକ୍ତାମାନ ପ୍ରକାଶ କରିବା ସହିତ ଦେଶର ବିକାଶ ପାଇଁ ଉତ୍ତମ ନାଗରିକ ସୃଷ୍ଟି କରିବା କ୍ଷେତ୍ରରେ ସେମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ସତିନ୍ଦ୍ର ପଟ୍ଟନାୟକ ସ୍ୱଗତ ଭାଷଣ ଦେଇଥିବାବେଳେ ଲିଲିମା ମହାପାତ୍ର, ଅଳ୍ପନା ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଓମକାର, ସାଇଗାୟତ୍ରୀ ଓ ଭଜନ ପରିବେଷ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦ ପକ୍ଷରୁ ସିଦ୍ଧିକା ସାହୁଙ୍କୁ ମାନପତ୍ର ପ୍ରଦାନ

ରମେଶ ମହାନ୍ତି
ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ସ୍ଥିତ ଶ୍ରୀ ସତ୍ୟସାଇ ଜ୍ଞାନ ବିକାଶ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ରୀ ସିଦ୍ଧିକା ସାହୁଙ୍କୁ ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦ ତରଫରୁ ମାନପତ୍ର ପ୍ରଦାନ କରାଯାଇଛି। ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ରାଜ୍ୟ ସହ-ସମ୍ପାଦକ ଅଶିତ ରଞ୍ଜନ ରାଉତରାୟ ତାଙ୍କୁ ମାନପତ୍ର ପଦାନ କରି ସମ୍ମାନିତ କରିଛନ୍ତି।

ସିଦ୍ଧିକା ସାହୁ ସି.ବି.ଏସ୍.ଇ ବାର୍ଷିକ ପରିକ୍ଷାରେ ସର୍ବାଧିକ ୯୬.୪ ପ୍ରତିଶତ ମାର୍କ ରଖିଥିବାରୁ ତାଙ୍କୁ ଏହି ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଛି।

ଏଥିସହିତ ସର୍ବାଧିକ ମାର୍କ ରଖି ବିଦ୍ୟାଳୟକୁ ଗୌରବାନ୍ବିତ କରିଥିବାରୁ ପ୍ରଥମେ ବିଦ୍ୟାଳୟ ତରଫରୁ ସିଦ୍ଧିକାଙ୍କୁ ସମ୍ମାନିତ କରାଯିବା ସହିତ ପାରାଦ୍ୱୀପ ସ୍ମାଇଲ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମଧ୍ୟ ତାଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି।