Categories
ଆଜିର ଖବର ଜାତୀୟ ଖବର

ଦ୍ୱାଦଶ ପାସ୍ କଲେ ସ୍କୁଟି, କେଜି ଠାରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ପଢନ୍ତୁ ବିଜେପିର ସଂକଳ୍ପ ପତ୍ର

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ମୁଖ୍ୟ ଜଗତ ପ୍ରକାଶ ନଡ୍ଡା ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଦଳର ସଂକଳ୍ପ ପତ୍ର ପ୍ରକାଶ କରିଛନ୍ତି। ବିଜେପି ଏହି ଘୋଷଣା ପତ୍ରକୁ ବିକାଶର ଏକ ରୋଡମ୍ୟାପ ବୋଲି ବର୍ଣ୍ଣନା କରିଛି। ବିଜେପିର ସଂକଳ୍ପ ପତ୍ର ପ୍ରକାଶ କରିବା ବେଳେ ଶ୍ରୀ ନଡ୍ଡା କହିଛନ୍ତି ଯେ, ତାଙ୍କ ଦଳ ସମସ୍ତଙ୍କ ସାଥିରେ ଏବଂ ରାଜ୍ୟରେ ସମସ୍ତଙ୍କର ବିକାଶ କରିବ। ଗାଁ, ଗରିବ, କୃଷକ, ମହିଳା, ଯୁବକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ମଜବୁତ ହେବେ। ସେ କହିଛନ୍ତି ଯେ, ସଂକଳ୍ପ ପତ୍ର ହେଉଛି ଭାରତୀୟ ଜନତା ପାର୍ଟି ପାଇଁ ଏକ ଦର୍ଶନ। ରାଜସ୍ଥାନ ପାଇଁ ତାଙ୍କର ଦୃଷ୍ଟିକୋଣ ବିଷୟରେ ଉଲ୍ଲେଖ କରିବାବେଳେ ଶ୍ରୀ ନଡ୍ଡା କେନ୍ଦ୍ର ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଗତ ୯ ବର୍ଷରେ ରାଜସ୍ଥାନକୁ ୨୩ ଟି ମେଡିକାଲ କଲେଜ ଦିଆଯାଇଛି।

ବିଜେପିର ସଂକଳ୍ପ ପତ୍ରରେ କ’ଣ ଅଛି?:

– ମହିଳାମାନଙ୍କୁ KG ରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ଦିଆଯିବ।

– ମାତୃ ବନ୍ଦନ ପରିମାଣ ବୃଦ୍ଧି କରାଯିବ। ଏହାକୁ ୪ ହଜାରରୁ ୮ ହଜାରକୁ ବୃଦ୍ଧି କରାଯିବ।

– AIIMS ଏବଂ IIT ଭଳି ରାଜସ୍ଥାନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ମେଡିକାଲ୍ କଲେଜଗୁଡିକ ପ୍ରତ୍ୟେକ ଡିଭିଜନରେ ଖୋଲାଯିବ।

– SIT ପେପର ଲିକ୍ ଯାଞ୍ଚ କରିବ।

– ଗହମ ଉତ୍ପାଦନ କ୍ୱିଣ୍ଟାଲ ପିଛା ୨୭୦୦ ଟଙ୍କାରେ କ୍ରୟ କରାଯିବ ଏବଂ ଏମଏସପି ଉପରେ ବୋନସ ଦିଆଯିବ।

– ଝିଅ ଜନ୍ମ ସମୟରେ ୨ ଲକ୍ଷ ଟଙ୍କା ସର୍ଭିଙ୍ଗ ବଣ୍ଡ ଦିଆଯିବ।

– କଂଗ୍ରେସ ସରକାରଙ୍କ ଅଧୀନରେ ନିଲାମ ହୋଇଥିବା କୃଷକଙ୍କ ଜମିକୁ ଉଚିତ କ୍ଷତିପୂରଣ ଦେବା ପାଇଁ ଏକ କ୍ଷତିପୂରଣ ନୀତି ପ୍ରସ୍ତୁତ କରାଯିବ।

– ପ୍ରତ୍ୟେକ ଜିଲ୍ଲାରେ ମହିଳା ଥାନା ଏବଂ ପ୍ରତ୍ୟେକ ପୋଲିସ୍ ଷ୍ଟେସନରେ ମହିଳା ଡେସ୍କ ଏବଂ ସମସ୍ତ ପ୍ରମୁଖ ସହରରେ ଆଣ୍ଟି ରୋମିଓ ସ୍କ୍ବାଡ ଗଠନ କରାଯିବ।

– ଲକ୍ଷ ଲକ୍ଷ ଗ୍ରାମୀଣ ମହିଳାଙ୍କୁ ଲକ୍ଷ୍ମୀପତି ଦିଦି ଯୋଜନା ଅଧୀନରେ ଦକ୍ଷତା ତାଲିମ ଦିଆଯିବ।

– ପ୍ରଧାନମନ୍ତ୍ରୀ ଉଜ୍ଜୱାଲା ଯୋଜନା ଅନୁଯାୟୀ ସମସ୍ତ ଗରିବ ପରିବାରର ମହିଳାଙ୍କୁ ୪୫୦ ଟଙ୍କାରେ ସିଲିଣ୍ଡର ଯୋଗାଇ ଦିଆଯିବ।

– ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ଛାତ୍ରମାନଙ୍କୁ ୟୁନିଫର୍ମ ଇତ୍ୟାଦି ପାଇଁ ବାର୍ଷିକ ୧୨୦୦ ଟଙ୍କା ସହାୟତା ପ୍ରଦାନ କରାଯିବ।

– ପର୍ଯ୍ୟଟନ ଦୃଷ୍ଟିକୋଣରୁ, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ, ପର୍ଯ୍ୟଟନ ଦକ୍ଷତା ପାଠ୍ୟକ୍ରମ ସୃଷ୍ଟି କରି ପାଞ୍ଚ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ ଏବଂ ଏହା ସହିତ ଆମେ ନିଯୁକ୍ତି ଏବଂ ଆତ୍ମ ନିଯୁକ୍ତି ସୁଯୋଗ ପ୍ରଦାନ କରିବୁ।

– ଆସନ୍ତା ୫ ବର୍ଷରେ ରାଜ୍ୟରେ ୨.୫ ଲକ୍ଷ ବେକାର ଯୁବକଙ୍କୁ ଚାକିରି ଦିଆଯିବ।

Categories
ଆଜିର ଖବର ଜାତୀୟ ଖବର

ବିଜେପିର ‘ସଂକଳ୍ପ ପତ୍ର’ ପରେ ସାମାଜବାଦୀ ପାର୍ଟି ଜାରି କଲା ‘ବଚନ ପତ୍ର’: ଜାଣନ୍ତୁ କଣ ରହିଛି ବୈଶିଷ୍ଟ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଆଜି ମନିଫେଷ୍ଟୋ ଘୋଷଣା କରିଛି। ସମସ୍ତ ଫସଲ ପାଇଁ ଏମଏସପି ଯୋଗାଇ ଦିଆଯିବ ଏବଂ ୧୫ ଦିନ ମଧ୍ୟରେ ଆଖୁ ଚାଷୀଙ୍କୁ ଦେୟ ନିଶ୍ଚିତ କରାଯିବ ବୋଲି ସମାଜବାଦୀ ପାର୍ଟି ମନିଫେଷ୍ଟୋରେ କହିଛି। ମାଗଣା ବିଦ୍ୟୁତ୍ ଏବଂ ସମସ୍ତ ଚାଷୀଙ୍କୁ ଜଳସେଚନ ପାଇଁ ସୁଧମୁକ୍ତ ଋଣ ପାଇଁ ବ୍ୟବସ୍ଥା କରାଯିବ। ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି। କୃଷକ, ମହିଳା, ଛାତ୍ର ଏବଂ ସାଧାରଣ ଲୋକଙ୍କ ପାଇଁ ମନିଫୋଷ୍ଟରେ ଜନପ୍ରିୟ ପ୍ରତିଶୃତି ଦିଆଯାଇଛି।

ସୂଚନାଯୋଗ୍ୟ ଯେ ବିଜେପି ଆଜି ସକାଳେ ନିଜର ସଂକଳ୍ପ ପତ୍ର ଜାରି କରିଥିଲେ। ଯେଉଁଥିରେ ମହିଳାମାନଙ୍କୁ ପ୍ରତିବର୍ଷ ତିନୋଟି ମାଗଣା ସିଲିଣ୍ଡର, ଛାତ୍ରୀଙ୍କୁ ସ୍କୁଟି, ଚାଷୀଙ୍କୁ ମାଗଣାରେ ବିଦ୍ୟୁତ୍ ପ୍ରଦାନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶୃତି ଦିଆଯାଇଛି।

ସମାଜବାଦୀ ପାର୍ଟି ମନିଫେଷ୍ଟୋର ବୈଶିଷ୍ଟ୍ୟ:

– ସମସ୍ତ ଫସଲକୁ MSP ଅଧୀନରେ ଅଣାଯିବା।
– ୨୦୨୫ ସୁଦ୍ଧା ସମସ୍ତ କୃଷକ ଋଣମୁକ୍ତ ହେବେ।
– ସମସ୍ତ ଚାଷୀଙ୍କୁ ଜଳସେଚନ ପାଇଁ ମାଗଣା ବିଦ୍ୟୁତ୍।
– କୃଷକ ଆନ୍ଦୋଳନରେ ସହିଦ ହୋଇଥିବା କୃଷକମାନଙ୍କୁ ୨୫ ଲକ୍ଷ ଟଙ୍କା ଦେବେ।
– ସମସ୍ତ ଗରିବ ଲୋକଙ୍କୁ ପ୍ରତିମାସରେ ଦୁଇଟି ସିଲିଣ୍ଡର ମାଗଣାରେ ଦିଆଯିବ।
– ସରକାରୀ ଚାକିରିରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦିଆଯିବ।
– ଝିଅମାନଙ୍କ ଶିକ୍ଷା KG ରୁ PG ପର୍ଯ୍ୟନ୍ତ ମାଗଣା ହେବ।
– ସମାଜବାଦୀ ପେନ୍ସନ୍ ପୁନଃ ଆରମ୍ଭ ହେବ।
– ମହିଳାଙ୍କ ସୁରକ୍ଷା ପାଇଁ ୧୦୯୦ କୁ ପୁଣିଥରେ ଚାଲୁ କରାଯିବ।
– ମହିଳାମାନେ ଇମେଲ ଏବଂ ହହ୍ଵାଟସ୍ ଆପରେ FIR ପଞ୍ଜିକରଣ କରିବାକୁ ସମର୍ଥ ହେବେ।
– ନଗଦବିହୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆଣିବ।
– ଗରିବ ଲୋକଙ୍କୁ ବାର୍ଷିକ ୧୮ ହଜାର ଟଙ୍କା ପେନସନ୍ ଦିଆଯିବ।
– ପ୍ରତ୍ୟେକ ସମାଜରେ ‘ସମାଜବାଦୀ ଥାଳି’ ଆରମ୍ଭ ହେବ, ଏହା ଅଧୀନରେ ୧୦ ଟଙ୍କାରେ ଏକ ଥାଳି ଖାଦ୍ୟ ଦିଆଯିବ।
– ଅଟୋ ରିକ୍ସା ଡ୍ରାଇଭରମାନଙ୍କୁ ପ୍ରତିମାସରେ ଦୁଇ ଲିଟର ମାଗଣା ପେଟ୍ରୋଲ।

Categories
ଆଜିର ଖବର ଜାତୀୟ ଖବର

ଆସାମ ପାଇଁ ବିଜେପି ପକ୍ଷରୁ ଜାରି ହେଲା ସଂକଳ୍ପ ପତ୍ର: ଜାଣନ୍ତୁ ୧୦ ଟି ବଡ ପ୍ରତିଶୃତି

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି ଘୋଷଣା ପତ୍ର ଜାରି କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସଂକଳ୍ପ ପତ୍ର ଜାରି କରି ୧୦ ଟି ବଡ ପ୍ରତିଶୃତି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି।

ଜାଣନ୍ତୁ ବିଜେପିର ୧୦ ଟି ବଡ ପ୍ରତିଶୃତି:

୧- ମିଶନ ବ୍ରହ୍ମପୁତ୍ର- ବନ୍ୟା ସମସ୍ୟାକୁ ରୋକିବା ପାଇଁ ପ୍ରୟାସ କରିବ।

୨- ୩୦ ଲକ୍ଷ ପରିବାରଙ୍କୁ ଅରୁଣୋଦୟ ଯୋଜନା ଅନୁଯାୟୀ ପ୍ରତ୍ୟେକ ମାସରେ ତିନି ହଜାର ଟଙ୍କା ସହାୟତା।

୩- ଉପାସନା ଗୃହ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା, ବେଆଇନ ନିର୍ମାଣକୁ ହଟାଇ ଦିଆଯିବ।

୪- ସରକାରୀ ବିଦ୍ୟାଳୟର ସମସ୍ତଙ୍କୁ ମୁକ୍ତର ଶିକ୍ଷା, ଅଷ୍ଟମ ଶ୍ରେଣୀ ପାସ୍ ଛାତ୍ରୀଙ୍କୁ ସାଇକେଲ ମିଳିବ।

୫- ଏନଆରସି ଲାଗୁ କରାଯିବ, ସୁପ୍ରିମ କୋର୍ଟର ନିର୍ଦ୍ଦେଶ ପାଳନ କରିବେ, ଅବୈଧରେ ପ୍ରବେଶ କରୁଥିବା ଲୋକଙ୍କୁ ଚିହ୍ନଟ କରାଯିବ।

୬- ଆସାମର ପରିସୀମନର ପ୍ରକ୍ରିୟାକୁ ଆଗକୁ ବଢାଇବ।

୭- ଆତ୍ମନିର୍ଭର ଆସାମ ଅଭିଯାନ ଉପରେ ଗୁରୁତ୍ଵ ଦିଆଯିବ।

୮- ୨ ଲକ୍ଷ ଲୋକଙ୍କୁ ସରକାରୀ କ୍ଷେତ୍ରରେ ଚାକିରି, ୩୦ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ୧ ଲକ୍ଷ ଲୋକଙ୍କୁ ଚାକିରି ଦିଆଯିବ। ଏହାସହିତ ୮ ଲକ୍ଷ ଲୋକଙ୍କୁ ଘରୋଇ କ୍ଷେତ୍ରରେ ରୋଜଗାର ଦେବା ପାଇଁ ପ୍ରତିଶୃତି।

୯- ସ୍ଵାମୀ ବିବେକାନନ୍ଦଏନକେ ନାମରେ ଯୋଜନା ଚାଲିବ, ଯେଉଁଥିରେ ଷ୍ଟାର୍ଟଅପକୁ ଗୁରୁତ୍ଵ ଦିଆଯିବ। ଏହାଦ୍ବାରା ୧୦ ଲକ୍ଷ ଲୋକଙ୍କୁ ରୋଜଗାର ମିଳିବ।

୧୦- ସମସ୍ତଙ୍କୁ ଜମିର ମାଲିକାନା ଅଧିକାର ଦିଆଯିବ, ଯେଉଁତିରେ ଆସାମ ଲୋକ ମଜବୁତ ହୋଇପାରିବେ।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୫ ବର୍ଷ ହେଲା ଆସାମର ବିଜେପି ସରକାର ଅଛି। ଦଳ ପୁଣିଥରେ ସର୍ବାନନ୍ଦ ସୋନୋୱାଲ ଏବଂ ହେମନ୍ତ ବିଶ୍ଵା ଶର୍ମାଙ୍କ ନେତୃତ୍ବରେ ସରକାର ଗଢିବାକୁ ପ୍ରୟାସ କରୁଛି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ପାଇଁ ସଂକଳ୍ପ ପତ୍ର ଜାରି କଲା ବିଜେପି: ପ୍ରତ୍ୟେକ ବର୍ଷ କୃଷକଙ୍କୁ ମିଳିବ ୧୦ ହଜାର ଟଙ୍କା

କଲିକତା: ପଶ୍ଚିମବଙ୍ଗ ପାଇଁ ଆଜି ଭାରତୀୟ ଜନତା ପାର୍ଟି ନିଜର ସଂକଳ୍ପ ପତ୍ର ଜାରି କରିଛି। ସଂକଳ୍ପ ପତ୍ର ଜାରି କରିବା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୁନାର ବଙ୍ଗଳା ଗଢିବା ଲକ୍ଷ୍ୟ ବୋଲି କହିଛନ୍ତି।

ଜାଣନ୍ତୁ ବିଜେପିର ସଙ୍କଳ୍ପ ପତ୍ର ବିଷୟରେ:

୧- ମହିଳାଙ୍କ ପାଇଁ ସରକାରୀ ଚାକିରୀରେ ୩୩ ପ୍ରତିଶତ ସଂରକ୍ଷଣ ରଖାଯିବ।

୨- ରାଜ୍ୟବାସୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଇପାରିବେ। ମମତା ବାନାର୍ଜୀ ସମୟରେ ବକେୟା ୩ ବର୍ଷର ୭୫ ଲକ୍ଷ କୃଷକଙ୍କୁ ୧୮ ହଜାର ଟଙ୍କା ସିଧା ଆକାଉଣ୍ଟରେ ଜମା ହେବ। ପ୍ରତ୍ୟେକ ବର୍ଷ କୃଷକଙ୍କ ପାଇଁ ୧୦ ହଜାର ଟଙ୍କା। ଯେଉଁଥିରେ କେନ୍ଦ୍ର ସରକାରର ୬ ହଜାର ସହିତ ରାଜ୍ୟ ସରକାର ପକ୍ଷରୁ ୪ ହଜାର ପ୍ରତ୍ୟେକ ବର୍ଷ ସିଧା କୃଷକଙ୍କ ଆକାଉଣ୍ଟରେ ଜମା ହେବ। ମତ୍ସ୍ୟ ପାଳକଙ୍କୁ ପ୍ରତ୍ୟେକ ବର୍ଷ ୬ ହଜାର ଟଙ୍କା ମିଳିବ।

୩- ମୁଖ୍ୟମନ୍ତ୍ରୀ ଶରଣାର୍ଥୀ ଯୋଜନାରେ ପ୍ରତ୍ୟେକ ଶରଣାର୍ଥୀଙ୍କୁ ପାଞ୍ଚ ବର୍ଷ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ମିଳିବ।

୪- ପ୍ରଥମ କ୍ୟାବିନେଟ ବୈଠକରେ ଆୟୁଷ୍ମାନ ଯୋଜନା ଲାଗୁ କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ମିଳିବ।

୫- ରାଜ୍ୟରେ ନୂଆ ତିନୋଟି ଏମ୍ସ ସ୍ଥାପନା ହେବ।