ପଶ୍ଚିମବଙ୍ଗ ପାଇଁ ସଂକଳ୍ପ ପତ୍ର ଜାରି କଲା ବିଜେପି: ପ୍ରତ୍ୟେକ ବର୍ଷ କୃଷକଙ୍କୁ ମିଳିବ ୧୦ ହଜାର ଟଙ୍କା

Published: Mar 21, 2021, 8:13 pm IST

କଲିକତା: ପଶ୍ଚିମବଙ୍ଗ ପାଇଁ ଆଜି ଭାରତୀୟ ଜନତା ପାର୍ଟି ନିଜର ସଂକଳ୍ପ ପତ୍ର ଜାରି କରିଛି। ସଂକଳ୍ପ ପତ୍ର ଜାରି କରିବା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୁନାର ବଙ୍ଗଳା ଗଢିବା ଲକ୍ଷ୍ୟ ବୋଲି କହିଛନ୍ତି।

ଜାଣନ୍ତୁ ବିଜେପିର ସଙ୍କଳ୍ପ ପତ୍ର ବିଷୟରେ:

୧- ମହିଳାଙ୍କ ପାଇଁ ସରକାରୀ ଚାକିରୀରେ ୩୩ ପ୍ରତିଶତ ସଂରକ୍ଷଣ ରଖାଯିବ।

୨- ରାଜ୍ୟବାସୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଇପାରିବେ। ମମତା ବାନାର୍ଜୀ ସମୟରେ ବକେୟା ୩ ବର୍ଷର ୭୫ ଲକ୍ଷ କୃଷକଙ୍କୁ ୧୮ ହଜାର ଟଙ୍କା ସିଧା ଆକାଉଣ୍ଟରେ ଜମା ହେବ। ପ୍ରତ୍ୟେକ ବର୍ଷ କୃଷକଙ୍କ ପାଇଁ ୧୦ ହଜାର ଟଙ୍କା। ଯେଉଁଥିରେ କେନ୍ଦ୍ର ସରକାରର ୬ ହଜାର ସହିତ ରାଜ୍ୟ ସରକାର ପକ୍ଷରୁ ୪ ହଜାର ପ୍ରତ୍ୟେକ ବର୍ଷ ସିଧା କୃଷକଙ୍କ ଆକାଉଣ୍ଟରେ ଜମା ହେବ। ମତ୍ସ୍ୟ ପାଳକଙ୍କୁ ପ୍ରତ୍ୟେକ ବର୍ଷ ୬ ହଜାର ଟଙ୍କା ମିଳିବ।

୩- ମୁଖ୍ୟମନ୍ତ୍ରୀ ଶରଣାର୍ଥୀ ଯୋଜନାରେ ପ୍ରତ୍ୟେକ ଶରଣାର୍ଥୀଙ୍କୁ ପାଞ୍ଚ ବର୍ଷ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ମିଳିବ।

୪- ପ୍ରଥମ କ୍ୟାବିନେଟ ବୈଠକରେ ଆୟୁଷ୍ମାନ ଯୋଜନା ଲାଗୁ କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ମିଳିବ।

୫- ରାଜ୍ୟରେ ନୂଆ ତିନୋଟି ଏମ୍ସ ସ୍ଥାପନା ହେବ।

Related posts