ନୂଆଦିଲ୍ଲୀ: ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବା ନେଇ ତାରିଖ ଘୋଷଣା ହୋଇଛି। ସଂସଦୀୟ ବ୍ୟାପାର କମିଟି ପକ୍ଷରୁ ଚଳିତ ଜାନୁୟାରୀ ବଜେଟ ଅଧିବେଶନ ଆରମ୍ଭ ହେବା ନେଇ ସୁପାରିଶ କରାଯାଇଛି। ୨ଟି ପର୍ଯ୍ୟାୟରେ ସଂସଦର ବଜେଟ ଅଧିବେଶନ ହେବ। ପ୍ରଥମ ଭାଗ ୨୯ ଜାନୁୟାରୀରୁ ଆରମ୍ଭ ହୋଇ ୧୫ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ଭାଗ ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। ତେବେ ଫେବୃୟାରୀ ୧ରେ ସାଧାରଣ ବଜେଟ ଉପସ୍ଥାପିତ କରିବାକୁ କମିଟି ପକ୍ଷରୁ କୁହାଯାଇଛି। ଜାନୁୟାରୀ ୨୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ଉଭୟ ଗୃହ ପ୍ରତ୍ୟେକ ଦିନ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ କରୋନା ଗାଇଡଲାଇନର ସମସ୍ତ ପ୍ରୋଟୋକଲ ପାଳନ କରାଯିବ।
Tag: ସଂସଦ
ନୂଆଦିଲ୍ଲୀ, କୋଭିଡ19 ପାଇଁ ଆଜି ସଂସଦର ଉଭୟ ଗୃହକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ କରି ଦିଆଯାଇଛି। ଏହି ମୌସୁମୀ ଅଧିବେସନ ଆସନ୍ତା ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ଦିନକୁ ଦିନ ସଂସାଦମାନେ ପଜେଟିଭି ଚିହ୍ନଟ ହେବା ଏବଂ ସାରା ଦେଶର ସ୍ଥିତି ଉଦବେଗ ଜନକ ହୋଇପଡିବାରୁ ଏପରି ପଦକ୍ଷେପ ନିଆଯାଇଛି। ଫଳରେ ଏହି ମୌସୁମୀ ଅଧିବେସନ ମାତ୍ର 10 ଦିନ ପାଇଁ ଚାଲିଛି। ଏହି ସମୟରେ ଗୃହରେ 25 ଟି ବିଲ୍ ପାଶ ହୋଇଥିବା ବେଳେ 6ଟି ବିଲ ଉପସ୍ଥାପିତ ହୋଇଛି।