Categories
ଆଜିର ଖବର ଜାତୀୟ ଖବର ଧର୍ମ ସ୍ବାସ୍ଥ୍ୟ

କେରଳର ଇସଲାମ ଇନଷ୍ଟିଚ୍ୟୁଟ୍ ରେ ଶିକ୍ଷା ଦିଆଯାଉଛି ସଂସ୍କୃତ, ଶରିୟା କଲେଜରେ ଜପ ହେଉଛି ମନ୍ତ୍ର

ତ୍ରିଶୁର: କେରଳର ତ୍ରିଶୁର ଜିଲ୍ଲାର ଏକ ଇସଲାମିକ ଅନୁଷ୍ଠାନ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି। ଏଠାରେ ଲମ୍ବା ଧଳା ପୋଷାକ ଏବଂ ଟୋପି ପିନ୍ଧିଥିବା ଛାତ୍ରମାନେ ସେମାନଙ୍କର ହିନ୍ଦୁ ଗୁରୁଙ୍କ ତତ୍ତ୍ବାବଧାନରେ ସଂସ୍କୃତ ଶ୍ଲୋକ ଏବଂ ମନ୍ତ୍ର ପାଠ କରୁଛନ୍ତି। ଅନୁଷ୍ଠାନର ଜଣେ ଶିକ୍ଷକ ଛାତ୍ରଙ୍କୁ “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବୋ ମହେଶ୍ୱର, ଗୁରୁ ସାକ୍ଷତ ପରବ୍ରହ୍ମ, ତସ୍ମେଇ ଶ୍ରୀ ଗୁରୁବେ ନମଃ” ପଢିବାକୁ କୁହନ୍ତି ଏବଂ ଛାତ୍ରମାନେ ମଧ୍ୟ ତାହା କରନ୍ତି।

ଯେତେବେଳେ ଅନ୍ୟ ଜଣେ ଛାତ୍ର ବିଭିନ୍ନ ଶ୍ଳୋକ ପାଠ କରିବା ସମାପ୍ତ କରେ, ସେତେବେଳେ ଶିକ୍ଷକ ତାଙ୍କୁ ସଂସ୍କୃତ ଭାଷାରେ କହିଥିଲେ, “ଉତ୍ତମମ୍”। ଶ୍ରେଣୀଗୃହରେ ଛାତ୍ର ଓ ଶିକ୍ଷକମାନଙ୍କ ମଧ୍ୟରେ ସମସ୍ତ ବାର୍ତ୍ତାଳାପ ସଂସ୍କୃତରେ ହୋଇଥାଏ। ମଲିକ୍ ଦିନାର ଇସଲାମିକ୍ କମ୍ପ୍ଲେକ୍ସ (MIC) ଦ୍ୱାରା ପରିଚାଳିତ ଏକାଡେମୀ ଅଫ୍ ଶରିଆ ଏବଂ ଆଡଭାନ୍ସ ଷ୍ଟଡିଜ୍ (ASAS) ର ପ୍ରିନ୍ସପାଲ୍ ଓନାମ୍ପିଲ୍ଲୀ ମୁହମ୍ମଦ ଫୈଜି କହିଛନ୍ତି ଯେ, ସଂସ୍କୃତ, ଉପନିଷଦ, ପୁରାଣ ଇତ୍ୟାଦି ଶିକ୍ଷା କରିବାର ଉଦ୍ଦେଶ୍ୟ ହେଉଛି ଅନ୍ୟ ଧର୍ମ ବିଷୟରେ ଛାତ୍ରମାନଙ୍କ ମଧ୍ୟରେ ଜ୍ଞାନ ଏବଂ ସଚେତନତା ସୃଷ୍ଟି କରିବା।

ଏମଆଇସି ଏସ ଏସ ରେ ଛାତ୍ରମାନଙ୍କୁ ସଂସ୍କୃତ ଶିକ୍ଷା କରିବାର ଅନ୍ୟ ଏକ କାରଣ ହେଉଛି, ଫୈଜିଙ୍କର ନିଜସ୍ୱ ଶିକ୍ଷାଗତ ପୃଷ୍ଠଭୂମି ଅଟେ, କାରଣ ସେ ଶଙ୍କର ଦର୍ଶନ ଅଧ୍ୟୟନ କରିଥିଲେ।

ଫୈଜି କହିଛନ୍ତି ଯେ, ଏହାର ଉଦ୍ଦେଶ୍ୟ ହେଉଛି ଏହି ଛାତ୍ରମାନଙ୍କୁ ମୌଳିକ ଜ୍ଞାନ ପ୍ରଦାନ କରିବା ଏବଂ ସେମାନଙ୍କ ମଧ୍ୟରେ ଅନ୍ୟ ଧର୍ମ ବିଷୟରେ ସଚେତନତା ସୃଷ୍ଟି କରିବା। ସେ କହିଛନ୍ତି ଯେ, ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ଆଠ ବର୍ଷ ମଧ୍ୟରେ ସଂସ୍କୃତରେ ଛାତ୍ରମାନଙ୍କୁ ଭାଗବତ ଗୀତା, ଉପନିଷଦ, ମହାଭାରତ, ରାମାୟଣର ଗୁରୁତ୍ୱପୂର୍ଣ୍ଣ ଅଂଶ ଶିକ୍ଷା ଦିଆଯାଉଛି। ଏହି ଗ୍ରନ୍ଥଗୁଡ଼ିକର ମନୋନୀତ ଶିକ୍ଷାଦାନ ଦିଆଯାଉଛି, କାରଣ ଏହି ଅନୁଷ୍ଠାନ ମୁଖ୍ୟତଃ ଏକ ଶରିଆ କଲେଜ ଅଟେ। ଏହି ଅନୁଷ୍ଠାନ କାଲିକଟ୍ ବିଶ୍ୱବିଦ୍ୟାଳୟ ସହିତ ଜଡିତ ଏବଂ ଉର୍ଦ୍ଦୁ ଏବଂ ହିନ୍ଦୀ ମଧ୍ୟ ଏଠାରେ ଶିକ୍ଷା ଦିଆଯାଏ।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲରେ ହିନ୍ଦୀ, ସଂସ୍କୃତ, ଶାରୀରିକ ଶିକ୍ଷା ପ୍ରଶିକ୍ଷକଙ୍କ ଚାକିରୀ ପାଇଁ ଘୋଷଣା ହେଲା ପରୀକ୍ଷା ତାରିଖ

ଭୁବନେଶ୍ୱର : ରାଜ୍ୟର ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କ ନିଯୁକ୍ତି ନିମନ୍ତେ ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ମର୍ମରେ ଏହି ନିଷ୍ପତ୍ତି ନିଆଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଯୁକ୍ତି ସଂପର୍କିତ ଆଲୋଚନା ହୋଇଛି । ଗତ ଅଗଷ୍ଟ ୧୩ ତାରିଖରେ ଏହି ସଂକ୍ରାନ୍ତରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲା । ବିଜ୍ଞାପନ ଅନୁସାରେ ଆସନ୍ତା ଅକେଫାବର ୪ ତାରିଖ ଦିନ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଏବଂ ୫ ତାରିଖରେ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ ।

ରାଜ୍ୟର ୨୪ ଗୋଟି ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନଙ୍କ ନିକଟକୁ ଚଳିତ ମାସ ୨୫ ତାରିଖ ସୁଦ୍ଧା ପ୍ରବେଶ ପତ୍ର (ଆଡ୍‌ମିଟ୍‌ କାର୍ଡ) ପଠାଇବାକୁ ସ୍ଥିର କରାଯାଇଛି । ପରୀକ୍ଷା କେନ୍ଦ୍ରଗୁଡ଼ିକରେ କୋଭିଡ୍‌ ମାର୍ଗଦର୍ଶିକାର ଅନୁପାଳନ ସହିତ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ରଘୁରାମ ଆୟାରଙ୍କ ସମେତ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।