ସଂସ୍କୃତ ଦେବତ୍ୱର ଭାଷା ଏବଂ ଆମର ଆଧ୍ୟାତ୍ମିକତା ଅନୁସନ୍ଧାନରେ ଏକ ପବିତ୍ର ସେତୁ ଭାବରେ କାର୍ଯ୍ୟ କରେ: ଉପରାଷ୍ଟ୍ରପତି

Published: May 1, 2024, 7:10 am IST

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ, ସଂସ୍କୃତ ହେଉଛି ଏକ ଅଲୌକିକ ଭାଷା ଏବଂ ଆମର ଆଧ୍ୟାତ୍ମିକତା ଏବଂ ପରମାତ୍ମାଙ୍କ ସହ ଯୋଡ଼ି ହେବାର ପ୍ରୟାସରେ ଏକ ପବିତ୍ର ସେତୁ ଭାବରେ କାର୍ଯ୍ୟ କରିଥାଏ।

ସାଥିମାନେ,

ତିରୁପତିସ୍ଥିତ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରି ସେ ସଂସ୍କୃତକୁ ମାନବ ସଭ୍ୟତାର ଏକ ସାଂସ୍କୃତିକ ଆଧାର ଭାବରେ ବର୍ଣ୍ଣନା କରିଛନ୍ତି ଯେ ଆଜିର ଅନିଶ୍ଚିତତା ପୂର୍ଣ୍ଣ ଜଗତରେ ସଂସ୍କୃତ ଏକ ଅନନ୍ୟ ଶାନ୍ତି ପ୍ରଦାନ କରିଥାଏ। ଆମକୁ ବୌଦ୍ଧିକ, ଆଧ୍ୟାତ୍ମିକ ଶାନ୍ତି ଏବଂ ନିଜ ସହିତ ଏକ   ଗଭୀର ସମ୍ପର୍କ ଉତ୍ପନ କରିବାକୁ ପ୍ରେରଣା ଦେଇଥାଏ।

ସମାବର୍ତ୍ତନ ସମାରୋହ ପୂର୍ବରୁ ଶ୍ରୀ ଧନଖଡ ପବିତ୍ର ତିରୁମାଲା ମନ୍ଦିରରେ ଦର୍ଶନ କରିଥିଲେ। ନିଜର ଅନୁଭୂତି ବର୍ଣ୍ଣନା କରି ସେ କହିଛନ୍ତି, ତିରୁପତିରେ ହିଁ ଦେବତା, ଆଧ୍ୟାତ୍ମିକତା ଓ ଉତ୍କୃଷ୍ଟତାର ନିକଟତର ମିଳିଥାଏ ମୁଁ ମନ୍ଦିରରେ ଦର୍ଶନ ଅବସରରେ ଏହା ଅନୁଭବ କଲି। ମୁଁ ନିଜକୁ ଧନ୍ୟ ଅନୁଭବ କଲି ଏବଂ ସମସ୍ତଙ୍କ ପାଇଁ , ସମସ୍ତେ ଖୁସିରେ ରୁହନ୍ତୁ ବୋଲି ପ୍ରାର୍ଥନା କଲି।

ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଡ. ସୁଦେଶ ଧନଖଡଙ୍କ ସହ ଭଗବାନ ଭେଙ୍କଟେଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ ଏବଂ ପରେ ସେ ଟ୍ୱିଟ୍ କରିଥିଲେ –

ଆଜି ତିରୁମାଲାସ୍ଥିତ ଶ୍ରଦ୍ଧାଳୁ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦର୍ଶନ କରି ମୋତେ ଧନ୍ୟ ଲାଗୁଛି।

ଶେଶାଚଲମ୍ ପାହାଡ଼ର ଶାନ୍ତ ପରିବେଶ ମଧ୍ୟରେ ଅବସ୍ଥିତ ଭଗବାନ ଶ୍ରୀ ଭେଙ୍କଟେଶ୍ୱରଙ୍କ ଏହି ପବିତ୍ର ବାସସ୍ଥଳୀ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ଐତିହ୍ୟର ଏକ ଉଜ୍ଜ୍ୱଳ ପ୍ରତୀକ।

ମୋର ସମସ୍ତ ଦେଶବାସୀଙ୍କ ସୁଖ ଓ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲି।

ଭାରତୀୟ ଜ୍ଞାନ ପ୍ରଣାଳୀର ପୁନରୁଦ୍ଧାର ଏବଂ ପ୍ରସାରରେ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନର ଭୂମିକା ଉପରେ ଗୁରୁତ୍ୱାରୋପ କରି ଭିପି ଅଭିନବ ପାଠ୍ୟକ୍ରମ ର ବିକାଶ ଏବଂ ଆନ୍ତଃବିଭାଗୀୟ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଦେଇଥିଲେ, ଯାହାଦ୍ୱାରା ସଂସ୍କୃତର ସମୃଦ୍ଧ ଐତିହ୍ୟ ଏବଂ ଆଧୁନିକ ଶୈକ୍ଷିକ ଆବଶ୍ୟକତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରାଯାଇପାରିବ । ସଂସ୍କୃତର ପବିତ୍ର ଭାଷା କେବଳ ଆମକୁ ଈଶ୍ୱରଙ୍କ ସହ ଯୋଡ଼ିନଥାଏ, ବରଂ ପୃଥିବୀର ଅଧିକ ସାମଗ୍ରିକ ବୁଝାମଣା ଦିଗରେ ମାର୍ଗକୁ ଆଲୋକିତ କରୁ ବୋଲି ସେ କହିଛନ୍ତି। ମୂଲ୍ୟବାନ ପ୍ରାଚୀନ ପାଣ୍ଡୁଲିପିର ସଂରକ୍ଷଣ ରେ ଡିଜିଟାଲ ଜ୍ଞାନକୌଶଳର ବ୍ୟବହାର ବୃଦ୍ଧି କରିବା ର ଆବଶ୍ୟକତା ରହିଛି ବୋଲି ମଧ୍ୟ ଶ୍ରୀ ଧନଖଡ ପ୍ରକାଶ କରିଥିଲେ ।

ସଂସ୍କୃତକୁ ଆମ ସାଂସ୍କୃତିକ ଐତିହ୍ୟର ଭଣ୍ଡାର ବୋଲି ବର୍ଣ୍ଣନା କରି ଉପରାଷ୍ଟ୍ରପତି ଏହାର ସଂରକ୍ଷଣ ଓ ପ୍ରସାରକୁ ଏକ ଜାତୀୟ ପ୍ରାଥମିକତା ଓ କର୍ତ୍ତବ୍ୟ ବୋଲି କହିଥିଲେ। ସେ ମଧ୍ୟ ଚାହୁଁଥିଲେ ଯେ ସଂସ୍କୃତକୁ ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ବିକଶିତ କରାଯାଉ ଏବଂ ଏହାର ଶିକ୍ଷାକୁ ସହଜ କରାଯାଉ । କୌଣସି ଭାଷା ସମାଜ ଦ୍ୱାରା ବ୍ୟବହୃତ ହେଲେ ହିଁ  ତାହା ବଞ୍ଚିଥାଏ ଏବଂ ଏଥିରେ ସାହିତ୍ୟ ରଚନା କରାଯାଏ ବୋଲି ଉଲ୍ଲେଖ କରି ଭିପି ଆମ ଦୈନନ୍ଦିନ ଜୀବନରେ ସଂସ୍କୃତର ବ୍ୟବହାର ବଢ଼ାଇବାର ଆବଶ୍ୟକତା ପ୍ରକାଶ କରିଥିଲେ।

କେବଳ ଧାର୍ମିକ ଓ ଦାର୍ଶନିକ ଗ୍ରନ୍ଥ ନୁହେଁ, ଔଷଧ, ନାଟକ, ସଙ୍ଗୀତ ଏବଂ ବିଜ୍ଞାନ ଉପରେ ଧର୍ମନିରପେକ୍ଷ ପୁସ୍ତକରେ ସଂସ୍କୃତର ସମୃଦ୍ଧ ଓ ବିବିଧ ସାହିତ୍ୟ ରଚନା ବିଷୟରେ ଉଲ୍ଲେଖ କରି ଶ୍ରୀ ଧନଖଡ ଆଲୋକପାତ କରିଥିଲେ ଯେ ଏତେ ବ୍ୟାପକତା ସତ୍ତ୍ୱେ ସଂସ୍କୃତର ମୁଖ୍ୟସ୍ରୋତଶିକ୍ଷାରେ ଏକୀକରଣ ସୀମିତ ରହିଛି ଏବଂ ଅନେକ ସମୟରେ ଭାରତୀୟ ଜ୍ଞାନ ପ୍ରଣାଳୀକୁ ପ୍ରତ୍ୟାଖ୍ୟାନ କରୁଥିବା ଉପନିବେଶବାଦୀ ମାନସିକତା ଦ୍ୱାରା ବାଧାପ୍ରାପ୍ତ ହୋଇଥାଏ ।

ସଂସ୍କୃତ ଅଧ୍ୟୟନ କେବଳ ଏକ ଶୈକ୍ଷିକ ପ୍ରୟାସ ନୁହେଁ ବୋଲି କହି ଉପ ରାଷ୍ଟ୍ରପତି ଏହାକୁ ଆତ୍ମ ଆବିଷ୍କାର ଏବଂ ଜ୍ଞାନର ଯାତ୍ରା ବୋଲି ବର୍ଣ୍ଣନା କରିଛନ୍ତି। ସେ “ସଂସ୍କୃତର ଐତିହ୍ୟକୁ ବହନ କରନ୍ତୁ – କେବଳ ଶୈକ୍ଷିକ ଜ୍ଞାନ ନୁହେଁ, ବରଂ ପରିବର୍ତ୍ତନର ମାର୍ଗ” ବୋଲି ଆହ୍ୱାନ ଦେଇଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏହି ଅମୂଲ୍ୟ ଐତିହ୍ୟର ରାଷ୍ଟ୍ରଦୂତ ହେବାକୁ ଆହ୍ୱାନ ଦେଇଥିଲେ ଏବଂ ଏହାର ସମ୍ପଦକୁ ଭବିଷ୍ୟତ ପିଢ଼ି ପାଖରେ ପହଞ୍ଚାଇବାକୁ ସୁନିଶ୍ଚିତ କରିଥିଲେ ।

ଏହି ଅବସରରେ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଆଇଏଏସ୍ (ଅବସରପ୍ରାପ୍ତ) ଏନ୍ ଗୋପାଳସ୍ୱାମୀ, ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜିଏସ୍ ଆର୍ କ୍ରିଷ୍ଣା ମୂର୍ତ୍ତି, ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଆଇଏସ୍ଇଆର୍)ର ନିର୍ଦେଶକ ପ୍ରଫେସର ଶାନ୍ତନୁ ଭଟ୍ଟାଚାର୍ଯ୍ୟ, ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Related posts