Categories
ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱକପରେ ନମ୍ବର-୪ ରେ ଖେଳିପାରନ୍ତି ସଞ୍ଜୁ ସାମସନ, ବିସିସିଆଇ ଦେଲା ସଂକେତ

ନୂଆଦିଲ୍ଲୀ: ୨୦୧୧ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ ଅନ୍ୟ କୌଣସି ବିଶ୍ୱକପ ଜିତିବାରେ ସକ୍ଷମ ହୋଇ ନାହିଁ। ଇତି ମଧ୍ୟରେ ୫୦ ଓଭରର ୨ ଟି ବିଶ୍ୱକପ୍ ହୋଇଛି ଏବଂ ଉଭୟରେ ଭାରତ ସେମିଫାଇନାଲ୍ ରେ ହାରିଯାଇଛି। ୨୦୧୯ ରେ ଅନୁଷ୍ଠିତ ଶେଷ ଦିନିକିଆ ବିଶ୍ୱକପରେ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇ ଭାରତ ବିଶ୍ୱକପରୁ ବାଦ ପଡିଥିଲା। ସେହି ବିଶ୍ୱକପ୍‌ରେ ଭାରତ ପାଇଁ ସବୁଠାରୁ ବଡ ସମସ୍ୟା ୪ ନମ୍ବରରେ ବ୍ୟାଟିଂ ହୋଇଥିଲା। ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଭାରତର କୌଣସି ବିଶେଷ ବ୍ୟାଟ୍ସମ୍ୟାନ୍ ନଥିଲେ ଏବଂ ଏଥର ଅର୍ଥାତ୍ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ମଧ୍ୟ ସମାନ ସମସ୍ୟା ଭାରତ ସମ୍ମୁଖରେ ପୁଣି ଦେଖାଯାଉଛି। ତେବେ ବିସିସିଆଇର ନୂତନ ଚୁକ୍ତିନାମାକୁ ଦେଖିଲେ ସଞ୍ଜୁ ସାମସନ ୨୦୨୩ ରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ ସମୟରେ ନମ୍ବର -୪ ରେ ବ୍ୟାଟିଂ ସମସ୍ୟାର ସମାଧାନ କରିପାରିବେ ବୋଲି ଜଣାପଡିଛି। ଆସନ୍ତୁ ଜାଣିବା ଏହାର କିଛି କାରଣ….

ସଞ୍ଜୁ ସାମସନ ପ୍ରଥମ ଥର ପାଇଁ ବିସିସିଆଇ ଚୁକ୍ତିରେ ଯୋଗ ଦେଇଛନ୍ତି:

କ୍ରିକେଟ୍ ବିଶେଷଜ୍ଞ ତଥା ବିଶ୍ଵର ପ୍ରଶଂସକମାନେ ବିଶ୍ବାସ କରନ୍ତି ଯେ, ସଞ୍ଜୁ ସାମସନଙ୍କୁ ଦିନିକିଆ ଦଳରେ ସ୍ଥାୟୀ ସ୍ଥାନ ମିଳିବା ଉଚିତ୍। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସଞ୍ଜୁ ସାମସନଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିବା ପାଇଁ ଜୋରଦାର ପ୍ରଚାର କରାଯାଉଥିଲା। ବର୍ତ୍ତମାନ ବିସିସିଆଇ ପ୍ରଥମ ଥର ପାଇଁ ବାର୍ଷିକ ଚୁକ୍ତି ତାଲିକାରେ ସଞ୍ଜୁ ସାମସନଙ୍କୁ ଅନ୍ତର୍ଭୁକ୍ତ କରିଛି। ଯାହା ସୂଚାଉଛି ଯେ, ବିସିସିଆଇ ବର୍ତ୍ତମାନ ସଞ୍ଜୁଙ୍କୁ ଦିନିକିଆ କ୍ରିକେଟ୍ ଦଳରେ ସ୍ଥାନ ଦେଇପାରେ। ସଞ୍ଜୁ ସାମସନଙ୍କୁ ବିସିସିଆଇର ବାର୍ଷିକ ଚୁକ୍ତିନାମା ତାଲିକାରେ ଗ୍ରେଡ୍-ସି ବର୍ଗରେ ସ୍ଥାନିତ କରାଯାଇଛି।

ଶ୍ରେୟାସଙ୍କ ଆଘାତ, ସୂର୍ଯ୍ୟଙ୍କ ଖରାପ ଫର୍ମ:

ସାମ୍ପ୍ରତିକ ପରିସ୍ଥିତି ଅନୁଯାୟୀ, ଭାରତୀୟ ଦିନିକିଆ କ୍ରିକେଟ୍ ଦଳରେ ନମ୍ବର -୪ ସ୍ଥାନ ପାଇଁ ଶ୍ରେୟସ୍ ଆୟର ସବୁଠାରୁ ଉପଯୁକ୍ତ ବ୍ୟାଟ୍ସମ୍ୟାନ୍, କିନ୍ତୁ ଆହତ କାରଣରୁ ସେ ବର୍ତ୍ତମାନ ଦଳ ବାହାରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଶ୍ରେୟସ୍ ଆୟରଙ୍କ ବଦଳରେ ଟିମ୍ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବଙ୍କୁ ଚତୁର୍ଥ ନମ୍ବରରେ ଖେଳିବାର ସୁଯୋଗ ଦେଇଥିଲା, କିନ୍ତୁ କ୍ରମାଗତ ତିନିଟି ଦିନିକିଆରେ ସୁର୍ଯ୍ୟ ଶୂନ୍ୟରେ ଆଉଟ ହୋଇଯାଇଥିଲା। ତାଙ୍କର ଖରାପ ଫର୍ମକୁ ଦେଖିଲେ ଜଣାପଡୁଛି ଯେ ଆଗାମୀ ଦିନିକିଆରେ ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ସଞ୍ଜୁ ସାମସନ୍ ଙ୍କୁ ଚତୁର୍ଥ ନମ୍ବରରେ ଚେଷ୍ଟା କରିପାରନ୍ତି ଯାହା ଦ୍ଵାରା ସେ ଦିନିକିଆ ବିଶ୍ୱକପ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇପାରିବେ।

ସଞ୍ଜୁଙ୍କ ମହାନ ଦିନିକିଆ ରେକର୍ଡ:

ସଞ୍ଜୁ ସାମସନ୍ ଙ୍କୁ ଦିନିକିଆ ବିଶ୍ୱକପ୍ ପାଇଁ ନମ୍ବର -୪ ର ଦାୟିତ୍ୱ ହସ୍ତାନ୍ତର କରିବାର ଅନ୍ୟ ଏକ କାରଣ ହେଉଛି ଦିନିକିଆରେ ତାଙ୍କର ଜବରଦସ୍ତ ରେକର୍ଡ। ସଞ୍ଜୁ ଏପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳ ପାଇଁ ୧୧ ଟି ଦିନିକିଆ ଖେଳିଛନ୍ତି। ଏହି ମ୍ୟାଚଗୁଡିକର ୧୦ ଟି ଇନିଂସରେ ସଞ୍ଜୁ ହାରାହାରି ୬୬.୦୦ ରେ ୩୩୦ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସଞ୍ଜୁଙ୍କ ସର୍ବାଧିକ ସ୍କୋର ୮୬ ରନ  ହୋଇଥିବାବେଳେ ତାଙ୍କର ଷ୍ଟ୍ରାଇକ୍ ହାର ୧୦୪.୭୬ ରହିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବାଦ ପଡିଲେ ସଞ୍ଜୁ ସାମସନ: ବର୍ତ୍ତମାନ ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ପୁଣେ: ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ଟିମ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ବାଦ୍ ପଡିଛନ୍ତି। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ସମୟରେ ବାଉଣ୍ଡରୀ ନିକଟରେ ବଲ ଧରିବାକୁ ଚେଷ୍ଟା କରୁଥିବାବେଳେ ସାମସନ୍ ତାଙ୍କ ବାମ ଆଣ୍ଠୁରେ ଆଘାତ ପାଇଥିଲେ।

ସ୍କାନ ଏବଂ ବିଶେଷଜ୍ଞଙ୍କ ମତ ପାଇଁ ବିସିସିଆଇ ଡାକ୍ତରୀ ଦଳ ବୁଧବାର ଅପରାହ୍ନରେ ତାଙ୍କୁ ମୁମ୍ବାଇ ନେଇଥିଲେ, ଏହା ପରେ ତାଙ୍କୁ ବିଶ୍ରାମ ଏବଂ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସିନିୟର ଚୟନ କମିଟି ସଞ୍ଜୁ ସାମସନଙ୍କ ସ୍ଥାନରେ ଜିତେଶ ଶର୍ମାଙ୍କୁ ଦଳରେ ସାମିଲ କରିଛନ୍ତି।

ଆଜି ପୁଣେରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳିବ। ଏହାପୂର୍ବରୁ ପ୍ରଥମ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଉପରେ ରୋମାଞ୍ଚକର ଭାବେ ୨ ରନ୍ ରେନ ବିଜୟ ପଞ୍ଜିକରଣ କରିଥିଲା।

ଭାରତୀୟ ଦଳ:

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶନ (ୱିକି), ରୁତୁରାଜ ଗାଇକ୍ଵାଡ, ଶୁବମାନ ଗିଲ, ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଦୀପକ ହୁଡା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା (ୱିକି), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଅକ୍ସର ପଟେଲ, ହର୍ଷଲ ପଟେଲ , ଉମ୍ରାନ ମଲିକ, ଶିବମ ମାଭି, ମୁକେଶ କୁମାର।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପ୍ରଥମ ଦିନିକିଆରେ ସୁଯୋଗ ପାଇବେ କି ଉମ୍ରାନ ମଲିକ ଏବଂ ସଞ୍ଜୁ ସାମସନ?, ଜାଣନ୍ତୁ ସମ୍ଭାବ୍ୟ ଏକାଦଶ

ନୂଆଦିଲ୍ଲୀ: ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦିନିକିଆ ସିରିଜ୍ ପାଇଁ ପ୍ରସ୍ତୁତ। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୫ ତାରିଖରୁ ଆରମ୍ଭ ହେବ। ଏହାପୂର୍ବରୁ ଆୟୋଜକ କିୱି ଦଳ ବିପକ୍ଷରେ ଟି-୨୦ ସିରିଜରେ ଭାରତ ୧-୦ ରେ ଜିତିଥିଲା। ଏଭଳି ପରିସ୍ଥିତିରେ ଦଳ ଏହି ଫର୍ମ ବଜାୟ ରଖିବାକୁ ଚାହିଁବ। ତେବେ ଟି-୨୦ ତୁଳନାରେ ଦିନିକିଆ ଦଳରେ ଅନେକ ଖେଳାଳି ବଦଳିଛନ୍ତି। କିନ୍ତୁ ସବୁଠୁ ବଡ ପ୍ରଶ୍ନ ହେଉଛି ଉମ୍ରାନ ମଲିକ ଏବଂ ସଞ୍ଜୁ ସାମସନ ଦିନିକିଆ ସିରିଜରେ ସୁଯୋଗ ପାଇବେ କି ନାହିଁ। ଉଭୟ ଖେଳାଳି ଟି-୨୦ ସିରିଜର କୌଣସି ମ୍ୟାଚ୍‌ରେ ସୁଯୋଗ ପାଇ ନଥିଲେ।

ପ୍ରଥମ ଦିନିକିଆ ବିଷୟରେ କହିବାକୁ ଗଲେ ଅଧିନାୟକ ଧାୱନ ଏବଂ ଶୁବମାନ ଗିଲ ବ୍ୟାଟିଂ ଆରମ୍ଭ କରିବା ନିଶ୍ଚିତ। ଅତୀତରେ ଜିମ୍ବାୱେରେ ଉଭୟ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ। ବିରାଟ କୋହଲି ଦଳରେ ନ ଥିବାରୁ ଶ୍ରେୟସ୍ ଆୟର ନମ୍ବର -୩ ରେ ଖେଳିବା ନିଶ୍ଚିତ। ସୂର୍ଯ୍ୟକୁମାର ଯାଦବ ସେଠାରେ ନମ୍ବର -୪ ରେ ଅବତରଣ କରିବେ। ସେ ଚଳିତ ବର୍ଷ ବ୍ୟାଟ୍ସ ସହ ଭଲ ଫର୍ମରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ରେ ସେ ୧୧୧ ରନ କରି ଏକ ଭଲ ଇନିଂସ ଖେଳିଥିଲେ।

ଋଷଭ ପନ୍ତଙ୍କୁ ଦିନିକିଆ ଦଳର ଉପ-ଅଧିନାୟକ କରାଯାଇଛି। ଏଭଳି ପରିସ୍ଥିତିରେ ସେ ୫ ନମ୍ବରରେ ଅବତରଣ କରିପାରନ୍ତି। ନମ୍ବର-୫ ରେ ଦୀପକ ହୁଡା ଏବଂ ସଞ୍ଜୁ ସାମସନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ। ଅଫ୍ ସ୍ପିନର ହୁଡା ଦ୍ୱିତୀୟ ଟି-୨୦ ରେ ୪ ୱିକେଟ୍ ନେଇ ନିଜକୁ ପ୍ରମାଣିତ କରିଥିଲେ। ଏଭଳି ପରିସ୍ଥିତିରେ ତାଙ୍କର ଖେଳିବା ସମ୍ଭାବନା ଅଧିକ ଦେଖାଯାଉଛି। ଜଣେ ଅଲରାଉଣ୍ଡର ଭାବରେ ଶାହବାଜ ଅହମ୍ମଦ କିମ୍ବା ୱାଶିଂଟନ୍ ସୁନ୍ଦର ସୁଯୋଗ ପାଇପାରିବେ। ଦ୍ରୁତ ବୋଲରଙ୍କ ବିଷୟରେ କହିବାକୁ ଗଲେ ଦୀପକ ଚହର ଏବଂ ଶାର୍ଦ୍ଦୁଲ ଠାକୁର ଖେଳିବା ନିଶ୍ଚିତ।

ଟି-୨୦ ସିରିଜର ଶେଷ ମ୍ୟାଚରେ ଅର୍ଶଦୀପ ସିଂ ଏକ ଭଲ ଖେଳ ପ୍ରଦର୍ଶନ କରିଥିଲେ। ଏଭଳି ପରିସ୍ଥିତିରେ ପୁଣି ଥରେ ଉମ୍ରାନଙ୍କୁ ବାହାରେ ବସିବାକୁ ପଡିପାରେ। ପ୍ରଥମ ଦିନିକିଆ ପାଇଁ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଦଳରେ ସ୍ଥାନ ପାଇପାରିନ୍ତି। ମୋଟ ଉପରେ, ଅଧିନାୟକ ଧାୱନ ଏବଂ କୋଚ୍ ଭିଭିଏସ୍ ଲକ୍ଷ୍ମଣ ପ୍ରଥମ ମ୍ୟାଚ୍ ପାଇଁ ଖେଳାଳି ଏକାଦଶ ବାଛିବା ସହଜ ହେବ ନାହିଁ।

ପ୍ରଥମ ଦିନିକିଆ ପାଇଁ ସମ୍ଭାବ୍ୟ ଖେଳାଳି-୧୧:

ଶିଖର ଧାୱନ, ଶୁଭମାନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡା/ସଞ୍ଜୁ ସାମସନ, ଶାହାବାଜ ଅହମ୍ମଦ/ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ।

Categories
ଆଜିର ଖବର ଖେଳ ଜାତୀୟ ଖବର

ସଞ୍ଜୁ ସାମସନଙ୍କୁ ମିଳିଲା ଅଧିନାୟକତ୍ଵ: ନ୍ୟୁଜିଲ୍ୟାଣ୍ଡ-ଏ ବିରୋଧରେ ଖେଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରାଯାଇଛି। ଅଲ୍ ଇଣ୍ଡିଆ ସିନିୟର ଚୟନ କମିଟି ଏଥିପାଇଁ ୧୬ ଜଣିଆ ଦଳ ଚୟନ କରିଛି। ଦଳର ନେତୃତ୍ଵ ସଞ୍ଜୁ ସାମସନଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଦଳରେ ଆଇପିଏଲ-୨୦୨୨ ତାରକା ଖେଳାଳି ଉମ୍ରାନ ମଲିକ ଏବଂ ତିଲକ ବର୍ମାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ଅଣ୍ଡର -୧୯ ବିଶ୍ୱକପ ତାରକା ରାଜ ଅଙ୍ଗଦ ବାୱା ମଧ୍ୟ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି।

ଆଇପିଏଲ ଏବଂ ରଣଜୀ ଟ୍ରଫିରେ ଏକ ଶକ୍ତିଶାଳୀ ଖେଳ ପ୍ରଦର୍ଶନ କରିଥିବା ଶାହବାଜ ଅହମ୍ମଦଙ୍କୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ଦିନିକିଆ ସିରିଜରେ ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଆରେ ଖେଳିବାର ଭଲ ଅଭିଜ୍ଞତା ଥିବା ଶାର୍ଦ୍ଦୁଲ ଠାକୁର, ନବଦୀପ ସାଇନି, ରୁତୁରାଜ ଗାଇକ୍ଵାଡ ଏବଂ ପୃଥ୍ବୀ ଶ’ ଭଳି ଖେଳାଳିଙ୍କୁ ମଧ୍ୟ ଭାରତ-ଏରେ ସ୍ଥାନ ଦିଆଯାଇଛି। ସୂଚନା ଅନୁଯାୟୀ, ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ-ଏ ଏବଂ ନ୍ୟୁଜିଲ୍ୟାଣ୍ଡ ଏ ମଧ୍ୟରେ ଥିବା ତିନୋଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨୨ ତାରିଖ, ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୨୫ ତାରିଖ ଏବଂ ତୃତୀୟ ଦିନିକିଆ ସେପ୍ଟେମ୍ବର ୨୭ ତାରିଖରେ ଖେଳାଯିବ।

ଇଣ୍ଡିଆ-ଏ ସ୍କ୍ବାଡ: ପୃଥ୍ବୀ ଶ, ଅଭିମନ୍ୟୁ ଈଶ୍ବରନ, ରୁତୁରାଜ ଗାଇକ୍ଵାଡ, ରାହୁଲ ତ୍ରିପାଠୀ, ରଜତ ପାଟିଦାର, ସଞ୍ଜୁ ସାମସନ (ଅଧିନାୟକ), କେ.ଏସ୍ ଭରତ (ଡବ୍ଲୁ), କୁଲଦୀପ ଯାଦବ, ଶାହବାଜ ଅହମ୍ମଦ, ରାହୁଲ ଚହର, ତିଲକ ବର୍ମା, କୁଲଦୀପ ସେନ, ଶାର୍ଦ୍ଦୁଲ ଠାକୁର, ଉମ୍ରାନ ମଲିକ, ନବଦୀପ ସାଇନି, ରାଜ ଅଙ୍ଗଜ ବାୱା।

ଉଲ୍ଲେଖଯୋଗ୍ୟ, ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ସଞ୍ଜୁ ସାମସନ ଭାରତୀୟ ଦଳରେ ସ୍ଥାନ ପାଇପାରିନଥିଲେ। ତାଙ୍କ ସ୍ଥାନରେ ଋଷଭ ପନ୍ତ ପ୍ରବେଶ କରିଥିଲେ। ଗତ କିଛି ଦିନ ହେବ ଇଣ୍ଡିଆ ମ୍ୟାନେଜମେଣ୍ଟକୁ ଏଥିପାଇଁ କ୍ରମାଗତ ଭାବରେ ଟାର୍ଗେଟ କରାଯାଉଥିଲା। ସୋସିଆଲ ମିଡିଆରେ ପ୍ରଶଂସକମାନେ ସଞ୍ଜୁ ସାମସନଙ୍କୁ ଦଳରୁ ଦୂରେଇ ରଖିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବର୍ତ୍ତମାନ ସଞ୍ଜୁ ସାମସନଙ୍କୁ ଭାରତ-ଏର ଅଧିନାୟକ କରିବା ପରେ ଏହି ଅସନ୍ତୋଷ ବହୁ ପରିମାଣରେ ଦୂର ହୋଇପାରେ।