Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପ୍ରତି ଆମେରିକୀୟ ଶିଶୁଙ୍କୁ ୨ଟି ସ୍ପେସଏକ୍ସ ସେୟାର ଦେବେ ଏଲନ୍ ମସ୍କ
ଅନ୍ତରାଷ୍ଟ୍ରୀୟ

ପ୍ରତି ଆମେରିକୀୟ ଶିଶୁଙ୍କୁ ୨ଟି ସ୍ପେସଏକ୍ସ ସେୟାର ଦେବେ ଏଲନ୍ ମସ୍କ

November 27, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Elon Musk will give 2 SpaceX shares to every American child.
Elon Musk will give 2 SpaceX shares to every American child.

ୱାଶିଂଟନ: ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ଦୁଇଟି ଲେଖାଏଁ ସ୍ପେସଏକ୍ସ (SpaceX) ସେୟାର ପ୍ରଦାନ କରାଯିବ ବୋଲି କମ୍ପାନୀର ସିଇଓ ଏଲନ୍ ମସ୍କ ଘୋଷଣା କରିଛନ୍ତି। ପିଲାମାନଙ୍କୁ କମ୍ପାନୀରେ ଅଂଶୀଦାର କରିବା ଏବଂ ସେମାନଙ୍କର ଦୀର୍ଘକାଳୀନ ଆର୍ଥିକ ସଞ୍ଚୟ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ବଡ଼ ପଦକ୍ଷେପ ନିଆଯାଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପୋଷ୍ଟ କରି ମସ୍କ କହିଛନ୍ତି ଯେ, ପ୍ରତ୍ୟେକ ଆମେରିକୀୟ ଶିଶୁଙ୍କୁ ମୋଟ ଦୁଇଟି ସେୟାର ମିଳିବ—ଗୋଟିଏ ସ୍ପେସଏକ୍ସ କମ୍ପାନୀ ପକ୍ଷରୁ ଏବଂ ଅନ୍ୟଟି ମସ୍କ ନିଜସ୍ୱ ଭାବେ ଦାନ କରିବେ। ପୂର୍ବରୁ ସ୍ପେସଏକ୍ସ ଘୋଷଣା କରିଥିଲା ଯେ ବର୍ତ୍ତମାନ ସକ୍ରିୟ ଥିବା ପ୍ରତ୍ୟେକ ‘ଟ୍ରମ୍ପ ଆକାଉଣ୍ଟ’ କୁ କମ୍ପାନୀ ପକ୍ଷରୁ ଗୋଟିଏ ନୂତନ ‘କ୍ଲାସ୍ ଏ’ ସେୟାର ପ୍ରଦାନ କରାଯିବ। ଏହା ପରେ ମସ୍କ ବ୍ୟକ୍ତିଗତ ଭାବେ ଆଉ ଗୋଟିଏ ସେୟାର ଦେବାକୁ ଘୋଷଣା କରିଛନ୍ତି। ଟ୍ରମ୍ପ ଆକାଉଣ୍ଟ ହେଉଛି ଆମେରିକୀୟ ଶିଶୁମାନଙ୍କର ଦୀର୍ଘକାଳୀନ ସଞ୍ଚୟ ଏବଂ ନିବେଶ ପାଇଁ ଉଦ୍ଦିଷ୍ଟ ଏକ ଟିକସ-ମୁକ୍ତନିବେଶ ଖାତା।

ବୁଧବାର ଦିନ ନାସଡାକ୍  ଷ୍ଟକ୍ ବଜାରରେ ସ୍ପେସଏକ୍ସର ଗୋଟିଏ ସେୟାରର ମୂଲ୍ୟ ୧୨୭ ଡଲାରରେ ବନ୍ଦ ହୋଇଛି। ଏହି ହିସାବରେ ପ୍ରାୟ ୭ କୋଟି ସକ୍ରିୟ ଆକାଉଣ୍ଟକୁ ମିଶାଇଲେ ଏହି ଦାନର ମୋଟ ମୂଲ୍ୟ ପ୍ରାୟ ୧୮ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି। ମସ୍କଙ୍କ ସୂଚନା ଅନୁଯାୟୀ, ସ୍ପେସଏକ୍ସ ପକ୍ଷରୁ ଦିଆଯିବାକୁ ଥିବା ସେୟାର ଆସନ୍ତା ମାସରେ ହସ୍ତାନ୍ତର କରାଯିବ, ଏବଂ ତାଙ୍କ ନିଜସ୍ୱ ସେୟାରଗୁଡ଼ିକ ଆସନ୍ତା ବର୍ଷ ଜୁନ୍ ମାସରେ ଲକ୍-ଅପ୍ ଅବଧି ଶେଷ ହେବା ପରେ ପ୍ରଦାନ କରାଯିବ। ସ୍ପେସଏକ୍ସ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ପିଢ଼ିକୁ ଭବିଷ୍ୟତର ଭିତ୍ତିଭୂମି ବିକାଶ ଏବଂ ମହାକାଶ ଅଭିଯାନରେ ସାମିଲ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପୂର୍ବରୁ ଗତ ମାସରେ ମଧ୍ୟ ମସ୍କ ଏଭଳି ଏକ ଯୋଜନାର ସଙ୍କେତ ଦେଇ କହିଥିଲେ ଯେ, ଭବିଷ୍ୟତ ଅର୍ଥନୀତିର ଅଂଶୀଦାର ସିଧାସଳଖ ଲୋକଙ୍କୁ ଦେବା ହିଁ ସବୁଠାରୁ ଉତ୍ତମ ପନ୍ଥା।

ଆମେରିକା ଏଲନ ମସ୍କ ସ୍ପେସଏକ୍ସ ସେୟାର
Share. Facebook Twitter LinkedIn Email WhatsApp Copy Link

Related Posts

ନେପାଳ ବନ୍ୟାରେ ନିଖୋଜ ୨୧୩ ଭାରତୀୟଙ୍କୁ ମୃତ ଘୋଷଣା ପ୍ରକ୍ରିୟା ଆରମ୍ଭ

November 26, 2026

ଆସନ୍ତାକାଲିଠାରୁ ଭାରତ ବନାମ ନ୍ୟୁଜିଲାଣ୍ଡର ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ମ୍ୟାଚ୍ ପୂର୍ବାନୁମାନ

November 26, 2026

ଆଜି ଭାରତ-ଶ୍ରୀଲଙ୍କା ସେମିଫାଇନାଲ: ପୁଣି ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କର ନଜର

November 26, 2026

ଭାରତର ‘ମେକ୍ ଇନ୍ ଇଣ୍ଡିଆ’କୁ ନେଇ ଟ୍ରମ୍ପ ପ୍ରଶାସନର ଚିନ୍ତା! ଉତ୍ପାଦନ ବୃଦ୍ଧି ଆମେରିକା ପାଇଁ ବିପଦ କାହିଁକି?

November 26, 2026
Latest News

ପ୍ରତି ଆମେରିକୀୟ ଶିଶୁଙ୍କୁ ୨ଟି ସ୍ପେସଏକ୍ସ ସେୟାର ଦେବେ ଏଲନ୍ ମସ୍କ

November 27, 2026

ଖାଦ୍ୟଯୋଗାଣ, ଖାଉଟିକଲ୍ୟାଣ ବିଭାଗ ଓ ପିଏନ୍‌ବି ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ

November 27, 2026

ଡିଲିମିଟେସନ୍‌କୁ ନେଇ ନୂଆ ରାଜନୈତିକ ଖେଳ! ବିଜେପିକୁ ସମର୍ଥନ ଦେବେ କି ଷ୍ଟାଲିନ-ଶରଦ ପାୱାର?

November 27, 2026

ଅଧାରେ ରହିଗଲା ପ୍ରଶାସନିକ ଅଧିକାରୀ ହେବାର ସ୍ବପ୍ନ : ଦୁର୍ଘଟଣାରେ ଦୁଇ ବନ୍ଧୁଙ୍କ ମୃତ୍ୟୁ

November 27, 2026

ତିରୁପତି ମନ୍ଦିରକୁ ୨୦୬ କୋଟିର ସୁନା ଦାନ କଲେ ଚେନ୍ନାଇ ଦମ୍ପତି

November 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.