Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଭାରତରେ ଆନିମେ ଏବଂ ମାଙ୍ଗା ସଂସ୍କୃତି ଓ ସ୍ରଷ୍ଟା ଅର୍ଥବ୍ୟବସ୍ଥାକୁ ବଡ଼ ପ୍ରୋତ୍ସାହନ

ନୂଆଦିଲ୍ଲୀ: ଭାରତରେ ଆନିମେ (ଜାପାନୀ ଆନିମେସନ୍‌) ଏବଂ ମାଙ୍ଗା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏମଇଏଆଇ) ସହଯୋଗରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବେ ୱେଭସ୍ ଆନିମେ ଏବଂ ମାଙ୍ଗା ପ୍ରତିଯୋଗିତା (ୱାମ୍‌!)ର ଶୁଭାରମ୍ଭ କରିଛି। ଏହି ଅଭିନବ ପ୍ରତିଯୋଗିତା “କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜ” ର ଅଂଶବିଶେଷ, ଯାହାର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟ ଦର୍ଶକଙ୍କ ମଧ୍ୟରେ ଜାପାନୀ ମାଙ୍ଗା ଏବଂ ଆନିମେ ପ୍ରତି ବୃଦ୍ଧି ପାଉଥିବା ଆଗ୍ରହକୁ ଉପଯୋଗ କରିବା।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୨ ଅଗଷ୍ଟ, ୨୦୨୪ରେ ନୂଆଦିଲ୍ଲୀରେ କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜର ପ୍ରଥମ ସିଜନ୍ ର ଶୁଭାରମ୍ଭ କରିଥିଲେ। ୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘‘ଭାରତରେ ଡିଜାଇନ୍, ବିଶ୍ୱ ପାଇଁ ଡିଜାଇନ୍’’ ଦୃଷ୍ଟିକୋଣ ଅନୁରୂପ ଏହି ଆହ୍ୱାନ ଆଗାମୀ ୱେଭସ୍ ସମ୍ମିଳନୀର ଅଗ୍ରଦୂତ ଭାବରେ କାର୍ଯ୍ୟ କରେ।

ୱାମ୍ସମ୍ପର୍କରେ

ୱାମ୍‌ ଭାରତୀୟ ସ୍ରଷ୍ଟା ବା କ୍ରିଏଟର୍‌ ମାନଙ୍କୁ ଏକ ଅଭିନବ ସୁଯୋଗ ପ୍ରଦାନ କରିବ ଯେଉଁମାନେ ଲୋକପ୍ରିୟ ଜାପାନୀ କଳା ଶୈଳୀ ସୃଷ୍ଟି କରିପାରିବେ ଯାହାକି ଉଭୟ ଘରୋଇ ଅନ୍ତର୍ଜାତୀୟ ଦର୍ଶକଙ୍କ ଆବଶ୍ୟକତା ପୂରଣ କରିପାରିବ। ବିଶ୍ବ ମାନ୍ୟତା ପାଇଁ ଉପଯୁକ୍ତ ବିପଣନ ସହଯୋଗ ଓ ସୁଯୋଗ ଯୋଗାଇ ଦେବା ଜରିଆରେ, ଏହି ପ୍ରତିଯୋଗିତା ମାଙ୍ଗା ଓ ଆନିମେ କ୍ଷେତ୍ରରେ ଏକ ଦୃଢ଼ ମଞ୍ଚ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି।

ୱାମ୍‌ରେ ତିନୋଟି ବର୍ଗ ରହିଛି ଏବଂ ସୃଜନଶୀଳ ଅଭିବ୍ୟକ୍ତି ପାଇଁ ପ୍ରତ୍ୟେକ ବର୍ଗ ଏକ ଅଭିନବ ମଞ୍ଚ ଯୋଗାଇ ଦେଇଥାଏ।

ଅଂଶଗ୍ରହଣକାରୀଭର୍ଟିକାଲ୍

ମାଙ୍ଗା(ଜାପାନୀ ଶୈଳୀ କମିକ୍ସ) – ଛାତ୍ରଛାତ୍ରୀ ଓ ପେସାଦାର ବର୍ଗରେ ବ୍ୟକ୍ତିଗତ ଅଂଶଗ୍ରହଣ

ୱେବଟୁନ୍‌ (ଡିଜିଟାଲମାଧ୍ୟମ ପାଇଁ ଭର୍ଟିକାଲ କମିକ୍ସ) – ଛାତ୍ରଛାତ୍ରୀ ଓ ପେସାଦାର ବର୍ଗରେ ବ୍ୟକ୍ତିଗତ ଅଂଶଗ୍ରହଣ

ଆନିମେ(ଜାପାନୀ ଶୈଳୀ କମିକ୍ସ) – ଛାତ୍ରଛାତ୍ରୀ ଓ ପେସାଦାର ବର୍ଗରେ ଦଳଗତ (୪ ଜଣ ପର୍ଯ୍ୟନ୍ତ ଲୋକ) ଅଂଶଗ୍ରହଣ

ଫର୍ମାଟ୍ଡେଲିଭରୀ – ପ୍ରତିଯୋଗିତା ସ୍ଥଳରେ ସ୍କ୍ରିପ୍ଟ ମିଳିବ । ଅଂଶଗ୍ରହଣକାରୀ ଡିଜାଇନ କରିବେ

ମାଙ୍ଗା(ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ) : ଅତିକମରେ ୪ଟି ପ୍ୟାନେଲ ସହିତ ୨ଟି ପୃଷ୍ଠା, କାଳୀ ଓ ରଙ୍ଗ (ଭୌତିକ/ଡିଜିଟାଲ)

ମାଙ୍ଗା(ପେସାଦାର, ବ୍ୟକ୍ତିବିଶେଷ): ଅତିକମରେ ୪ଟି ପ୍ୟାନେଲ ସହିତ ୨ଟି ପୃଷ୍ଠା, କାଳୀ ଓ ରଙ୍ଗ (ଭୌତିକ/ଡିଜିଟାଲ)

ୱେବ୍ଟୁନ୍‌ (ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ): କାଳୀଓ ରଙ୍ଗ ସହିତ ୭ ପ୍ୟାନେଲ୍‌

ୱେବଟୁନ୍‌ (ପେସାଦାର, ବ୍ୟକ୍ତିବିଶେଷ): କାଳୀଓ ରଙ୍ଗ ସହିତ ୧୦ ପ୍ୟାନେଲ୍‌

ଆନିମେ(ଛାତ୍ରଛାତ୍ରୀ, ଦଳଗତ):  ସ୍କ୍ରିପ୍ଟ ଅନୁଯାୟୀ ୧୦ ସେକେଣ୍ଡର ଆନିମେ

ଆନିମେ(ପେସାଦାର, ଦଳଗତ) – ସ୍କ୍ରିପ୍ଟ ଅନୁଯାୟୀ ୧୫ ସେକେଣ୍ଡର ଆନିମେ

ପ୍ରତିଯୋଗିତାର ଢାଞ୍ଚା ଏବଂ କାର୍ଯ୍ୟସୂଚୀ

ଅଂଶଗ୍ରହଣକାରୀମାନେ ଛାତ୍ରଛାତ୍ରୀ ଓ ପେସାଦାରଙ୍କ ପାଇଁ ଭିନ୍ନ ଭିନ୍ନ ବର୍ଗରେ ବ୍ୟକ୍ତିଗତ ଭାବେ କିମ୍ବା ଦଳଗତ (୪ ଜଣ ପର୍ଯ୍ୟନ୍ତ) ଭାବେ ଅଂଶଗ୍ରହଣ କରିବେ । ଦୁଇଟି ସ୍ତରରେ କାର୍ଯ୍ୟକ୍ରମର ଢାଞ୍ଚା ପ୍ରସ୍ତୁତ କରାଯାଇଛି : ୧୧ଟି ସହରରେ ରାଜ୍ୟ ସ୍ତରୀର ଏବଂ ଜାତୀୟ ସ୍ତରର ଫାଇନାଲ।

ପ୍ରତ୍ୟେକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସକାଳ ୯ଟାରେ ପଞ୍ଜୀକରଣ ସହିତ ଆରମ୍ଭ ହେବ, ତା ‘ପରେ ସକାଳ ୯ଟା ୩୦ରେ ଏକ ସ୍ୱାଗତ ଏବଂ ସଂକ୍ଷିପ୍ତ ଅଧିବେଶନ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ସକାଳ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥାଏ, ଯେଉଁଥିରେ ଏକ ବ୍ୟସ୍ତବହୁଳ ପ୍ରଦର୍ଶନୀ ଏବଂ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥାଏ, ଯାହା ଅଂଶଗ୍ରହଣକାରୀମାନଙ୍କୁ ଶିଳ୍ପ ସୁଯୋଗ ସହିତ ଯୋଡ଼ିଥାଏ। ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏକ ସମାପନ ଏବଂ ଉତ୍ସବ ସହିତ ଦିନଟି ସମାପ୍ତ ହୁଏ, ଯେଉଁଥିରେ କସପ୍ଲେ ପ୍ରତିଯୋଗିତା, ସଙ୍ଗୀତ ପ୍ରଦର୍ଶନ, କଣ୍ଠ ଅଭିନୟ ଅଧିବେଶନ ଏବଂ ରୋମାଞ୍ଚକର ଗିଭଆୱେଜ୍‌ ଭଳି କାର୍ଯ୍ୟକଳାପ ରହିଛି।

ୱାମ୍ପାଇଁ ଗୁରୁତ୍ବପୂର୍ଣ୍ଣ ତାରିଖ  ସ୍ଥାନ

ୱାମ୍‌! ବାଙ୍ଗାଲୋର: ଅକ୍ଟୋବର ୨୭, ୨୦୨୪

ୱାମ୍‌! ଚେନ୍ନାଇ: ନଭେମ୍ବର ୧୦, ୨୦୨୪

ୱାମ୍‌! କୋହିମା: ନଭେମ୍ବର ୨୨, ୨୦୨୪

ୱାମ୍‌! କୋଲକାତା : ନଭେମ୍ବର ୨୪, ୨୦୨୪

ୱାମ୍‌! ଭୁବନେଶ୍ବର: ନଭେମ୍ବର ୨୬, ୨୦୨୪

ୱାମ୍‌! ବାରଣାସୀ: ନଭେମ୍ବର ୨୮, ୨୦୨୪

ୱାମ୍‌! ଦିଲ୍ଲୀ: ନଭେମ୍ବର ୩୦, ୨୦୨୪

ୱାମ୍‌! ମୁମ୍ବାଇ: ଡିସେମ୍ବର ୧୫, ୨୦୨୪

ୱାମ୍‌! ଅହମ୍ମଦାବାଦ: ଡିସେମ୍ବର ୧୭, ୨୦୨୪

ୱାମ୍‌!ନାଗପୁର: ଡିସେମ୍ବର ୧୯, ୨୦୨୪

ୱାମ୍‌! ହାଇଦ୍ରାବାଦ: ଡିସେମ୍ବର ୨୧, ୨୦୨୪

ଇଚ୍ଛୁକ ଅଂଶ୍ରହଣକାରୀମାନେ www.meai.in/wam ୱେବସାଇଟ୍‌ରେ ସବୁ ବର୍ଗରେ ପଞ୍ଜୀକରଣ କରିପାରିବେ । ବର୍ତ୍ତମାନ ପଞ୍ଜୀକରଣ ଖୋଲା ରହିଛି ।

୨୦୨୫ ଫେବ୍ରୁଆରି ୫ରୁ ୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ୱେଭ୍ସ ଶିଖର ସମ୍ମିଳନୀର ଅନୁଷ୍ଠିତ ହେବ ଏବଂ ଏହାର ଅଂଶବିଶେଷ ସ୍ୱରୂପ ୱାମ୍‌ ଫାଇନାଲ୍ ଆୟୋଜିତ ହେବ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସମର୍ଥନରେ ଆନିମେ ଜାପାନ ଏବଂ ଅନୁରୂପ ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ବିଜେତାମାନଙ୍କୁ ସମସ୍ତ ଖର୍ଚ୍ଚ ଯୋଗାଇ ଦିଆଯିବ ।

ୱେବ୍ଟୁନ୍ସ, ଆନିମେ ଏବଂ ମାଙ୍ଗା

ଭାରତ ଏବଂ ବିଶ୍ୱରେ ୱେବଟୁନ୍, ଆନିମେ ଏବଂ ମାଙ୍ଗାର ଅସୀମ ସମ୍ଭାବନା ବିଷୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ କହିଛନ୍ତି, ‘‘ଦେଶର ସମୃଦ୍ଧ କାହାଣୀ, ସୃଜନଶୀଳ ଶୈଳୀ ଏବଂ ଜୀବନ୍ତ କଳାକୃତି ସହିତ ‘ୱାମ୍’ ଭାରତୀୟ ପ୍ରତିଭାକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବାର ସାମର୍ଥ୍ୟ ରଖିଛି। ନୂଆ ପିଢ଼ିକୁ ସାହସିକତାର ସହ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ଦେବା ସହ ସୃଜନଶୀଳତାକୁ ବୈଶ୍ୱିକ ସ୍ତର ସହିତ ଗଭୀର ଭାବରେ ଯୋଡ଼ି ହେବାର ସାମର୍ଥ୍ୟ ଏଥିରେ ରହିଛି । ଏପରି ସୃଜନଶୀଳ ଭାବରେ ବୁଣା ଯାଇଥିବା କାହାଣୀ ପାଇଁ ଭାରତୀୟ ଉପଭୋକ୍ତାଙ୍କ ମଧ୍ୟରେ ରହିଥିବା ଉଚ୍ଚ ଚାହିଦା ପୂରଣ କରିବା, ଆମର ସୃଜନଶୀଳ ଦୃଶ୍ୟପଟକୁ ସମୃଦ୍ଧ କରିବାରେ ମଧ୍ୟ ଏହାର ସମ୍ଭାବନା ରହିଛି । ୱାମ୍ ବିଷୟରେ ଶ୍ରୀ ଜାଜୁ ଆହୁରି କହିଛନ୍ତି, ୧୦ଟି ରାଜ୍ୟରେ ପ୍ରତିଯୋଗିତା ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀ ଓ ପେସାଦାରମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହେବ ଏବଂ ନବୋନ୍ମେଷ ଓ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବ। ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ଲାଟଫର୍ମ ପ୍ରଦାନ କରି ଆମେ ଉତ୍କର୍ଷତାକୁ ପ୍ରେରଣା ଦେଇପାରିବା ଏବଂ ଶିଳ୍ପ ମଧ୍ୟରେ ଉଦୀୟମାନ ପ୍ରତିଭାମାନଙ୍କୁ ପ୍ରଭାବଶାଳୀ ଭାବରେ ଚିହ୍ନଟ କରିପାରିବା।

ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏମଇଏଆଇ)ର ସମ୍ପାଦକ ଶ୍ରୀ ଅଙ୍କୁର ଭାସିନ୍ ଆହୁରି କହିଛନ୍ତି, ‘ୱାମର ଶୁଭାରମ୍ଭ ହୋଇଛି! ଭାରତରେ ଆନିମେ ଏବଂ ମଙ୍ଗାର ଜୀବନ୍ତ ସଂସ୍କୃତିକୁ ସାମ୍ନାକୁ ଆଣିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରତିଭାସମ୍ପନ୍ନ ନିର୍ମାତାମାନଙ୍କୁ ସେମାନଙ୍କ କାର୍ଯ୍ୟ ପ୍ରଦର୍ଶନ କରିବା ଏବଂ ବିଶ୍ୱସ୍ତରୀୟ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରି ଆମେ କେବଳ ସୃଜନଶୀଳତାକୁ ପ୍ରୋତ୍ସାହିତ କରୁନାହୁଁ ବରଂ ‘କ୍ରିଏଟ୍ ଇନ୍ ଇଣ୍ଡିଆ’ ଦୃଷ୍ଟିକୋଣକୁ ମଧ୍ୟ ସୁଦୃଢ଼ କରୁଛୁ। ଏହି ପଦକ୍ଷେପ ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ଏଭିଜିସି-ଏକ୍ସଆର୍ ଓ ଗଣମାଧ୍ୟମ କ୍ଷେତ୍ର ପାଇଁ ଏକ ସମୃଦ୍ଧ ଇକୋସିଷ୍ଟମ ନିର୍ମାଣ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

Categories
ଆଜିର ଖବର ଜାତୀୟ ଖବର

ଉଦଘାଟିତ ହେଲା ୱେଭ୍‌ସର ‘କ୍ରିଏଟ୍ ଇନ୍ ଇଣ୍ଡିଆ’ ଚ୍ୟାଲେଞ୍ଜ ସିଜନ-୧

ନୂଆଦିଲ୍ଲୀ: ଭାରତର ମିଡିଆ ଓ ମନୋରଞ୍ଜନ ଶିଳ୍ପକୁ ସୁଦୃଢ଼ କରିବା ଏବଂ ଏହାର ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରିବା ପାଇଁ ଭାରତ ସରକାର ଆସନ୍ତା ବର୍ଷ ଫେବ୍ରୁଆରି ୫ରୁ ୯ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଅଡିଓ ଭିଜୁଆଲ୍ ଆଣ୍ଡ୍ ଏଣ୍ଟରଟେନମେଣ୍ଟ ଶିଖର ସମ୍ମିଳନୀ (ୱେଭ୍ସ) ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଜବାହରଲାଲ ନେହେରୁ ଆର୍କିଟେକ୍ଚର ଆଣ୍ଡ ଫାଇନ ଆର୍ଟସ ୟୁନିଭର୍ସିଟି (ଜେଏନଏଏଫ୍ଏୟୁ)ର ପ୍ରମୋସନ ପାଇଁ ଆୟୋଜିତ ଏକ ରୋଡ୍ ସୋ’ରେ ଯୋଗ ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ କହିଛନ୍ତି ଯେ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ସମଗ୍ର କ୍ଷେତ୍ରକୁ ନେଇ ୱେଭ୍ସ ପ୍ରଥମ ବିଶ୍ବସ୍ତରୀୟ ଶିଖର ସମ୍ମିଳନୀ ହେବ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ତେଲେଙ୍ଗାନା ସରକାରଙ୍କ ଆଇଟି, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ବିଭାଗର ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ଶ୍ରୀ ଜୟେଶ ରଞ୍ଜନ କହିଲେ ଯେ ଏହି କ୍ଷେତ୍ରରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ଏକ ପ୍ରସ୍ତୁତ ଇକୋସିଷ୍ଟମ ଅଛି ଏବଂ ଏହାକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଆନନ୍ଦିତ ହେବେ।

ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ହାଇଦ୍ରାବାଦରେ ୱେଭ୍ସ ଶିଖର ସମ୍ମିଳନୀ ସମ୍ପର୍କରେ ସୂଚନା ଦେଇଛନ୍ତି।

ଶ୍ରୀ ଜାଜୁ କହିଥିଲେ ଯେ, ଏମ୍ ଆଣ୍ଡ ଇ ଶିଳ୍ପ ଏବଂ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ଘନିଷ୍ଠ ସମନ୍ୱିତ ପ୍ରୟାସ ଦେଖିବାକୁ ମିଳିବ। ବିକଶିତ ଏମ୍ ଆଣ୍ଡ ଇ ଶିଳ୍ପ କ୍ଷେତ୍ରରେ ଆଲୋଚନା, ବାଣିଜ୍ୟ ସହଯୋଗ ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ ୱେଭ୍ସ ଏକ ପ୍ରମୁଖ ମଞ୍ଚ ହେବାର ଲକ୍ଷ୍ୟ ରଖିଛି। ଏହି ଶିଖର ସମ୍ମିଳନୀରେ ସୁଯୋଗ ଖୋଜିବା, ଆହ୍ୱାନର ମୁକାବିଲା କରିବା, ଭାରତକୁ ବାଣିଜ୍ୟ ଆକୃଷ୍ଟ କରିବା ଏବଂ ଏହି କ୍ଷେତ୍ରର ଭବିଷ୍ୟତକୁ ଆକାର ଦେବା ପାଇଁ ଶିଳ୍ପନେତା, ଅଂଶୀଦାର ଏବଂ ଉଦ୍ଭାବକମାନଙ୍କୁ ଆମନ୍ତ୍ରଣ କରାଯିବ।

ଏହା ପୂର୍ବରୁ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଫିଲ୍ମ ଆସୋସିଏସନ ଏବଂ ଏଭିଜିସି କ୍ଷେତ୍ରର ଶିଳ୍ପ ନେତାମାନଙ୍କୁ ଭେଟିଥିଲେ। ହାଇଦ୍ରାବାଦର ସିବିଏଫସି ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ବୈଠକରେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ସମ୍ମୁଖୀନ ହେଉଥିବା ପାଇରେସି ବିରୋଧରେ ଦଣ୍ଡନୀୟ ପଦକ୍ଷେପକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ଜାଜୁ ଗେମିଂ ଶିଳ୍ପର ଅଂଶୀଦାରମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

ଚଳଚ୍ଚିତ୍ର ସଂଘ ଏବଂ ଏଭିଜିସି କ୍ଷେତ୍ରର ଅଂଶୀଦାରଙ୍କ ବୈଠକରେ ସଞ୍ଜୟ ଜାଜୁ  ଏବଂ ଜୟେଶ ରଞ୍ଜନ ଉଦବୋଧନ ଦେଉଛନ୍ତି

ଏହି ବୈଠକରେ ଏନ୍ଏଫଡିସିର ଜିଏମ୍ ତଥା ୱେଭ୍‌ସର ସିଇଓ ଅଜୟ ଧୋକେ, ସିବିଏଫସିର ସିଇଓ ରାଜେନ୍ଦ୍ର ସିଂହ, ଆରଓ ଶିଫାଲି କୁମାର ଏବଂ ସିବିଏଫସି ହାଇଦ୍ରାବାଦର ଇଓ  ରାହୁଲ ଗୌଲିକର ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ସିନେମା

ଦର୍ଶକଙ୍କୁ ଆମୋଦିତ କରିବାକୁ ଫେରିଲା ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ମୁମ୍ବାଇ: କ୍ଷୁଦ୍ର ଚଳଚ୍ଚିତ୍ର, ପ୍ରମାଣିକ ଚଳଚ୍ଚିତ୍ର ଏବଂ ଆନିମେସନ୍ ଚଳଚ୍ଚିତ୍ର ପାଇଁ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମଆଇଏଫ୍ଏଫ୍)ର ଅଷ୍ଟାଦଶ ସଂସ୍କରଣ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି। ଏହାର ଭବ୍ୟ ଉଦଘାଟନୀ କାର୍ଯ୍ୟକ୍ରମ ଦର୍ଶକ ଏବଂ ଶିଳ୍ପ ପେସାଦାରମାନଙ୍କୁ ସମାନ ଭାବରେ ଆକର୍ଷିତ କରିବ ବୋଲି ପ୍ରତିଶ୍ରୁତି ଦେଇ ଏକ ଚଳଚ୍ଚିତ୍ର ଉତ୍ସବର ଶୁଭାରମ୍ଭ କରିବାକୁ ଯାଉଛି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହି ମହୋତ୍ସବ ଅଂଶଗ୍ରହଣକାରୀଙ୍କୁ ବହୁପ୍ରତିକ୍ଷିତ ତଥା ସମୃଦ୍ଧ ଅନୁଭୂତିର ଝଲକ ପ୍ରଦାନ କରିବ। ମହୋତ୍ସବର ବିଭିନ୍ନ ସିନେମା ସମ୍ପଦକୁ ଉଜାଗର କରି ସେ କହିଛନ୍ତି, ଏଭଳି ଉତ୍ସବ ଆୟୋଜନର ମୂଳ ଉଦ୍ଦେଶ୍ୟ କେବଳ ସିନେମାକୁ ପ୍ରୋତ୍ସାହିତ କରିବା ନୁହେଁ, ବରଂ ସାମ୍ପ୍ରତିକ ଏବଂ ସାମାଜିକ-ଆର୍ଥିକ ପ୍ରସଙ୍ଗ ଉପରେ ବିଚାର କରିବା ଏବଂ ନୀତି ନିର୍ମାତାମାନଙ୍କୁ ସମାଧାନ ଦିଗରେ ମାର୍ଗଦର୍ଶନ କରିବା।

ପ୍ରମାଣିକ ଏବଂ କ୍ଷୁଦ୍ର ଚଳଚ୍ଚିତ୍ରର ବଢୁଥିବା ବଜାର ବିଷୟରେ ସଙ୍କେତ ଦେଇ ସଞ୍ଜୟ ଜାଜୁ କହିଥିଲେ ଯେ, ‘‘ପ୍ରମାଣିକ ଚଳଚ୍ଚିତ୍ର ବିଶ୍ୱସ୍ତରରେ ୧୬ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଏକ ବିଶାଳ ଶିଳ୍ପ। ଏହା ଭିନ୍ନ ଶୈଳୀରେ ସୂଚନା, ପ୍ରେରଣା, ଆତ୍ମସମୀକ୍ଷା ଏବଂ ମନୋରଞ୍ଜନ କରିବାର ସାମର୍ଥ୍ୟକୁ ପ୍ରଦର୍ଶିତ କରିଥାଏ। ପ୍ରମାଣିକ ଚଳଚ୍ଚିତ୍ର ବ୍ୟତୀତ ଆମର ଏକ ଅତ୍ୟନ୍ତ ଚର୍ଚ୍ଚିତ ଏବଂ ଗତିଶୀଳ ଭିଏଫଏକ୍ସ ଦିଗ ରହିଛି ଯେଉଁଥିରେ ଆନିମେସନ ମଧ୍ୟ ଅନ୍ତର୍ଭୁକ୍ତ। ଏହା ଏକ ବଡ଼ ଶିଳ୍ପ ଯାହାର ଆମ ଦେଶରେ ବିପୁଳ ଆର୍ଥିକ ଏବଂ ନିଯୁକ୍ତି ସମ୍ଭାବନା ରହିଛି। ଆମେ ଖୁସି ଯେ ଏହି ବର୍ଗକୁ ଚଳିତ ବର୍ଷ ଏମଆଇଏଫଏଫର ଅଂଶ ବିଶେଷ କରାଯାଇପାରିଛି।’’

ଆନିମେସନ୍ ଏବଂ ଭିଏଫଏକ୍ସ ଉଦ୍ୟୋଗରେ ଆମ ଦେଶ ଯେଉଁ ପ୍ରବେଶ କରିଛି ତାହା ଉପରେ ଆଲୋକପାତ କରି ସଚିବ ଆହୁରି କହିଛନ୍ତି ଯେ, ‘‘ ‘ଛୋଟା ଭୀମ’ ଏବଂ ‘ଚାଚା ଚୌଧୁରୀ’ଙ୍କ ଭଳି ଭାରତୀୟ ଭିଏଫଏକ୍ସ ଚରିତ୍ର ବିଶ୍ୱରେ ପରିଚିତ ହୋଇପାରିଛନ୍ତି। ସେମାନେ ପ୍ରମାଣ କରିଛନ୍ତି ଯେ ଭାରତୀୟ କାହାଣୀଗୁଡ଼ିକ ବିଶ୍ୱ ସ୍ତରରେ ପ୍ରଭାବୀ ଢଙ୍ଗରେ ପ୍ରତିଫଳିତ ହେବାର ଶକ୍ତି ରଖିଛନ୍ତି। ସେ ଜୋର ଦେଇ କହିଥିଲେ, ‘‘ସାମଗ୍ରିକ ଉଦ୍ଦେଶ୍ୟ ହେଉଛି ଆନିମେସନ୍ କ୍ଷେତ୍ରରେ ଆମ ଦେଶ ଭିତରେ ବୌଦ୍ଧିକ ସମ୍ପତ୍ତି ସୃଷ୍ଟି କରିବା, ଯାହା ବହୁ ଦୂରକୁ ଯିବା ଉଚିତ। ଏହା ଆମର ଅନେକ ନିର୍ମାତାଙ୍କ ପାଇଁ ଏପରି ଧାରଣା ଆଣିବ ଯାହା ବିଶ୍ୱର ପରିକଳ୍ପନାକୁ ଆକର୍ଷିତ କରିବ ଏବଂ ଏହାକୁ ଗ୍ରହଣ କରିବା ଲାଗି ସୁଯୋଗ ଦେବ।’’

ସଞ୍ଜୟ ଜାଜୁ ଘୋଷଣା କରିଛନ୍ତି ଯେ ଆସନ୍ତା ସପ୍ତାହରେ ଏମଆଇଏଫଏଫରେ ୬୧ଟି ଭାଷାରେ ୫୯ଟି ଦେଶର ୩୧୪ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବା। ଏହି ମହୋତ୍ସବରେ ୮ଟି ବିଶ୍ୱ ପ୍ରିମିୟର, ୫ଟି ଅନ୍ତର୍ଜାତୀୟ ପ୍ରିମିୟର, ୧୮ଟି ଏସିଆ ପ୍ରିମିୟର ଏବଂ ୨୧ଟି ଇଣ୍ଡିଆ ପ୍ରିମିୟର ହେବାର କାର୍ଯ୍ୟକ୍ରମ ରହିଛି। ‘‘୬୦ଟି ଦେଶ ସେମାନଙ୍କ ଚଳଚ୍ଚିତ୍ର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଅଂଶଗ୍ରହଣ କରୁଛନ୍ତି,’’ ସେ କହିଥିଲେ।

ସଚିବ ଆହୁରି କହିଥିଲେ, ଉଦଘାଟନୀ ସମାରୋହରେ ଶ୍ରୀଲଙ୍କା ସରକାର ସେମାନଙ୍କ ସାଂସ୍କୃତିକ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଭଳି କାର୍ଯ୍ୟକ୍ରମ ପ୍ରଦର୍ଶନ କରିବାକୁ ଯାଉଥିବା ବେଳେ ଆର୍ଜେଣ୍ଟିନା ସରକାର ଉଦଯାପନୀ ଉତ୍ସବରେ ନିଜ ଦେଶର ପ୍ରତିଭା ପ୍ରଦର୍ଶନ କରିବେ।

ଏମଆଇଏଫଏଫ କେବଳ ଭାରତ ପାଇଁ ନୁହେଁ। ଏହା ଦୁନିଆ ବିଷୟରେ ଆଧାରିତ। ଏହା ସମଗ୍ର ବିଶ୍ୱର ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଏକ ସୁଯୋଗ ପ୍ରଦାନ କରିଥାଏ ବୋଲି ସଚିବ ଶ୍ରୀ ଜାଜୁ କହିଥିଲେ।

ଏମଆଇଏଫଏଫରେ କିଛି ଅଭିନବ ପଦକ୍ଷେପ ଘୋଷଣା କରି ସଚିବ କହିଛନ୍ତି, ‘‘ଚଳିତ ବର୍ଷର ମହୋତ୍ସବରେ ପ୍ରଥମ ଥର ପାଇଁ ଡକ୍ ଫିଲ୍ମ ବଜାର ଆରମ୍ଭ ହେଉଛି, ଯାହା ସ୍ୱାଧୀନ ଚଳଚ୍ଚିତ୍ର ନିର୍ମାତାଙ୍କ ଲାଗି ସେମାନଙ୍କ ପ୍ରକଳ୍ପ ନିମନ୍ତେ କ୍ରେତା, ପ୍ରାୟୋଜକ ଏବଂ ସହଯୋଗୀ ଖୋଜିବା ପାଇଁ ଏକ ଉତ୍ସର୍ଗୀକୃତ ବଜାର।

ପ୍ରଥମ ଥର ପାଇଁ ଏମଆଇଏଫଏଫ ଡାନିଏଲା ଭୋଲକରଙ୍କ ନିର୍ଦ୍ଦେଶିତ ଏକ ମିଡଫେଷ୍ଟ ଫିଲ୍ମ ‘ଦ କମାଣ୍ଡାଣ୍ଟସ୍ ଶେଡୋ’କୁ ଚୟନ କରିଛି, ଯାହା ମହୋତ୍ସବର ଆକର୍ଷରେ ଏକ ନୂଆ ଦିଗ ଯୋଡିଛି।

ସମାବେଶନ ଏବଂ ସୁଲଭତା ଆହୁରି ପ୍ରୋତ୍ସାହିତ କରିବା ଦିଗରେ ସେ କହିଥିଲେ ଯେ ଏମଆଇଏଫ୍ଏଫ୍ ୨୦୨୪ ଏହାର ସ୍ଥାନଗୁଡିକୁ ସମସ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ସୁଲଭ କରିଛି ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱୟମ୍ ସହ ଭାଗିଦାରୀରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରିବାକୁ ଯାଉଛି।

ପ୍ରଥମ ଥର ପାଇଁ ହେଉଥିବା ଆଉ ଏକ ପ୍ରୟାସ କ୍ରମେ, ମୁମ୍ବାଇ, କୋଲକାତା, ଚେନ୍ନାଇ, ପୁଣେ ଏବଂ ଦିଲ୍ଲୀ ଭଳି ପାଞ୍ଚଟି ସହରରେ ଏକକାଳୀନ ଏମଆଇଏଫ୍ଏଫ୍ ସ୍କ୍ରିନିଂ ଏବଂ ରେଡ୍ କାର୍ପେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେଉଁଠାରେ ଦର୍ଶକ ସମାନ୍ତରାଳ ସ୍କ୍ରିନିଂ ଉପଭୋଗ କରିପାରିବେ। ଏହା ସମଗ୍ର ଭାରତରେ ଚଳଚ୍ଚିତ୍ର ପ୍ରେମୀଙ୍କ ପ୍ରିୟ ବିଶ୍ୱସ୍ତରୀୟ ସିନେମାର ଯାଦୁକୁ ପ୍ରଦର୍ଶିତ କରିବ।

ଭବିଷ୍ୟତ ପିଢ଼ିର ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟର ପ୍ରୟାସ ବିଷୟରେ ସୂଚନା ଦେଇ ସଚିବ କହିଛନ୍ତି ଯେ ଚଳିତ ବର୍ଷ ଏହି ଉତ୍ସବରେ ଏଫଟିଆଇଆଇ, ଏସଆରଏଫଟିଆଇ ଏବଂ ଆଇଆଇଏମସି ଭଳି ପ୍ରମୁଖ ଚଳଚ୍ଚିତ୍ର ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନିମନ୍ତ୍ରଣ କରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସେମାନଙ୍କୁ ମହୋତ୍ସବରେ ନିଜକୁ ନିୟୋଜିତ କରିବା ଏବଂ ଶିଳ୍ପ ନେତୃବର୍ଗ ଏବଂ ନେଟୱର୍କ ଠାରୁ ଶିଖିବାର ସୁଯୋଗ ପ୍ରଦାନ କରିବ। ‘‘ଏହି ମହୋତ୍ସବରେ ଉଦୀୟମାନ ଚଳଚ୍ଚିତ୍ର ନିର୍ମାତାମାନେ ପରସ୍ପର ଠାରୁ ଏବଂ ଯେଉଁମାନେ ପୂର୍ବରୁ ନିଜର ପରିଚୟ ସୃଷ୍ଟି କରିସାରିଥିବା ଚଳଚ୍ଚିତ୍ର ବିଶେଷଜ୍ଞ ଏବଂ କିମ୍ବଦନ୍ତୀଙ୍କ ଠାରୁ ଶିଖିବାର ସୁଯୋଗ ପାଇପାରିବେ। ଏମଆଇଏଫଏଫର ଅନେକ ମହାନ ଚଳଚ୍ଚିତ୍ର ନିର୍ମାତା ସୃଷ୍ଟି କରିବାର ପରମ୍ପରା ରହିଛି। ଭବିଷ୍ୟତ ପାଇଁ ଚାମ୍ପିୟନ ସୃଷ୍ଟି କରିବା ଏବଂ ସେମାନଙ୍କୁ ବଡ଼ ହେବାର ସୁଯୋଗ ପ୍ରଦାନ କରିବା ଏହାର ମୂଳ ଉଦ୍ଦେଶ୍ୟ’’ ବୋଲି ସେ କହିଛନ୍ତି।

ସଞ୍ଜୟ ଜାଜୁ ଆହୁରି ମଧ୍ୟ କହିଛନ୍ତି ଯେ ଉଦଘାଟନୀ ସମାରୋହରେ ଏଫଟିଆଇଆଇ ଛାତ୍ର କ୍ଷୁଦ୍ର ଚଳଚ୍ଚିତ୍ର ‘‘ସନ୍‌ଫ୍ଲାୱାର୍ସ ୱେର୍‌ ଦ ଫର୍ଷ୍ଟ ୱାନ୍ସ ଟୁ ନୋ’’ ପ୍ରଦର୍ଶିତ ହେବ, ଯାହା ଚଳିତ ବର୍ଷ ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ସମ୍ମାନିତ ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ସଫ୍ଟ ପାୱାରରେ ଭାରତର ପ୍ରଗତି ଏକ ବାସ୍ତବତା ଏବଂ ଆସନ୍ତା ସପ୍ତାହରେ ଏମଆଇଏଫଏଫର ଅଂଶ ହେବାକୁ ଯାଉଥିବା ଏହି କଳ୍ପନାତ୍ମକ ନିର୍ମାତାମାନଙ୍କ ଦ୍ୱାରା ଏହା ପ୍ରୋତ୍ସାହିତ ହେବାକୁ ଯାଉଛି। ‘‘ଆମେ ଏକ ବିଶାଳ, ବିବିଧ ଦେଶ ଯେଉଁଠାରେ ଏସବୁ ଭାଷାରେ ବହୁ ସଂଖ୍ୟକ ଭାଷା ଓ ନିର୍ମାତା ଅଛନ୍ତି । ସୋସିଆଲ ମିଡିଆ ଯୁଗରେ ଏମିତି ଅନେକ ନିର୍ମାତା ଅଛନ୍ତି ଯେଉଁମାନେ ସିନେମା ସ୍କୁଲକୁ ମଧ୍ୟ ଯାଇନାହାନ୍ତି। କିନ୍ତୁ ସେମାନଙ୍କର ଏକ ବିଶାଳ ପ୍ରଭାବୀ ନେଟୱର୍କ ଅଛି ଏବଂ ସେମାନଙ୍କର କାର୍ଯ୍ୟକ୍ରମ ଓ ବିଷୟବସ୍ତୁରେ ଯଥେଷ୍ଟ ସମ୍ଭାବନା ରହିଛି। ମହୋତ୍ସବରେ ଏଭଳି ସମସ୍ତ ଲୋକଙ୍କୁ ସୁଯୋଗ ମିଳିବ। ସ୍ୱାଧୀନ ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ସରକାରୀ ଯୋଜନା ରହିଛି,’’ ବୋଲି ସେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ସିନେମା

ଜୁନ୍ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ନୂଆଦିଲ୍ଲୀ: ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଅଷ୍ଟାଦଶ ସଂସ୍କରଣ ଜୁନ୍ ୧୫ରୁ ଜୁନ୍ ୨୧, ୨୦୨୪ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଶୁକ୍ରବାର ଘୋଷଣା କରିଛନ୍ତି। ମହୋତ୍ସବର ସ୍ଥାନ ମୁମ୍ବାଇର ଏଫଡ଼ି-ଏନ୍ଏଫଡ଼ିସି କମ୍ପ୍ଲେକ୍ସ ଥିବା ବେଳେ ଦିଲ୍ଲୀ (ସିରିଫୋର୍ଟ ଅଡିଟୋରିୟମ୍), ଚେନ୍ନାଇ (ଟାଗୋର ଫିଲ୍ମ ସେଣ୍ଟର), ପୁଣେ (ଏନ୍ଏଫ୍ଏଆଇ ଅଡିଟୋରିୟମ୍) ଏବଂ କୋଲକାତା (ଏସଆରଏଫଟିଆଇ ଅଡିଟୋରିୟମ୍)ରେ ମଧ୍ୟ ଏମ୍ଆଇଏଫ୍ଏଫ୍ ସ୍କ୍ରିନିଂ କରାଯିବ।

ଏହି ଅବସରରେ ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶିକା ନୀରଜା ଶେଖର, ଏନଏଫଡିସିର ଏମଡି ଶ୍ରୀ ପୃଥୁଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ଏମଆଇଏଫଏଫ ଫିଲ୍ମ ପ୍ରୋଗ୍ରାମିଂ

ଚଳିତ ବର୍ଷ ପ୍ରତିଯୋଗିତା ବିଭାଗ ପାଇଁ ୧୦୧୮ଟି ଚଳଚ୍ଚିତ୍ର ତାଲିକାଭୁକ୍ତ

ଅନ୍ତର୍ଜାତୀୟ (୨୫) ଓ ଜାତୀୟ (୭୭) ପ୍ରତିଯୋଗିତା ବିଭାଗ ପାଇଁ ବିଶିଷ୍ଟ ଚଳଚ୍ଚିତ୍ର ବିଶେଷଜ୍ଞଙ୍କ ୩ଟି ଚୟନ କମିଟି ଦ୍ୱାରା ୧୧୮ଟି ଚଳଚ୍ଚିତ୍ର ଚୟନ କରାଯାଇଛି । ଚୟନ କମିଟି ମଧ୍ୟ ସର୍ବସମ୍ମତିକ୍ରମେ କହିଛି ଯେ ଚଳିତ ବର୍ଷ ବହୁତ ଉଚ୍ଚମାନର ଚଳଚ୍ଚିତ୍ର ଦାଖଲ ହୋଇଛି ଯାହା ଚୟନକୁ କଠିନ କରିଛି।

ଚଳିତ ବର୍ଷ ଏମଆଇଏଫ୍ଏଫ୍ ପ୍ରୋଗ୍ରାମିଂରେ ମୋଟ ୫୯ଟି ଦେଶରୁ ୬୧ଟି ଭାଷାରେ ୩୧୪ଟି ଚଳଚ୍ଚିତ୍ର ହେବ ପ୍ରଦର୍ଶିତ

ଏଥର ୮ଟି ବିଶ୍ୱ ପ୍ରିମିୟର, ୬ଟି ଅନ୍ତର୍ଜାତୀୟ ପ୍ରିମିୟର, ୧୭ଟି ଏସିଆ ପ୍ରିମିୟର ଓ ୧୫ଟି ଇଣ୍ଡିଆ ପ୍ରିମିୟର ଅନୁଷ୍ଠିତ ହେବ।

ଏହି ସଂସ୍କରଣରେ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ରହିଛି:

ଓସ୍କାର ଓ ବର୍ଲିନାଲେର ପୁରସ୍କାର ବିଜେତା ଚଳଚ୍ଚିତ୍ର ପ୍ୟାକେଜ୍ (୧୨ଟି ଲେଖାଏଁ କ୍ଷୁଦ୍ର ଚଳଚ୍ଚିତ୍ର)

ରୁଷ, ଜାପାନ, ବେଲାରୁସ୍, ଇଟାଲୀ, ଇରାନ, ଭିଏତନାମ ଓ ମାଲି ଆଦି ୭ଟି ଦେଶ ସହ ମିଳିତ ଭାବେ ‘ସ୍ପେଶାଲ କଣ୍ଟ୍ରି ଫୋକସ୍ ପ୍ୟାକେଜ୍’

ଫ୍ରାନ୍ସ, ସ୍ଲୋଭେନିଆ, ଆର୍ଜେଣ୍ଟିନା ଏବଂ ଗ୍ରୀସ୍ ଭଳି ୪ଟି ଦେଶରୁ ଆନିମେସନ୍ ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି

ଦେଶର ପ୍ରତିଷ୍ଠିତ ଅନୁଷ୍ଠାନର ଛାତ୍ର ଚଳଚ୍ଚିତ୍ର (୪୫ଟି ଚଳଚ୍ଚିତ୍ର)

ଏନଏଫଡିସି-ନେସନାଲ ଫିଲ୍ମ ଆର୍କାଇଭ୍ସ ଅଫ୍ ଇଣ୍ଡିଆରୁ କ୍ଲାସିକ୍ ପ୍ୟାକେଜ୍ ପୁନରୁଦ୍ଧାର

ଅମୃତ କାଳରେ ଭାରତର ସ୍ୱତନ୍ତ୍ର ବିଷୟବସ୍ତୁ ଉପରେ ପ୍ରତିଯୋଗୀ ଚଳଚ୍ଚିତ୍ର ଦେଶର ଅଭିବୃଦ୍ଧି, ବିକାଶ ଏବଂ ସମୃଦ୍ଧିକୁ ପ୍ରଦର୍ଶିତ କରିଥାଏ

ଦିବ୍ୟାଙ୍ଗ ଜନଙ୍କ ପାଇଁ ଅଡିଓ ବର୍ଣ୍ଣନା ଏବଂ ସାଙ୍କେତିକ ଭାଷା ବର୍ଣ୍ଣନା ସହିତ ଏବଂ କ୍ଲୋଜଡ୍‌ କ୍ୟାପସନ ସହିତ ଶ୍ରବଣ ହୀନଙ୍କ ପାଇଁ ଚଳଚ୍ଚିତ୍ର ପ୍ୟାକେଜ୍ ।

ବଛାବଛା ବିଷୟବସ୍ତୁ ଉପରେ ଚଳଚ୍ଚିତ୍ର ପ୍ୟାକେଜ୍‌ –

ବନ୍ୟଜନ୍ତୁ

ମିଶନ ଲାଇଫ୍

ଏସୀୟ ମହିଳା ଚଳଚ୍ଚିତ୍ର ନିର୍ମାତାଙ୍କ ଚଳଚ୍ଚିତ୍ର ଉପରେ ଆଧାରିତ ଚଳଚ୍ଚିତ୍ର

ଏମଆଇଏଫଏଫର ଉଦଘାଟନୀ ଓ ଉଦଯାପନୀ ଚଳଚ୍ଚିତ୍ର

୧୮ତମ ଏମଆଇଏଫଏଫର ଉଦଘାଟନୀ ଚଳଚ୍ଚିତ୍ର ହେଉଛି “ବିଲି ଆଣ୍ଡ ମୋଲି, ଆନ୍‌ ଓଟର ଲଭ୍ ଷ୍ଟୋରୀ”, ମୁମ୍ବାଇ, ଦିଲ୍ଲୀ, କୋଲକାତା, ପୁଣେ ଏବଂ ଚେନ୍ନାଇରେ ୧୫ ଜୁନ୍ ୨୦୨୪ରେ ପ୍ରଦର୍ଶିତ ହେବ।

ମହୋତ୍ସବର ଉଦଯାପନୀ ଚଳଚ୍ଚିତ୍ର ହେବ ସ୍ୱର୍ଣ୍ଣ ଶଙ୍ଖ ବା ଗୋଲ୍ଡେନ କୋଞ୍ଚ୍‌ ଜିତିଥିବା ଏକ ଚଳଚ୍ଚିତ୍ର ଏବଂ ଏହା ୨୧ ଜୁନ ୨୦୨୪ରେ ପ୍ରଦର୍ଶିତ ହେବ ।

ବିଚାରକ ମଣ୍ଡଳୀ ଓ ପୁରସ୍କାର

ଅନ୍ତର୍ଜାତୀୟ ବିଚାରକ ମଣ୍ଡଳୀରେ ବିଶ୍ୱର ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ – କେକୋ ବଙ୍ଗ, ବାର୍ଥେଲେମି ଫଉଜିଆ, ଅଡ୍ରିୟସ୍ ଷ୍ଟୋନିସ୍, ଭାରତ ବାଲା ଏବଂ ମାନସ ଚୌଧୁରୀଙ୍କୁ ସାମିଲ କରାଯାଉଛି ଯେଉଁମାନେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ପାଇଁ ଗୋଲ୍ଡେନ୍ କୋଞ୍ଚ, ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ଷୁଦ୍ର ଗଳ୍ପ ଚଳଚ୍ଚିତ୍ର ଓ ଶ୍ରେଷ୍ଠ ଆନିମେସନ୍ ଚଳଚ୍ଚିତ୍ର ପାଇଁ ସିଲଭର୍‌ କୋଞ୍ଚ୍‌ ଏବଂ ସବୁଠାରୁ ଅଭିନବ/ପରୀକ୍ଷାମୂଳକ ଚଳଚ୍ଚିତ୍ର ପାଇଁ ପ୍ରମୋଦ ପତି ପୁରସ୍କାର ପ୍ରଦାନ କରିବେ।

୧୮ତମ ଏମଆଇଏଫଏଫ ପାଇଁ ଜାତୀୟ ବିଚାରକ ମଣ୍ଡଳୀରେ ଆଡେଲ ସିଲମାନ-ଏଗେବର୍ଟ, ଡକ୍ଟର ବବି ଶର୍ମା ବରୁଆ, ଅପୂର୍ବ ବକ୍ସି, ମୁଞ୍ଜଲ ଶ୍ରଫ ଏବଂ ଆନ୍ନା ହେନକେଲ-ଡନ୍ ନର୍ସମାର୍କଙ୍କ ଭଳି ଉଲ୍ଲେଖନୀୟ ନାମ ରହିଛି ଯେଉଁମାନେ ଶ୍ରେଷ୍ଠ ଭାରତୀୟ ଡକ୍ୟୁମେଣ୍ଟାରୀ, କ୍ଷୁଦ୍ର ଚଳଚ୍ଚିତ୍ର, ଆନିମେସନ୍, ଶ୍ରେଷ୍ଠ ପଦାର୍ପଣକାରୀ ଚଳଚ୍ଚିତ୍ର ପୁରସ୍କାର (ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ) ଏବଂ ଶ୍ରେଷ୍ଠ ଛାତ୍ର ଚଳଚ୍ଚିତ୍ର ପୁରସ୍କାର (ଆଇଡିପିଏ ଦ୍ୱାରା ପ୍ରାୟୋଜିତ) ପ୍ରଦାନ କରିବେ । ଏହା ବ୍ୟତୀତ ଅନେକ ବୈଷୟିକ ପୁରସ୍କାର ଏବଂ ‘‘ଅମୃତ କାଳରେ ଭାରତ’’ ଉପରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଏକ ସ୍ୱତନ୍ତ୍ର ପୁରସ୍କାର ।

ଏହାବ୍ୟତୀତ ୩ଟି ବୈଷୟିକ ପୁରସ୍କାର ୧) ସିନେମାଟୋଗ୍ରାଫି, ୨) ସମ୍ପାଦନା ଓ ୩) ସାଉଣ୍ଡ ଡିଜାଇନ, ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ପ୍ରଦାନ କରାଯିବ।

ଏକ ଜାତୀୟ ପ୍ରତିଯୋଗିତାମୂଳକ ପ୍ରମାଣିକ ଚଳଚ୍ଚିତ୍ର ପାଇଁ ଏଫଆଇପିଆରଇଏସସିଆଇ ବିଚାରକ ମଣ୍ଡଳୀ ୩ ବିଶିଷ୍ଟ ଚଳଚ୍ଚିତ୍ର ସମାଲୋଚକ ପୁରସ୍କାର ମଧ୍ୟ ପ୍ରଦାନ କରିବେ।

ସମୁଦାୟ ୪୨ ଲକ୍ଷ ଟଙ୍କାର ପୁରସ୍କାର ରାଶି

ସୁଲଭ ମହୋତ୍ସବ

ଦୃଷ୍ଟିହୀନଙ୍କ ପାଇଁ ଅଡିଓ ବିବରଣୀ, ସାଙ୍କେତିକ ଭାଷା ବିବରଣୀ ଏବଂ କ୍ଲୋଜଡ୍‌ କ୍ୟାପସନ ସହିତ ଶ୍ରବଣ ହୀନମାନଙ୍କ ପାଇଁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଚଳଚ୍ଚିତ୍ର ବ୍ୟତୀତ, ଏନଏଫଡିସି-ଏଫଡି ପରିସରରେ ଆୟୋଜିତ ଏମଆଇଏଫଏଫ ମହୋତ୍ସବ ସ୍ଥଳକୁ ଭିନ୍ନକ୍ଷମ ଏବଂ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଲୋକମାନଙ୍କୁ ସୁଲଭ କରିବା ଲାଗି ଏନଏଫଡିସି ପକ୍ଷରୁ ଏକ ଅଣଲାଭକାରୀ ସଂସ୍ଥା ସ୍ୱୟମ ସହ ଭାଗିଦାରୀ କରାଯାଇଛି । ପ୍ରତିନିଧିମାନଙ୍କ ଗସ୍ତ ଅନୁଭୂତିକୁ ବାଧାମୁକ୍ତ କରିବା ଲାଗି ସୁଲଭତା ସମସ୍ୟା ସମାଧାନ କରିବା ଲାଗି ପ୍ରତିନିଧିମାନଙ୍କୁ ସଚେତନ କରିବା ନିମନ୍ତେ ସ୍ୱେଚ୍ଛାସେବୀମାନଙ୍କୁ ସୁଲଭତା ଭାଗିଦାରଙ୍କ ପକ୍ଷରୁ ନିୟୋଜିତ କରାଯିବ।

ଉଦଘାଟନୀ/ସମାପନ ସମାରୋହ ଓ ରେଡ୍ କାର୍ପେଟ୍

ମୁମ୍ବାଇର ନରିମନ୍ ପଏଣ୍ଟସ୍ଥିତ ଏନସିପିଏ ଠାରେ ଭବ୍ୟ ଉଦଘାଟନୀ ଓ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଭାରତୀୟ ଆନିମେସନର ଯାତ୍ରାକୁ ଦର୍ଶାଉଥିବା ଏକ କଳାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷ କରାଯିବା ସହିତ ଉଦଘାନନୀ ସମାରୋହରେ ଶ୍ରୀଲଙ୍କାର ଏବଂ ଉଦଯାପନୀ ସମାରୋହରେ ଆର୍ଜେଣ୍ଟିନାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଚଳିତ ବର୍ଷ ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଲା ସିନେଫ୍ ପୁରସ୍କାର ଜିତିଥିବା ଏଫଟିଆଇଆଇ ଛାତ୍ରଙ୍କ କ୍ଷୁଦ୍ର ଚଳଚ୍ଚିତ୍ର “ସନ୍‌ଫ୍ଲାୱାର୍ସ ୱେର୍‌ ଦ ଫର୍ଷ୍ଟ ୱାନ୍ସ ଟୁ ନୋ” ପ୍ରଦର୍ଶନ କରାଯିବ।

ଜୁନ୍ ୧୫ ତାରିଖରେ ଉଦଘାଟନୀ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ପ୍ରତିଦିନ ମୁମ୍ବାଇର ଏନ୍ଏଫଡିସି-ଏଫଡି କମ୍ପ୍ଲେକ୍ସରେ ଗାଲା ରେଡ୍ କାର୍ପେଟ୍ ସ୍କ୍ରିନିଂ ଅନୁଷ୍ଠିତ ହେବ। ପ୍ରଖ୍ୟାତ ଚଳଚ୍ଚିତ୍ର ସେଲିବ୍ରିଟିମାନଙ୍କ ସହିତ ଅନ୍ୟ ରେଡ୍ କାର୍ପେଟ୍ ଯୋଜନା କରାଯାଉଛି ସେଗୁଡ଼ିକ ହେଲା ପୋଚେର, ଇନସାଇଡ୍ ଆଉଟ୍ -୨, ଦ କମାଣ୍ଡମେଣ୍ଟସ୍ ଶେଡୋ, ମାଇ ମର୍କରୀ, ଶ୍ରୀକାନ୍ତ, ବ୍ରାଣ୍ଡ ବଲିଉଡ୍ ଇତ୍ୟାଦି।

ସେହିପରି ଦିଲ୍ଲୀ (ଜୁନ୍ ୧୭ ), ଚେନ୍ନାଇ (ଜୁନ୍ ୧୮ ), କୋଲକାତା (ଜୁନ୍ ୧୯ ) ଏବଂ ପୁଣେ (ଜୁନ୍ ୨୦)ରେ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସ୍ୱତନ୍ତ୍ର ରେଡ୍ କାର୍ପେଟ୍ ଅନୁଷ୍ଠିତ ହେବ।

ମାଷ୍ଟରକ୍ଲାସ ଏବଂ ପ୍ୟାନେଲ ଆଲୋଚନା:

୧୮ତମ ଏମଆଇଏଫଏଫରେ ଚଳଚ୍ଚିତ୍ର ନିର୍ମାତା ସନ୍ତୋଷ ଶିବନ, ଅଡ୍ରିୟସ୍ ଷ୍ଟୋନିସ୍, କେତନ ମେହେଟ୍ଟା, ରିଚି ମେହେଟ୍ଟା, ଟିଏସ୍ ନାଗଭରନ, ଜର୍ଜେସ୍ ସ୍ୱିଜଗେବେଲଙ୍କ ଭଳି ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ୨୦ଟି ମାଷ୍ଟରକ୍ଲାସ, ଆଲୋଚନା ଏବଂ ପ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହେବ।

ଇଣ୍ଡିଆନ୍ ଡକ୍ୟୁମେଣ୍ଟାରି ପ୍ରଡ୍ୟୁସର ଆସୋସିଏସନ୍ (ଆଇଡିପିଏ) ସହଯୋଗରେ ପ୍ରତିଦିନ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଜୀବନ୍ତ ଏମ୍ଫିଥିଏଟର ସ୍ଥଳରେ ଓପନ୍ ଫୋରମ୍ ଆଲୋଚନା ଅନୁଷ୍ଠିତ ହେବ।

ପଞ୍ଜୀକୃତ ଅଂଶଗ୍ରହଣକାରୀଙ୍କ ପାଇଁ ଆନିମେସନ ଏବଂ ଭିଏଫଏକ୍ସ ପାଇପଲାଇନରେ ଏକ କ୍ରାଶ କୋର୍ସ ଆୟୋଜନ କରାଯାଇଛି ।

ଡକ୍ ଫିଲ୍ମ ବଜାର:

ଚଳଚ୍ଚିତ୍ର ନିର୍ମାତାଙ୍କୁ ସେମାନଙ୍କ ପ୍ରକଳ୍ପ ଲାଗି କ୍ରେତା, ପ୍ରାୟୋଜକ ଏବଂ ସହଯୋଗୀ ଖୋଜିବା ନିମନ୍ତେ ଏକ ପ୍ଲାଟଫର୍ମ ପ୍ରଦାନ କରି ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବା ସକାଶେ ପ୍ରଥମ ଥର ଡିଓସି ଫିଲ୍ମ ବଜାର ଆୟୋଜନ କରାଯାଉଛି ।

୧୦ଟି ଦେଶରୁ ୨୭ଟି ଭାଷାରେ ପାଖାପାଖି ୨୦୦ଟି ପ୍ରକଳ୍ପ ଗ୍ରହଣ କରାଯାଇଛି।

ଡକ୍ ଫିଲ୍ମ ବଜାରରେ ‘କୋ-ପ୍ରଡକ୍ସନ ମାର୍କେଟ୍’ ବା ସହପ୍ରଯୋଜନା ବଜାର (୧୬ଟି ପ୍ରୋଜେକ୍ଟ), ‘ୱାର୍କ-ଇନ୍-ପ୍ରୋଗ୍ରେସ୍ (ଡବ୍ଲ୍ୟୁଆଇପି) ଲ୍ୟାବ୍’ (୬ଟି ପ୍ରୋଜେକ୍ଟ) ଏବଂ ‘ଭ୍ୟୁଭିଙ୍ଗ୍ ରୁମ୍’ (୧୦୬ଟି ପ୍ରୋଜେକ୍ଟ)ରେ ୩ଟି କ୍ୟୁରେଟେଡ୍ ଓର୍ଟିକାଲ୍ ଆୟୋଜନ କରାଯିବ।

ଚୟନିତ ପ୍ରକଳ୍ପ ପାଇଁ ଏହି ସୁଯୋଗ ବ୍ୟତୀତ ଏକ ‘ଓପନ୍ କ୍ରେତା-ବିକ୍ରେତା ବୈଠକ’ ମଧ୍ୟ ହେବ ଯାହା ଚଳଚ୍ଚିତ୍ର ନିର୍ମାତାଙ୍କୁ ଉତ୍ପାଦନ, ସିଣ୍ଡିକେସନ, ଅଧିଗ୍ରହଣ, ବିତରଣ ଏବଂ ବିକ୍ରୟ କ୍ଷେତ୍ରରେ କ୍ରେତା ଏବଂ କର୍ପୋରେଟମାନଙ୍କ ସହ ସହଯୋଗ କରିବାରେ ସାହାଯ୍ୟ କରିବ ।

ଏକ ଉତ୍ସର୍ଗୀକୃତ ଅଧିବେଶନରେ ପ୍ରମାଣିକ ଚଳଚ୍ଚିତ୍ର ନିର୍ମାଣ ଏବଂ କର୍ପୋରେଟ୍ ବ୍ରାଣ୍ଡିଂ ମଧ୍ୟରେ ସହଜ ସମ୍ପର୍କ ଅନୁସନ୍ଧାନ କରାଯିବ । ଫିକି ଭଳି ବିଭିନ୍ନ ଶିଳ୍ପ କ୍ଷେତ୍ରର ଶିଳ୍ପ ନେତୃବୃନ୍ଦଙ୍କ ସହ ବ୍ରାଣ୍ଡ ଅଭିବୃଦ୍ଧି ପାଇଁ ଶକ୍ତିଶାଳୀ ଉପକରଣ ଏବଂ ସକାରାତ୍ମକ ସାମାଜିକ ପ୍ରଭାବ ପାଇଁ ଉତପ୍ରେରକ ଭାବରେ ଡକ୍ୟୁମେଣ୍ଟାରୀଗୁଡ଼ିକର ସିଏସ୍ଆର୍ ପାଣ୍ଠି ଅନୁସନ୍ଧାନ କରିବେ।

ଏମଆଇଏଫଏଫ ପାଇଁ ଉତ୍ସର୍ଗୀକୃତ ପୋର୍ଟାଲ ଏବଂ ମୋବାଇଲ୍ ଆପ୍

ମହୋତ୍ସବରେ ଯୋଜନା କରାଯାଇଥିବା ଚଳଚ୍ଚିତ୍ର, କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପ ବିଷୟରେ ଆକର୍ଷଣୀୟ ବିବରଣୀ ପ୍ରଦାନ କରିବା ପାଇଁ ଏମଆଇଏଫଏଫର ଏକ ଇଣ୍ଟରଆକ୍ଟିଭ୍ ୱେବସାଇଟ୍ ବିକଶିତ କରାଯାଇଛି- www.miff.in

ଚଳଚ୍ଚିତ୍ର ସ୍କ୍ରିନିଂର ଆଗୁଆ ବୁକିଂ, ମାଷ୍ଟରକ୍ଲାସରେ ଯୋଗ ଦେବା, ଓପନ୍ ଫୋରମ୍ ଇତ୍ୟାଦି ବିଭିନ୍ନ କାର୍ଯ୍ୟରେ ପ୍ରତିନିଧିମାନଙ୍କ ଅଂଶଗ୍ରହଣକୁ ସୁଗମ କରିବା ପାଇଁ ଏକ ଉତ୍ସର୍ଗୀକୃତ ମୋବାଇଲ୍ ଆପ୍ ବିକଶିତ କରାଯାଇଛି। ଏହା ମହୋତ୍ସବକୁ ପ୍ରତିନିଧିମାନଙ୍କ ଠାରୁ ମୂଲ୍ୟବାନ ମତାମତ ହାସଲ କରିବାରେ ମଧ୍ୟ ସାହାଯ୍ୟ କରିବ।

ପ୍ରତିନିଧିଙ୍କ ପଞ୍ଜୀକରଣ

ପ୍ରତିନିଧି ପଞ୍ଜୀକରଣ ସରଳ କିନ୍ତୁ ୱେବସାଇଟ୍ କିମ୍ବା ଏମଆଇଏଫଏଫର ପ୍ରୋତ୍ସାହନ ସାମଗ୍ରୀରେ ପ୍ରଦାନ କରାଯାଇଥିବା କ୍ୟୁଆର୍‌ କୋଡ୍ ମାଧ୍ୟମରେ ଉତ୍ସବରେ ଯୋଗ ଦେବା ପାଇଁ ବାଧ୍ୟତାମୂଳକ ଅଟେ ।

ବୁକ୍ ମାଇ ଶୋ’ ଜରିଆରେ ପ୍ରତିନିଧିଙ୍କ ପ୍ରଞ୍ଜୀକରଣ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି।

କୌଣସି ଅଧିକ ସଂଖ୍ୟକ ଫିଲ୍ମ ସ୍କ୍ରିନିଂ କିମ୍ବା ମାଷ୍ଟରକ୍ଲାସ କିମ୍ବା ଡକ୍ ଫିଲ୍ମ ବଜାରରେ ଯୋଗ ଦେବା ପାଇଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ ।

ପ୍ରତିନିଧିଙ୍କ ପଞ୍ଜୀକରଣ ଶୁଳ୍କ-

ମୁମ୍ବାଇ – ସମ୍ପୂର୍ଣ୍ଣ ଉତ୍ସବରେ ଯୋଗ ଦେବା ପାଇଁ ୫୦୦ ଟଙ୍କା

ଦିଲ୍ଲୀ, ଚେନ୍ନାଇ, କୋଲକାତା ଓ ପୁଣେରେ – ମାଗଣା

ଛାତ୍ର ଏବଂ ପ୍ରେସ୍ – ମାଗଣା

ଆସନ୍ତା ୩ ଦିନ ମଧ୍ୟରେ ସମସ୍ତ ପ୍ରତିନିଧି ପଞ୍ଜୀକରଣ ‘ମାଗଣା’ ହେବ।

ଭାଗିଦାରୀ

ଚଳିତ ବର୍ଷ ପ୍ରଥମ ଥର ପାଇଁ ଏମ୍ ଆଇଏଫଏଫକୁ ମହୋତ୍ସବରେ ୨୦ରୁ ଅଧିକ ବ୍ରାଣ୍ଡର କର୍ପୋରେଟ୍ ସହଯୋଗ ମିଳିଛି। ମହୋତ୍ସବର ବିଭିନ୍ନ ଦିଗକୁ ପ୍ରୋତ୍ସାହନ ଦେବା ଠାରୁ ଆରମ୍ଭ କରି ମହୋତ୍ସବକୁ ସୁଦୃଢ଼ କରିବା ପାଇଁ ଦକ୍ଷତା ଆଣିବା ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ବ୍ରାଣ୍ଡଗୁଡ଼ିକ ଏହି ମହୋତ୍ସବ ସହ ସହଯୋଗ କରିଛନ୍ତି।

ପୃଷ୍ଠଭୂମି

ଏମଆଇଏଫଏଫ ହେଉଛି ଦକ୍ଷିଣ ଏସିଆରେ ଅଣ-ଫିଚର ଚଳଚ୍ଚିତ୍ର (ପ୍ରାମାଣିକ, ସର୍ଟ ଫିକ୍ସନ ଏବଂ ଆନିମେସନ୍) ପାଇଁ ସର୍ବପୁରାତନ ଏବଂ ବୃହତ୍ତମ ଚଳଚ୍ଚିତ୍ର ମହୋତ୍ସବ ଏବଂ ୧୯୯୦ ରେ ଆରମ୍ଭ ହୋଇଥିବା ପ୍ରାମାଣିକ ଚଳଚ୍ଚିତ୍ର ଜଗତର ଏକ ପ୍ରମୁଖ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ । ଏହା ୨ ବର୍ଷରେ ଥରେ ଆୟୋଜିତ ହେଉଥିବା ଏକ ଦ୍ୱିବାର୍ଷିକ କାର୍ଯ୍ୟକ୍ରମ ।

ଏମଆଇଏଫଏଫ ସମଗ୍ର ବିଶ୍ୱର ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ପ୍ରମାଣିକ, କ୍ଷୁଦ୍ର ଓ ଏନିମେସନ ଚଳଚ୍ଚିତ୍ରର ସହ-ପ୍ରଯୋଜନା ଓ ବିପଣନ କରିବା ଲାଗି ବିଚାର ବିନିମୟ କରିବା ଓ ସମ୍ଭାବନା ଉଜାଗର କରିବା ଲାଗି ମଞ୍ଚ ପ୍ରଦାନ କରିବ। ବିଶ୍ୱ ସିନେମା କ୍ଷେତ୍ରରେ ମଧ୍ୟ ଏହା ଚଳଚ୍ଚିତ୍ର ନିର୍ମାତାଙ୍କ ଦୃଷ୍ଟିକୋଣକୁ ବ୍ୟାପକ କରିବ । ଏହି ମହୋତ୍ସବ ସୃଜନଶୀଳ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ପ୍ରମାଣିକ, କ୍ଷୁଦ୍ର ଓ ଏନିମେସନ ଚଳଚ୍ଚିତ୍ର ଉପରେ ଅଧିକ ଆଲୋଚନା ପାଇଁ ମଞ୍ଚ ଯୋଗାଇ ଦେବ ଏବଂ ଚଳଚ୍ଚିତ୍ର ନିର୍ମାତା ଓ ସେହି କ୍ଷେତ୍ରର ଲୋକଙ୍କ ନିମନ୍ତେ ସୃଜନଶୀଳ ଉତପ୍ରେରକ ସାଜିବ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପ୍ରସାର ଭାରତୀର ବଡ ଘୋଷଣା: ଦୂରଦର୍ଶନରେ ପ୍ରସାରିତ ହେବ ଟି-୨୦ ବିଶ୍ୱକପ୍ ମ୍ୟାଚ୍

ନୂଆଦିଲ୍ଲୀ: ଜୁନ୍ ୨ ତାରିଖରୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ବକପ୍ କୁ ଡିଡି ଫ୍ରି ଡିସ୍ ପ୍ଲାଟଫର୍ମରେ ପ୍ରସାରଣ କରାଯିବ ବୋଲି ପ୍ରସାର ଭାରତୀ ଆଜି ଘୋଷଣା କରିଛି। ଦୂରଦର୍ଶନ ଟି-୨୦ ବିଶ୍ବ କପର ହାଇ ପ୍ରୋଫାଇଲ୍ କଭରେଜ୍ ଫଲୋ ଅପ୍ କରିବ ଏବଂ ଅନେକ ପ୍ରମୁଖ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟର ପ୍ରସାରଣ କରିବ। ଏଥିରେ ପ୍ୟାରିସ୍ ଅଲିମ୍ପିକ୍ସ ଗେମ୍ସ ୨୦୨୪ (୨୬ ଜୁଲାଇ-୧୧ ଅଗଷ୍ଟ ୨୦୨୪), ପ୍ୟାରିସ୍ ପାରାଲିମ୍ପିକ୍ ଗେମ୍ସ (୨୮ ଅଗଷ୍ଟ-୮ ସେପ୍ଟେମ୍ବର ୨୦୨୪), ଭାରତ ବନାମ ଜିମ୍ବାୱେ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ (୬ ଜୁଲାଇ-୧୪ ଜୁଲାଇ ୨୦୨୪) ଏବଂ ଭାରତ ବନାମ ଶ୍ରୀଲଙ୍କା (୨୭ ଜୁଲାଇ-୭ ଅଗଷ୍ଟ ୨୦୨୪ ) ଏବଂ ଫ୍ରେଞ୍ଚ ଓପନ୍ ୨୦୨୪ ର ମହିଳା ଓ ପୁରୁଷ ଫାଇନାଲ୍ (୮ ଓ ୯ ଜୁନ୍ ୨୦୨୪) ଏବଂ ୱିମ୍ବଲଡନ୍ ୨୦୨୪ (ଜୁଲାଇ ୧୩ ଓ ୧୪) ଲାଇଭ୍/ ଡେଫରଡ୍ ଲାଇଭ୍ ଅନ୍ତର୍ଭୁକ୍ତ ରହିଛି।

ପ୍ରସାର ଭାରତୀର ସିଇଓ ଗୌରବ ଦ୍ୱିବେଦୀ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଏହି ଘୋଷଣା କରିଛନ୍ତି। ଏହି ଆଲୋଚନା ସମୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ, ପ୍ରସାର ଭାରତୀର ଅଧ୍ୟକ୍ଷ ନବନୀତ କୁମାର ସେହଗଲ, ପ୍ରସାର ଭାରତୀର ସିଇଓ ଗୌରବ ଦ୍ୱିବେଦୀ ଏବଂ ଦୂରଦର୍ଶନର ଡିଜି କାଞ୍ଚନ ପ୍ରସାଦ ଶ୍ରୀ ସୁଖବିନ୍ଦର ସିଂ ଗାଇଥିବା ଟି-୨୦ ବିଶ୍ୱକପ୍ ପାଇଁ ଏକ ସ୍ୱତନ୍ତ୍ର ସଙ୍ଗୀତ ‘ଜଜବା’ର ଶୁଭାରମ୍ଭ କରିଥିଲେ। ପ୍ରଖ୍ୟାତ କାହାଣୀକାର ଶ୍ରୀ ନୀଲେଶ ମିଶ୍ରଙ୍କ ସ୍ୱରରେ ବର୍ଣ୍ଣିତ ଗାଲା ଟି-୨୦ କାର୍ଯ୍ୟକ୍ରମର ଏକ ପ୍ରମୋର ମଧ୍ୟ ସଚିବ ଶୁଭାରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ଦୂରଦର୍ଶନ ଡିଡି ସ୍ପୋର୍ଟସରେ ସେମାନଙ୍କ ବିଷୟବସ୍ତୁ ପ୍ରଦର୍ଶନ ପାଇଁ ଏନବିଏ ଏବଂ ପିଜିଟିଏ ଭଳି ଅଗ୍ରଣୀ ବିଶ୍ୱ କ୍ରୀଡ଼ା ସଂଗଠନ ସହ ବୁଝାମଣା କରିଛି। ଏନବିଏର ଲୋକପ୍ରିୟ ଇ-ସ୍ପୋର୍ଟସ ସମ୍ପତ୍ତି ଏନବିଏ ୨କେ ଲିଗ୍ ମ୍ୟାଚ୍ ଡିଡି ସ୍ପୋର୍ଟସ ଚ୍ୟାନେଲରେ ପ୍ରସାରିତ ହେଉଛି।

ପ୍ରସାର ଭାରତୀ ଏହାର କ୍ରୀଡ଼ା ଚ୍ୟାନେଲରେ ବିଭିନ୍ନ କ୍ରୀଡ଼ା ଲିଗ୍ ଏବଂ ପ୍ରପର୍ଟିକୁ ପ୍ରଦର୍ଶନ କରିବା ପାଇଁ ବିଭିନ୍ନ କ୍ରୀଡ଼ା ସଂଗଠନ ଏବଂ ଏଜେନ୍ସି ସହିତ ଆଲୋଚନାର ଆଗୁଆ ପର୍ଯ୍ୟାୟରେ ଅଛି। ଯେତେବେଳେ ଆମେ ଏହି ଭାଗିଦାରୀକୁ ସୁଦୃଢ଼ କରିବୁ ସେତେବେଳେ ଆମେ ଗଣମାଧ୍ୟମକୁ ଅପଡେଟ୍ କରିବୁ।

ମଙ୍ଗଳବାର ଗଣତି ପ୍ରକ୍ରିୟା ପାଇଁ ଉଭୟ ଦୂରଦର୍ଶନ ଓ ଅଲ୍ ଇଣ୍ଡିଆ ରେଡିଓ ପକ୍ଷରୁ କରାଯାଇଥିବା ବ୍ୟାପକ ବ୍ୟବସ୍ଥା ସମ୍ପର୍କରେ ଶ୍ରୀ ଗୌରବ ଦ୍ୱିବେଦୀ ଉପସ୍ଥିତ ଜନତାଙ୍କୁ ଅବଗତ କରାଇଥିଲେ।

ଗତ ବର୍ଷ ଡିଡି ସ୍ପୋର୍ଟସ ପକ୍ଷରୁ ଦେଶବ୍ୟାପୀ ବହୁକ୍ରୀଡ଼ା ଇଭେଣ୍ଟର ପ୍ରଯୋଜନା ଓ ପ୍ରସାରଣ କରାଯାଇଥିଲା। ଏହା ମଧ୍ୟରେ ଅଷ୍ଟଲକ୍ଷ୍ମୀରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (ଉତ୍ତର ପୂର୍ବର ୮ଟି ରାଜ୍ୟ), ତାମିଲନାଡୁରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା, ଗୋଆରେ ଜାତୀୟ କ୍ରୀଡ଼ା, ନୂଆଦିଲ୍ଲୀରେ ଖେଲୋ ଇଣ୍ଡିଆ ପାରା ଗେମ୍ସର ଉଦଘାଟନୀ ସଂସ୍କରଣ ଏବଂ ଗୁଲମାର୍ଗ ଏବଂ ଲେହରେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ଅନ୍ତର୍ଭୁକ୍ତ। ଡିଡି ସ୍ପୋର୍ଟସରେ ଏହାର ପ୍ରସାରଣ ବ୍ୟତୀତ ଏହି ଗେମ୍ ଗୁଡ଼ିକର ଫିଡ୍ ଦେଶର ପ୍ରମୁଖ ଘରୋଇ ଚ୍ୟାନେଲ୍ ଯଥା ଷ୍ଟାର ସ୍ପୋର୍ଟସ୍, ଜିଓ ସିନେମା ଏବଂ ସୋନି ନେଟୱାର୍କ ସହିତ ସେୟାର କରାଯାଇଥିଲା।

ଦୂରଦର୍ଶନ ଦଳ ଚୀନରେ ଚାଲିଥିବା ହାଙ୍ଗଜୋ ଏସୀୟ କ୍ରୀଡ଼ାର ଉଭୟ ପୁରୁଷ ଓ ମହିଳା କ୍ରିକେଟ୍ ମ୍ୟାଚ୍ ର ୱାର୍ଲ୍ଡ ଫିଡ୍ ପ୍ରସ୍ତୁତ କରିଥିଲା। ଗ୍ରାଉଣ୍ଡ ଜିରୋରୁ ଡିଡି ଟିମ୍ ଦ୍ୱାରା ପ୍ରସ୍ତୁତ ୱାର୍ଲ୍ଡ ଫିଡ୍ ଏସିଆର ଅନେକ ଦେଶରେ ପ୍ରସାରିତ ହୋଇଥିଲା।

ଅଗଷ୍ଟ, ୨୦୨୩ରେ ଭାରତୀୟ କ୍ରିକେଟ୍ ଦଳର ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଦୂରଦର୍ଶନର ସମସ୍ତ ପ୍ଲାଟଫର୍ମ ପାଇଁ ଲିନିୟର ଟେଲିଭିଜନ ଅଧିକାର ଥିଲା। ଇଂରାଜୀ ଏବଂ ହିନ୍ଦୀରେ ଭାଷଣ ବ୍ୟତୀତ ଏହି ଧାରାବାହିକରେ ଖେଳାଯାଇଥିବା ସୀମିତ ଓଭର ମ୍ୟାଚ୍ ଗୁଡ଼ିକର ଫିଡ୍ ଭୋଜପୁରୀ, ତାମିଲ, ତେଲୁଗୁ, ବଙ୍ଗଳା ଏବଂ କନ୍ନଡ ଭଳି ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ଏବଂ ଦୂରଦର୍ଶନ ନେଟୱାର୍କର ବିଭିନ୍ନ ଆଞ୍ଚଳିକ ଚ୍ୟାନେଲରେ ପ୍ରସାରଣ କରାଯାଇଥିଲା ।

ଦୂରଦର୍ଶନ ଡିଡି ସ୍ପୋର୍ଟସରେ ସେମାନଙ୍କ ବିଷୟବସ୍ତୁ ପ୍ରଦର୍ଶନ କରିବା ପାଇଁ ଏନବିଏ ଏବଂ ପିଜିଟିଏ ପରି ଅଗ୍ରଣୀ ବିଶ୍ୱ କ୍ରୀଡ଼ା ସଂସ୍ଥା ସହିତ ବୁଝାମଣାରେ ପହଞ୍ଚିଛି । ଏନବିଏର ଲୋକପ୍ରିୟ ଇ-ସ୍ପୋର୍ଟସ ପ୍ରପର୍ଟି ଏନବିଏ ୨କେ ଲିଗ୍ ମ୍ୟାଚ୍ ଡିଡି ସ୍ପୋର୍ଟସ ଚ୍ୟାନେଲରେ ପ୍ରସାରିତ ହେଉଛି ।

ୱେଷ୍ଟଇଣ୍ଡିଜ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ୍ (ଜୁନ୍ ୨ ରୁ ୨୯ ଜୁନ୍ ୨୦୨୪) ଠାରୁ ଆରମ୍ଭ କରି ଦୂରଦର୍ଶନ ନେଟୱାର୍କ ଏହାର ଡିଡି ଫ୍ରି ଡିସ୍ ପ୍ଲାଟଫର୍ମ ପ୍ରସାର ଭାରତୀରେ, ସାର୍ବଜନୀନ ବ୍ରଡକାଷ୍ଟର ଭାବରେ ମିଡିଆ- ପ୍ରିଣ୍ଟ, ଡିଜିଟାଲ ଏବଂ ଇଲେକ୍ଟ୍ରୋନିକସକୁ ଆମର ଆଗାମୀ ଯାତ୍ରାରେ ମୂଲ୍ୟବାନ ଅଂଶୀଦାର ଭାବରେ ବିବେଚନା କରିଥାଏ।

ଡିଡି ସ୍ପୋର୍ଟସକୁ ଦେଖନ୍ତୁ

ଟାଟା ସ୍କାଏ ଚ୍ୟାନେଲ୍ ନଂ. 453 ସନ୍ ଡାଇରେକ୍ଟ  ଚ୍ୟାନେଲ୍ ନଂ. 510 ହାଥ୍‌ ୱେ ଚ୍ୟାନେଲ୍ ନଂ. 189 ଡେନ୍ ଚ୍ୟାନେଲ୍ ନଂ. 425
ଏୟାରଟେଲ୍ ଡିଜିଟାଲ୍ ଟିଭି ଚ୍ୟାନେଲ୍ ନଂ. 298 ଡି2ଏଚ୍  ଚ୍ୟାନେଲ୍ ନଂ. 435 ଫ୍ରି ଡିସ୍ ଚ୍ୟାନେଲ୍ ନଂ. 79 ଡିସ୍ ଟିଭି ଚ୍ୟାନେଲ୍ ନଂ. 435

 

Categories
ଆଜିର ଖବର ଜାତୀୟ ଖବର

‘ଇଣ୍ଡିଆ ଇୟର ବୁକ୍ ୨୦୨୪’ ଏବଂ ‘କ୍ୟାରିୟର କଲିଂ’ ଉନ୍ମୋଚନ କଲେ ସୂଚନା ଓ ପ୍ରସାରଣ ସଚିବ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ ଆଜି ପ୍ରଗତି ମଇଦାନଠାରେ ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ପ୍ରକାଶନ ବିଭାଗ ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ ଇୟର ବୁକ୍ ୨୦୨୪’ ଏବଂ ‘କ୍ୟାରିୟର କଲିଂ’କୁ  ଉନ୍ମୋଚନ କରିଛନ୍ତି।

‘ଇଣ୍ଡିଆ ଇୟର ବୁକ୍ ୨୦୨୪’ ହେଉଛି ଭାରତର ପ୍ରଗତିକୁ ବର୍ଣ୍ଣନା କରୁଥିବା  ଏକ ରେଫରେନ୍ସ ବାର୍ଷିକ- ଦେଶର ବିକାଶ ବିଷୟରେ ଜାଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ଏକ ଅତ୍ୟାବଶ୍ୟକ ପୁସ୍ତକ।

‘କ୍ୟାରିୟର କଲିଂ’  ବିଭାଗର ଆଉ ଏକ ପ୍ରକାଶନ ହେଉଛି ନିକଟରେ ସାପ୍ତାହିକ ଖବରକାଗଜ ‘ଏମ୍ପ୍ଲଏମେଣ୍ଟ ନ୍ୟୁଜ୍’ରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକର ଏକ ସଂକଳନ ଯାହା ଛାତ୍ର ଏବଂ ଯୁବକମାନଙ୍କୁ କ୍ୟାରିୟର ମାର୍ଗଦର୍ଶନ ପ୍ରଦାନ କରିବ । ଏହି ପୁସ୍ତକରେ ଆଜିର ପ୍ରତିଯୋଗିତାମୂଳକ ଦୃଶ୍ୟପଟରେ ସୂଚନା ଉପରେ ଗୁରୁତ୍ୱାରୋପ କରାଯାଇଛି ।

ଏହି ଉନ୍ମୋଚନ ବ୍ୟତୀତ ଷ୍ଟଲ ନଂ ବି-୧୧, ହଲ୍ ନଂ-୫, ପ୍ରଗତି ମଇଦାନରେ ପ୍ରକାଶନ ବିଭାଗର ବିସ୍ତୃତ ସଂକଳନରେ ‘ଯୋଜନା’, ‘କୁରୁକ୍ଷେତ୍ର’, ‘ଆଜକଲ’ ଏବଂ ‘ବାଲ ଭାରତୀ’ ଭଳି ଲୋକପ୍ରିୟ ପତ୍ରିକା ରହିଛି, ଯାହା ଅନେକ ବିଷୟରେ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଥାଏ।

ପ୍ରକାଶନ ବିଭାଗ ମଧ୍ୟ ବିଭିନ୍ନ ବିଷୟକୁ ନେଇ ଏହାର ପୁସ୍ତକ ସଂଗ୍ରହ ପ୍ରଦର୍ଶନ କରୁଛି। ଗାନ୍ଧିସାହିତ୍ୟ, ବିଶିଷ୍ଟ ‘ଆଧୁନିକ ଭାରତର ନିର୍ମାତା’, କଳା, ସଂସ୍କୃତି, ଐତିହ୍ୟ ଓ ଶିଶୁ ସାହିତ୍ୟ ଉପରେ ବିଭିନ୍ନ ପୁସ୍ତକ ରହିଛି।

ଦେଶବ୍ୟାପୀ ଅନେକ ଭାରତୀୟ ଭାଷାରେ ଏହି ପ୍ରକାଶନ ଉପଲବ୍ଧ ରହିଛି ।