Categories
ଆଞ୍ଚଳିକ

ସତ୍ୟବାଦୀରେ ‘ବୁଥ୍‌ ଅଧ୍ୟକ୍ଷ ସମ୍ମିଳନୀ’ରେ ଯୋଗ ଦେଲେ ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର

ପୁରୀ: ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା କ୍ଷେତ୍ରରେ ଆୟୋଜିତ ‘ବୁଥ୍‌ ଅଧ୍ୟକ୍ଷ ସମ୍ମିଳନୀ’ରେ ଯୋଗ ଦେଇଛନ୍ତି। ସତ୍ୟବାଦୀ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର ସମ୍ବିତ ପାତ୍ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପ୍ରତି ବୁଥରେ ପଦ୍ମ ଫୁଟାଇବା ପାଇଁ ଆହ୍ବାନ କରିଛନ୍ତି।

ଡକ୍ଟର ସମ୍ବିତ ପାତ୍ର ଏହି ଅବସରରେ କହିଛନ୍ତି, “ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଏଥର ୪୦୦ ପାର” ସଂକଳ୍ପକୁ ପୁରା କରିବା ପାଇଁ ଉତ୍ସାହର ସହିତ କାର୍ଯ୍ୟ କରିବା ସହିତ ମୋଦୀଜୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଦୃଢ଼ ସଙ୍କଳ୍ପିତ ହୋଇଛନ୍ତି।” ଏହି ଅବସରରେ ତାଙ୍କ ସହିତ ସତ୍ୟବାଦୀ ବିଧାନସଭାର ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

୫-ଟି ସଚିବଙ୍କୁ କାଳିମାଡ ଘଟଣା: ଯୁବ ବିଜେଡି ପକ୍ଷରୁ ନିନ୍ଦା

କୁଜଙ୍ଗ: ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ଠାରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଦୁବୃତ୍ତ କାଳିମାଡ କରିବା ଘଟଣାରେ କୁଜଙ୍ଗ ବ୍ଳକ ବିଜୁ ଯୁବ ଜନତା ଦଳ ପକ୍ଷରୁ କଡା ନିନ୍ଦା କରାଯାଇଛି। ଏହି ଘଟଣାରେ କୁଜଙ୍ଗ ବ୍ଳକ ବିଜୁ ଯୁବ ଜନତା ଦଳର ସଭାପତି ଯୁବ ସମାଜସେବୀ ଅରୁପ୍ରସାଦ ମହାନ୍ତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହି କାଳୀମାଡ ଘଟଣାକୂ ତୀବ୍ର ନିନ୍ଦା କରିଛନ୍ତି। ସେ ବିଜୁ ଜନତା ଦଳର ବିକାଶର ରଥ ତୀବ୍ର ଗତିରେ ଆଗକୁ ମାଡି ଚାଲିଛି। ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତକରି ଲୋକମାନଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହିତ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟପାଇଁ ଦାବୀପତ୍ର ଗ୍ରହଣ କରୁଛନ୍ତି। ଯାହାର ଆଧାରରେ ରାଜ୍ୟରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱୀତ ହୋଇପାରିଛି।

ତେବେ ଏଭଳି ବିକାଶ ମୂଳକ କାର୍ଯ୍ୟକୁ ବିରୋଧ କରିବାକୁ ଯେଉଁମାନେ ଏହି କାଳୀମାଡ ଘଟଣା କରିଛନ୍ତି ସେମାନଙ୍କୁ ଆସନ୍ତା ଦିନରେ ରାଜ୍ୟବାସୀ ଜବାବ ଦେବେ ବୋଲି ସେ ପ୍ରକାଶ କରିଛନ୍ତି।

ଅନ୍ୟ ମାନଙ୍କ ମଧ୍ୟରେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ, କୁଜଙ୍ଗ ସରପଂଚ ବନ୍ଦିତା ଦାସ, ନାରୀନେତ୍ରୀ ଅବନ୍ତୀ ମାଝୀ, ସୁନାକର ବେହେରା, ଚିରଞ୍ଜୀବ ନାୟକ, ପ୍ରଭାଷ ରଞ୍ଜନ ଦାସ, ସୁଧାଂଶୁ ବେହେରା, ଅରୁଣ ବେହେରା, ଧୃବ ଚରଣ ନାୟକ, ସରୋଜ ସେଠୀ, ମାନଭଞ୍ଜନ ମଲ୍ଲ, ନରହରୀ ତରାଇ, ଅକ୍ଷୟ କୁମାର ତରାଇ, ଛବିନ୍ଦ୍ର ବେହେରା ପ୍ରମୁଖ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସୁଆଣ୍ଡୋ, ସତ୍ୟବାଦୀ ଏବଂ ସାକ୍ଷୀଗୋପାଳକୁ କରାଯିବ ସଂସ୍କୃତି ପର୍ଯ୍ୟଟନ, ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପ ତ୍ୱରାନ୍ୱିତ ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ପୁରୀ ଜିଲ୍ଲା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମ ଏବଂ ସେଠାରେ ଥିବା ଗୋପବନ୍ଧୁଙ୍କ ଜନ୍ମପୀଠର ସାମଗ୍ରିକ ବିକାଶ ପ୍ରକଳ୍ପ ସମ୍ୱନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।

ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ସେସବୁର ପୂର୍ଣ୍ଣାଙ୍ଗ ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଥିଲେ । ସମୁଦାୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୨ ମାର୍ଚ୍ଚ ମାସ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୫.୧୬ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି ।

ସମୀକ୍ଷାରୁ ଜଣାପଡିଥିଲା ଯେ ଗୋପବନ୍ଧୁଙ୍କ ଜନ୍ମପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମକୁ ରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ପାର୍କି ଆଦିର ବିକାଶ ପାଇଁ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଇତି ମଧ୍ୟରେ ତ୍ୱରାନ୍ୱିତ ହୋଇଛି । ଏସବୁ ସହ ସେଠାରେ ଗୋପବନ୍ଧୁ ସ୍ମୃତି ସଂଗ୍ରାହଳୟ, ସୂଚନା କେନ୍ଦ୍ର ଏବଂ ଆତିଥ୍ୟ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଉଛି ।

ଇତି ମଧ୍ୟରେ ଶିବ ମନ୍ଦିରର ମୂଳଦୁଆ ସଂରକ୍ଷଣ ପିଷ୍ଟର ବିକାଶ, ଦଧି ନଉତି, ମନ୍ଦିର ପରିକ୍ରମା ରାସ୍ତା ଆଦି କାର୍ଯ୍ୟ ବିଶେଷ ଭାବେ ଅଗ୍ରଗତି କରିଛି । ପ୍ରଥମ ପୋଖରୀର ପୁନଃ ଖନନ, ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରାୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଂଗ୍ରହାଳୟର ଘର ନିର୍ମାଣ ସରିଛି । ବିଦ୍ୟୁତକରଣ ଏବଂ ଶେଷ ପର୍ଯ୍ୟାୟ କାର୍ଯ୍ୟ ଚାଲୁରହିଛି। ସେହିପରି ଆତିଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗ କାମ ମଧ୍ୟ ଚାଲୁ ରହିଛି ।

ଦ୍ୱିତୀୟ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଚଳିତ ମାସ ମଧ୍ୟରେ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଗୋପବନ୍ଧୁ ଦାସଙ୍କର ପ୍ରାୟ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୁର୍ତ୍ତି, ପୈତୃକ ଗୃହର ପୁନଃ- ବିକାଶ ଆଦି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ପୁରୀ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକୀୟ ପଥର ଯୋଗାଣ ଅବ୍ୟାହତ ରଖିବା ନିମନ୍ତେ ଓଡ଼ିଶା ଖଣି ନିଗମଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବୈଠକରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିମନ୍ତେ ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା ହୋଇଥିଲା। ଇତି ମଧ୍ୟରେ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ବୋଲି ବିଭାଗୀୟ ସଚିବ ଶ୍ରୀ ଦଳାଇ କହିଥିଲେ । ତୁରନ୍ତ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବିଶ୍ୱବିଦ୍ୟାଳୟ ନିର୍ମାଣ ନିମନ୍ତେ ସମୁଦାୟ ୬୧.୬୩ କୋଟି ଟଙ୍କାର ବ୍ୟୟ ଅଟକଳକୁ ପ୍ରଶାସନିକ ଅନୁମୋଦନ ଦିଆଯାଇଛି ।

ସେହିପରି ସାକ୍ଷୀଗୋପାଳ ମନ୍ଦିରର ଆବଶ୍ୟକୀୟ ମରାମତି ଏବଂ ସୌନ୍ଦର୍ଯ୍ୟକରଣ କାମ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୁଆଣ୍ଡୋ, ସତ୍ୟବାଦୀ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଏବଂ ସାକ୍ଷୀଗୋପାଳକୁ ଓଡ଼ିଆ ଭାଷା-ସଂସ୍କୃତିର ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ରଭାବେ ବିକଶିତ କରିବା ନିମନ୍ତେ ସବୁ ପ୍ରକାର ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାସ୍ୱତ ମିଶ୍ର, ପୁର୍ତ୍ତ ବିଭାଗ ସଚିବ ଶ୍ରୀ କ୍ରିଷନ୍ କୁମାର, ଓଡ଼ିଆ ବିଶ୍ୱ ବିଦ୍ୟାଳୟ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ବିଜୟ କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।