ସତ୍ୟବାଦୀରେ ‘ବୁଥ୍‌ ଅଧ୍ୟକ୍ଷ ସମ୍ମିଳନୀ’ରେ ଯୋଗ ଦେଲେ ବିଜେପି ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର

Published: Apr 19, 2024, 9:40 pm IST

ପୁରୀ: ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ସତ୍ୟବାଦୀ ବିଧାନସଭା କ୍ଷେତ୍ରରେ ଆୟୋଜିତ ‘ବୁଥ୍‌ ଅଧ୍ୟକ୍ଷ ସମ୍ମିଳନୀ’ରେ ଯୋଗ ଦେଇଛନ୍ତି। ସତ୍ୟବାଦୀ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର ସମ୍ବିତ ପାତ୍ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପ୍ରତି ବୁଥରେ ପଦ୍ମ ଫୁଟାଇବା ପାଇଁ ଆହ୍ବାନ କରିଛନ୍ତି।

ଡକ୍ଟର ସମ୍ବିତ ପାତ୍ର ଏହି ଅବସରରେ କହିଛନ୍ତି, “ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଏଥର ୪୦୦ ପାର” ସଂକଳ୍ପକୁ ପୁରା କରିବା ପାଇଁ ଉତ୍ସାହର ସହିତ କାର୍ଯ୍ୟ କରିବା ସହିତ ମୋଦୀଜୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଦୃଢ଼ ସଙ୍କଳ୍ପିତ ହୋଇଛନ୍ତି।” ଏହି ଅବସରରେ ତାଙ୍କ ସହିତ ସତ୍ୟବାଦୀ ବିଧାନସଭାର ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

Related posts