Categories
ଅପରାଧ ଆଜିର ଖବର ଜାତୀୟ ଖବର

ମହିଳା ପ୍ରଶିକ୍ଷକଙ୍କୁ ଯୌନ ଉତ୍ପୀଡ଼ନ ମାମଲା: ଇସ୍ତଫା ଦେଲେ ହରିୟାଣା କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂ

ନୂଆଦିଲ୍ଲୀ: ହରିୟାଣାର କ୍ରୀଡ଼ା ମନ୍ତ୍ରୀ ତଥା ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ସନ୍ଦୀପ ସିଂ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସନ୍ଦୀପ ସିଂ ବିରୋଧରେ ଜଣେ ଜୁନିୟର ମହିଳା ପ୍ରଶିକ୍ଷକ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେ ତାଙ୍କ ଇସ୍ତଫା ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଦେଇଛନ୍ତି। ଅନ୍ୟପକ୍ଷରେ ଡିଜିପିଙ୍କ ଦ୍ୱାରା ତିନି ଜଣିଆ କମିଟି ଗଠନ କରାଯାଇଛି, ଯାହାକି ଏହି ମାମଲାର ଯାଞ୍ଚ କରୁଛି। ତେବେ ସନ୍ଦୀପ ସିଂ ମହିଳା ପ୍ରଶିକ୍ଷକଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଜାଣିଶୁଣି ତାଙ୍କ ଭାବମୂର୍ତ୍ତିକୁ ଖରାପ କରାଯାଉଛି।

ସନ୍ଦୀପ ସିଂ କହିଛନ୍ତି ଯେ, ତାଙ୍କ ଭାବମୂର୍ତ୍ତି ଜାଣିଶୁଣି କ୍ଷୁର୍ଣ୍ଣ କରାଯାଉଛି। ମୋର ଆଶା ଯେ, ମୋ ବିରୋଧରେ ଆସିଥିବା ମିଥ୍ୟା ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ଯାଞ୍ଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ ମୁଁ କ୍ରୀଡ଼ା ବିଭାଗର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରୁଛି। ଅନ୍ୟପକ୍ଷରେ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କୁ ମହିଳା ପ୍ରଶିକ୍ଷକ ଅମ୍ବାଲାରେ ଭେଟି ଏହି ଘଟଣାର ସଠିକ୍ ଯାଞ୍ଚ ପାଇଁ କହିଛନ୍ତି। ଏହି ସମୟରେ ପୀଡିତା ଗୃହମନ୍ତ୍ରୀଙ୍କୁ ନିଜର ଅତୀତ ବିଷୟରେ ବର୍ଣ୍ଣନା କରିଥିଲେ।

ଘଟଣା କଣ?:

ଜୁନିଅର ମହିଳା ପ୍ରଶିକ୍ଷକ ଅଭିଯୋଗ କରିଛନ୍ତି ଯେ, ୨୦୧୬ ରିଓ ଅଲିମ୍ପିକ୍ସ ପରେ ସନ୍ଦୀପ ସିଂ ଇନଷ୍ଟାଗ୍ରାମରେ ସ୍ନାପଚାଟ ବାର୍ତ୍ତା ପଠାଇଥିଲେ। ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ, କିଛି ସମୟ ପୂର୍ବରୁ ସନ୍ଦୀପ ତାଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକି କହିଥିଲେ ଯେ ତୁମେ ମୋତେ ଖୁସି ରଖ, ମୁଁ ତୁମକୁ ଖୁସି ରଖିବି। ମହିଳାଙ୍କ କହିବାନୁସାରେ, କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂ ମଧ୍ୟ ତାଙ୍କୁ ନିର୍ଯାତନା ଦେଇଥିଲେ। କିନ୍ତୁ କୌଣସି ପ୍ରକାରେ ସେ ନିଜକୁ ରକ୍ଷା କରି ସେଠାରୁ ବାହାରି ଆସିଥିଲେ। ମହିଳା ଜଣକ କହିଛନ୍ତି ଯେ, ଏହା ପରେ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଙ୍କୁ ମଧ୍ୟ ହଇରାଣ କରାଯାଇଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଆଣିଲେ କୋଚ, ତଦନ୍ତ କରିବ ପୋଲିସ

ଚଣ୍ଡିଗଡ଼/ଜିନ୍ଦ: ହରିୟାଣା କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ହୋଇଛି। ଏନେଇ ଯାଞ୍ଚ କରାଯିବ ଏବଂ ସମସ୍ତ ଦିଗ ଉପରେ ଦୃଷ୍ଟି ଦିଆଯିବ ବୋଲି ଚଣ୍ଡିଗଡ ପୋଲିସ କହିଛି। ଏଥି ସହ ଆମ୍ ଆଦମୀ ପାର୍ଟି (ଏଏପି) କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ଯଦି ଏହା ନହୁଏ, ତେବେ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଆମ୍ ଆଦମୀ ପାର୍ଟି କହିଛି। ରାଜ୍ୟର ଜଣେ ଜୁନିଅର ଆଥଲେଟିକ୍ସ କୋଚ ଗୁରୁବାର ଦିନ ମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଥିଲେ ଏବଂ ଗୋଟିଏ ଦିନ ପରେ ସେ ଅଭିଯୋଗ ଆଣି ପୋଲିସ ନିକଟରେ ପହଞ୍ଚିଥିଲେ। ତେବେ ମନ୍ତ୍ରୀ ଏହି ଅଭିଯୋଗକୁ ଭିତ୍ତିହୀନ କହି ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ପୋଲିସ ଷ୍ଟେସନର ଜଣେ ଅଧିକାରୀ ହରିୟାଣା କ୍ରୀଡା ବିଭାଗର ମହିଳା ପ୍ରଶିକ୍ଷକଙ୍କ ଅଭିଯୋଗକୁ ଦେଖି କହିଛନ୍ତି ଯେ, ଅଭିଯୋଗ ପଞ୍ଜିକୃତ ହୋଇଛି ଏବଂ ସବୁ ଦିଗରୁ ତଦନ୍ତ କରାଯିବ। କ୍ରୀଡ଼ା ମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ସନ୍ଦୀପ ସିଂ ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ଅଭିଯୋଗରେ ମହିଳା ପ୍ରଶିକ୍ଷକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବେ।