Categories
ଅପରାଧ ଆଜିର ଖବର ଜାତୀୟ ଖବର

ଠକେଇ ମାମଲାରେ କୋର୍ଟରେ ଆତ୍ମସମର୍ପଣ କଲେ ସପନା ଚୌଧୁରୀ

ନୂଆଦିଲ୍ଲୀ: ଏସିଜେଏମ କୋର୍ଟରେ ହରିୟାଣୀ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ସପନା ଚୌଧୁରୀ ଆତ୍ମସମର୍ପଣ କରିଛନ୍ତି। ଏକ ଠକେଇ ମାମଲାରେ ପୋଲିସ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲା। ତେବେ ଆତ୍ମସମର୍ପଣ କରିବାର କିଛି ସମୟ ପରେ କୋର୍ଟ ସପନା ଚୌଧୁରୀଙ୍କ ୱାରେଣ୍ଟ ପ୍ରତ୍ୟାହାର କରିନେଲେ। ଏବଂ କୋର୍ଟ ତାଙ୍କୁ ହେପାଜତରୁ ମୁକ୍ତ କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

ପ୍ରସିଦ୍ଧ ନୃତ୍ୟଶିଳ୍ପୀ ସପନା ଚୌଧୁରୀଙ୍କ ବିରୋଧରେ ଜାରି ହେଲା ଗିରଫ ୱାରେଣ୍ଟ, ଜାଣନ୍ତୁ କ’ଣ ରହିଛି ମାମଲା

ଲକ୍ଷ୍ନୌ: ପ୍ରସିଦ୍ଧ ନୃତ୍ୟଶିଳ୍ପୀ ସପନା ଚୌଧୁରୀଙ୍କ ବିରୋଧରେ ଏକ କାର୍ଯ୍ୟକ୍ରମକୁ ବାତିଲ କରିବା ଏବଂ ଟିକେଟ୍ କିଣିଥିବା ଲୋକଙ୍କୁ ଟଙ୍କା ଫେରସ୍ତ ନକରିବା ପାଇଁ ଲକ୍ଷ୍ନୌ କୋର୍ଟ ଏକ ୱାରେଣ୍ଟ ଜାରି କରିଛନ୍ତି। ନୃତ୍ୟଶିଳ୍ପୀ ସପନା ଚୌଧୁରୀ ତାଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଏହି ମାମଲା କୋର୍ଟରେ ପହଞ୍ଚିଛି। ୱାରେଣ୍ଟ ଜାରି କରିବାବେଳେ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଶାନ୍ତନୁ ତ୍ୟାଗୀଙ୍କ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୨୨ ତାରିଖ ସ୍ଥିର କରିଛନ୍ତି।

ଇନ୍ସପେକ୍ଟର ଫିରୋଜ ଖାନ ଅକ୍ଟୋବର ୧୪ ତାରିଖ ୨୦୧୮ ମସିହାରେ ଆଶିଆନା ପୋଲିସ ଷ୍ଟେସନରେ ଏହି ମାମଲା ଦାୟର କରିଥିଲେ। ସପନାଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମର ଆୟୋଜକ ଜୁନାଦ ଅହମ୍ମଦ, ନବୀନ ଶର୍ମା, ଇୱାଦ ଅଲି, ଅମିତ ପାଣ୍ଡେ ଏବଂ ରତ୍ନାକର ଉପାଧ୍ୟାୟ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ହୋଇଥିଲେ।

ମକଦ୍ଦମାରେ ଅଭିଯୋଗ ହୋଇଛି ଯେ, ସପନା ଚୌଧୁରୀ ଅକ୍ଟୋବର ୧୩ ତାରିଖ ୨୦୧୮ ମସିହାରେ ସ୍ମୃତି ଉପବନରେ ଏକ କାର୍ଯ୍ୟକ୍ରମ ରଖିଥିଲେ। ଯେଉଁଥି ପାଇଁ ଟିକେଟ୍ ପିଛା ୩୦୦ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ହଜାର ହଜାର ଲୋକ ସ୍ମୃତି ଉପବନକୁ ଆସିଥିଲେ, କିନ୍ତୁ ଯେତେବେଳେ ସପ୍ନା ରାତି ୧୦ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚିନଥିଲେ, ସେତେବେଳେ ଲୋକେ ଟିକେଟ୍ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ। ତେବେ ଟଙ୍କା ସେମାନଙ୍କୁ ଫେରସ୍ତ କରାଯାଇଥିଲା। ଏହି ମାମଲାରେ ମାମଲା ଶେଷ କରିବାକୁ ଚାହୁଁଥିବା ସପନା ଚୌଧୁରୀଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିସାରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

ସପନା ଚୌଧୁରୀଙ୍କ ବିରୋଧରେ ଥାନାରେ ଏତଲା

ଦିଲ୍ଲୀ: ହରିୟଣା ଗାୟିକା ଏବଂ ଅଭିନେତ୍ରୀ ସପନା ଚୌଧୁରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ରୁଜ୍ଜୁ କରିଛି। ସପନାଙ୍କ ଉପରେ ଟଙ୍କା ହଡପ କରିବା ଅଭିଯୋଗରେ ଏହି ମାମଲା ରୁଜ୍ଜୁ ହୋଇଛି। ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ଏନେଇ ତଦନ୍ତ ଆରମ୍ଭ କରିଦେଇଛି। ଇଓଡବ୍ଲୁ ସପନାଙ୍କ ବିରୋଧରେ ଆଇପିସି ଧାରା ୪୨୦, ୧୨୦ ବି, ୪୦୬ ଆଧାରରେ କେସ ରୁଜ୍ଜୁ ହୋଇଛି।