ପ୍ରସିଦ୍ଧ ନୃତ୍ୟଶିଳ୍ପୀ ସପନା ଚୌଧୁରୀଙ୍କ ବିରୋଧରେ ଜାରି ହେଲା ଗିରଫ ୱାରେଣ୍ଟ, ଜାଣନ୍ତୁ କ’ଣ ରହିଛି ମାମଲା

Published: Nov 18, 2021, 11:43 am IST

ଲକ୍ଷ୍ନୌ: ପ୍ରସିଦ୍ଧ ନୃତ୍ୟଶିଳ୍ପୀ ସପନା ଚୌଧୁରୀଙ୍କ ବିରୋଧରେ ଏକ କାର୍ଯ୍ୟକ୍ରମକୁ ବାତିଲ କରିବା ଏବଂ ଟିକେଟ୍ କିଣିଥିବା ଲୋକଙ୍କୁ ଟଙ୍କା ଫେରସ୍ତ ନକରିବା ପାଇଁ ଲକ୍ଷ୍ନୌ କୋର୍ଟ ଏକ ୱାରେଣ୍ଟ ଜାରି କରିଛନ୍ତି। ନୃତ୍ୟଶିଳ୍ପୀ ସପନା ଚୌଧୁରୀ ତାଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଏହି ମାମଲା କୋର୍ଟରେ ପହଞ୍ଚିଛି। ୱାରେଣ୍ଟ ଜାରି କରିବାବେଳେ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଶାନ୍ତନୁ ତ୍ୟାଗୀଙ୍କ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୨୨ ତାରିଖ ସ୍ଥିର କରିଛନ୍ତି।

ଇନ୍ସପେକ୍ଟର ଫିରୋଜ ଖାନ ଅକ୍ଟୋବର ୧୪ ତାରିଖ ୨୦୧୮ ମସିହାରେ ଆଶିଆନା ପୋଲିସ ଷ୍ଟେସନରେ ଏହି ମାମଲା ଦାୟର କରିଥିଲେ। ସପନାଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମର ଆୟୋଜକ ଜୁନାଦ ଅହମ୍ମଦ, ନବୀନ ଶର୍ମା, ଇୱାଦ ଅଲି, ଅମିତ ପାଣ୍ଡେ ଏବଂ ରତ୍ନାକର ଉପାଧ୍ୟାୟ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ହୋଇଥିଲେ।

ମକଦ୍ଦମାରେ ଅଭିଯୋଗ ହୋଇଛି ଯେ, ସପନା ଚୌଧୁରୀ ଅକ୍ଟୋବର ୧୩ ତାରିଖ ୨୦୧୮ ମସିହାରେ ସ୍ମୃତି ଉପବନରେ ଏକ କାର୍ଯ୍ୟକ୍ରମ ରଖିଥିଲେ। ଯେଉଁଥି ପାଇଁ ଟିକେଟ୍ ପିଛା ୩୦୦ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ହଜାର ହଜାର ଲୋକ ସ୍ମୃତି ଉପବନକୁ ଆସିଥିଲେ, କିନ୍ତୁ ଯେତେବେଳେ ସପ୍ନା ରାତି ୧୦ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚିନଥିଲେ, ସେତେବେଳେ ଲୋକେ ଟିକେଟ୍ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ। ତେବେ ଟଙ୍କା ସେମାନଙ୍କୁ ଫେରସ୍ତ କରାଯାଇଥିଲା। ଏହି ମାମଲାରେ ମାମଲା ଶେଷ କରିବାକୁ ଚାହୁଁଥିବା ସପନା ଚୌଧୁରୀଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିସାରିଛନ୍ତି।

Related posts