Categories
ଆଜିର ଖବର ଜାତୀୟ ଖବର

ମିଶନ୍ ଗଗନାୟନ ଟିଭି D1 ପରୀକ୍ଷାମୂଳକ ଉଡାଣର ସଫଳ ଉତକ୍ଷେପଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ ଗଗନାୟନ ଟିଭି D1 ପରୀକ୍ଷାମୂଳକ ଉଡାଣର ସଫଳ ଉତକ୍ଷେପଣକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦେଶକୁ ଗୋଟିଏ ପାଦ ଆଗକୁ ନେଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, “ଏହି ଉତକ୍ଷେପଣ ଆମକୁ ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ଗଗନାୟନକୁ ସଫଳ କରିବାକୁ ଗୋଟିଏ ପାଦ ନିକଟତର କରିଛି। ଆମର ଇସ୍ରୋ ବୈଜ୍ଞାନିକ ମାନଙ୍କୁ ମୋର ଶୁଭେଚ୍ଛା”।

Categories
ଆଜିର ଖବର ଜାତୀୟ ଖବର

ଆଦିତ୍ୟ-ଏଲ୍‌୧ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ୍‌୧ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,‘ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତ ନିଜର ମହାକାଶ ଯାତ୍ରା ଜାରି ରଖିଛି। ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ୍‌୧ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ। ସମଗ୍ର ମାନବିକତାର କଲ୍ୟାଣ ପାଇଁ ବ୍ରହ୍ମାଣ୍ଡକୁ ଆହୁରି ଭଲ ଭାବେ ବୁଝିବା ଦିଗରେ ଆମର ନିରନ୍ତର ବୈଜ୍ଞାନିକ ପ୍ରୟାସ ଜାରି ରହିବ।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଚନ୍ଦ୍ରଯାନ ପାଇଁ ଶୁଭକାମନା ଲାଗି ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚନ୍ଦ୍ରଯାନ ୩ର ସଫଳ ଉତକ୍ଷେପଣ ପାଇଁ ଶୁଭକାମନା ଜଣାଇଥିବାରୁ ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଭୁଟାନ ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟ୍‌ର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ଆପଣଙ୍କ ଶୁଭକାମନା ପାଇଁ ଧନ୍ୟବାଦ। ବାସ୍ତବରେ ଚନ୍ଦ୍ରଯାନର ସଫଳତା ସମଗ୍ର ମାନବିକତା ପାଇଁ ଶୁଭଙ୍କର।’