ମିଶନ୍ ଗଗନାୟନ ଟିଭି D1 ପରୀକ୍ଷାମୂଳକ ଉଡାଣର ସଫଳ ଉତକ୍ଷେପଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Published: Oct 22, 2023, 7:27 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ ଗଗନାୟନ ଟିଭି D1 ପରୀକ୍ଷାମୂଳକ ଉଡାଣର ସଫଳ ଉତକ୍ଷେପଣକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦେଶକୁ ଗୋଟିଏ ପାଦ ଆଗକୁ ନେଇଛି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, “ଏହି ଉତକ୍ଷେପଣ ଆମକୁ ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ଗଗନାୟନକୁ ସଫଳ କରିବାକୁ ଗୋଟିଏ ପାଦ ନିକଟତର କରିଛି। ଆମର ଇସ୍ରୋ ବୈଜ୍ଞାନିକ ମାନଙ୍କୁ ମୋର ଶୁଭେଚ୍ଛା”।

Related posts