Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାର ସବୁ ଆସନରେ ପ୍ରାର୍ଥୀ ଦେବ ‘ସମୃଦ୍ଧ ଓଡିଶା’ଦଳ, ଘୋଷଣା ହେଲା ନାମ

ଭୁବନେଶ୍ୱର:  ୨୦୨୪ ସାଧାରଣ ନିର୍ବାଚନରେ ସମୃଦ୍ଧ ଓଡିଶା ଦଳ ସମସ୍ତ ୨୧ ଲୋକସଭା ଆସନ ଓ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଦେବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଦଳର ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତି ଘୋଷଣା କରିଛନ୍ତି। ଦଳର ସଭାପତି ଡଃ ମହାନ୍ତିଙ୍କ ସହ ମୁଖ୍ୟ ଉପଦେଷ୍ଟା ଜଷ୍ଟିସ୍ ଉମାଚରଣ ମିଶ୍ର, ସାଧାରଣ ସଂପାଦକ ଆଡଭୋକେଟ୍ ସୁଶାନ୍ତ ମହାପାତ୍ର, ନିରାକାର ବେଉରା ପ୍ରମୁଖ ଉପସ୍ଥିତିରେ ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକାରେ ୩ ଜଣ ଲୋକସଭା ପ୍ରାର୍ଥୀ ଓ ୨୦ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଗଲା।

ପ୍ରଥମ ପର୍ଯ୍ୟାୟରେ ଘୋଷଣା କରାଯାଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ଭୁବନେଶ୍ୱର ଲୋକସଭା ଆସନରୁ ଜଷ୍ଟିସ୍ ଉମାଚରଣ ମିଶ୍ର, କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରଜ୍ଞାନ ପ୍ରକାଶ ମହାପାତ୍ର, ବାଲେଶ୍ୱର ଲୋକସଭା ଆସନରୁ ପ୍ରଦୀପ କୁମାର ସ’ ଙ୍କ ନାମ ଘୋଷଣା କରାଯାଇଥିଲା। ଅବଶିଷ୍ଟ ୧୮ ଜଣ ଲୋକସଭା ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରାଯିବ ।

ସେହିପରି ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ବିଧାନସଭା ଆସନ ନିମନ୍ତେ ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆରିଫ୍ ଖାନ୍ – କଟକ ବାରବାଟୀ, ସରୋଜିନୀ ପ୍ରଧାନ – ନିମାପଡା, ମାନସ ଦାସ – ସିମୁଳିଆ, ଅମିର ପ୍ରସାଦ ସାହୁ – ଭଞ୍ଜନଗର, ଟିକନ ମହାପାତ୍ର – ବେଗୁନିଆ, ପଲ୍ଲିଶ୍ରୀ କୁବେର – ମହାକାଳପଡା, ହେମନ୍ତ କୁମାର ନାଏକ – କେନ୍ଦୁଝର ସଦରରୁ ପ୍ରାର୍ଥୀ ହେବେ।

ସେହିପରି ରମେଶ ଚନ୍ଦ୍ର ମଲ୍ଲିକ – ତିର୍ତ୍ତୋଲ, ଡଃ ବିଶ୍ୱନାଥ ପଟ୍ଟନାୟକ – ଭୁବନେଶ୍ୱର ଉତ୍ତର, ପ୍ରୀତିଜ୍ୟୋତ୍ସ୍ନା ନାଥ – ଭୁବନେଶ୍ୱର ଏକାମ୍ର, ଲଳିତ ବେହେରା – ଢେଙ୍କାନାଳ, ଡମ୍ବରୁଧର ଜେନା – ରେମୁଣା, ପ୍ରଦୀପ୍ତ ମହାନ୍ତି – ମାହାଙ୍ଗା, ଦିବ୍ୟସିଂହ ମିଶ୍ର – ଆଠଗଡ, ଲୁଲୁ ବିଶ୍ୱାଳ – କଟକ ଚୌଦ୍ୱାର, ଆନନ୍ଦ ଧନୁଆର – ରଘୁନାଥପାଲ୍ଲୀ, କିଶୋର କୁମାର ଭୋଇ – ଭୁବନେଶ୍ୱର ଜୟଦେବ, ବସନ୍ତ କୁମାର ଖିଲାର – ଭଣ୍ଡାରିପୋଖରୀ, ମମତାରାଣୀ ଦାସ – ବାସୁଦେବପୁର ଓ ସପନ କୁମାର ଦାସ – ଧାମନଗର ବିଧାନସଭା ଆସନ ନିମନ୍ତେ ପ୍ରମୁଖ ପ୍ରାର୍ଥୀମାନଙ୍କ ନାମ ଦଳର ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତି ଘୋଷଣା କରିଛନ୍ତି।

ଖୁବ୍‌ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ନାମ ତାଲିକାରେ ଅନ୍ୟ ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ସଚ୍ଚୋଟ, ସ୍ୱାଭିମାନୀ ପ୍ରାର୍ଥୀମାନଙ୍କ ନାମ ପ୍ରକାଶ କରାଯିବା ସହ ଥରୁଟିଏ ସମୃଦ୍ଧ ଓଡିଶାକୁ ଶାସନଭାର ଦେଇ ପରୀକ୍ଷା କରିବା ନିମନ୍ତେ ରାଜ୍ୟବାସୀଙ୍କୁ ଡଃ ମହାନ୍ତି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରିଛନ୍ତି।

କେନ୍ଦ୍ର ନିର୍ବାଚନ କମିଶନଙ୍କ ଦ୍ୱାରା ସମୃଦ୍ଧ ଓଡିଶାକୁ ମିଳିଥିବା ଟର୍ଚ୍ଚ ଚିହ୍ନରେ ଭୋଟ୍ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରାଇ ସମୃଦ୍ଧ ଓଡିଶା ନିର୍ମାଣରେ ଭାଗିଦାର ହେବା ପାଇଁ ଓଡିଶାବାସୀଙ୍କୁ ଡଃ ମହାନ୍ତି ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୫ବର୍ଷ ରେ ଓଡ଼ିଶା ହେବ ୧ନମ୍ବର: ସମୃଦ୍ଧ ଓଡିଶା

ଭୁବନେଶ୍ୱର: ଆଗାମୀ ୫ ବର୍ଷ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ସମୃଦ୍ଧ ଓଡିଶା। ଏହି ୫ ବର୍ଷରେ ଓଡିଶାକୁ ଭାରତର ଏକ ନମ୍ବର ରାଜ୍ୟ ଭାବେ ଗଢି ତୋଳିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି।

ଆଜି ଭୁବନେଶ୍ୱର ଠାରେ ଆୟୋଜିତ ଦଳର ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତି ଏହା ପ୍ରକାଶ କରିଛନ୍ତି। ଆଗାମୀ ନିର୍ବାଚନରେ ଦଳକୁ ବହୁ ସଂଖ୍ୟାରେ ଜିତାଇବାକୁ ସେ ନିବେଦନ କରିବା ସହ ମାତ୍ର ୫ ବର୍ଷରେ ଓଡିଶାର ରୂପରେଖ ବଦଳାଇବାକୁ ପ୍ରତିଶୃତି ଦେଇଛନ୍ତି ସମୃଦ୍ଧ ଓଡିଶା ସଭାପତି ଡଃ ମହାନ୍ତି। ରାଜ୍ୟରୁ ଗରିବୀ ଓ ବେକାରୀ ଦୂର କରିବା ସହ ବେରୋଜଗାରୀରୁ ମୁକ୍ତି ପାଇଁ ରାଜ୍ୟର ଏକ କୋଟି ଚାକିରୀ ଓ ଆତ୍ମନିଯୁକ୍ତିର ବ୍ୟବସ୍ଥା ଉପରେ ସେ ଦୃଢୋକ୍ତି ଦେଖାଇଛନ୍ତି। ଓଡିଶାର ଭବିଷ୍ୟତ ଯୁବପିଢୀର ସର୍ବାଙ୍ଗୀନ ବିକାଶକୁ ଅଗ୍ରାଧିକାର ଦେବା ସହ ରାଜନୈତିକ ଦଳମାନଙ୍କର ଆକ୍ରୋଶ ଓ ପୁଲିସ୍ ପ୍ରଶାସନର ମିଥ୍ୟା କେଶରୁ ଯୁବପିଢୀଙ୍କୁ ସୁରକ୍ଷା ଦେବ ସମୃଦ୍ଧ ଓଡିଶା।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଳ ତରଫରୁ ମାଗଣା ବିଜୁଳି ଓ ପାଣି ଦେବା ବଦଳରେ ପ୍ରତି ପରିବାରର ମାସିକ ରୋଜଗାର ୨୦ ହଜାର ଟଙ୍କାକୁ ବଢାଇ ସମସ୍ତ ଶୁଳ୍କ ଲୋକେ ନିଜେ ଦେବାକୁ ବ୍ୟବସ୍ଥା କରିବ ଦଳ। ରାଜ୍ୟରୁ ଦୁର୍ନୀତି ଦୂର ହେବ ଓ ସବୁ ବିଧାୟକ ସାଂସଦ ଓ ରାଜନୈତିକ ପଦାଧିକାରୀ ପ୍ରତି ୬ ମାସରେ ଜନସାଧାରଣଙ୍କର ସାମ୍ନାରେ ହାଜର ହୋଇ ନିଜ ସାଧୁତାର ପ୍ରମାଣ ଦେବେ। ମୋଟାମୋଟି ଭାବେ ସ୍ୱଚ୍ଛ, ନିର୍ମଳ, ସୁଶାସନ ଦେବା ପାଇଁ ସମୃଦ୍ଧ ଓଡିଶା ଚେଷ୍ଟା କରିବ ବୋଲି ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତି ଘୋଷଣା କରିଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ତଥା ଓଡିଶା ସରକାରଙ୍କ ଉଦ୍ୟୋଗ ବିଭାଗର ପୂର୍ବତନ ସଚିବ ପଞ୍ଚାନନ ଦାସ, ଅଧ୍ୟାପକ ଡଃ ପ୍ରଦୀପ୍ତ ବାରିକ୍‌, ସିଣ୍ଡିକେଟ୍ ବ୍ୟାଙ୍କର ପୂର୍ବତନ ଡିଜିଏମ୍ ହରିଶ ପ୍ରଧାନ, ଶିକ୍ଷାବିତ୍ ଡଃ ମିନାକ୍ଷୀ ଦାସ, ବିଜେପିର ଯୁବନେତା ନୀଳକଣ୍ଠ ରେଡ୍ଡୀ, ବିଜେଡିର ନାରୀନେତ୍ରୀ ବିସ୍ମିତା ଦାସ ଓ ଅନ୍ୟମାନେ ସମୃଦ୍ଧ ଓଡିଶା ଦଳରେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦଳର ମୁଖ୍ୟ ପରାମର୍ଶଦାତା ଜଷ୍ଟିସ୍ ଉମାଚରଣ ମିଶ୍ର, ବରିଷ୍ଠ ଉପସଭାପତି ମନୋରଞ୍ଜନ ଦାସ, ନନ୍ଦ ହାଂସଦାଃ, ସାଧାରଣ ସଂପାଦକ ନିରାକାର ବେଉରା, ଶରତ ଜେନା, ଆଡ୍‌ଭୋକେଟ୍ ସୁଶାନ୍ତ ମହାପାତ୍ର, ସନ୍ଦୀପ୍ ବାଗ୍‌, ପରେଶ ଭଞ୍ଜ ଓ ବିଭିନ୍ନ ଜିଲ୍ଲା ସଂଗଠକ ବିନାୟକ ଶତପଥୀ, ଆରିଫ୍ ଖାନ୍‌, ସୂର୍ଯ୍ୟ ନାରାୟଣ ଗୌଡ, ସନ୍ତୋଷ ମଲ୍ଲିକ୍‌, ଟିକୁ ମଲ୍ଲ, ରମେଶ ପ୍ରସାଦ ସ୍ୱାଇଁ, ଶ୍ରୀକାନ୍ତ ଦାସ ଓ ଚିନ୍ମୟ ସାହୁ ପ୍ରମୁଖଙ୍କୁ ଦଳର ସଭାପତି ସମୃଦ୍ଧ ଓଡିଶାର ବାର୍ତ୍ତାକୁ ପ୍ରତ୍ୟେକ ପରିବାର ପାଖରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ।