Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାର ସବୁ ଆସନରେ ପ୍ରାର୍ଥୀ ଦେବ ‘ସମୃଦ୍ଧ ଓଡିଶା’ଦଳ, ଘୋଷଣା ହେଲା ନାମ
ଆଜିର ଖବର

ଓଡିଶାର ସବୁ ଆସନରେ ପ୍ରାର୍ଥୀ ଦେବ ‘ସମୃଦ୍ଧ ଓଡିଶା’ଦଳ, ଘୋଷଣା ହେଲା ନାମ

March 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାର ସବୁ ଆସନରେ ପ୍ରାର୍ଥୀ ଦେବ ‘ସମୃଦ୍ଧ ଓଡିଶା’ଦଳ, ଘୋଷଣା ହେଲା ନାମ

ଭୁବନେଶ୍ୱର:  ୨୦୨୪ ସାଧାରଣ ନିର୍ବାଚନରେ ସମୃଦ୍ଧ ଓଡିଶା ଦଳ ସମସ୍ତ ୨୧ ଲୋକସଭା ଆସନ ଓ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ଦେବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଦଳର ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତି ଘୋଷଣା କରିଛନ୍ତି। ଦଳର ସଭାପତି ଡଃ ମହାନ୍ତିଙ୍କ ସହ ମୁଖ୍ୟ ଉପଦେଷ୍ଟା ଜଷ୍ଟିସ୍ ଉମାଚରଣ ମିଶ୍ର, ସାଧାରଣ ସଂପାଦକ ଆଡଭୋକେଟ୍ ସୁଶାନ୍ତ ମହାପାତ୍ର, ନିରାକାର ବେଉରା ପ୍ରମୁଖ ଉପସ୍ଥିତିରେ ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକାରେ ୩ ଜଣ ଲୋକସଭା ପ୍ରାର୍ଥୀ ଓ ୨୦ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଗଲା।

ପ୍ରଥମ ପର୍ଯ୍ୟାୟରେ ଘୋଷଣା କରାଯାଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ଭୁବନେଶ୍ୱର ଲୋକସଭା ଆସନରୁ ଜଷ୍ଟିସ୍ ଉମାଚରଣ ମିଶ୍ର, କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରଜ୍ଞାନ ପ୍ରକାଶ ମହାପାତ୍ର, ବାଲେଶ୍ୱର ଲୋକସଭା ଆସନରୁ ପ୍ରଦୀପ କୁମାର ସ’ ଙ୍କ ନାମ ଘୋଷଣା କରାଯାଇଥିଲା। ଅବଶିଷ୍ଟ ୧୮ ଜଣ ଲୋକସଭା ଆସନ ନିମନ୍ତେ ପ୍ରାର୍ଥୀଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରାଯିବ ।

ସେହିପରି ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ବିଧାନସଭା ଆସନ ନିମନ୍ତେ ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆରିଫ୍ ଖାନ୍ – କଟକ ବାରବାଟୀ, ସରୋଜିନୀ ପ୍ରଧାନ – ନିମାପଡା, ମାନସ ଦାସ – ସିମୁଳିଆ, ଅମିର ପ୍ରସାଦ ସାହୁ – ଭଞ୍ଜନଗର, ଟିକନ ମହାପାତ୍ର – ବେଗୁନିଆ, ପଲ୍ଲିଶ୍ରୀ କୁବେର – ମହାକାଳପଡା, ହେମନ୍ତ କୁମାର ନାଏକ – କେନ୍ଦୁଝର ସଦରରୁ ପ୍ରାର୍ଥୀ ହେବେ।

ସେହିପରି ରମେଶ ଚନ୍ଦ୍ର ମଲ୍ଲିକ – ତିର୍ତ୍ତୋଲ, ଡଃ ବିଶ୍ୱନାଥ ପଟ୍ଟନାୟକ – ଭୁବନେଶ୍ୱର ଉତ୍ତର, ପ୍ରୀତିଜ୍ୟୋତ୍ସ୍ନା ନାଥ – ଭୁବନେଶ୍ୱର ଏକାମ୍ର, ଲଳିତ ବେହେରା – ଢେଙ୍କାନାଳ, ଡମ୍ବରୁଧର ଜେନା – ରେମୁଣା, ପ୍ରଦୀପ୍ତ ମହାନ୍ତି – ମାହାଙ୍ଗା, ଦିବ୍ୟସିଂହ ମିଶ୍ର – ଆଠଗଡ, ଲୁଲୁ ବିଶ୍ୱାଳ – କଟକ ଚୌଦ୍ୱାର, ଆନନ୍ଦ ଧନୁଆର – ରଘୁନାଥପାଲ୍ଲୀ, କିଶୋର କୁମାର ଭୋଇ – ଭୁବନେଶ୍ୱର ଜୟଦେବ, ବସନ୍ତ କୁମାର ଖିଲାର – ଭଣ୍ଡାରିପୋଖରୀ, ମମତାରାଣୀ ଦାସ – ବାସୁଦେବପୁର ଓ ସପନ କୁମାର ଦାସ – ଧାମନଗର ବିଧାନସଭା ଆସନ ନିମନ୍ତେ ପ୍ରମୁଖ ପ୍ରାର୍ଥୀମାନଙ୍କ ନାମ ଦଳର ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତି ଘୋଷଣା କରିଛନ୍ତି।

ଖୁବ୍‌ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ନାମ ତାଲିକାରେ ଅନ୍ୟ ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ସଚ୍ଚୋଟ, ସ୍ୱାଭିମାନୀ ପ୍ରାର୍ଥୀମାନଙ୍କ ନାମ ପ୍ରକାଶ କରାଯିବା ସହ ଥରୁଟିଏ ସମୃଦ୍ଧ ଓଡିଶାକୁ ଶାସନଭାର ଦେଇ ପରୀକ୍ଷା କରିବା ନିମନ୍ତେ ରାଜ୍ୟବାସୀଙ୍କୁ ଡଃ ମହାନ୍ତି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରିଛନ୍ତି।

କେନ୍ଦ୍ର ନିର୍ବାଚନ କମିଶନଙ୍କ ଦ୍ୱାରା ସମୃଦ୍ଧ ଓଡିଶାକୁ ମିଳିଥିବା ଟର୍ଚ୍ଚ ଚିହ୍ନରେ ଭୋଟ୍ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରାଇ ସମୃଦ୍ଧ ଓଡିଶା ନିର୍ମାଣରେ ଭାଗିଦାର ହେବା ପାଇଁ ଓଡିଶାବାସୀଙ୍କୁ ଡଃ ମହାନ୍ତି ନିବେଦନ କରିଛନ୍ତି।

odishaelection2024 ଓଡିଶାନିର୍ବାଚନ2024 ନିର୍ବାଚନ2024 ସମୃଦ୍ଧ ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Latest News

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.