Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ନର୍ସିଂ କଲେଜ ପକ୍ଷରୁ ନର୍ସମାନଙ୍କ ନିମନ୍ତେ କର୍ମଶାଳା

ଭୁବନେଶ୍ୱର: ରୋଗୀଙ୍କ ସେବା କରୁଥିବା ନର୍ସମାନେ ସେମାନଙ୍କର ଯତ୍ନ ନେବା ସହ ତାଙ୍କ ଚିକିତ୍ସା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ଉଚିତ୍। ଚିକିତ୍ସା କରିବା ସମୟରେ ସମସ୍ତ ପ୍ରକାର ତ୍ରୁଟିକୁ ଏଡାଇବା ନିମନ୍ତେ ଯତ୍ନବାନ ହେବା ଉଚିତ୍। ଔଷଧ, ଏହାର ପାଶ୍ୱର୍ ପ୍ରତିକ୍ରିୟା ଏବଂ ଔଷଧ ଦେବା ବିଧି ସମ୍ପର୍କରେ ସେବିକାମାନେ ଅଧିକ ସଚେତନ ହେବା ଉଚିତ୍ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି।

ଦ ଟ୍ରେଣ୍ଡ ନର୍ସେସ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଓଡ଼ିଶା ଶାଖା ଏବଂ ସୋଆ ପରିଚାଳିତ ସମ୍ ନର୍ସିଂ କଲେଜର ମିଳିତ ଉଦ୍ୟମରେ ବୁଧବାର ଆୟୋଜିତ ହୋଇଥିବା “ମେଡିକେସନ୍ ମ୍ୟାନେଜମେଂଟ ଆଣ୍ଡ ପ୍ରିଭେନ୍ସନ୍ ଅନ୍ ମେଡିକେସନ୍ ଏରରର୍ସ” ଶୀର୍ଷକ ଦୁଇ ଦିନିଆ କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ନନ୍ଦ ଏହା କହିଥିଲେ।

ଯେକୌଣସି ବୃତିରେ ଶିକ୍ଷା ଓ ଗବେଷଣା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ନର୍ସମାନେ ନିଜର ବିଚାର ଶକ୍ତିକୁ ବ୍ୟବହାର କରି ଉତ୍ସର୍ଗୀକୃତ ଭାବେ ରୋଗୀ ସେବା କରନ୍ତୁ ବୋଲି ପ୍ରଫେସର ନନ୍ଦ କହିଥିଲେ।

କର୍ମଶାଳାରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଟିଏନ୍‌ଏଆଇ ଓଡ଼ିଶା ଶାଖାର ଅଧ୍ୟକ୍ଷା ପ୍ରଫେସର ଫୁଲଣା କୁମାରୀ ଦେଇ ସଂଘ ସମ୍ପର୍କରେ ସୂଚନା ଦେଇ ଭାରତରେ ୫ ଲକ୍ଷ ନର୍ସ ଟିଏନ୍‌ଏଆଇର ସଦସ୍ୟତା ଗ୍ରହଣ କରିଛନ୍ତି ବୋଲି କହିବା ସହ ଏହା ସବୁଠାରୁ ପୁରାତନ ଏବଂ ବଡ଼ ସଂଘ ବୋଲି କହିଛନ୍ତି।

ଟିଏନଏଆଇ ପକ୍ଷରୁ ସଦସ୍ୟମାନଙ୍କୁ ଚିକିତ୍ସା ସୁବିଧା ଦିଆଯିବା ସହ ଗୁରୁତର ରୋଗ ନିମନ୍ତେ ୨ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି। ସେହିପରି ମାସିକ ୫୦୦୦ ଟଙ୍କାର ପେନ୍‌ସନ୍‌ର ବ୍ୟବସ୍ଥା ସଦସ୍ୟମାନଙ୍କ ପାଇଁ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ।
ଏହି ଅବସରରେ ଟିଏନ୍‌ଏଆଇ ଓଡ଼ିଶା ଶାଖାର ଶିକ୍ଷା ଓ ଗବେଷଣା କମିଟିର ଅଧ୍ୟକ୍ଷା ପ୍ରଫେସର ରୀତାଞ୍ଜଳି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରୋଗୀସେବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ନର୍ସମାନଙ୍କର ଅନେକ ଦାୟିତ୍ୱ ରହିଛି, ସେମାନେ କେବଳ ଶାରୀରିକ ଯତ୍ନ ସହ ରୋଗୀର ମାନସିକ ଯତ୍ନ ମଧ୍ୟ ନେଇଥାନ୍ତି। ଯଦି ନର୍ସ ଜଣକ ଠିକ୍ ଭାବେ ରୋଗୀର ଯତ୍ନ ନ ନିଅନ୍ତି ତେବେ ଖୁବ୍ ବଡ ସମସ୍ୟା ଉପୁଜିଥାଏ ବୋଲି ସେ କହିଛନ୍ତି।

ଏହି କର୍ମଶାଳାରେ ଏସ୍‌ଏନ୍‌ସିର ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜିକା ତଥା ଏସ୍‌ଏନ୍‌ସିର ଆସୋସିଏଟ୍ ପ୍ରଫେସର ଦେବଯାନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଆସୋସିଏଟ୍ ଡିନ୍ ପ୍ରଫେସର ସସ୍ମିତା ଦାସ, ସମ୍ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର ଏବଂ ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶୋଭାରାଣୀ ସାମଲ୍ ସମେତ ଟିଏନଏଆଇ ଓ ଏସ୍‌ଏନ୍‌ସିର ସଦସ୍ୟ ଓ କର୍ମକର୍ତା ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ସମ୍ ନର୍ସିଂ କଲେଜରେ ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ ପ୍ରାଥମିକ ଚିକିତ୍ସା ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗତ ୮ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ୧୬ ଜଣ ପ୍ରଶିଷକଙ୍କ ନିମନ୍ତେ ଏହି ତାଲିମ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର ଡଃ ପ୍ରଭାତୀ ତ୍ରିପାଠୀ, ଆସୋସିଏଟ୍ ଡିନ୍ ପ୍ରଫେସର (ଡଃ) ସସ୍ମିତା ଦାସ, ପ୍ରଶିକ୍ଷକ ଏବଂ ଫ୍ୟାକଲ୍ଟି ମେମ୍ବର୍ସମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଥିଲା। ଦୁଇଟି ଅଧିବେଶନରେ ଦୁଇ ପ୍ରକାର ପ୍ରାଥମିକ ଚିକିତ୍ସା ବିଷୟରେ କାର୍ଯ୍ୟକ୍ରମ ପ୍ରଶିକ୍ଷକ ସୂଯ୍ୟୋସ୍ନା ଜେନା, ପି.ଇ. ଦିଗଲ୍ ଓ ନିବେଦିତା ରାଉତ ଶିକ୍ଷା ଦେଇଥିଲେ। ଏସ୍‌ଏନ୍‌ସିର ଆସିଷ୍ଟାଂଟ ପ୍ରଫେସର ଝୁନିଲତା ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ନର୍ସିଂ କଲେଜ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଏପ୍ରିଲ୍ ୭ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅରିଶୋଲ୍‌ ଗ୍ରାମରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। “ଏକ ସୁନ୍ଦର ଏବଂ ସୁସ୍ଥ ବିଶ୍ୱ ଗଠନ” ପ୍ରସଙ୍ଗକୁ ଆଧାର କରି କମ୍ୟୁନିଟି ହେଲ୍‌ଥ ବିଭାଗର ଫାକଲ୍ଟି ଏବଂ ଏମ୍‌.ଏ.ସି ନର୍ସିଂର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଇଥିଲା।

ଏହି ସ୍ୱାସ୍ଥ୍ୟ ମେଳାରେ ୫ଟି ଷ୍ଟଲ୍‌ର ଆୟୋଜନ କରାଯାଇଥିଲା। ସବୁ ବୟସର ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସଚେତନତା ସମ୍ପର୍କିତ ସୂଚନା ଦିଆଯାଇଥିଲା। ରକ୍ତଚାପ, ମଧୁମେହ ଏବଂ ଓଜନ ଇତ୍ୟାଦି ପରୀକ୍ଷା କରାଯାଇଥିଲା। ସଂକ୍ରମଣ ସମ୍ବନ୍ଧୀୟ ସୂଚନା ଓ ସେବା, ମା ଏବଂ ଶିଶୁର ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା, ସୁଷମ ଖାଦ୍ୟ ଓ ତା’ର ଉପକାରିତା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ବିଭିନ୍ନ ଔଷଧ ଏବଂ ଝିଅମାନଙ୍କୁ ସାନିଟାରୀ ପ୍ୟାଡ୍ ବଂଟନ କରାଯାଇଥିଲା। ଯେଉଁ ଲୋକମାନଙ୍କର କିଛି ଅଧିକ ସ୍ୱାସ୍ଥ୍ୟ ସମସ୍ୟା ଜଣାଗଲା ସେମାନଙ୍କୁ ରୁରାଲ୍ ହେଲ୍‌ଥ ଟ୍ରେନିଂ ସେଂଟର (ଆର୍‌ଏଚ୍‌ଟିସି)କୁ ପଠାଯାଇଥିଲା।

ତିନୋଟି ଗ୍ରାମର ବହୁ ସଂଖ୍ୟକ ଲୋକ ଏହି ସ୍ୱାସ୍ଥ୍ୟ ମେଳାରେ ଯୋଗ ଦେଇ ଉପକୃତ  ହୋଇଥିଲେ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ କ୍ରୀଡାରେ ମଧ୍ୟ ଭାଗ ନେଇଥିଲେ। ୧୦୦ ରୁ ଊର୍ଦ୍ଧ୍ୱ ବିଭିନ୍ନ ବୟସର ଗ୍ରାମବାସୀ, ଏମ୍‌ବିବିଏସ୍‌, ଇନ୍‌ଟର୍ନ ଛାତ୍ରଛାତ୍ରୀ, ବିଏସ୍‌ସି ନର୍ସିଂ ଇନ୍‌ଟର୍ନ ଛାତ୍ରଛାତ୍ରୀ ଏହି ସ୍ୱାସ୍ଥ୍ୟ ମେଳାରେ ଯୋଗ ଦେଇଥିଲେ।