Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ନର୍ସିଂ କଲେଜ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ
ଆଜିର ଖବର

ସମ୍ ନର୍ସିଂ କଲେଜ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

April 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୫ ପାଳିତ ହୋଇଯାଇଛି। ଚଳିତ ବର୍ଷର ପ୍ରସଙ୍ଗ ‘ସୁସ୍ଥ ପ୍ରାରମ୍ଭ, ଆଶାପୂର୍ଣ୍ଣ ଭବିଷ୍ୟତ’ କୁ ନେଇ ଏହି ଦିବସ ପାଳନ କରାଯାଇଛି।

ଏହି ଅବସରରେ ଏସ୍‌ଏନ୍‌ସିର ଛାତ୍ରଛାତ୍ରୀମାନେ ଚଳିତ ବର୍ଷର ବିଶ୍ୱ ସ୍ୱାସ୍ଥ୍ୟ ଦିବସର ପ୍ରସଙ୍ଗକୁ ନେଇ ଆୟୋଜିତ ପୋଷ୍ଟର ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହାଛଡ଼ା ମା’ ଏବଂ ଶିଶୁର ଯତ୍ନ ସମ୍ପର୍କିତ ଏକ ସଚେତନତା ରାଲି ମଧ୍ୟ ଆୟୋଜନ କରାଯାଇଥିଲା।
କମ୍ୟୁନିଟି ହେଲ୍‌ଥ ନର୍ସିଂ ବିଭାଗର ମୁଖ୍ୟ ପ୍ରଫେସର ତପତି ଶାହା, ଆସୋସିଏଟ ପ୍ରଫେସର ପୁଷ୍ପାଞ୍ଜଳି ମହାପାତ୍ର ଏବଂ ବିଭାଗର ଟ୍ୟୁଟର ଶ୍ରୀମତି ଅର୍ଥ କାନ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଏହି ବିଭାଗର ପିଜି ଓ ପୋଷ୍ଟ ବେସିକ୍ ଛାତ୍ରଛାତ୍ରୀମାନେ ଭରତପୁର ଅଂଚଳରେ ଏକ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରିଥିଲେ। ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ବିଭାଗର ଟ୍ୟୁଟର ସୁପ୍ରିୟା ସାହୁ ସମସ୍ତ ପ୍ରତିଯୋଗିତା ପରିଚାଳନା କରିଥିଲେ।

ଏହି ଅବସରରେ ଆୟୋଜିତ ଏକ କର୍ମଶାଳାରେ ଏସ୍‌ଏନ୍‌ସିର ଡିନ୍ ଡକ୍ଟର ସସ୍ମିତା ଦାସ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଏନ୍‌ସିଏଚ୍ ଡବ୍ଲୁଏଚ୍‌ଓ ଓଡ଼ିଶାର ମେଡିକାଲ ଅଫିସର ଡକ୍ଟର ଦେବୀପ୍ରସାଦ ଗୋସ୍ୱାମୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା ଏବଂ ଶିଶୁ ଏବଂ ମା’ର ଯତ୍ନ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ବିଭାଗର ଆସୋସିଏଟ ପ୍ରଫେସର କ୍ରିଷ୍ଣା ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବିଭାଗର ଟ୍ୟୁଟର ଶ୍ରୀମତି ସୁଚିସ୍ମିତା ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ଫୁଲନଖରା ସ୍ଥିତ ସମ୍ ନର୍ସିଂ କଲେଜ -୨ରେ ମଧ୍ୟ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ -୨ ର ଡିନ୍ ପ୍ରଫେସର (ଡ.) ଅରକ୍ଷିତ ସ୍ୱାଇଁ ଓ ଆସିଷ୍ଟାଂଟ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ସିଦ୍ଧାର୍ଥ ଗୌତମ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

ପ୍ରଫେସର(ଡ.) ଅନୁରାଧା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ମୁଖ୍ୟ ବକ୍ତା ଡ. ଅମ୍ରିତା ଲେଙ୍କା ଦିବସର ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଉପସ୍ଥିତ ମୁଖ୍ୟ ଅତିଥିମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ମତାମତ ପ୍ରଦାନ କରିଥିଲେ। ଅନୁଷ୍ଠାନର ବି.ଏସ୍‌.ସି ଟ୍ୟୁଟର ମେଘ୍ନା ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ଦେବିକା ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଶିକ୍ଷା ଓ ଅନୁସନ୍ଧାନ ସମ୍ ନର୍ସିଂ କଲେଜ
Share. Facebook Twitter LinkedIn Email WhatsApp Copy Link

Related Posts

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026

ଆଉ କିଛି ସମୟ ପରେ ଏସୀୟ କ୍ରୀଡ଼ାର କ୍ୱାର୍ଟରଫାଇନାଲ: ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ

September 18, 2026
Latest News

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026

ଆଉ କିଛି ସମୟ ପରେ ଏସୀୟ କ୍ରୀଡ଼ାର କ୍ୱାର୍ଟରଫାଇନାଲ: ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ

September 18, 2026

ପୁରୁଣା ରୂପା ଅଳଙ୍କାରକୁ ଦିଅନ୍ତୁ ନୂଆ ଲୁକ୍‌; ଜାଣନ୍ତୁ ସଫା କରିବାର ସହଜ ଉପାୟ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.