Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ଓଡିଶାର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟ ଡାଉନ ଘୋଷଣା କଲେ ସରକାର

ଭୁବନେଶ୍ବର, ଏଣିକି ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଏବଂ ରବିବାରରେ ହେବ ସର୍ଟଡାଉନ। ଏ ନେଇ ଆଜି ରାଜ୍ୟ ସରକାରଙ୍କ ତରଫରୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଘୋଷଣା କରିଛନ୍ତି। ପୂର୍ବରୁ ଛତିଶଗଡ ସୀମାର 10ଟି ଜିଲ୍ଲାରେ ଯେପରି ନାଇଟ କର୍ଫୁ ଲାଗୁ କରାଯାଇଥିଲା ତାହା ରହିବ।

ଏଥିସହିତ ଅନ୍ୟ 20 ଜିଲ୍ଲାରେ ମଧ୍ୟ ନାଇଟ କର୍ଫୁ ବଳବତ୍ତର ରହିବ। ବର୍ତ୍ତମାନ ରାଜ୍ୟର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି। ଏହି ସର୍ଟ ଡାଉନ ଆସନ୍ତା 24 ତାରିଖରୁ ଲାଗୁ ହେବ। ତେବେ ଗ୍ରାମାଞ୍ଚଳକୁ ଏହି ସର୍ଟ ଡାଉନରୁ ମୁକ୍ତ ରଖାଯାଇଛି।

Categories
ଆଜିର ଖବର

କେନ୍ଦ୍ର ସରକାରଙ୍କ ବିନା ପରାମର୍ଶରେ ରାଜ୍ୟମାନେ ଆଉ ଲକ୍ ଡାଉନ ବା ସଟ୍ ଡାଉନ କରିପାରିବେ ନାହିଁ

ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ “ଅନଲକ-୪” ପାଇଁ ନୂତନ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି। ଏହି ପର୍ୟାୟରେ ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ମେଟ୍ରୋ ଟ୍ରେନ ଯାତାୟାତ ଆରମ୍ଭ କରିବ। ଧାର୍ମିକ, ରାଜନୈତିକ, କ୍ରୀଡା, ସାଂସ୍କୃତିକ କାର୍ୟକ୍ରମ ଇତ୍ୟାଦିରେ ୧୦୦ରୁ କମ ଲୋକ ଭାଗ ନେଇ ପାରିବେ। ତେବେ ଏଥିପାଇଁ ଆସନ୍ତା ସେପ୍ଟେମ୍ବର ୨୧ରୁ ଅନୁମତି ପ୍ରଦାନ କରାଯିବ।

ସ୍କୁଲ, କଲେଜ, ସିନେମା ହଲ ଓ ସ୍ଵିମିଂ ପୁଲ ଆଗ ଭଳି ବନ୍ଦ ରହିବ। ମୁକ୍ତାକାଶ ମଞ୍ଚରେ ୧୦୦ ଲୋକଙ୍କ ଭିତରେ କାର୍ୟକ୍ରମ ପାଇଁ ସେପ୍ଟେମ୍ବର ୨୧ ପରେ ଅନୁମତି ମିଳିବ। “ଅନଲକ-୪” ରେ ରାଜ୍ୟ ସରକାର ବା ସ୍ଥାନୀୟ ପ୍ରଶାସନ କେନ୍ଦ୍ରର ବିନା ଅନୁମତିରେ ଆଉ “ଲକ ଡାଉନ” ବା “ସଟ ଡାଉନ” ଘୋଷଣା କରି ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଲକ ଡାଉନ ନିର୍ଦ୍ଦିଷ୍ଟ ଭାବରେ କେବଳ “କଣ୍ଟେନମେଣ୍ଟ ଜୋନ”ରେ ସୀମିତ ରହିବ। ପୂରା ଜିଲ୍ଲା, ସହର ବା ସବ ଡିଭିଜନକୁ ଆଉ ଲକ ଡାଉନରେ ରକ୍ଷା ଯାଇପାରିବ ନାହିଁ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି।