କେନ୍ଦ୍ର ସରକାରଙ୍କ ବିନା ପରାମର୍ଶରେ ରାଜ୍ୟମାନେ ଆଉ ଲକ୍ ଡାଉନ ବା ସଟ୍ ଡାଉନ କରିପାରିବେ ନାହିଁ

Published: Aug 29, 2020, 8:39 pm IST

ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ “ଅନଲକ-୪” ପାଇଁ ନୂତନ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି। ଏହି ପର୍ୟାୟରେ ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ମେଟ୍ରୋ ଟ୍ରେନ ଯାତାୟାତ ଆରମ୍ଭ କରିବ। ଧାର୍ମିକ, ରାଜନୈତିକ, କ୍ରୀଡା, ସାଂସ୍କୃତିକ କାର୍ୟକ୍ରମ ଇତ୍ୟାଦିରେ ୧୦୦ରୁ କମ ଲୋକ ଭାଗ ନେଇ ପାରିବେ। ତେବେ ଏଥିପାଇଁ ଆସନ୍ତା ସେପ୍ଟେମ୍ବର ୨୧ରୁ ଅନୁମତି ପ୍ରଦାନ କରାଯିବ।

ସ୍କୁଲ, କଲେଜ, ସିନେମା ହଲ ଓ ସ୍ଵିମିଂ ପୁଲ ଆଗ ଭଳି ବନ୍ଦ ରହିବ। ମୁକ୍ତାକାଶ ମଞ୍ଚରେ ୧୦୦ ଲୋକଙ୍କ ଭିତରେ କାର୍ୟକ୍ରମ ପାଇଁ ସେପ୍ଟେମ୍ବର ୨୧ ପରେ ଅନୁମତି ମିଳିବ। “ଅନଲକ-୪” ରେ ରାଜ୍ୟ ସରକାର ବା ସ୍ଥାନୀୟ ପ୍ରଶାସନ କେନ୍ଦ୍ରର ବିନା ଅନୁମତିରେ ଆଉ “ଲକ ଡାଉନ” ବା “ସଟ ଡାଉନ” ଘୋଷଣା କରି ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଲକ ଡାଉନ ନିର୍ଦ୍ଦିଷ୍ଟ ଭାବରେ କେବଳ “କଣ୍ଟେନମେଣ୍ଟ ଜୋନ”ରେ ସୀମିତ ରହିବ। ପୂରା ଜିଲ୍ଲା, ସହର ବା ସବ ଡିଭିଜନକୁ ଆଉ ଲକ ଡାଉନରେ ରକ୍ଷା ଯାଇପାରିବ ନାହିଁ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି।

Related posts