Categories
ଆଜିର ଖବର ରାଜ୍ୟ ଖବର

ଲକଡାଉନ ସମୟରେ ବୈଧତା ଶେଷ ହୋଇଥିବା ସିଜନ୍ ଟିକେଟ୍ ଗୁଡିକର ବୈଧତା ସମ୍ପ୍ରସାରଣ

ଭୁବନେଶ୍ବର: ଲକଡାଉନ ସମୟରେ ବୈଧତା ଶେଷ ହୋଇଥିବା ବିଭିନ୍ନ ବର୍ଗର ଯାତ୍ରୀଙ୍କ ପାଇଁ ମାସିକ ଓ ତ୍ରୟୋମାସିକ ସିଜନ୍ ଟିକେଟ୍ ଗୁଡିକର ବୈଧତା ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟ ଅନୁମତି ଦେଇଛି।

ଏହାକୁ ଦୃଷ୍ଟିରେ ରଖି ତାଲା ବନ୍ଦ ସମୟରେ ଶେଷ ହୋଇଥିବା ସିଜିନ ବୈଧତାକୁ ପୂର୍ବତଟ ରେଳପଥ ଡିସେମ୍ବର ମାସ ୧୦ ତାରିଖ ଠାରୁ ଲାଗୁ କରିଛି ଯାହାକି ଯାତ୍ରୀ ମାନଙ୍କର ତାଲା ବନ୍ଦ ସମୟରେ ଯାତ୍ରା କରି ପାରିନଥିବା ଅବଶିଷ୍ଟ ଦିନ ଗୁଡିକୁ ବୃଦ୍ଧି କରାଯାଇଛି।

ତାଲା ବନ୍ଦ ସମୟରେ ସମାପ୍ତ ହୋଇଥିବା ସିଜନ୍ ଟିକେଟ୍ ର ବୈଧତା ବୃଦ୍ଧି ରେଳବାଇ ପ୍ରଣାଳୀରେ ଅନ୍ତର୍ଭୂକ୍ତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରଦୂଷଣ ରୋକିବା ପାଇଁ ଆମେ ସମ୍ପୂର୍ଣ୍ଣ ତାଲା ପକାଇବାକୁ ପ୍ରସ୍ତୁତ: ସୁପ୍ରିମକୋର୍ଟଙ୍କୁ କହିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେଜ୍ରିୱାଲ ସରକାର ଆଜି ସୁପ୍ରିମକୋର୍ଟରେ ଦେଇଥିବା ଆଫିଡେଭିଟରେ କହିଛନ୍ତି ଯେ, ତାଙ୍କ ସରକାର ସମ୍ପୂର୍ଣ୍ଣ ତାଲା ପକାଇବାକୁ ପ୍ରସ୍ତୁତ। ଏହା ସହିତ ଦିଲ୍ଲୀର କେଜ୍ରିୱାଲ ସରକାର କୋର୍ଟଙ୍କୁ କହିଛନ୍ତି ଯେ, ଯଦି ପଡୋଶୀ ରାଜ୍ୟ ଅଧୀନରେ ଥିବା ଏନସିଆରରେ ମଧ୍ୟ ତାଲା ପକାଯାଏ, ତେବେ ଏହା ଅଧିକ ସାର୍ଥକ ହେବ। ଉଲ୍ଲେଖନୀୟ କଥା ହେଉଛି, ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କଡ଼ା ନିନ୍ଦା କରିଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ, ଯଦି ଆବଶ୍ୟକ ହୁଏ ତେବେ ଦୁଇ ଦିନିଆ ତାଲା ପକାଯିବା ଉଚିତ।

ଆବେଦନକାରୀଙ୍କ ଓକିଲ ବିକାଶ ସିଂ କହିଛନ୍ତି ଯେ, ପଞ୍ଜାବରେ ନିର୍ବାଚନ ଅଛି। ସେଠାରେ ସରକାର ଜନବିରୋଧୀ ହେବାକୁ ଚାହାଁନ୍ତି ନାହିଁ। ତେଣୁ ଯେଉଁମାନେ ନଡା ପୋଡିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ତେଣୁ ପୂର୍ବତନ ବିଚାରପତି ଜଷ୍ଟିସ ଲୋକୁରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ଏକ ଉତ୍ତମ ପଦକ୍ଷେପ ଥିଲା। ତେବେ ସଲିସିଟର- ଦିଲ୍ଲୀ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ବିଦ୍ୟାଳୟ, କାର୍ଯ୍ୟାଳୟ ବନ୍ଦ ରଖିବା ଭଳି ପଦକ୍ଷେପ ଅଛି। ହରିୟାଣା ମଧ୍ୟ ସମାନ ପଦକ୍ଷେପ ନେଉଛନ୍ତି। ଜେନସେଟ୍ ବନ୍ଦ ରଖିବା ଭଳି ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ସରକାର ଶନିବାର ଏକ ଜରୁରୀ ବୈଠକ ଡାକିଥିଲେ। ବୈଠକ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ତାଲା ପକାଇବାକୁ ପରାମର୍ଶ ଦେଇଛନ୍ତି। ଆମେ କୋର୍ଟଙ୍କ ଆଦେଶ ସମ୍ପର୍କରେ ଏକ ପ୍ରସ୍ତାବ ପ୍ରସ୍ତୁତ କରୁଛୁ। ପ୍ରସ୍ତୁତ ପ୍ରସ୍ତାବକୁ ସୁପ୍ରିମକୋର୍ଟରେ ରଖିବୁ।

ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଅରବିନ୍ଦ କେଜ୍ରିୱାଲ ସରକାର ପକ୍ଷରୁ ଅନେକ ନିଷ୍ପତ୍ତି ନେଉଛନ୍ତି। ସରକାର ଏହି ସମସ୍ୟାର ଯଥାଶୀଘ୍ର ମୁକାବିଲା କରିବାକୁ ଚେଷ୍ଟା କରୁଛନ୍ତି। କେଜ୍ରିୱାଲ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଆଜିଠାରୁ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଏକ ସପ୍ତାହ ପାଇଁ ବନ୍ଦ ରହିବ। ଏଥି ସହିତ ଦିଲ୍ଲୀ ପରେ ହରିୟାଣା ସରକାର ମଧ୍ୟ ଏକ ବଡ ପଦକ୍ଷେପ ନେଇଛନ୍ତି। ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଏବଂ ଝଜ୍ଜରରେ ଚାଲୁଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ଖଟ୍ଟର ସରକାର ନିଷ୍ପତ୍ତି ନେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ: ନିୟମ ପାଳନରେ ହେଳା କଲେ ଲାଗୁ ହେବ ଲକଡାଉନ

ଭୁବନେଶ୍ବର: ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି। ବିଶ୍ବର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।

ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ କହିଛନ୍ତି ଯେ, ଅନ୍‌ଲକ୍‌ ପରେ କେତେକ ମାର୍କେଟରେ ଵହୁତ ଭିଡ ହେଉଛି। ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ। ଏହାଦ୍ବାରା ଆମେ ନିଜ ପାଇଁ ଓ ନିଜ ପ୍ରିୟଜନଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛୁ। ଆମେ କିଛି ଜାଣିବା ପୂର୍ବରୁ ସଂକ୍ରମଣ ବହୁଭାବରେ ବଢିଯାଇପାରେ। ତେଣୁ ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ଯଦି ସରକାର ଅନୁଭବ କରନ୍ତି ଯେ ଲୋକମାନେ କୋଭିଡ ନିୟମକୁ ଠିକ୍‌ ଭାବରେ ପାଳନ କରୁନାହାନ୍ତି, ତେବେ ପୁଣି ଥରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିବାକୁ ସରକାର ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୁଦ୍ଧ ଏପର୍ଯ୍ୟନ୍ତ ସରିନାହିଁ। ଦେଶର ଅନ୍ୟ ରାଜ୍ୟ ମାନଙ୍କରେ କୋଭିଡ କେସ୍‌ ବଢୁଛି। ଭୁବନେଶ୍ବରରେ ସଂକ୍ରମଣ ସ୍ଥିର ଅବସ୍ଥାରେ ଅଛି। ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ବ ଦେଇ ଓଡିଶା ଧୀରେ ଧୀରେ ଅନ୍‌ଲକ୍‌ ହେଉଛି। କିନ୍ତୁ ବିପଦ ଏପର୍ଯ୍ୟନ୍ତ ଦୂର ହୋଇନାହିଁ। କରୋନା ଭାଇରସ୍‌ ଏବେ ବି ଆମ ଆଖପାଖରେ ରହିଛି ଓ ରୂପ ବଦଳାଇ ଗୁରୁତର ଆକ୍ରମଣ କରିବା ଶକ୍ତି ମଧ୍ୟ ତାର ରହିଛି। ତେଣୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ବାହା ହିଁ ଆମେ ତୃତୀୟ ଲହରର ବିପଦକୁ କମ୍‌ କରିଦେଇପାରିବା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦ୍ବିତୀୟ ଲହରରେ ଆମେ ଦେଖିଲେ କରୋନା ଭାଇରସ୍ କାହାରିକୁ ଛାଡି ନାହିଁ। ବୁଢା ଠାରୁ ପିଲା ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହୋଇଛନ୍ତି। ଟିକା କେବଳ ଗୁରୁତର ଅବସ୍ଥାରୁ ଆମକୁ ସରକ୍ଷା ଦେଉଛି। କିନ୍ତୁ ଟିକା ନେଲେ ମଧ୍ୟ ନିଜେ ସଂକ୍ରମିତ ହେବା ବା ଅନ୍ୟକୁ ସଂକ୍ରମିତ କରିବାର ଭୟ ରହୁଛି ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ବିତୀୟ ଲହରରେ ଅନ୍ୟ ରାଜ୍ୟ ମାନଙ୍କର ଯେଭଳି ଅବସ୍ଥା ଆମେ ଦେଖିଲେ, ସେ ପରିସ୍ଥିତି ଓଡିଶାରେ ଘଟି ନାହିଁ। ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କର କଠିନ ପରିଶ୍ରମ ଯୋଗୁଁ ଓଡିଶା ଆଜି ଭଲ ସ୍ଥିତିରେ ଅଛି। ଡାକ୍ତର ମାନେ ଆମର ସୁରକ୍ଷା ପାଇଁ ଦିନରାତି କାମ କରୁଛନ୍ତି। ତେଣୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ହେବ।

ଦ୍ବିତୀୟ ଲହରର ମୁକାବିଲାରେ ଜନସାଧାରଣ ଯେପରି ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଲେ, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ନିଷ୍ପତ୍ତି ଆପଣମାନଙ୍କ ହାତରେ। ଜୀବନ ଅମୂଲ୍ୟ । ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ରୋକିପାରିବ। ତେଣୁ ଓଡିଶାକୁ ନିରାପଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ‘ଆପଣଙ୍କ ପ୍ରିୟଜନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିରାପଦ ଭାବରେ ଜୀବନଜୀବିକା ଯେପରି ଆଗକୁ ବଢିଚାଲିବ ସେଥିରେ ସହଯୋଗ କରନ୍ତୁ।’

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଲକଡାଉନ ନେଇ ଆଜି ମୁଖ୍ୟ ଶାସନ ସଚିବ କରିବେ ବଡ ଘୋଷଣା, ଜାଣନ୍ତୁ କେତେବେଳେ

ଭଉବନେଶ୍ବର, ରାଜ୍ୟରେ ଯେଉଁ କରୋନା କଟକଣା ଲାଗୁ କରାଯାଇଛି ତାହାର ଅବଧି ଆସନ୍ତାକାଲି ଶେଷ ହେଉଛି। ସେ ନେଇ ଆଜି ଦିନ 2 ଟା 30 ମନିଟରେ ମୁଖ୍ୟ ଶାସନ ସଚିବ ବିଶେଷ ସୂଚନା ଦେବେ। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟର କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ କେତେକ ଜିଲ୍ଲାରେ ଉନ୍ନତି ପରିଲକ୍ଷିତ ହୋଇ ନାହିଁ। ମୁଖ୍ୟତଃ ଖୋର୍ଦ୍ଧା, କଟକ ଜିଲ୍ଲାରେ ଏହି ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ହେଉ ନାହିଁ। ସେଥିପାଇଁ ଏହି ଦୁଇ ଜିଲ୍ଲାରେ ପୁଣି କଟକଣା ବଢିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସୋଆରେ ପାଳିତ ହେଲା ୭୨ତମ ବନମହୋତ୍ସବ ସପ୍ତାହ

ଭୁବନେଶ୍ୱର: କରୋନା ମହାମାରୀ ଏବଂ ତଦଜନିତ ଲକଡାଉନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନଏସଏସ ଶାଖା ନିଆରା ଢ଼ଙ୍ଗରେ ବନମହୋତ୍ସବ ପାଳନ କରିଛି। ସୋଆ ଏନଏସଏସ ବ୍ୟୁରୋ ପକ୍ଷରୁ “ଇଚ ୱାନ, ପ୍ଲାଂଟ ୱାନ’ (ଗୋଟିଏ ପିଲା, ଗୋଟିଏ ଗଛ) ଶ୍ଳୋଗାନରେ ଅନୁପ୍ରାଣିତ ହୋଇ ପ୍ରାୟ ୫୦୦ ସ୍ୱେଚ୍ଛାସେବୀ ନିଜ ଘରର ଚତୁଃପାଶ୍ୱର୍ ଏବଂ ନିକଟବର୍ତୀ ଅଂଚଳରେ ବିଭିନ୍ନ ପ୍ରକାରର ଚାରା ରୋପଣ
କରିଛନ୍ତି।

ବନମହୋତ୍ସବ ସପ୍ତାହ ଅବସରରେ ଜୁଲାଇ ୧ ରୁ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଏଥି ନିମନ୍ତେ ଆୟୋଜିତ ୱେବିନାରରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସୋଆ କୂଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ ଯଦି ପ୍ରକୃତି ଡାଇନୋସୋର ଭଳି କେତେକ ପ୍ରଜାତିର ଜୀବକୁ ଲୋପକରିପାରେ ମଣିଷ ବା କାହିଁକି ନିଶ୍ଚିହ୍ନ ନହେବ? ଯେଉଁଭଳି ଭାବରେ ପାଣି ଓ ପବନ ଦୂଷିତ ହେବାରେ ଲାଗିଛି ଓ ଜଙ୍ଗଲ ସମ୍ପଦର କ୍ଷୟ ଘଟୁଛି, ସାବଧାନ ନହେଲେ ବଂଚିବା ଅସମ୍ଭବ ବୋଲି ପ୍ରଫେସର ମହାପାତ୍ର କହିଥିଲେ।

ଏହି ଅବସରରେ ମୁଖ୍ୟବକ୍ତାଭାବେ ଯୋଗଦେଇ ଓଡ଼ିଶା ପରିବେଶ କଂଗ୍ରେସର ପ୍ରତିଷ୍ଠାତା ସମ୍ପାଦକ ସୁଦର୍ଶନ ଦାସ କହିଥିଲେ ଯେ ମଣିଷ ଆଜି ଛିଡା ହୋଇଛି ପ୍ରଶ୍ନର ଦୋଛକିରେ, ଆର୍ଥିକ ପ୍ରଗତି ଆଗେ ନା ପରିବେଶ ସୁରକ୍ଷା ଆଗେ? ଏହି ପ୍ରଶ୍ନର ସମାଧାନରେ ନିହିତ ରହିଛି ଆମର ଅସ୍ତିତ୍ୱ। ଆଗ ବଂଚିଲେ ଯାଇ ଯାବତୀୟ ପ୍ରଗତିର ମୂଲ୍ୟ ରହିଛି।

ସୋଆର ଆଉଟରିଚ କାର୍ଯ୍ୟକ୍ରମ ସମ୍ପର୍କରେ ଖୁସି ବ୍ୟକ୍ତ କରି ବନମହୋତ୍ସବ, ବୃକ୍ଷ ରୋପଣ ସହିତ ଜଳ ସଂରକ୍ଷଣ ଉପରେ ମଧ୍ୟ ସୋଆ ଏନଏସଏସ କାର୍ଯ୍ୟ ଜାରି ରଖୁ ବୋଲି ସେ କହିଥିଲେ।

ସୋଆର ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ତଥା ଏନଏସଏସ ସଂଯୋଜକ ପ୍ରଫେସର ନଚିକେତା ଶର୍ମା ବୃକ୍ଷରୋପଣ କାର୍ଯ୍ୟକ୍ରମର ଏକ ସଂକ୍ଷିପ୍ତ ବିବରଣୀ ଦେଇଥିଲେ। ଇନଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନସେସର ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଉଭୟ ଗୁଗୁଲ ମିଟ୍ ଓ ୟୁଟ୍ୟୁବରେ ପ୍ରସାରିତ କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ସୋଆ ଛାତ୍ରଛାତ୍ରୀ, ଡିନ ଓ ପ୍ରୋଗ୍ରାମ ଅଫିସର ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଲକଡ଼ାଉନରେ ଲୋକଙ୍କୁ ଜୀବିକା ସୁରକ୍ଷା ଭତ୍ତା ଯୋଗାଇ ଦିଅ ନଚେତ ହେବ ଆନ୍ଦୋଳନ: ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: କରୋନା ଠାରୁ ଲକଡ଼ାଉନ ଅତ୍ୟନ୍ତ ଭୟଙ୍କର। କରୋନା କିଛି ଲୋକଙ୍କ ଜୀବନ ନେଇଛି ଓ ଆଉ କେତେକଙ୍କ ମଧ୍ୟରେ ଭୟ ସଞ୍ଚାର କରୁଛି। ହେଲେ ଲକଡ଼ାଉନ ସବୁକିଛି ଉଜାଡ଼ି ଥିଲାବାଲା ଲୋକଙ୍କୁ ବି ଦରିଦ୍ର କରି ଦାଣ୍ଡର ଭିକାରୀ କରିସାରିଲାଣି। ଯଦି ଲକଡ଼ାଉନ ଓ ସଟଡ଼ାଉନ ଏକମାତ୍ର ବିକଳ୍ପ, ତେବେ ଧାରା ୨୧ ଅନୁସାରେ ଲୋକଙ୍କ ଜୀବିକା ସୁରକ୍ଷା ଭତ୍ତା ଦିଆଯିବ ନାହିଁ କାହିଁକି?

ଜର୍ମାନ, ଆମେରିକା ଭଳି ଦେଶରେ ଲକଡ଼ାଉନ, ସଟଡ଼ାଉନ କ୍ଷତିଗ୍ରସ୍ତଙ୍କୁ ବିଶେଷକରି ସବୁବର୍ଗଙ୍କୁ ଟଙ୍କା ବଣ୍ଟାଯାଇଛି। ହେଲେ ଏଠି କେବଳ ଲୋକଙ୍କୁ ଭିକାରୀ ପରି ଚାଉଳ ଗଣ୍ଡେ ଫିଙ୍ଗିଦେଇ ସରକାର ତାଙ୍କ ନୈତିକ ଦାୟିତ୍ୱ ଶେଷ କରିଦେଉଛନ୍ତି। ଗତ ଦେଢବର୍ଷରୁ ଉର୍ଦ୍ଧ୍ୱ କରୋନା କାଳରେ ସେଲୁନ, ସ୍ପା, କ୍ଷୁଦ୍ର ବ୍ୟବସାୟୀ, ମଟର ସଂଘ, ଚାଷୀ, କଳାକାର ସମସ୍ତେ ନାହିଁ ନଥିବା ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି।

ରୋଜଗାରକ୍ଷମବର୍ଗ ଦିନମଜୁରିଆଙ୍କ ହାତ ସରକାର ଗୋଟେପଟେ ବାନ୍ଧି ଦେଇଥିଲା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଦୁଇଗୁଣା ବଢିଛି। ପେଟ୍ରୋଲ, ଡ଼ିଜେଲ, ଖାଇବା ତେଲ ଓ ଡ଼ାଲି ସବୁର ଅହେତୁକ ଦର ବୃଦ୍ଧି ଘଟିଛି। ଚାଷକ୍ଷେତ୍ର ଅଧିକ କ୍ଷତିଗ୍ରସ୍ତ ହୋଇଛି। କରୋନା ନାମରେ ମଣ୍ଡି ବନ୍ଦ ହୋଇଗଲା। ପରିବା ବିକ୍ରି ପାଇଁ ହାଟ ବଜାରରେ ସୁବିଧା ପାଇଲେନି ଚାଷୀ। ସେଲୁନ, ସ୍ପା, ରେଡିମେଡ଼ ଦୋକାନ ଏମାନେ କର୍ମଚାରୀଙ୍କୁ ଦରମା ଦେବା ତ ଛାଡ଼, ନିଜକୁ ଚଳାଇବାକୁ ଅନେକ ମାଲିକ ଅକ୍ଷମ। ଏ ନେଇ ସରକାର କେତେ ଆର୍ôଥକ ସମୀକ୍ଷା କରୁଛନ୍ତି।

ଆଜି ଲୋୟର ପିଏମ୍‌ଜିରେ ଚାଷୀ ସଂଗଠନ ଯୋଗାଯୋଗରେ ସମସ୍ତ ବର୍ଗର ଆନ୍ଦୋଳନକୁ ଭାଷଣ ଦେଇ ଏ ବକ୍ତବ୍ୟ ରଖିଛନ୍ତି ନବନିର୍ମାଣ କୃଷକ ସଂଗଠନର କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସେ କହିଛନ୍ତି ଯେ, ଦେଶ ଓ ରାଜ୍ୟ କହିଲେ ଦେଶବାସୀ ଓ ରାଜ୍ୟବାସୀଙ୍କୁ ବୁଝାଏ। ହେଲେ ଏଠି ହାତଗଣତି କର୍ମଚାରୀଙ୍କୁ ଦାୟିତ୍ୱ ନିଭାଇ ସରକାର ବସି ଯାଉଛନ୍ତି। ପ୍ରଥମ ଲକଡ଼ାଉନରେ ଲୋକେ ସଞ୍ôଚତ ପାଣ୍ଠି ଖର୍ଚ୍ଚ କରୁଥିଲେ, ଏଥର ଅବସ୍ଥା ଅସମ୍ଭାଳ।

କଳାକାର ସଂଘ, ଜିମ୍ ସଂଗଠନ, ବିୟୁଟିପାର୍ଲର ସଂଗଠନ ଓ ପରିବହନ ସଂଗଠନ ନେତା ପ୍ରମୁଖ ନିଜ ନିଜ ବ୍ୟବସାୟର ଦୁଃଖ ବର୍ଣ୍ଣନା କରି ସେମାନେ ଦୈନନ୍ଦିନ ଜୀବନରେ ନିଜକୁ ଚଳାଇବାର କିଭଳି ତୀବ୍ର ସଙ୍କଟର ସମ୍ମୁଖୀନ ହେଉଛନ୍ତି ସେ କଥା ଆଲୋଚନା କରିବା ସହିତ ସରକାର ଯଦି ସାମ୍ବିଧାନିକ ଦାୟିତ୍ୱ ଦୃଷ୍ଟିରୁ ରୋଗ ସହ ଭୋକ କଥା ନବୁଝନ୍ତି, ତେବେ ଗଣବିଦ୍ରୋହ ହେବ ବୋଲି ଘୋଷଣା କରିଥିଲେ।

ଜିମ୍ ସଂଘର ଅମ୍ରିତା ମିଶ୍ର, ଯାତ୍ରା କଳାକାର କର୍ମଚାରୀ ସଂଘର ସଭାପତି ଦୈତାରୀ ପଣ୍ଡା, ଉପଦେଷ୍ଟା ବାପି ପଣ୍ଡା, ସମ୍ପାଦକ ଆର.କେ. ହୀରାଲାଲ, ମ୍ୟାଜିକ ସଂଘର ମହେନ୍ଦ୍ର ହରିଚନ୍ଦନ, ଶୋବିତା ନିଉଲି, ବୈଶାଳୀ ମହାପାତ୍ର, ଶୋଭା ଅପା, ଭୁବନେଶ୍ୱର ବସ୍ ଆସୋସିଏସନର ବରଦା ଆଚାର୍ଯ୍ୟ ଓ କୋଚିଂ ସେଣ୍ଟରର କର୍ମକର୍ତ୍ତା ବକ୍ତବ୍ୟ ରଖିଥିଲେ।

ଆଜିର କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରଶ୍ମିରଞ୍ଜନ ସ୍ୱାଇଁ, ନିମାଇଁ ରାୟ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ କୋଭିଡ଼ କଟକଣା ମାନି, ସାମାଜିକ ଦୂରତା ରଖି ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଘୋଷଣା ହୋଇପାରେ ରାଜ୍ୟର ଲକଡାଉନ ହେବ ନା ଅନଲକ୍ ହେବ

ଭୁବନେଶ୍ବର, ରାଜ୍ୟରେ ଲକଡାଉନ ବଢାଯିବ ନା ଅନଲକ୍ ହେବ। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆଜି କିମ୍ବା ଆସନ୍ତାକାଲି ଘୋଷଣା ହେବ। କାରଣ ଲକଡାଉନ ଘୋଷଣା ଅନୁସାରେ 17 ତାରିଖ ହେଉଛି ଶେଷ ତାରିଖ। ଏହାପରେ ରାଜ୍ୟରେ କଣ ହେବ ସେ ନେଇ ସାଧାରଣରେ ଉତ୍କଣ୍ଠା ଲାଗି ରହିଛି।

ତେବେ ବିଶେଷ ସୂଚନା ଅନୁସାରେ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଅନଲକ କରିବେ। କାରଣ ଗତ କିଛିଦିନର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ 8 ଟି ଜିଲ୍ଲା ରେଡ ଜୋନରେ ରହିଛି। ସେହିପରି ପଜେଟିଭ ଆକ୍ରାନ୍ତ ହିସାବରେ 5ଟି ଜିଲ୍ଲା ମଧ୍ୟ ରେଡ ଜୋନରେ ରହିଛି। ସେଥିପାଇଁ ରାଜ୍ୟ ସରକାର ଏହି ଜିଲ୍ଲାଗୁଡିକରେ ଲକଡାଉନର ଅବଧି ବୃଦ୍ଧି କରିପାରନ୍ତି। ତେବେ ସାରା ରାଜ୍ୟରେ ରାତ୍ରୀ କାଳୀନ କର୍ଫ ବଳବତ୍ତର ରଖିବା ପାଇଁ ଯୋଜନା ଚାଲିଛି। ତେବେ ଏ ନେଇ ରାଜ୍ୟ ସରକାର ଏହି ଦୁଇଦିନ ମଧ୍ୟରେ ଘୋଷଣା କରିବେ।

Categories
ଆଜିର ଖବର ଆଞ୍ଚଳିକ

ଲକଡ଼ାଉନରେ ଆଇନ ଉଲ୍ଲଂଘନ କରିବା ମହଙ୍ଗା ପଡିଲା: ନାଚୁଣୀ ବଜାରରେ ସିଲ୍ ହେଲା ଦୋକାନ

ସୀତାରାମ ଅଗ୍ରୱାଲ

ବାଣପୁର: ଲକଡ଼ାଉନରେ ଆଇନ ଉଲ୍ଲଂଘନ କରିବା ଦୋକାନୀକୁ ମହଙ୍ଗା ପଡିଛି। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପ୍ରଶାସନ ଗୋଟିଏ ଦୋକାନକୁ ସିଲ୍  କରିଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ ଗୋଟିଏ ଦୋକାନକୁ ସ୍ଥାନୀୟ ପ୍ରଶାସନ ସିଲ୍  କରିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ବାଣପୁର ତହସିଲଦାର ମନ୍ମଥ ବେହରା ଏବଂ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ନାଚୁଣି ଅଞ୍ଚଳରେ ଲକଡ଼ାଉନ ଏନ୍ଫୋର୍ସମେଣ୍ଟ ତଦାରଖ କରୁଥିବା ସମୟରେ ନାଚୁଣୀ ବଜାରର ଏକ ବସ୍ତ୍ରାଳୟ ଖୋଲା ଥିବାର ଦେଖିବାକୁ ପାଇଥିଲେ। ଦିନ ଦ୍ବିପହର ସମୟରେ ଦୋକାନ ଭିତରେ ମାତ୍ରାଧିକ ଗ୍ରାହକଙ୍କ ଗହଣରେ ଦୋକାନୀ ଲୁଚିଛପି ବେପାର କରୁଥିଲେ। ତେବେ କୋଭିଡ ଗାଇଡଲାଇନ ଉଲଂଘନ ହେତୁ ବାଣପୁର ତହସିଲଦାର ଉକ୍ତ ଦୋକାନୀଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରିବା ସହ ସମ୍ପୃକ୍ତ ଦୋକାନକୁ ଚାରି ଦିନ ପାଇଁ ଜଉ ମୁଦା ସିଲ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡକାୟତି ଉଦ୍ୟମ ପଣ୍ଡ: ୫ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ

ଖୋର୍ଦ୍ଧା: ଲକଡାଉନ ସମୟରେ ଡକାୟତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖୋର୍ଦ୍ଧା ଅଞ୍ଚଳରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଡକାୟତୀ ଖବର ଶୁଣିବାକୁ ମିଳୁଛି। ସେପଟେ ଡକାୟତଙ୍କ ଉପରେ ପୋଲିସ କଡା ନଜର ରଖିଛି।

ଶନିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରେ ପାଞ୍ଚଜଣ ଡକାୟତ ମାରଣାସ୍ତ୍ର ସହ ଡକାୟତି ଯୋଜନା କରୁଥିବା ପୋଲିସ ବିଶ୍ୱସ୍ତସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ପାଞ୍ଚ ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଭୁଜାଲି, ଶାବଳ, ଲୁହା ରଡ଼ ଏବଂ ନଗଦ ୪ ହଜାର ଟଙ୍କା ଜବତ କରିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ଗୁରୁଜଙ୍ଗ ଅଂଚଳର ସୌମ୍ୟ ରଞ୍ଜନ ପଟ୍ଟନାୟକ, ସୁଦୀପ୍ତ ନାୟକ, ବଳଭଦ୍ର ବେହେରା ଏବଂ ଜଟଣୀ ଅଂଚଳର ଏସକେ ଜମୁରୁଦ୍ଦିନ ଓ ଫିରୋଜ ଖାନ ବୋଲି ପୋଲିସ ସୂଚନା ଦେଇଛି।

ତେବେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ୨୨୪/୨୧ ରେ ମାମଲା ରୁଜୁକରି କୋର୍ଟଚାଲାଣ କରିଛି। ସେହିପରି ସୌମ୍ୟ ଏବଂ ବଳଭଦ୍ରଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବାର ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୁଣି ଏହି ରାଜ୍ୟରେ ବଢିଲା ଲକଡାଉନ ଅବଧି: ଜୁନ ୭ ପର୍ଯ୍ୟନ୍ତ ରହିବ କଟକଣା

ନୂଆଦିଲ୍ଲୀ: କରୋନା ଗ୍ରାଫ ଏବେ ତଳ ମୁହାଁ ହୋଇଥିଲେ ମଧ୍ୟ ଦେଶରେ ବିପଦ ଏଯାଏଁ ଟଳିନି। ଦେଶରେ ଏବେ ଦେଢ ଲକ୍ଷରୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି। କେଉଁଠି ଲକଡାଉନକୁ କୋହଳ କରାଯାଉଥିବା ବେଳେ କେଉଁଠି କଟକଣାକୁ କଡାକଡି କରାଯାଉଛି।

ଏହି ପ୍ରରିପ୍ରେକ୍ଷୀରେ ହରିୟଣା ସରକାର ମଧ୍ୟ ଲକଡାଉନ କଟକଣାକୁ ବୃଦ୍ଧି କରିଛି। ଜୁନ ୭ ତାରିଖ ପର୍ଯ୍ୟନ୍ତ ଲକଡାଉନ କଟକଣାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି। ଏହା ସହିତ ସକାଳ ୯ ଟାରୁ ଅପରାହ୍ନ ୩ ଟା ଯାଏଁ ଦୋକାନ ଖୋଲା ରହିବା ପାଇଁ କହିଛନ୍ତି। ଅଡ-ଇଭନ ଫର୍ମୁଲାରେ ଦୋକାନ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ହେଲେ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଶିକ୍ଷା ସଂସ୍ଥା ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଖଟ୍ଟର ନିର୍ଦ୍ଦେଶ ଦେଇଛନ୍ତି। ଏହା ଭିତରେ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ। ରାତି ୧୦ ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବା ନେଇ ମୁଖ୍ୟମନ୍ତ୍ରୀ ମନୋହର ଘୋଷଣା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର: ଲକଡାଉନ ସମୟରେ ଅମାନିଆଙ୍କ ଭୂସ୍ଵର୍ଗ ପାଲଟିଛି ଜିରୀପଡ଼ା

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ବର୍ତ୍ତମାନ ସମଗ୍ର ମାନବ ସମାଜକୁ ଧ୍ୱସ୍ତ ବିଧ୍ୱସ୍ତ କରିସାରିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ମାତ୍ର ପନ୍ଥା ଲକଡ଼ାଉନ ଆପଣେଇଛନ୍ତି। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ସଂକ୍ରମଣରେ ଏକ ନମ୍ବରରେ ରହୁଥିବାବେଳେ ଚିଲିକା ନିର୍ବାଚନମଣ୍ଡଳୀ ଏହାର ମୁକସାକ୍ଷୀ ପାଲଟିଛି। ଚିଲିକାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧିପାଉଛି।

ତେବେ ଏହାର କାରଣ ପ୍ରଶାସନ ଚି଼ହ୍ନଟ କରିପାରୁନଥିବାବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଏକ ଏପରି ଦୃଶ୍ୟ ସାମ୍ନାକୁ ଆସିଛି ଯାହା କୋଭିଡ଼ ସଂକ୍ରମଣକୁ ବଢେଇବାରେ ପ୍ରତ୍ୟକ୍ଷ ଭାବେ କାମ କରୁଛି। ସାଧାରଣତଃ ପୋଲିସ ଏବଂ ପ୍ରଶାସନ ସହରାଞ୍ଚଳରେ ଲକଡ଼ାଉନ ଏନ୍ଫୋର୍ସମେଣ୍ଟକୁ କଡାକଡି କରୁଥିବାବେଳେ ଗ୍ରାମାଞ୍ଚଳରେ ସେତେଟା ସମ୍ଭବ ହୋଇପାରୁନି।

ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଜିରୀପଡ଼ା ବର୍ତ୍ତମାନ କୋଭିଡ଼ ଅମାନିଆଙ୍କ ଭୂସ୍ବର୍ଗ ପାଲଟିଛି। ପ୍ରତିଦିନ ଏଠି ସହ ସହ ଲୋକମାନେ ଏକାଠି ହେଉଥିବାବେଳେ ଭୋଜି ଭାତ ଏବଂ ମଦର ଆସର ମଧ୍ୟ ଜୋରସୋରରେ ଚାଲୁଛି।

ଗୋଟେପଟେ ପ୍ରତିଦିନ ରାଜ୍ୟରେ ବହୁ ଆକ୍ରାନ୍ତଙ୍କ ପ୍ରାଣ ଯାଉଥିବାବେଳେ ଅନ୍ୟପକ୍ଷେ ଜିରୀପଡ଼ାରେ ଭୋଜିଭାତର ଅସାର ଜମିବା ସରକାରଙ୍କ କୋଭିଡ ନିୟମକୁ ଏକ ଶକ୍ତ ଚାପୁଡ଼ା ସଦୃଶ। ତେବେ ପ୍ରାୟତଃ ସହରରୁ ଲୋକେ ଜିରୀପଡ଼ା ଯାଇ ପିକିନିକ ମନାଉଥିବା ଅଭିଯୋଗ ହେଉଛି। ଗୋଟିଏ ଜାଗାରେ ଶତାଧିକ ଲୋକ ସମାଗମ ହେବା ଦ୍ଵାରା ସଂକ୍ରମଣ ବୃଦ୍ଧି ହେବାର ମୁଖ୍ୟ କାରଣ ପାଲଟିଛି।

ତେବେ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣିଥରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ ସୁଦ୍ଧା ନୀଳାଦ୍ରିପ୍ରସାଦରେ କିପରି ସରପଞ୍ଚ ଏ ସବୁ ଜାଣିପାରୁନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଚିଲିକାରେ କୋଭିଡ ସଂକ୍ରମଣ ବଢୁଛି, ତେବେ ଏଥିପାଇଁ  ଦାୟୀ କିଏ ବୋଲି ଚର୍ଚ୍ଚା ହେଉଛି। ବାଣପୁର ପ୍ରଶାସନ ଏବଂ ପୋଲିସ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Categories
ଆଜିର ଖବର ଆଞ୍ଚଳିକ

ବାଲୁଗାଁରେ ଲକଡାଉନ ନିୟମ ଉଲଂଘନ: ମଦ ଦୋକାନ ସମେତ ବହୁ ଦୋକାନ ଉପରେ ଚଢାଉ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସାରା ରାଜ୍ୟରେ ବୁଧବାରଠାରୁ ଲକଡ଼ାଉନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଉକ୍ତ ଲକଡ଼ାଉନକୁ ଆହୁରି କଡାକଡି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାର ସମୟ ଅବଧିକୁ ୬ ଘଣ୍ଟାରୁ ୪ ଘଣ୍ଟାକୁ କମାଇଦିଆଯାଇଛି। ହେଲେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ସହରର ବହୁ ମଦ ଦୋକାନୀମାନେ ଲକଡ଼ାଉନ ନିୟମ ଉଲଂଘନ କରି ହୋମ ଡେଲିଭେରି ବଦଳରେ ଖୋଲାରେ ମଦ ବିକୁଥିବାର ଦେଖାଯାଇଥିଲା। ଅନୁରୂପ ଭାବେ ମାଛ ମାର୍କେଟରେ ଦୋକାନୀମାନେ ଲକଡ଼ାଉନ ନିୟମ ଉଲଂଘନ କରିଥିବାର ଦେଖିବାକୁ ମିଳିଥିଲା।

ତେବେ ଏହାକୁ ଗୁରୁତର ସହ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ନିୟମ ଉଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଦୁଇ ଗୋଟି ମଦ ଦୋକାନ ଏବଂ ଗୋଟାଏ ମାଛ ଦୋକାନୀଙ୍କ ଠାରୁ ବାଲୁଗାଁ ଏନଏସି ୧୦ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକଡାଉନରେ ନକଲି ପରିଚୟ ପତ୍ର ବିକ୍ରି କରୁଥିବା ଯୁବକକୁ ଗିରଫ କଲା ପୋଲିସ

ଭୁବନେଶ୍ବର: ସମଗ୍ର ବିଶ୍ଵକୁ କରୋନା ମହାମାରୀ କବଳିତ କରିଛି। ଏହି ସମୟରେ ଅନେକ ଲୋକଙ୍କ ଜୀବନ ଚାଲିଯାଉଥିବା ବେଳେ ଅନେକ ଲୋକ ରୋଜଗାର ହରାଇବସିଛନ୍ତି।

କିନ୍ତୁ ଏହି ସମୟରେ କିଛି ଲୋକ ଅସାମାଜିକ କାର୍ଯ୍ୟ କରିବାରେ ଲାଗି ପଡିଛନ୍ତି। ରାଜ୍ୟରେ ଲକଡାଉନ କଟକଣାର ସୁଯୋଗ ନେଇ କିଛି ଲୋକ ଆଇନ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। କଟକଣା ସମୟରେ ଅତି ଜରିରୀ ନଥିଲେ ଘରୁ ବାହାରିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି। ହେଲ ଏହି କଟକଣାକୁ ନମାନି କେତେଜଣ ଅମାନିଆ ନକଲି ପରିଚୟ ପତ୍ର ଧରି ଘୂରିବୁଲୁଛନ୍ତି।

ତେବେ କିଛି ଯୁବକ ଆଇନ ଆଖିରେ ଧୁଳି ଫିଙ୍ଗି ଏହାର ଫାଇଦା ଉଠାଇବାରେ ଲାଗିପଡିଛନ୍ତି। ସେମାନେ ମିଥ୍ୟା ପରିଚୟ ପତ୍ର ତିଆରି କରି ପ୍ରତି ପରିଚୟ ପତ୍ର ପିଛା ୨୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଲୋକଙ୍କ ଠାରୁ ନେଉଛନ୍ତି।

ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରରେ ଦେଖବାକୁ ମିଳିଛି। ଜଣେ ଯୁବକ ବିଭିନ୍ନ କମ୍ପାନୀର ଲୋଗୋ ସଂଗ୍ରହ କରି ଲୋକଙ୍କୁ ନକଲି ପରିଚୟ ପତ୍ର ବିକ୍ରି କରିବା ପରେ ପୋଲିସ ହାତରେ ଧାରା ପଡିଛି। ଚନ୍ଦ୍ରଶେଖରପୁର ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଯୁବକଜଣଙ୍କୁ ଗିରଫ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ହାଇଦ୍ରାବାଦରୁ ବସରେ ଫେରୁଥିବା ପ୍ରବାସୀଙ୍କ ସୀମାନ୍ତରେ ହେଲା ମୃତ୍ୟୁ

ବ୍ରହ୍ମପୁର: ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ବିଭିନ୍ନ ରାଜ୍ୟ ସରକାରମାନେ କଟକଣାକୁ କଡାକଡି କରୁଛନ୍ତି। ପ୍ରଭାବିତ ରାଜ୍ୟଗୁଡିକରେ ଲକଡାଉନ ଏବଂ ସଟଡାଉନ ଭଳି କଟକଣା ଆରମ୍ଭ ହୋଇଯାଇଛି। ଫଳରେ ରାଜ୍ୟ ବାହାରକୁ ରୋଜଗାର ପାଇଁ ଯାଇଥିବା ଯୁବକମାନେ ପୁଣିଥରେ ଘର ମୁହାଁ ହୋଇଛନ୍ତି।

ଗତବର୍ଷ ଭଳି ଚଳିତ ବର୍ଷରେ ମଧ୍ୟ ଲୋକେ ନିଜ ନିଜ ରାଜ୍ୟକୁ ଫେରିବା ଆରମ୍ଭ କରିଦେଇଛନ୍ତି। କିଏ ଚାଲି ଚାଲି ଫେରୁଛନ୍ତି ତ କିଏ ସାଇକେଲ ଏବଂ କିଏ ବସ ଯୋଗେ ଘରକୁ ଫେରୁଛନ୍ତି। ହେଲେ ଏହି ସମୟରେ ଘରେ ପହଞ୍ଚିବା ପୂର୍ବରୁ କେତେକ ପ୍ରବାସୀଙ୍କ ଜୀବନ ଚାଲିଯାଉଥିବା ଭଳି ହୃଦୟ ବିଦାରକ ଘଟଣା ଦେଇଖିବାକୁ ମିଳୁଛି।

ତେବେ ଆଜି ହାଇଦ୍ରାବାଦରୁ ବସ ଯୋଗେ ଫେରୁଥିବା ଓଡିଆ ପ୍ରବାସୀଙ୍କ ସୀମାନ୍ତରେ ମୃତ୍ୟୁ ହୋଇଛି। ଆନ୍ଧ୍ର ସୀମାନ୍ତ ମୋଟୁରେ ଏହି ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ମୃତ ପ୍ରବାସୀଙ୍କ ଘର ବାଲେଶ୍ଵର ଜିଲ୍ଲାର ବୋଲି ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ

ରାହାମାରେ ଲକଡାଉନକୁ ବେଖାତିର କରୁଥିବା ଅମାନିଆଙ୍କୁ ସାବାଡ୍ କଲେ ତହସିଲଦାର ଓ ତିର୍ତ୍ତୋଲ ପୋଲିସ୍

ରମେଶ ମହାନ୍ତି
ଜଗତସିଂହପୁର: କରୋନାର ଦ୍ୱିତୀୟ ଲହରୀ ଦୃତ ଗତିରେ ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ଏନେଇ ସରକାରଙ୍କ ପକ୍ଷରୁ ଲକଡାଉନ୍ ଓ ସଟଡାଉନ୍ ଘୋଷଣା କରାଯିବା ସତ୍ତ୍ୱେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ବଜାରରେ କିଛି ଅମାନିଆଙ୍କ ଉପରେ ଏହାର କିଛି ପ୍ରଭାବ ପଡୁନଥିବା ଦେଖିବାକୁ ମିଳିଥିଲା।

ଖବର ପାଇ କୁଜଙ୍ଗ ତହସିଲଦାର ପ୍ରିତିପର୍ଣ୍ଣା ମିଶ୍ର, ଅତିରିକ୍ତ ତହସିଲଦାର ପୁଜା ଲେଙ୍କା ଓ ତିର୍ତ୍ତୋଲ ପୋଲିସ୍ ରାହାମା ବଜାରରେ ପହଞ୍ଚି ଲକଡାଉନକୁ ବେଖାତିର କରୁଥିବା କିଛି ବ୍ୟବସାୟୀ ଓ ମାସ୍କ୍ ନଲଗାଇ ବିନା କାରଣରେ ବଜାରରେ ବୁଲାବୁଲି କରୁଥିବା କିଛି ଅମାନିଆଙ୍କୁ ପ୍ରଶାସନ ପକ୍ଷରୁ ସାବାଡ୍ କରାଯାଇଥିଲା।

ସେହିପରି ତିର୍ତ୍ତୋଲ ବଜାର, ନିଶାମଣି ସରଣୀ ବଜାର, ନେହେରୁପଡିଆ ବଜାର ସହିତ ସ୍ଥାନୀୟ ଅଞ୍ଚଳରେ କେତେକ ଲୋକ ମାସ୍କ୍ ନଲଗାଇ ଲକଡାଉନକୁ ବେଖାତିର କରି ବିନା କାରଣରେ ବଜାରଘାଟରେ ଘୁରିବୁଲୁ ଥିବା ଅମାନିଆଙ୍କୁ ତିର୍ତ୍ତୋଲ ପୋଲିସ୍ ଯଥାଶୀଘ୍ର ସାବାଡ୍ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆଜିଠାରୁ ସାରା ରାଜ୍ୟରେ ଲାଗୁ ହେଲା ଲକ ଡାଉନ, ଜାଣନ୍ତୁ କଣ ରହିବ ଖୋଲା ଆଉ ବନ୍ଦ

ଭୁବନେଶ୍ବର: ଆଜିଠାରୁ ସାରା ରାଜ୍ୟରେ ଲାଗୁ ହେଲା ଲକ ଡାଉନ। ଏହା ବୁଧବାର ସକାଳୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ଘୋଷଣା କରାଯାଇଛି। ତେବେ ଏହି ସମୟରେ ଜରୁରୀ ସେବା ପାଇଁ କୌଣସି କଟକଣା ନଥିବା ବେଳେ ଲୋକଙ୍କୁ ଚାଲି ଚାଲି ଯାଇ ୫୦୦ ମିଟର ଭିତରୁ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଲୋକଙ୍କୁ ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଶନିବାର ଏବଂ ରବିବାର ଦିନ ପୂର୍ବପରି ସଟଡାଉନ ବଳବତ୍ତର ରହିବ।

କଣ ରହିବ ବନ୍ଦ

ଲକଡାଉନ ସମୟରେ ବସ ଚଳାଚଳକୁ ବାରଣ କରାଯାଇଛି। କେବଳ ମେଡ଼ିକାଲ ପାଇଁ ଯାତାୟାତ କରିହେବ। ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ, ଅଟୋ, ଟ୍ୟାକ୍ସି ଚଳାଚଳ, ସିନେମା ହଲ, ମାଳ, ମାରକେଟ କମ୍ପ୍ଲେକ୍ସ, ଜିମ୍, ଯାତ୍ରା, ଖୋଲା ମଞ୍ଚ, ସେଲୁନ, ପାର୍ଲର, ଧାର୍ମିକ କାର୍ଯ୍ଯକ୍ରମ, କ୍ରୀଡା, ରାଜନୈତିକ ସମାବେଶ ଆଦି କୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।

ହେଲେ ବିବାହ ଉତ୍ସବ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ଆବଶ୍ୟକ। ବିବାହରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ଥିବା ବେଳେ ଶୁଦ୍ଧିକାର୍ଯ୍ୟ ପାଇଁ ୨୦ ଜଣଙ୍କୁ ଅନୁମତି ରହିଛି।

କଣ ରହିବ ଖୋଲା:

ପରିବା, ଗ୍ରସେରୀ, କ୍ଷୀର ଦୋକାନ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ ଟା ରୁ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ। ପେଟ୍ରୋଲ ପମ୍ପ ଏବଂ ରନ୍ଧନ ଗ୍ୟାସ ଯୋଗାଣ ଚାଲୁ ରହିବ। ଗାଡି ମରାମତି ଦୋକାନ ଖୋଲା ରହିବ। ନିର୍ବାଚନ ସମ୍ପର୍କିତ ଲୋକଙ୍କୁ ଅନୁମତି ମିଳିବ। ଆର୍ଥିକ ବ୍ୟବସ୍ଥା, ଏଟିଏମ ଖୋଲା ରହିବ। ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦି ଡେଲିଭରି ବୟଙ୍କୁ ଯାତାୟାତ ପାଇଁ ଅନୁମତି ମିଳିବ। ଗଣମାଧ୍ୟମର କର୍ମଚାରୀଙ୍କୁ ଅନୁମତି ମିଳିବ।

Categories
ଆଜିର ଖବର ରାଜ୍ୟ ଖବର

ଲକଡାଉନ ସମୟରେ ଥାନାକୁ ଯିବାକୁ ମନା: ଫୋନ କଲେ ଘରକୁ ଆସି ଏତଲା ସଂଗ୍ରହ କରିବ ପୋଲିସ

ଭୁବନେଶ୍ବର: ଲକଡାଉନ ସମୟରେ କମିଶନରେଟ ପୋଲିସ ଭୁବନେଶ୍ଵର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି। ଏହି ସମୟରେ କୋଣସି ଅଭିଯୋଗ ଥିଲେ ଥାନାକୁ ନଯାଇ ଫୋନ ମାଧ୍ୟମରେ ଅଭିଯୋଗ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଲକଡଉନ ସମୟରେ ଚୋରୀ, ଡକାୟତି କିମ୍ବା ଅନ୍ୟ କିଛି ଅସୁବିଧା ହୋଇଥିଲେ ଫୋନ ମାଧ୍ୟମରେ ପୋଲିସକୁ ସୂଚନା ଦେବାପାଇଁ କୁହାଯାଇଛି।

୧୦୦ ନମ୍ବରରେ କିମ୍ବା ସମ୍ପୃକ୍ତ ଥାନା ଆଇଆଇସିଙ୍କୁ ଫୋନ କରି ଅଭିଯୋଗ ଜଣାଇବା ପାଇଁ ଲୋକଙ୍କୁ କୁହାଯାଇଛି। ଅଭିଯୋଗକାରୀଙ୍କ ସବିଶେଷ ତଥ୍ୟ ସଂଗ୍ରହ କରି ଘରେ ଏତଲା ସଂଗ୍ରହ କରିବ ପୋଲିସ। ଏବଂ ଏନେଇ ପୋଲିସ ତୁରନ୍ତ ଘରେ ପହଞ୍ଚି ଅଭିଯୋଗ ପତ୍ର ଗ୍ରହଣ କରିବା ସହ ତଦନ୍ତ ଆରମ୍ଭ କରିବ। ଏହାଦ୍ବାରା ତଦନ୍ତରେ କିଛି ଅବହେଳା କରାଯିବନି। ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକଡାଉନକୁ ଦେଖି ବାଣପୁରରେ ଦୋକାନୀଙ୍କ ମନମାନୀ: ଦୁଇଗୁଣା ଅଧିକା ଦରରେ ବିକୁଛନ୍ତି ପରିବା

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲକଡ଼ାଉନ କଟକଣା ଆରମ୍ଭ ହେଉଛି। ଏହି ସମୟରେ ରାସନ ଏବଂ ପରିବା ଦୋକାନ ସକାଳ ୬ ଟା ରୁ ୧୨ ଯାଏଁ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏପରିକି ଗତକାଲି ସ୍ୱତନ୍ତ ରିଲିଫ କମିଶନର ଜନସାଧାରଣଙ୍କୁ ଲକ ଡ଼ାଉନ ସମୟରେ ଭୟଭୀତ ନହେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି।

ତେବେ ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷ ପ୍ରଚୁର ପରିମାଣରେ ମହଜୁଦ ଥିବା ସରକାର କହୁଥୁବା ବେଳେ ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆଜିଠୁ ପରିବାର କଳାବଜାରୀ ଆରମ୍ଭ ହୋଇଯାଇଥିବାର ଅଭିଯୋଗ ହେଉଛି। ବିଶେଷ କରି ବାଣପୁର ଏନଏସିରେ ଆଳୁ କେଜି ୩୨ ଟଙ୍କାରେ ବିକ୍ରି ହେଉଥିବାର ଅଭିଯୋଗ ହେଉଛି।

ଏପରିକି କେତେ ଦୋକାନୀ କେବଳ ଆଳୁ ଦେବାକୁ ମନା କରୁଛନ୍ତି। ଅନ୍ୟ ପରିବା ନେଲେ ଆଳୁ ଦେବେ ବୋଲି ଗ୍ରାହକମାନଙ୍କୁ କିଛି ଦୋକାନୀ କହୁଥିବା ଅଭିଯୋଗ ହେଉଛି। ନଚେତ କେଜି ପିଛା ୩୨ ଟଙ୍କା ଦରରେ ଆଳୁ ନେବା ଲାଗି ଗ୍ରାହକମାନଙ୍କୁ କହୁଥିବା ଶୁଣିବାକୁ ମିଳିଛି।

ତେବେ କେତେକ ଅସାଧୁ ଦୋକାନୀଙ୍କ ଏଭଳି ମନମାନୀ ଯୋଗୁଁ କିଛି ଲୋକ ନାଚୁଣୀ ବଜାରରୁ ଆଳୁ କେଜି ୨୦ ଟଙ୍କା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। କୋଭିଡ଼ ସମୟରେ ଏପରି ଅଭିଯୋଗ ବାରମ୍ବାର ହେଉଥିଲେ ସୁଦ୍ଧା ଯୋଗାଣ ବିଭାଗର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ତେବେ ଏହି ଘଟଣାର ତଦନ୍ତ କରାଯାଇ ଯେଉଁ ଦୋକାନୀ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ  ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହାସହ ଅଭିଯୋଗ କରିବା ପାଇଁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ହେଲ୍ପଲାଇନ ନମ୍ବର  ଜାରି କରାଯାଉ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ନିକଟରେ ଦାବି ହୋଇଛି।

ଏନେଇ ଆମ ପ୍ରତିନିଧି ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ବାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏ ବିଷୟରେ ଅବଗତ ନଥିବା ପ୍ରକାଶ କରିବା ସହ ସ୍ଥାନୀୟ ଅଧିକାରୀଙ୍କୁ ଏହା ଉପରେ ତୁରନ୍ତ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସାରା ଦେଶରେ ଲକଡାଉନ ଲାଗୁ କରିବା ପାଇଁ କେନ୍ଦ୍ରକୁ ପରାମର୍ଶ ଦେଲେ ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶରେ କରୋନା ପରିସ୍ଥିତି ଯେପରି ହେବାରେ ଲାଗିଛି ଏଥିପାଇଁ କେବଳ ସଂପୂର୍ଣ୍ଣ ଲକଡାଉନର ଆବଶ୍ୟକତା ରହିଛି। ଏହା କହିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ପୂର୍ବରୁ କରୋନା ପରିଚାଳନା କରିବାରେ ବିଫଳ ହୋଇଛନ୍ତି। ଫଳରେ ପରିସ୍ଥିତି ଧିରେଧିରେ ଅଣଆୟତ ହେବାରେ ଲାଗିଛି। ସେଥିପାଇଁ ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଲକଡାଉନ ଏକମାତ୍ର ବିକଳ୍ପ ବୋଲି ରାହୁଳ କହିଛନ୍ତି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ଲକଡାଉନ ପାଇଁ ଭୟଭୀତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଲେ ସ୍ଵତନ୍ତ୍ର ରିଲିଫ କମିଶନର

ଭୁବନେଶ୍ବର: ରାଜ୍ୟରେ ମେ’ ୫ ତାରିଖ ଠାରୁ ଲକଡାଉନ କଟକଣା ଆରମ୍ଭ ହେଉଛି। ସେଥିପାଇଁ ଲୋକଙ୍କ ମଧ୍ୟରେ ଅନେକ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି। ଏହି ସମୟରେ ଘରର ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାରେ ଲୋକଙ୍କୁ ଅସୁବିଧା ହେବ ବୋଲି ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। ଲୋକେ ଭୟଭୀତ ହୋଇ ଆଜିଠାରୁ ବିଭିନ୍ନ ଦୋକାନ ବଜାରରେ ସାମଗ୍ରୀ କିଣିବା ପାଇଁ ଭିଡ କରୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ଆଜି ସାମ୍ବାଦିକ ସମ୍ମିଳନୀରେ ଲୋକେ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି।

ଏହି ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ କୌଣସି ଅସୁବିଧା ହେବନାହିଁ ବୋଲି ଏସଆରସି କହିଛନ୍ତି। ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ ଟା ରୁ ଦିନ ୧୨ ଟା ଯାଏଁ ଦୋକାନ ଖୋଲା ରହିବ। ଗ୍ରୋସେରୀ, ମାଛ, କ୍ଷୀର ଓ ଜରୁରୀ ସାମଗ୍ରୀ ଦୋକାନ ଏହି ସମୟରେ ଖୋଲା ରହିବ।

କିନ୍ତୁ ପୂର୍ବପରି ଶନିବାର ଏବଂ ରବିବାର ଦିନ ସଟଡାଉନ ଯୋଗୁଁ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ମହଜୁଦ ଅଛି। ତେଣୁ ଭୟଭୀତ ନ ହୋଇ ଅଯଥା ଭିଡ କରିବା ପାଇଁ ଲୋକଙ୍କୁ ଏସଆରସି ବାରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଲକଡାଉନ ସମୟରେ ଜାରି ରହିବ ଟୀକାକରଣ ଏବଂ ଟେଷ୍ଟିଂ

ଭୁବନେଶ୍ବର: ରାଜ୍ୟରେ ୧୪ ଦିନିଆ ଲକଡାଉନ ଲାଗୁ ହେବ ପରେ ଲୋକଙ୍କ ମଧ୍ୟରେ ଟୀକାକରଣ ଏବଂ ଟେଷ୍ଟିଂକୁ ନେଇ ପ୍ରଶ୍ନ ଉଠିଛି। ଏହି ସମୟରେ ଟୀକାକରଣ ଏବଂ ଟେଷ୍ଟିଂ ଚାଲିବ କି ନାହିଁ ଲୋକମାନେ ଦ୍ଵନ୍ଦ୍ଵରେ ପଡ଼ିଛନ୍ତି। କିନ୍ତୁ ଏହାକୁ ନେଇ ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଦେଇଛନ୍ତି। ଏହି କଟକଣା ସମୟରେ ଟୀକାକରଣ ଏବଂ ଟେଷ୍ଟିଂ ପାଇଁ ଯାଉଥିବା ଲୋକଙ୍କ ପାଇଁ କୌଣସି କଟକଣା ରହିବ ନାହିଁ। ପ୍ରମାଣପତ୍ର ଦେଖାଇ ଲୋକେ ଟୀକା କେନ୍ଦ୍ର କିମ୍ବା ଟେଷ୍ଟିଂ ସେଣ୍ଟରକୁ ଯାଇପାରିବେ।