ଆଜିଠାରୁ ସାରା ରାଜ୍ୟରେ ଲାଗୁ ହେଲା ଲକ ଡାଉନ, ଜାଣନ୍ତୁ କଣ ରହିବ ଖୋଲା ଆଉ ବନ୍ଦ

Published: May 5, 2021, 6:10 am IST

ଭୁବନେଶ୍ବର: ଆଜିଠାରୁ ସାରା ରାଜ୍ୟରେ ଲାଗୁ ହେଲା ଲକ ଡାଉନ। ଏହା ବୁଧବାର ସକାଳୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ଘୋଷଣା କରାଯାଇଛି। ତେବେ ଏହି ସମୟରେ ଜରୁରୀ ସେବା ପାଇଁ କୌଣସି କଟକଣା ନଥିବା ବେଳେ ଲୋକଙ୍କୁ ଚାଲି ଚାଲି ଯାଇ ୫୦୦ ମିଟର ଭିତରୁ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଲୋକଙ୍କୁ ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଶନିବାର ଏବଂ ରବିବାର ଦିନ ପୂର୍ବପରି ସଟଡାଉନ ବଳବତ୍ତର ରହିବ।

କଣ ରହିବ ବନ୍ଦ

ଲକଡାଉନ ସମୟରେ ବସ ଚଳାଚଳକୁ ବାରଣ କରାଯାଇଛି। କେବଳ ମେଡ଼ିକାଲ ପାଇଁ ଯାତାୟାତ କରିହେବ। ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ, ଅଟୋ, ଟ୍ୟାକ୍ସି ଚଳାଚଳ, ସିନେମା ହଲ, ମାଳ, ମାରକେଟ କମ୍ପ୍ଲେକ୍ସ, ଜିମ୍, ଯାତ୍ରା, ଖୋଲା ମଞ୍ଚ, ସେଲୁନ, ପାର୍ଲର, ଧାର୍ମିକ କାର୍ଯ୍ଯକ୍ରମ, କ୍ରୀଡା, ରାଜନୈତିକ ସମାବେଶ ଆଦି କୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।

ହେଲେ ବିବାହ ଉତ୍ସବ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ଆବଶ୍ୟକ। ବିବାହରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ଥିବା ବେଳେ ଶୁଦ୍ଧିକାର୍ଯ୍ୟ ପାଇଁ ୨୦ ଜଣଙ୍କୁ ଅନୁମତି ରହିଛି।

କଣ ରହିବ ଖୋଲା:

ପରିବା, ଗ୍ରସେରୀ, କ୍ଷୀର ଦୋକାନ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ ଟା ରୁ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ। ପେଟ୍ରୋଲ ପମ୍ପ ଏବଂ ରନ୍ଧନ ଗ୍ୟାସ ଯୋଗାଣ ଚାଲୁ ରହିବ। ଗାଡି ମରାମତି ଦୋକାନ ଖୋଲା ରହିବ। ନିର୍ବାଚନ ସମ୍ପର୍କିତ ଲୋକଙ୍କୁ ଅନୁମତି ମିଳିବ। ଆର୍ଥିକ ବ୍ୟବସ୍ଥା, ଏଟିଏମ ଖୋଲା ରହିବ। ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦି ଡେଲିଭରି ବୟଙ୍କୁ ଯାତାୟାତ ପାଇଁ ଅନୁମତି ମିଳିବ। ଗଣମାଧ୍ୟମର କର୍ମଚାରୀଙ୍କୁ ଅନୁମତି ମିଳିବ।

Related posts