ଡକାୟତି ଉଦ୍ୟମ ପଣ୍ଡ: ୫ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ

Published: Jun 7, 2021, 10:19 am IST

ଖୋର୍ଦ୍ଧା: ଲକଡାଉନ ସମୟରେ ଡକାୟତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖୋର୍ଦ୍ଧା ଅଞ୍ଚଳରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଡକାୟତୀ ଖବର ଶୁଣିବାକୁ ମିଳୁଛି। ସେପଟେ ଡକାୟତଙ୍କ ଉପରେ ପୋଲିସ କଡା ନଜର ରଖିଛି।

ଶନିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରେ ପାଞ୍ଚଜଣ ଡକାୟତ ମାରଣାସ୍ତ୍ର ସହ ଡକାୟତି ଯୋଜନା କରୁଥିବା ପୋଲିସ ବିଶ୍ୱସ୍ତସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ପାଞ୍ଚ ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଭୁଜାଲି, ଶାବଳ, ଲୁହା ରଡ଼ ଏବଂ ନଗଦ ୪ ହଜାର ଟଙ୍କା ଜବତ କରିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ଗୁରୁଜଙ୍ଗ ଅଂଚଳର ସୌମ୍ୟ ରଞ୍ଜନ ପଟ୍ଟନାୟକ, ସୁଦୀପ୍ତ ନାୟକ, ବଳଭଦ୍ର ବେହେରା ଏବଂ ଜଟଣୀ ଅଂଚଳର ଏସକେ ଜମୁରୁଦ୍ଦିନ ଓ ଫିରୋଜ ଖାନ ବୋଲି ପୋଲିସ ସୂଚନା ଦେଇଛି।

ତେବେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ୨୨୪/୨୧ ରେ ମାମଲା ରୁଜୁକରି କୋର୍ଟଚାଲାଣ କରିଛି। ସେହିପରି ସୌମ୍ୟ ଏବଂ ବଳଭଦ୍ରଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବାର ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Related posts