Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୨ କୁଖ୍ୟାତ ଡକାୟତଙ୍କୁ ବାନ୍ଧିଲା ପୁରୀ ପୋଲିସ

ପୁରୀ: ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ଅଗଷ୍ଟ ମାସରେ ପୁରୀ ଟାଉନର ବିଭିନ୍ନ ଥାନା ଅଞ୍ଚଳରୁ ୫୦ ରୁ ଊର୍ଦ୍ଧ୍ଵ ଅପରାଧୀମାନଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ୧୨ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି।

ପୁରୀ ଟାଉନ ଥାନା, ସମୁଦ୍ରକୂଳ ଥାନା ଏବଂ ବାସେଳୀ ସାହି ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ୧୨ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି। ଉକ୍ତ ଅପରାଧୀ ମାନେ ଡକାୟତି ଯୋଜନା ପାଇଁ ଏକାଠି ହୋଇଥିବା ବେଳେ ପୋଲିସ ସେମାନଙ୍କୁ ମାଡିବସିଥିଲା। ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ କରିଛି ପୋଲିସ।

ତେବେ ଉକ୍ତ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପୋଲିସ କହିଛି।

Categories
ଅପରାଧ ଆଜିର ଖବର ମନୋରଂଜନ

ବଡ଼ ଡକାୟତ ଯୋଜନାକୁ ପଣ୍ଡ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ: ଧରା ପଡିଲେ ୭ କୁଖ୍ୟାତ ଡକାୟତ

ଖୋର୍ଦ୍ଧା: ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଛି। ପୋଲିସ ହାତରେ ୭ କୁଖ୍ୟାତ ଡକାୟତ ଧରା ପଡିଛନ୍ତି। ଆଜି ସକାଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ମେଣ୍ଢାଶାଳ ପଡ଼ିଆ ନିକଟସ୍ଥ ଏକ ପରିତ୍ୟକ୍ତ ଅବସ୍ଥାରେ ଥିବା ଭଙ୍ଗା ଘର ମଧ୍ୟରେ କେତେଜଣ ଦୁର୍ବୁତ୍ତ ଡକାୟତି ଯୋଜନା କରୁଥିବାର ସୂଚନା କୌଣସିମତେ ପୋଲିସ ଜାଣିବାକୁ ପାଇଥିଲା।

ଖୋର୍ଦ୍ଧା ଏସପି ଓ ଏସଡ଼ିପିଓଙ୍କ ତତ୍ୱାବଧାନ ଏବଂ ଟାଉନ ଥାନା ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ଦିଗବିଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ପୋଲିସ ୭ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜୁରୀ ଅଞ୍ଚଳର ଶେଖ ଇବାଦୁଲ୍ଲା, ଶେଖ ଯୁସୁଫ, ଟାଉନ ଥାନା ଅନ୍ତର୍ଗତ ଜେମାଦେଇ ଅଞ୍ଚଳର ମଇନା ବେହେରା, ସନ୍ତୋଷ ସାହୁ, ଦିପୁ ପରିଡା, ଭାଲିଆବାଡ଼ି ଅଞ୍ଚଳର ବିପିନ ବେହେରା ଏବଂ ଚନ୍ଦକା ଥାନା ଅନ୍ତର୍ଗତ ହରିଡ଼ାମଡ଼ ଅଞ୍ଚଳର ଲକ୍ଷ୍ମୀଧର ବେହେରା।

ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ପୋଲିସ ଥାନାରେ ଚୋରି, ଡକାୟତି, ରାହାଜାନି ଭଳି ଏକାଧିକ ଅପରାଧିକ ମାମଲା ଥିବାର ପୋଲିସ କହିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଶେଖ ଇବାଦୁଲ୍ଲା ଏବଂ ଶେଖ ଯୁସୁଫ ପୂର୍ବରୁ ଗଡ଼ଖୋର୍ଦ୍ଧାରେ ଥିବା ଜଗନ୍ନାଥ ମନ୍ଦିରରୁ ଏବଂ ବାଟମଙ୍ଗଳା ଛକରେ ଥିବା ଏକ ପାନଦୋକାନରୁ ଚୋରି ଘଟଣାରେ ସାମିଲ ଥିବାର ପୋଲିସ ଜାଣିବାକୁ ପାଇଛି।

ଏ ସଂକ୍ରାନ୍ତରେ ଉକ୍ତ ଦୁଇ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଏକ ଚୋରା ହୁଣ୍ଡୀ ବାକ୍ସ, ବିସ୍କୁଟ, ସିଗାରେଟ, ସାନିଟାଇଜର, ଫେନୋଲ, ଟୁଥପେଷ୍ଟ ଆଦି ଜବତ କରିଛି। ତେବେ ସମସ୍ତ ସାତ ଜଣ ଡକାୟତଙ୍କ ନିକଟରୁ ଘଟଣାସ୍ଥଳରୁ ପୋଲିସ ଗୋଟାଏ ଖଣ୍ଡା, ଗୋଟେ ଫାର୍ଷା, ତିନି ଗୋଟି ଲୁହା ରଡ଼, ଚାରି ଗୋଟି ଟର୍ଚ୍ଚ ଲାଇଟ, ଦୁଇଟି ବାଇକ, ଗୋଟେ ହାତତିଆରି ନକ୍ସା ଏବଂ ଦୁଇ ଗୋଟି ମାଂସ କାଟିବା କାତି ଜବତ କରିଛି। ଉକ୍ତ ଚଢ଼ାଉରେ ଏସଆଇ ବିଜୟ କେତନ ବେହରା, ଏଏସଆଇ ଶରତ ଚନ୍ଦ୍ର ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ଟାଉନ ଥାନାରେ କେସ ନମ୍ବର ୨୩୯/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡକାୟତି ଉଦ୍ୟମ ପଣ୍ଡ: ୫ କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ

ଖୋର୍ଦ୍ଧା: ଲକଡାଉନ ସମୟରେ ଡକାୟତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖୋର୍ଦ୍ଧା ଅଞ୍ଚଳରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଡକାୟତୀ ଖବର ଶୁଣିବାକୁ ମିଳୁଛି। ସେପଟେ ଡକାୟତଙ୍କ ଉପରେ ପୋଲିସ କଡା ନଜର ରଖିଛି।

ଶନିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରେ ପାଞ୍ଚଜଣ ଡକାୟତ ମାରଣାସ୍ତ୍ର ସହ ଡକାୟତି ଯୋଜନା କରୁଥିବା ପୋଲିସ ବିଶ୍ୱସ୍ତସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ପାଞ୍ଚ ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଭୁଜାଲି, ଶାବଳ, ଲୁହା ରଡ଼ ଏବଂ ନଗଦ ୪ ହଜାର ଟଙ୍କା ଜବତ କରିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ଗୁରୁଜଙ୍ଗ ଅଂଚଳର ସୌମ୍ୟ ରଞ୍ଜନ ପଟ୍ଟନାୟକ, ସୁଦୀପ୍ତ ନାୟକ, ବଳଭଦ୍ର ବେହେରା ଏବଂ ଜଟଣୀ ଅଂଚଳର ଏସକେ ଜମୁରୁଦ୍ଦିନ ଓ ଫିରୋଜ ଖାନ ବୋଲି ପୋଲିସ ସୂଚନା ଦେଇଛି।

ତେବେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ୨୨୪/୨୧ ରେ ମାମଲା ରୁଜୁକରି କୋର୍ଟଚାଲାଣ କରିଛି। ସେହିପରି ସୌମ୍ୟ ଏବଂ ବଳଭଦ୍ରଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବାର ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।