ପୁଣି ଏହି ରାଜ୍ୟରେ ବଢିଲା ଲକଡାଉନ ଅବଧି: ଜୁନ ୭ ପର୍ଯ୍ୟନ୍ତ ରହିବ କଟକଣା

Published: May 30, 2021, 1:44 pm IST

ନୂଆଦିଲ୍ଲୀ: କରୋନା ଗ୍ରାଫ ଏବେ ତଳ ମୁହାଁ ହୋଇଥିଲେ ମଧ୍ୟ ଦେଶରେ ବିପଦ ଏଯାଏଁ ଟଳିନି। ଦେଶରେ ଏବେ ଦେଢ ଲକ୍ଷରୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି। କେଉଁଠି ଲକଡାଉନକୁ କୋହଳ କରାଯାଉଥିବା ବେଳେ କେଉଁଠି କଟକଣାକୁ କଡାକଡି କରାଯାଉଛି।

ଏହି ପ୍ରରିପ୍ରେକ୍ଷୀରେ ହରିୟଣା ସରକାର ମଧ୍ୟ ଲକଡାଉନ କଟକଣାକୁ ବୃଦ୍ଧି କରିଛି। ଜୁନ ୭ ତାରିଖ ପର୍ଯ୍ୟନ୍ତ ଲକଡାଉନ କଟକଣାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି। ଏହା ସହିତ ସକାଳ ୯ ଟାରୁ ଅପରାହ୍ନ ୩ ଟା ଯାଏଁ ଦୋକାନ ଖୋଲା ରହିବା ପାଇଁ କହିଛନ୍ତି। ଅଡ-ଇଭନ ଫର୍ମୁଲାରେ ଦୋକାନ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ହେଲେ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଶିକ୍ଷା ସଂସ୍ଥା ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଖଟ୍ଟର ନିର୍ଦ୍ଦେଶ ଦେଇଛନ୍ତି। ଏହା ଭିତରେ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ। ରାତି ୧୦ ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବା ନେଇ ମୁଖ୍ୟମନ୍ତ୍ରୀ ମନୋହର ଘୋଷଣା କରିଛନ୍ତି।

Related posts