Categories
ଆଜିର ଖବର ରାଜ୍ୟ ଖବର

ଉପର ମୁହାଁ କରୋନା ଗ୍ରାଫ: ଭୁବନେଶ୍ବରରେ ଆଜିଠାରୁ କଡାକଡି ହେବ କୋଭିଡ କଟକଣା

ଭୁବନେଶ୍ୱର: ପୁଣିଥରେ ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ଆଜି ରାଜ୍ୟରେ ୫୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧାରୁ ୨୧୯ ଜଣ ପଜିଟିଭ ହୋଇଛନ୍ତି। ତେବେ ଖୋର୍ଦ୍ଧାରେ ଦ୍ରୁତ ସଂକ୍ରମଣକୁ ଦେଖି ଭୁବନେଶ୍ଵର ମହାନଗର ନିଗମ ତତ୍ପରତା ଦେଖାଇଛି। ତେଣୁ ବିଏମସି ପକ୍ଷରୁ କରୋନା କଟକଣାକୁ ପୁଣିଥରେ କଡାକଡି କରିବାକୁ ଆଗେଇ ଆସିଛି।

ଏହିପ୍ରରିପ୍ରେକ୍ଷୀରେ ଆଜିଠାରୁ ରାଜଧାନୀରେ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ନେଇଛି। ଭୁବନେଶ୍ୱରରେ ସମସ୍ତ ସପିଂମଲ୍ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଶତ ପ୍ରତିଶତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ପ୍ରତି ବ୍ୟାବସାୟିକ ପ୍ରତିଷ୍ଠାନରେ କୋଭିଡ ମନିଟରିଂ ଅଧିକାରୀ ରହିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଟ, ବଜାର, ସପିଂ ମଲ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଭିଡ ନକରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ତଳ ମୁହାଁ କରୋନା ଗ୍ରାଫ, କୋରୋନଜନିତ ମୃତ୍ୟୁ ସଂଖ୍ୟା ୨୦୬

ନୂଆଦିଲ୍ଲୀ: ଦେଶରେ ଗତକାଲି ୧୯ ହଜାର ୯୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୬ ହଜାର ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୬୭୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୨୦୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୮ ଲକ୍ଷ ୩୮ ହଜାର ୫୨୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୨ ହଜାର ୧୦୯ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟାରେ ୩୭ ହଜାର ୯୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୧ ଲକ୍ଷ ୨୪ ହଜାର ୨୮୪ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨ ଲକ୍ଷ ୨ ହଜାରକୁ ୧୩୧ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ପୁଣି ତଳ ମୁହାଁ କରୋନା ଗ୍ରାଫ, ଗତକାଲି ଠାରୁ ଆଜି କମ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୭ ହଜାର ୪୨୬ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫ ହଜାର ୯୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୭୩୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ ହଜାର ୪୧୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨ ହଜାର ୪୮୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୯୩

ବାଲେଶ୍ଵର ଜିଲ୍ଲାରୁ- ୩୦୦

ବରଗଡ ଜିଲ୍ଲାରୁ- ୧୦୨

ଭଦ୍ରକ ଜିଲ୍ଲାରୁ- ୯୬

ବଲାଙ୍ଗୀରି ଜିଲ୍ଲାରୁ- ୧୮୪

ବୌଦ୍ଧ ଜିଲ୍ଲାରୁ- ୭୮

କଟକ ଜିଲ୍ଲାରୁ – ୪୦୨

ଦେବଗଡ ଜିଲ୍ଲାରୁ- ୮୯

ଢେଙ୍କାନାଳ ଜିଲ୍ଲାରୁ- ୭୩

ଗଞ୍ଜାମ ଜିଲ୍ଲାରୁ- ୯୫

ଜଗତସିଂହପୁର ଜିଲ୍ଲାରୁ- ୮୨

ଯାଜପୁର ଜିଲ୍ଲାରୁ- ୧୯୧

ଝାରସୁଗୁଡା ଜିଲ୍ଲାରୁ- ୬୩

କଳାହାଣ୍ଡି ଜିଲ୍ଲାରୁ- ୧୬୮

କନ୍ଧମାଳ ଜିଲ୍ଲାରୁ- ୮୬

କେନ୍ଦ୍ରାପଡା ଜିଲ୍ଲାରୁ- ୧୪୪

କେନ୍ଦୁଝର ଜିଲ୍ଲାରୁ- ୧୨୮

ଖୋର୍ଦ୍ଧା ଜିଲ୍ଲାରୁ- ୧୪୩୦

କୋରାପୁଟ ଜିଲ୍ଲାରୁ- ୬୪

ମାଲକାନଗିରି ଜିଲ୍ଲାରୁ- ୫୫

ମୟୂରଭଞ୍ଜ ଜିଲ୍ଲାରୁ- ୧୪୯

ନବରଙ୍ଗପୁର ଜିଲ୍ଲାରୁ- ୧୧୩

ନୟାଗଡ ଜିଲ୍ଲାରୁ- ୧୮୦

ନୂଆପଡା ଜିଲ୍ଲାରୁ- ୧୮୯

ପୁରୀ ଜିଲ୍ଲାରୁ- ୧୧୭

ରାୟଗଡା ଜିଲ୍ଲାରୁ- ୧୦୧

ସମ୍ବଲପୁର ଜିଲ୍ଲାରୁ- ୧୩୮

ସୋନପୁର ଜିଲ୍ଲାରୁ- ୮୬

ସୁନ୍ଦରଗଡ ଜିଲ୍ଲାରୁ- ୫୪୫

ଷ୍ଟେଟ ପୁଲରୁ- ୨୯୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୧ ହଜାର ୧୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୨ ହଜାର ୨୩୯ ଏବଂ ବର୍ତ୍ତମାନ ୭୦ ହଜାର ୩୨୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୧୦ ହଜାର ୪୮୯ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୧ ହଜାର ୬୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯୯୧ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୭୨୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪ ହଜାର ୮୭୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୮୫

ବାଲେଶ୍ଵର ଜିଲ୍ଲାରୁ- ୩୦୫

ବରଗଡ ଜିଲ୍ଲାରୁ- ୧୪୫

ଭଦ୍ରକ ଜିଲ୍ଲାରୁ- ୧୫୩

ବଲାଙ୍ଗୀରି ଜିଲ୍ଲାରୁ- ୨୨୯

ବୌଦ୍ଧ ଜିଲ୍ଲାରୁ- ୭୮

କଟକ ଜିଲ୍ଲାରୁ – ୮୯୮

ଦେବଗଡ ଜିଲ୍ଲାରୁ- ୭୫

ଢେଙ୍କାନାଳ ଜିଲ୍ଲାରୁ- ୭୧

ଗଜପତି ଜିଲ୍ଲାରୁ- ୮୭

ଗଞ୍ଜାମ ଜିଲ୍ଲାରୁ- ୯୩

ଜଗତସିଂହପୁର ଜିଲ୍ଲାରୁ- ୧୩୪

ଯାଜପୁର ଜିଲ୍ଲାରୁ- ୨୩୧

ଝାରସୁଗୁଡା ଜିଲ୍ଲାରୁ- ୨୧୯

କଳାହାଣ୍ଡି ଜିଲ୍ଲାରୁ- ୧୦୩

କନ୍ଧମାଳ ଜିଲ୍ଲାରୁ- ୮୦

କେନ୍ଦ୍ରାପଡା ଜିଲ୍ଲାରୁ- ୧୧୯

କେନ୍ଦୁଝର ଜିଲ୍ଲାରୁ- ୧୨୧

ଖୋର୍ଦ୍ଧା ଜିଲ୍ଲାରୁ- ୪୩୪୭

କୋରାପୁଟ ଜିଲ୍ଲାରୁ- ୧୬୮

ମାଲକାନଗିରି ଜିଲ୍ଲାରୁ- ୮୫

ମୟୂରଭଞ୍ଜ ଜିଲ୍ଲାରୁ- ୧୭୪

ନବରଙ୍ଗପୁର ଜିଲ୍ଲାରୁ- ୧୪୯

ନୟାଗଡ ଜିଲ୍ଲାରୁ- ୨୦୬

ନୂଆପଡା ଜିଲ୍ଲାରୁ- ୧୬୬

ପୁରୀ ଜିଲ୍ଲାରୁ- ୧୫୭

ରାୟଗଡା ଜିଲ୍ଲାରୁ- ୨୨୯

ସମ୍ବଲପୁର ଜିଲ୍ଲାରୁ- ୩୯୦

ସୋନପୁର ଜିଲ୍ଲାରୁ- ୧୬୩

ସୁନ୍ଦରଗଡ ଜିଲ୍ଲାରୁ- ୧୨୧୯

ଷ୍ଟେଟ ପୁଲରୁ- ୮୭୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୬୭ ହଜାର ୯୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୩ ହଜାର ୭୭୭ ଏବଂ ବର୍ତ୍ତମାନ ୮୪ ହଜାର ୭୭୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୁଣି ଏହି ରାଜ୍ୟରେ ବଢିଲା ଲକଡାଉନ ଅବଧି: ଜୁନ ୭ ପର୍ଯ୍ୟନ୍ତ ରହିବ କଟକଣା

ନୂଆଦିଲ୍ଲୀ: କରୋନା ଗ୍ରାଫ ଏବେ ତଳ ମୁହାଁ ହୋଇଥିଲେ ମଧ୍ୟ ଦେଶରେ ବିପଦ ଏଯାଏଁ ଟଳିନି। ଦେଶରେ ଏବେ ଦେଢ ଲକ୍ଷରୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି। କେଉଁଠି ଲକଡାଉନକୁ କୋହଳ କରାଯାଉଥିବା ବେଳେ କେଉଁଠି କଟକଣାକୁ କଡାକଡି କରାଯାଉଛି।

ଏହି ପ୍ରରିପ୍ରେକ୍ଷୀରେ ହରିୟଣା ସରକାର ମଧ୍ୟ ଲକଡାଉନ କଟକଣାକୁ ବୃଦ୍ଧି କରିଛି। ଜୁନ ୭ ତାରିଖ ପର୍ଯ୍ୟନ୍ତ ଲକଡାଉନ କଟକଣାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି। ଏହା ସହିତ ସକାଳ ୯ ଟାରୁ ଅପରାହ୍ନ ୩ ଟା ଯାଏଁ ଦୋକାନ ଖୋଲା ରହିବା ପାଇଁ କହିଛନ୍ତି। ଅଡ-ଇଭନ ଫର୍ମୁଲାରେ ଦୋକାନ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ହେଲେ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଶିକ୍ଷା ସଂସ୍ଥା ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଖଟ୍ଟର ନିର୍ଦ୍ଦେଶ ଦେଇଛନ୍ତି। ଏହା ଭିତରେ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ। ରାତି ୧୦ ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବା ନେଇ ମୁଖ୍ୟମନ୍ତ୍ରୀ ମନୋହର ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ ୧ ରେ ଉତ୍କଳ ଦିବସ: କଟକଣା ଭିତରେ ପାଳନ ଲାଗି ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟର କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ଦୁଇ ଦିନରେ ୪୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଧାର୍ମିକ କାର୍ଯ୍ୟକ୍ରମ ଉପରେ ରାଜ୍ୟ ସରକାର କଟକଣା ଲଗାଇଥିବା ବେଳେ ଏପ୍ରିଲ୧ ତାରିଖରେ ଉତ୍କଳ ଦିବସ ପାଇଁ କଟକଣା ଲାଗିଛି। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି।

୧- ଉତ୍କଳ ଦିବସ ପାଇଁ ଜନସମାବେଶ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି।

୨- ଉତ୍କଳ ଦିବସ ଉପଲକ୍ଷେ ସରକାରୀ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି। କୋଭିଡ଼ ନିୟମ ଅନୁଯାୟୀ ସାମାଜିକ ଦୁରତ୍ଵ, ମାସ୍କ ପରିଧାନ, ସାନିଟାଇଜର ବ୍ୟବାହାର କରିବା ନିତ୍ୟାନ୍ତ ଜରୁରୀ। ଏହାସହିତ ଅନ୍ୟ କୌଣସି କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗିଛି।

୩- ଉତ୍କଳ ଦିବସ ପାଳନ ଲାଗି ଯଦି କୌଣସି ସଂଗଠନ କିମ୍ବା ଘରୋଇ ସଂସ୍ଥା ଇଚ୍ଛା ପ୍ରକାଶ କରନ୍ତି, ତେବେ ସ୍ଥାନୀୟ ପ୍ରଶାସନ, ଜିଲ୍ଲାପାଳ ଏବଂ କମିଶନରଙ୍କ ଠାରୁ ଅନୁମତି ଆଣିବା ଆବଶ୍ୟକ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ରାଜ୍ୟର ଏହି ଜିଲ୍ଲାରେ ଲାଗିଲା ରାତ୍ରିକାଳୀନ କର୍ଫ୍ୟୁ: ସନ୍ଧ୍ୟା ୮ ଟାରୁ ସକାଳ ୬ ଟା ଯାଏଁ କଟକଣା

ଭୁବନେଶ୍ଵର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ସଂକ୍ରମଣ ବଢିବା ଯୋଗୁଁ ପ୍ରଶାସନ ଧୀରେ ଧୀରେ ତତ୍ପରତା ଦେଖାଉଛି। କଟକଣା ଲଗାଇ ସଂକ୍ରମଣକୁ ରୋକିବା ପାଇଁ ପୁଣିଥରେ ପ୍ରଶାସନ ପ୍ରୟାସ ଆରମ୍ଭ କରିଦେଇଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଏହା ଉପରେ କଡା ନଜର ରଖୁଛି।

ପୂର୍ବରୁ ମାଲକାନାଗିରି ଜିଲ୍ଲାରେ ସଂକ୍ରମଣ ବଢିବା ଆଶଙ୍କାରେ ଜିଲ୍ଲାପାଳ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିବା ପାଇଁ ଘୋଷଣା କରାଯାଇଛି। ଆସନ୍ତାକାଲିଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ସନ୍ଧ୍ୟା ୮ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କଟକଣା ଲାଗିବ। ଏହି ସମୟରେ କୌଣସି ଜରୁରୀ କାମ ନଥିଲେ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି।

ଜିଲ୍ଲାପାଳ ରାତ୍ରୀକାଳୀନ କର୍ଫ୍ୟୁ ସହ ଆଉ କିଛି କଟକଣା ଲଗାଇଛନ୍ତି। ଘରୋଇ କିମ୍ବା ସର୍ବସାଧାରଣ ସ୍ଥାନରେ ୫ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଏକାଠି ହେବା ପାଇଁ ମନା କରାଯାଇଛି। ଜରୁରୀ ନଥିବା ସେମିନାର, ୱାର୍କସପ, କନଫରେନ୍ସ, ଧାର୍ମିକ କାର୍ଯ୍ଯକ୍ରମ, ବାହାଘର ବରଯାତ୍ରୀ, ରିସେପ୍ସନ, ଅପେରା ଆଦିକୁ ବାତିଲ କରିବାକୁ ନିର୍ଦ୍ଦେଶ ହୋଇଛି।

ସେହିପରି ରାଜନୈତିକ ଶୋଭାଯାତ୍ରା, ଆନ୍ଦୋଳନ ଉପରେ ରୋକ ଲଗାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସରକାରୀ କାର୍ଯ୍ୟାଳୟରେ କରୋନା କଟକଣା: ନିର୍ଦ୍ଦେଶନାମା ଜାରି କଲା ସାଧାରଣ ପ୍ରଶାସନ

ଭୁବନେଶ୍ଵର: ଦେଶରେ ପୁଣିଥରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ଅନେକ ରାଜ୍ୟରେ ମଧ୍ୟ ଲକ ଡ଼ାଉନ, ରାତ୍ରୀକାଳୀନ କର୍ଫ୍ଯୁ ଆରମ୍ଭ ହୋଇଯାଇଛି। କରୋନା ସ୍ଥିତିକୁ ନେଇ ସରକାରୀ ଅଫିସରେ ସତର୍କ ରହିବାକୁ ନିର୍ଦ୍ଦେଶ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ କାର୍ଯ୍ୟାଳୟ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ନିର୍ଦ୍ଦେଶନାମା ଅନୁଯାୟୀ, କାର୍ଯ୍ୟାଳୟରେ ଭର୍ଚୁଆଲ ମାଧ୍ୟମରେ ବୈଠକ କରିବାକୁ ପ୍ରାଥମିକତା ଦିଆଯାଇଛି। କାର୍ଯ୍ୟାଳୟ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। କାର୍ଯ୍ୟାଳୟ ଭିତରେ କର୍ମଚାରୀଙ୍କ ମଧ୍ୟରେ ୨ ମିଟର ଦୂରତା ରହିବ ବୋଲି କୁହାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ନିର୍ବାଚନମଣ୍ଡଳୀରେ ପୁଣି ବଢୁଛି କରୋନା ଗ୍ରାଫ: ଏହି ସବୁ ଗ୍ରାମ ହେଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ବର୍ତ୍ତମାନ ତାର କରାଳ ରୂପ ଖୋର୍ଦ୍ଧା ଜିଲ୍ଲାରେ ଦେଖାଉଛି। ବିଶେଷ କରି ଚିଲିକା ନିର୍ବାଚନମଣ୍ଡଳୀରେ କିଛିଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାବେଳେ ଏବେ ପୁଣି ଏହା ବଢ଼ିବାରେ ଲାଗିଛି। ଯାହା ବର୍ତ୍ତମାନ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଅପରପକ୍ଷେ କରୋନାରେ ମୃତକଙ୍କ ସଂଖ୍ୟା ମଧ୍ୟ ଚିଲିକା ନିର୍ବାଚନମଣ୍ଡଳୀରେ ବଢିଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଚିଲିକା ନିର୍ବାଚନମଣ୍ଡଳୀର ଏକାଧିକ ଗାଁ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ଚିଲିକା ବ୍ଲକ

ହରିପୁର ଗ୍ରାମ ପଞ୍ଚାୟତର ବଳିଆ ଗ୍ରାମ, ଚଣ୍ଡେଶ୍ୱର ଗ୍ରାମ ପଞ୍ଚାୟତର ଚଣ୍ଡେଶ୍ୱର(କଜଳେଈ ସାହି ) ଏବଂ ବିରିବାଡି ଗ୍ରାମ ପଞ୍ଚାୟତର ଛକଡ଼ିପୁର(ପୁରୁଣା ସାହି ) କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୦୨ .୧୦.୨୦ ଠାରୁ ତା୧୨.୧୦.୨୦ ଯାଏଁ ଯାଏଁ କଟକଣା ଜାରି ରହିବ।

ବାଣପୁର ବ୍ଲକ

ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବଡ଼ସିରେଇପୁର ଏବଂ ହଳନ୍ଦା ଗ୍ରାମ, ଭେଟେଶ୍ୱର ଗ୍ରାମ ପଞ୍ଚାୟତର ଭେଟେଶ୍ୱର ଏବଂ ଭାପୁର ଗ୍ରାମ, ନାଚୁଣୀ ଗ୍ରାମ ପଞ୍ଚାୟତର ନାଚୁଣୀ ଏବଂ ବଡ଼ପଦର ଗ୍ରାମ, ନନ୍ଦପୁର ଗ୍ରାମ ପଞ୍ଚାୟତର ନନ୍ଦପୁର, ଭେସରି ଏବଂ ଦୋଳମୁଣ୍ଡାଇ ଗ୍ରାମ, ଭବାନୀପୁର ଗ୍ରାମ ପଞ୍ଚାୟତର ଭବାନୀପୁର ଗ୍ରାମ, ଏବଂ କୁମାରାଙ୍ଗ ଗ୍ରାମ ପଞ୍ଚାୟତର ଚମ୍ପାଦେଇପୁର ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୦୨.୧୦.୨୦ ଠାରୁ ୦୯.୧୦.୨୦ ଯାଏଁ କଟକଣା ଜାରି ରହିବ।