ଲକଡାଉନରେ ନକଲି ପରିଚୟ ପତ୍ର ବିକ୍ରି କରୁଥିବା ଯୁବକକୁ ଗିରଫ କଲା ପୋଲିସ

Published: May 18, 2021, 2:43 pm IST

ଭୁବନେଶ୍ବର: ସମଗ୍ର ବିଶ୍ଵକୁ କରୋନା ମହାମାରୀ କବଳିତ କରିଛି। ଏହି ସମୟରେ ଅନେକ ଲୋକଙ୍କ ଜୀବନ ଚାଲିଯାଉଥିବା ବେଳେ ଅନେକ ଲୋକ ରୋଜଗାର ହରାଇବସିଛନ୍ତି।

କିନ୍ତୁ ଏହି ସମୟରେ କିଛି ଲୋକ ଅସାମାଜିକ କାର୍ଯ୍ୟ କରିବାରେ ଲାଗି ପଡିଛନ୍ତି। ରାଜ୍ୟରେ ଲକଡାଉନ କଟକଣାର ସୁଯୋଗ ନେଇ କିଛି ଲୋକ ଆଇନ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। କଟକଣା ସମୟରେ ଅତି ଜରିରୀ ନଥିଲେ ଘରୁ ବାହାରିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି। ହେଲ ଏହି କଟକଣାକୁ ନମାନି କେତେଜଣ ଅମାନିଆ ନକଲି ପରିଚୟ ପତ୍ର ଧରି ଘୂରିବୁଲୁଛନ୍ତି।

ତେବେ କିଛି ଯୁବକ ଆଇନ ଆଖିରେ ଧୁଳି ଫିଙ୍ଗି ଏହାର ଫାଇଦା ଉଠାଇବାରେ ଲାଗିପଡିଛନ୍ତି। ସେମାନେ ମିଥ୍ୟା ପରିଚୟ ପତ୍ର ତିଆରି କରି ପ୍ରତି ପରିଚୟ ପତ୍ର ପିଛା ୨୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଲୋକଙ୍କ ଠାରୁ ନେଉଛନ୍ତି।

ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରରେ ଦେଖବାକୁ ମିଳିଛି। ଜଣେ ଯୁବକ ବିଭିନ୍ନ କମ୍ପାନୀର ଲୋଗୋ ସଂଗ୍ରହ କରି ଲୋକଙ୍କୁ ନକଲି ପରିଚୟ ପତ୍ର ବିକ୍ରି କରିବା ପରେ ପୋଲିସ ହାତରେ ଧାରା ପଡିଛି। ଚନ୍ଦ୍ରଶେଖରପୁର ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଯୁବକଜଣଙ୍କୁ ଗିରଫ କରିଛି।

Related posts