Categories
ଆଜିର ଖବର ଜାତୀୟ ଖବର

ବନ୍ଦର ଜାହାଜ ଚଳାଚଳ ମନ୍ତ୍ରୀଙ୍କ ଦୁଇ ଦିନିଆ ଓଡିଶା ଗସ୍ତ, ପାରାଦ୍ବୀପ ବନ୍ଦରରେ ସମୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ଏବଂ ଆୟୁଶ ମନ୍ତ୍ରୀ ସର୍ବାନନ୍ଦା ସୋନୋୱାଲ ଆସନ୍ତାକାଲିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତାକାଲି ଭୁବନେଶ୍ବରରେ ପହଁଚି ପାରାଦ୍ବୀପ ଯିବେ।

ସେଠାରେ ପାରାଦ୍ବୀପ ବନ୍ଦରର କେତେକ ନୂଆ ପ୍ରକଳ୍ପର ଉଦଘାଟନ କରିବେ। ସେହିପରି ଆଉ କିଛି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏହାପରେ ମନ୍ତ୍ରୀ ପାରାଦ୍ବୀପ ବନ୍ଦରର ପରିଦର୍ଶନ ସହିତ ସମୀକ୍ଷା ବୈଠକରେ ଯୋଗଦେବେ ବୋଲି ଜଣାପଡିଛି।