Categories
ଆଜିର ଖବର ରାଜ୍ୟ ଖବର

ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଘରକୁ ଘର ବୁଲି ସର୍ବେକ୍ଷଣ

ଭୁବନେଶ୍ୱର: ଆସନ୍ତାବର୍ଷ ହେବାକୁ ଥିବା ‘ସାଧାରଣ ନିର୍ବାଚନ-୨୦୨୪’କୁ ଆଖି ଆଗରେ ରଖି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ୩୭୬୦୬ ଜଣ ବୁଥ୍‌ସ୍ତରୀୟ ଅଧିକାରୀମାନେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଘରକୁ ଘର ବୁଲି ନିର୍ଭୁଲ ତଥ୍ୟ ସଂଗ୍ରହ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି।

ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଥିବା ୧୪୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍‌ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ଭୋଟର ତାଲିକାରେ ଥିବା ତଥ୍ୟଗୁଡ଼ିକର ତନଖି କରିବା ସହ ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ବ୍ୟକ୍ତିଙ୍କ ନାମ ଯୋଗ କରିବା, ନୂତନ ଭୋଟର ଯେଉଁମାନଙ୍କ ବୟସ ତା. ୦୧/୧୦/୨୦୨୪ ସୁଦ୍ଧା ୧୮ ବର୍ଷ ପୂର୍ଣ୍ଣ ହେଉଥିବ ସେମାନଙ୍କୁ ତାଲିକାଭୁକ୍ତ କରାଇବା, ସବୁଦିନ ପାଇଁ ନିର୍ବାଚନ ମଣ୍ଡଳୀରୁ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିବା ଭୋଟର ଏବଂ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦ ଦେବା ସହ ସବୁଦୃଷ୍ଟିରୁ ତ୍ରୁଟିଶୂନ୍ୟ ଭୋଟର ତାଲିକ ପ୍ରସ୍ତୁତି ନିମନ୍ତେ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବେ।

ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଚାଲୁ ରହିଥିବା ଘରକୁ ଘର ସର୍ବେକ୍ଷଣରେ ରାଜ୍ୟର ନାଗରିକମାନେ ଅଂଶଗ୍ରହଣ କରିବା ସହ ତଥ୍ୟ ସଂଗ୍ରହକାରୀ ଅଧିକାରୀମାନଙ୍କୁ ସହଯୋଗ କରି ସଠିକ ତଥ୍ୟ ପ୍ରଦାନ କରିବା ସହ ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ନାଗରିକମାନଙ୍କୁ ନିବେଦନ କରିଛନ୍ତି।

Categories
ବିଶେଷ ଖବର

‘ମନ୍ କି ବାତ୍’ ଶୁଣିବାକୁ ପସନ୍ଦ କରନ୍ତି ୬୩% ଲୋକ: ଆଇଆଇଏମ୍ସି ସର୍ବେକ୍ଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଉପରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍ସି) ପକ୍ଷରୁ ଏକ ସ୍ୱତନ୍ତ୍ର ସର୍ଭେ (ଅନୁଧ୍ୟାନ) ଗଣମାଧ୍ୟମର ବ୍ୟକ୍ତିମାନଙ୍କ ମଧ୍ୟରେ କରାଯାଇଥିଲା। ଏହି ସର୍ବେକ୍ଷଣର ତଥ୍ୟ ଅନୁସାରେ ୭୬% ଗଣମାଧ୍ୟମ ବ୍ୟକ୍ତିତ୍ୱ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ପ୍ରକୃତ ଭାରତକୁ ଦେଶବାସୀଙ୍କ ନିକଟରେ ଉପସ୍ଥାପିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଏହି କାର୍ଯ୍ୟକ୍ରମ ଏପରି ଏକ ଧାରା ସୃଷ୍ଟି କରିଛି ଯେଉଁଠି ଲୋକେ ଦେଶର ଅନ୍ୟ ଭାଗରେ ଘଟୁଥିବା ଘଟଣା ସମ୍ପର୍କରେ ଅବଗତ ହେବା ସହିତ ତାହାକୁ ପସନ୍ଦ କରୁଛନ୍ତି। ସର୍ଭେରେ ଭାଗ ନେଇଥିବା ୭୫ଶତାଂଶ ମଡିଆ ବ୍ୟକ୍ତିତ୍ୱଙ୍କ ମତ ହେଲା ମନ୍ କି ବାତ୍ ଏକ ମଞ୍ଚ ବା ପ୍ଲାଟଫର୍ମ ଭାବେ ଉଭା ହୋଇଛି। ଦେଶର ଅଗମ୍ୟ, ଦୂରଦୂରାନ୍ତ ଅଞ୍ଚଳରେ ଲୋକଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କାମ କରୁଥିବା ସମାଜର ଏହି ତଳସ୍ତରର ନବସୃଜନକାରୀ ମାନଙ୍କୁ ଏହି ମଞ୍ଚ ଉପସ୍ଥାପିତ କରି ସେମାନେ ସାଧାରଣ ଜନତାଙ୍କ ଜୀବନରେ ହେଉଥିବା ପରିବର୍ତ୍ତନକୁ ଦେଖାଉଛି।

ଆଇଆଇଏମ୍ସି ମହାନିର୍ଦ୍ଦେଶକ ପ୍ରଫେସର ସଂଜୟ ଦ୍ୱିବେଦୀଙ୍କ କହିବା ଅନୁସାରେ ତାଙ୍କ ଅନୁଷ୍ଠାନର ଜନସମ୍ପର୍କ ବିଭାଗ ଦ୍ୱାରା ଏହି ସର୍ଭେ୨୦୨୩ ଏପ୍ରିଲ ୧୨ରୁ ୨୫ତାରିଖ ମଧ୍ୟରେ ହୋଇଥିଲା। ଗଣମାଧ୍ୟମ ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ଯଥା ସାମ୍ବାଦିକ, ଗଣମାଧ୍ୟମ ବିଷୟରେ ପାଠ ପଢାଉଥିବା ଅଧ୍ୟାପକ ଓ କର୍ମଚାରୀ, ଗଣମାଧ୍ୟମ ଉପରେ ଗବେଷଣା କରୁଥିବା ଗବେଷକ ଓ ସାମ୍ବାଦିକତା ଗଣମାଧ୍ୟମର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏଥିରେ ଦେଶର ମୋଟ ୧୧୬ମିଡିଆ ହାଉସ, ଏକାଡେମିକ ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇ ମତାମତ ସଂଗ୍ରହ କରାଯାଇଥିଲା। ମତାମତ ସଂଗ୍ରହ କରାଯାଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୩୨୬ଜଣ ମହିଳା ଓ ୫୬୪ଜଣ ପୁରୁଷ ଥିଲେ। ମତାମତ ପ୍ରଦାନକାରୀଙ୍କ ମଧ୍ୟରୁ ୬୬ ଶତାଂଶଙ୍କ ବୟସ ୧୮ରୁ ୨୫ବର୍ଷ ମଧ୍ୟରେ।

ଯେଉଁମାନେ ଏ ସମ୍ପର୍କରେ ମତାମତ ଦେଇଛନ୍ତି ସେମାନଙ୍କ କହିବା କଥା ହେଲା ଦେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଓ ଦୂରଦୃଷ୍ଟି ଏବଂ ଦେଶ ସଂକ୍ରାନ୍ତ ଜ୍ଞାନ-ଏହି ଦୁଇଟି ବିଷୟ ଯୋଗୁଁ ସେମାନେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିବାକୁ ବିଶେଷ ଆଗ୍ରହୀ। ଯଦି ଏହି କାର୍ଯ୍ୟକ୍ରମର କୌଣସି ଅଧ୍ୟାୟ ଦୈବାତ୍ ସେମାନେ ଶୁଣିବାରୁ ବଂଚିତ ହୁଅନ୍ତି ତାହାକୁ ପରେ କେମିତି ଶୁଣନ୍ତି ବୋଲି ଏକ ପ୍ରଶ୍ନର ଉତ୍ତରରେ ୬୩% କହିଥିଲେ ଯେ ସେମାନେ (ୟୁଟ୍ୟୁବ)ରେ ଏହାକୁ ଶୁଣନ୍ତି। ଅନ୍ୟାନ୍ୟ ମିଡିଆଠାରୁ ୟୁଟ୍ୟୁବକୁ ସେମାନେ ଅଧିକ ପ୍ରସନ୍ଦ କରନ୍ତି। ଆହୁରି ମଧ୍ୟ ୭୬% ମତାମତ ପ୍ରଦାନକାରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ବିଭିନ୍ନ ବିଷୟକ “ମନ୍ କି ବାତ୍” କାର୍ଯ୍ୟକ୍ରମ ଶୁଣି ସେମାନେ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥାନ୍ତି।

ପ୍ରଫେସର ଦ୍ୱିବେଦୀ କହିଛନ୍ତି ଯେ, ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ଯେଉଁ ପ୍ରସଙ୍ଗ ଲୋକଙ୍କୁ ଅଧିକ ଆକର୍ଷିତ କରିଛି ସେ ସମ୍ପର୍କରେ ମଧ୍ୟ ମତାମତ ସଂଗ୍ରହ କରାଯାଇଥିଲା। ଏହାର ଉତ୍ତରରେ ୪୦% ଲୋକ କହିଛନ୍ତି ଯେ ଶିକ୍ଷା ବିଷୟକ ଆଲୋଚନା ପ୍ରତି ସେମାନେ ଅଧିକ ପ୍ରଭାବିତ। ସେହିଭଳି ୨୬% ସମାଜର ତଳସ୍ତରରେ ଇନୋଭେଟରମାନଙ୍କ କାମ ବିଷୟରେ ଜାଣି ବିଶେଷ ପ୍ରଭାବିତ ହୋଇଥିବା କହିଛନ୍ତି।

ଏହି ଅନୁଧ୍ୟାନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମତାମତ ସଂଗ୍ରହ କରାଯାଇଥିଲା। ତାହା ହେଲା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ “ମନ୍ କି ବାତ୍’ରେ ଆଲୋଚନା କରୁଥିବା ବିଷୟ ଶୁଣିବା ପରେ ସମ୍ପୃକ୍ତ ଶ୍ରୋତା ସେ ସମ୍ପର୍କରେ କାହା ସହିତ ଆଲୋଚନା କରନ୍ତି। ଏହାର ଉତ୍ତରରେ ୩୨% କହିଥିଲେ ଯେ ଏ ବିଷୟରେ ସେମାନେ ନିଜର ପରିବାରବର୍ଗଙ୍କ ସହିତ କଥାବାର୍ତ୍ତା ହୁଅନ୍ତି। ଅନ୍ୟ ୨୯% କହିଥିଲେ ଯେ ସେମାନେ ଏ ବିଷୟରେ ନିଜର ସାଙ୍ଗ ଓ ସହକର୍ମୀମାନଙ୍କ ସହ କଥାବାର୍ତ୍ତା କରିଥାଆନ୍ତି।

ଅନୁଧ୍ୟାନର ଆଉ ଏକ ମଜାଦାର ତଥ୍ୟ ହେଲା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ପାଇଁ ୧୨% ଲୋକ ରେଡିଓ, ୧୫% ଟେଲିଭିଜନ ଓ ୩୭% ଇଣ୍ଟରନେଟ୍ ଭିତ୍ତିକ ପ୍ଲାଟଫର୍ମ ବ୍ୟବହାର କରିଥାନ୍ତି।

Categories
ଆଜିର ଖବର ଜାତୀୟ ଖବର

ପିଏମ ମୋଦୀଙ୍କ କାର୍ଯ୍ୟରେ କେତେ ପ୍ରତିଶତ ଲୋକ ଖୁସି?, ସର୍ବେକ୍ଷଣର ଆସିଲା ଆଶ୍ଚର୍ଯ୍ୟଜନକ ଫଳାଫଳ

ନୂଆଦିଲ୍ଲୀ: ମ୍ୟାଟ୍ରାଇଜ୍ ସହିତ ଏବିପି ନ୍ୟୁଜ୍ ଏକ ସର୍ଭେ କରିଛି। ଏହି ସର୍ଭେରେ ଦଶ ହଜାର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା। ଏହି ସର୍ଭେରେ ଲୋକଙ୍କୁ ପଚରାଯାଇଥିଲା ଯେ, ପିଏମ ମୋଦୀଙ୍କ କାମ କେମିତି ଅଛି? ଏହି ପ୍ରଶ୍ନର ଉତ୍ତରରେ ଲୋକମାନେ ଦେଇଥିବା ଉତ୍ତରରୁ ଜଣାପଡିଛି ଯେ ପିଏମ ମୋଦୀଙ୍କ ଲୋକପ୍ରିୟତା ହ୍ରାସ ପାଇନାହିଁ।

ଏହି ସର୍ଭେରେ ୫୨ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ ବହୁତ ଭଲ ହୋଇଥିବାବେଳେ ୩୨ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟ ସନ୍ତୋଷଜନକ। ଏଥି ସହିତ ୧୬ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ, ପିଏମ ମୋଦୀଙ୍କ କାମ ଅତ୍ୟନ୍ତ ଖରାପ ଅଟେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦୁଇଟି ଡୋଜ ଟୀକା ନେଇଥିବା ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ଘଟୁନି: ଏମ୍ସ ସର୍ବେକ୍ଷଣରୁ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ: ଟୀକାକୁ ନେଇ ଏକ ଭଲ ଖବର ମିଳିଛି। ଦୁଇଟି ଡୋଜ ଟୀକା ନେଇଥିବା ବ୍ୟକ୍ତିଙ୍କ ପ୍ରତି କରୋନା ଘାତକ ହୋଇପାରୁନି। ଉଭୟ ଡୋଜ ଟୀକା ନେଇଥିବା ବ୍ୟକ୍ତି ସଂକ୍ରମଣ ହେଉଥିଲେ ମଧ୍ୟ ଜୀବନ ପରାଇ ବିପଦ ସୃଷ୍ଟି କରୁନାହିଁ। ସେମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଦୁଇଟି ଦୋଜ ଟୀକା ନେଉଥିବା ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହେଉନାହିଁ। ଏପ୍ରିଲ-ମଇ ମାସରେ ଏମ୍ସର ବ୍ରେକ୍ ଥ୍ରୁ ଜିନୋମ ସିକ୍ଵେନ୍ସି ଗବେଷଣାରୁ ସ୍ପଷ୍ଟ କରାଯାଇଛି। ବିଭିନ୍ନ ବର୍ଗର ମୋଟ ୬୩ ଜଣଙ୍କୁ ନେଇ ଏମ୍ସ ସର୍ବେକ୍ଷଣ କରିଥିଲା। ୬୩ ଜଣଙ୍କ ମଧ୍ୟରୁ ୩୬ ଜଣ ଦୁଇଟି ଡୋଜ ନେଇଥିଲା ବେଳେ ୨୭ ଜଣ ପ୍ରଥମ ଡୋଜ ଟୀକା ନେଇଥିଲେ।

ତେବେ ମୋଟ ୬୩ ଜଣଙ୍କ ମଧ୍ୟରୁ ୫୩ ଜଣ କୋଭାକ୍ସିନ ଟୀକା ନେଇଥିବା ବେଳେ ୧୦ ଜଣ କୋଭିସିଲ୍ଡ ଟୀକା ନେଇଥିଲେ। ସେମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ଜ୍ଵର ହୋଇଥିଲେ ମଧ୍ୟ ସମସ୍ତେ ସୁସ୍ଥ ହୋଇପାରିଥିଲେ। ତେଣୁ ଟୀକା ଦ୍ଵାରା ଜୀବନ ରକ୍ଷା କରାଯାଇପାରିବ ବୋଲି ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି। ଏନେଇ ଏମ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି।