Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ମନ୍ କି ବାତ୍’ ଶୁଣିବାକୁ ପସନ୍ଦ କରନ୍ତି ୬୩% ଲୋକ: ଆଇଆଇଏମ୍ସି ସର୍ବେକ୍ଷଣ
ବିଶେଷ ଖବର

‘ମନ୍ କି ବାତ୍’ ଶୁଣିବାକୁ ପସନ୍ଦ କରନ୍ତି ୬୩% ଲୋକ: ଆଇଆଇଏମ୍ସି ସର୍ବେକ୍ଷଣ

April 30, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଉପରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍ସି) ପକ୍ଷରୁ ଏକ ସ୍ୱତନ୍ତ୍ର ସର୍ଭେ (ଅନୁଧ୍ୟାନ) ଗଣମାଧ୍ୟମର ବ୍ୟକ୍ତିମାନଙ୍କ ମଧ୍ୟରେ କରାଯାଇଥିଲା। ଏହି ସର୍ବେକ୍ଷଣର ତଥ୍ୟ ଅନୁସାରେ ୭୬% ଗଣମାଧ୍ୟମ ବ୍ୟକ୍ତିତ୍ୱ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ପ୍ରକୃତ ଭାରତକୁ ଦେଶବାସୀଙ୍କ ନିକଟରେ ଉପସ୍ଥାପିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଏହି କାର୍ଯ୍ୟକ୍ରମ ଏପରି ଏକ ଧାରା ସୃଷ୍ଟି କରିଛି ଯେଉଁଠି ଲୋକେ ଦେଶର ଅନ୍ୟ ଭାଗରେ ଘଟୁଥିବା ଘଟଣା ସମ୍ପର୍କରେ ଅବଗତ ହେବା ସହିତ ତାହାକୁ ପସନ୍ଦ କରୁଛନ୍ତି। ସର୍ଭେରେ ଭାଗ ନେଇଥିବା ୭୫ଶତାଂଶ ମଡିଆ ବ୍ୟକ୍ତିତ୍ୱଙ୍କ ମତ ହେଲା ମନ୍ କି ବାତ୍ ଏକ ମଞ୍ଚ ବା ପ୍ଲାଟଫର୍ମ ଭାବେ ଉଭା ହୋଇଛି। ଦେଶର ଅଗମ୍ୟ, ଦୂରଦୂରାନ୍ତ ଅଞ୍ଚଳରେ ଲୋକଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କାମ କରୁଥିବା ସମାଜର ଏହି ତଳସ୍ତରର ନବସୃଜନକାରୀ ମାନଙ୍କୁ ଏହି ମଞ୍ଚ ଉପସ୍ଥାପିତ କରି ସେମାନେ ସାଧାରଣ ଜନତାଙ୍କ ଜୀବନରେ ହେଉଥିବା ପରିବର୍ତ୍ତନକୁ ଦେଖାଉଛି।

ଆଇଆଇଏମ୍ସି ମହାନିର୍ଦ୍ଦେଶକ ପ୍ରଫେସର ସଂଜୟ ଦ୍ୱିବେଦୀଙ୍କ କହିବା ଅନୁସାରେ ତାଙ୍କ ଅନୁଷ୍ଠାନର ଜନସମ୍ପର୍କ ବିଭାଗ ଦ୍ୱାରା ଏହି ସର୍ଭେ୨୦୨୩ ଏପ୍ରିଲ ୧୨ରୁ ୨୫ତାରିଖ ମଧ୍ୟରେ ହୋଇଥିଲା। ଗଣମାଧ୍ୟମ ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ଯଥା ସାମ୍ବାଦିକ, ଗଣମାଧ୍ୟମ ବିଷୟରେ ପାଠ ପଢାଉଥିବା ଅଧ୍ୟାପକ ଓ କର୍ମଚାରୀ, ଗଣମାଧ୍ୟମ ଉପରେ ଗବେଷଣା କରୁଥିବା ଗବେଷକ ଓ ସାମ୍ବାଦିକତା ଗଣମାଧ୍ୟମର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏଥିରେ ଦେଶର ମୋଟ ୧୧୬ମିଡିଆ ହାଉସ, ଏକାଡେମିକ ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇ ମତାମତ ସଂଗ୍ରହ କରାଯାଇଥିଲା। ମତାମତ ସଂଗ୍ରହ କରାଯାଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୩୨୬ଜଣ ମହିଳା ଓ ୫୬୪ଜଣ ପୁରୁଷ ଥିଲେ। ମତାମତ ପ୍ରଦାନକାରୀଙ୍କ ମଧ୍ୟରୁ ୬୬ ଶତାଂଶଙ୍କ ବୟସ ୧୮ରୁ ୨୫ବର୍ଷ ମଧ୍ୟରେ।

ଯେଉଁମାନେ ଏ ସମ୍ପର୍କରେ ମତାମତ ଦେଇଛନ୍ତି ସେମାନଙ୍କ କହିବା କଥା ହେଲା ଦେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଓ ଦୂରଦୃଷ୍ଟି ଏବଂ ଦେଶ ସଂକ୍ରାନ୍ତ ଜ୍ଞାନ-ଏହି ଦୁଇଟି ବିଷୟ ଯୋଗୁଁ ସେମାନେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିବାକୁ ବିଶେଷ ଆଗ୍ରହୀ। ଯଦି ଏହି କାର୍ଯ୍ୟକ୍ରମର କୌଣସି ଅଧ୍ୟାୟ ଦୈବାତ୍ ସେମାନେ ଶୁଣିବାରୁ ବଂଚିତ ହୁଅନ୍ତି ତାହାକୁ ପରେ କେମିତି ଶୁଣନ୍ତି ବୋଲି ଏକ ପ୍ରଶ୍ନର ଉତ୍ତରରେ ୬୩% କହିଥିଲେ ଯେ ସେମାନେ (ୟୁଟ୍ୟୁବ)ରେ ଏହାକୁ ଶୁଣନ୍ତି। ଅନ୍ୟାନ୍ୟ ମିଡିଆଠାରୁ ୟୁଟ୍ୟୁବକୁ ସେମାନେ ଅଧିକ ପ୍ରସନ୍ଦ କରନ୍ତି। ଆହୁରି ମଧ୍ୟ ୭୬% ମତାମତ ପ୍ରଦାନକାରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ବିଭିନ୍ନ ବିଷୟକ “ମନ୍ କି ବାତ୍” କାର୍ଯ୍ୟକ୍ରମ ଶୁଣି ସେମାନେ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥାନ୍ତି।

ପ୍ରଫେସର ଦ୍ୱିବେଦୀ କହିଛନ୍ତି ଯେ, ‘ମନ୍ କି ବାତ୍’ରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ଯେଉଁ ପ୍ରସଙ୍ଗ ଲୋକଙ୍କୁ ଅଧିକ ଆକର୍ଷିତ କରିଛି ସେ ସମ୍ପର୍କରେ ମଧ୍ୟ ମତାମତ ସଂଗ୍ରହ କରାଯାଇଥିଲା। ଏହାର ଉତ୍ତରରେ ୪୦% ଲୋକ କହିଛନ୍ତି ଯେ ଶିକ୍ଷା ବିଷୟକ ଆଲୋଚନା ପ୍ରତି ସେମାନେ ଅଧିକ ପ୍ରଭାବିତ। ସେହିଭଳି ୨୬% ସମାଜର ତଳସ୍ତରରେ ଇନୋଭେଟରମାନଙ୍କ କାମ ବିଷୟରେ ଜାଣି ବିଶେଷ ପ୍ରଭାବିତ ହୋଇଥିବା କହିଛନ୍ତି।

ଏହି ଅନୁଧ୍ୟାନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମତାମତ ସଂଗ୍ରହ କରାଯାଇଥିଲା। ତାହା ହେଲା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ “ମନ୍ କି ବାତ୍’ରେ ଆଲୋଚନା କରୁଥିବା ବିଷୟ ଶୁଣିବା ପରେ ସମ୍ପୃକ୍ତ ଶ୍ରୋତା ସେ ସମ୍ପର୍କରେ କାହା ସହିତ ଆଲୋଚନା କରନ୍ତି। ଏହାର ଉତ୍ତରରେ ୩୨% କହିଥିଲେ ଯେ ଏ ବିଷୟରେ ସେମାନେ ନିଜର ପରିବାରବର୍ଗଙ୍କ ସହିତ କଥାବାର୍ତ୍ତା ହୁଅନ୍ତି। ଅନ୍ୟ ୨୯% କହିଥିଲେ ଯେ ସେମାନେ ଏ ବିଷୟରେ ନିଜର ସାଙ୍ଗ ଓ ସହକର୍ମୀମାନଙ୍କ ସହ କଥାବାର୍ତ୍ତା କରିଥାଆନ୍ତି।

ଅନୁଧ୍ୟାନର ଆଉ ଏକ ମଜାଦାର ତଥ୍ୟ ହେଲା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ପାଇଁ ୧୨% ଲୋକ ରେଡିଓ, ୧୫% ଟେଲିଭିଜନ ଓ ୩୭% ଇଣ୍ଟରନେଟ୍ ଭିତ୍ତିକ ପ୍ଲାଟଫର୍ମ ବ୍ୟବହାର କରିଥାନ୍ତି।

ନରେନ୍ଦ୍ର ମୋଦୀ ଭାରତୀୟ ଜନସଂଚାର ସଂସ୍ଥାନ ମନ୍ କି ବାତ୍ ସର୍ବେକ୍ଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026
Latest News

ଜନନାୟକାନ ପ୍ରଯୋଜକଙ୍କୁ ଦିଲ୍ଲୀରେ ନିଯୁକ୍ତ କଲେ ଥଲାପତି ବିଜୟ: ବିରୋଧ କଲେ ବିଜେପି-ଡିଏମକେ

June 27, 2026

ମହାନଦୀ ଜଳ ବିବାଦ: ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

June 27, 2026

ପାଲଲହଡାରେ ଚାଞ୍ଚଲ୍ୟ: ଯୁବକଙ୍କ ମୃତଦେହ ବନ୍ଦ କୋଠରୀରୁ ଉଦ୍ଧାର, ହତ୍ୟା ସନ୍ଦେହ

June 27, 2026

ରାମ ମନ୍ଦିରର ଚୋରୀ ମାମଲା: କାହାକୁ ରାବଣ ବୋଲି କହିଲେ ଧୀରେନ୍ଦ୍ର ଶାସ୍ତ୍ରୀ?

June 27, 2026

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.